ନିଶାଦ୍ରବ୍ୟ ଅପ ବ୍ୟବହାର ଓ ଚୋରାଚାଲାଣ ନିରୋଧୀ ଅନ୍ତର୍ଜାତୀୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
June 26th, 11:37 am
ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ନିଶାଦ୍ରବ୍ୟ ଅପ ବ୍ୟବହାର ଓ ଚୋରାଚାଲାଣ ନିରୋଧୀ ଅନ୍ତର୍ଜାତୀୟ ଦିବସ ଅବସରରେ ଆମ ସମାଜକୁ ନିଶା ଦ୍ରବ୍ୟର କୁପ୍ରଭାବରୁ ମୁକ୍ତ ରଖିବା ପାଇଁ ତୃଣମୂଳ ସ୍ତରରେ କାମ କରୁଥିବା ବ୍ୟକ୍ତିମାନଙ୍କୁ ମୁଁ ପ୍ରଶଂସା କରୁଛି । ଜୀବନ ରକ୍ଷା ପାଇଁ ହେଉଥିବା ପ୍ରତିଟି ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ । ସର୍ବୋପରି ନିଶା ନିଜ ସହିତ ଅନ୍ଧକାର, ବିନାଶ ଓ ବିପର୍ଯ୍ୟୟ ଆଣିଥାଏ ।