Prime Minister holds bilateral talks with the Prime Minister of Ethiopia

December 17th, 12:02 am

During his visit to Ethiopia, PM Modi held discussions with Ethiopian PM Dr. Abiy Ahmed Ali in Addis Ababa. Both leaders reviewed the entire spectrum of the bilateral relationship and agreed to elevate the ties to the level of a Strategic Partnership. PM Modi thanked Ethiopia for its solidarity in the wake of the Pahalgam terror attack. Following the talks, the two leaders witnessed the exchange of MoUs.

ଜୋହାନ୍ସବର୍ଗରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

November 23rd, 02:18 pm

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜୋହାନ୍ସବର୍ଗରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଶ୍ରୀ ସିରିଲ ରାମଫୋସାଙ୍କୁ ଭେଟିଥିଲେ । ରାଷ୍ଟ୍ରପତି ରାମଫୋସାଙ୍କୁ ଭବ୍ୟ ଆତିଥ୍ୟ ଏବଂ ଶିଖର ସମ୍ମିଳନୀର ସଫଳ ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ସେ ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀ ସମୟରେ ନିଆଯାଇଥିବା ନିଷ୍ପତ୍ତିଗୁଡିକୁ ଆଗକୁ ନେବା ଏବଂ ସେଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଦକ୍ଷିଣ ଆଫ୍ରିକାର ଜି-୨୦ ପ୍ରୟାସକୁ ପ୍ରଶଂସା କରିଥିଲେ ।

ନାମିବିଆର ଜାତୀୟ ବିଧାନସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 09th, 08:14 pm

ଦୟାକରି ମୋତେ ସର୍ବ ପ୍ରଥମେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବାକୁ ଅନୁମତି ଦିଅନ୍ତୁ । ଲୋକମାନେ ଆପଣଙ୍କୁ ଏହି ମହାନ ରାଷ୍ଟ୍ରର ସେବା କରିବା ପାଇଁ ଜନାଦେଶ ଦେଇଛନ୍ତି। ଆପଣ ସମସ୍ତେ ଜାଣନ୍ତି, ରାଜନୀତିରେ,ଏହା ଉଭୟ ଏକ ସମ୍ମାନ ଏବଂ ଏକ ବଡ଼ ଦାୟିତ୍ୱ। ମୁଁ ଲୋକମାନଙ୍କ ଆକାଂକ୍ଷାକୁ ପୂରଣ କରିବାରେ ଆପଣଙ୍କ ସଫଳତା କାମନା କରୁଛି।

Prime Minister addresses the Namibian Parliament

July 09th, 08:00 pm

PM Modi addressed the Parliament of Namibia and expressed gratitude to the people of Namibia for conferring upon him their highest national honour. Recalling the historic ties and shared struggle for freedom between the two nations, he paid tribute to Dr. Sam Nujoma, the founding father of Namibia. He also called for enhanced people-to-people exchanges between the two countries.

୧୭ଶ ବ୍ରିକ୍‌ସ ସମ୍ମିଳନୀର ପରିବେଶ ଅଧିବେଶନ, ସିଓପି-୩୦ ଓ ବିଶ୍ୱ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

July 07th, 11:38 pm

ପରିବେଶ, ସିଓପି-୩୦ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂପର୍କିତ ଏକ ଅଧିବେଶନକୁ ଆଜି ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି। ଏହି ଅଧିବେଶନରେ ଯୋଗ ଦେଇଥିଲେ ବିକ୍ସ ସଦସ୍ୟ, ସହଯୋଗୀ ରାଷ୍ଟ୍ର ଓ ନିମନ୍ତ୍ରିତ ଦେଶ। ବିଶ୍ୱର ଭବିଷ୍ୟତ ପାଇଁ ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ ଅଧିବେଶନ ଆୟୋଜନ କରିଥିବାରୁ ବ୍ରାଜିଲକୁ ସେ ଧନ୍ୟବାଦ ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ପାଇଁ ଜଳବାୟୁ ପରିବର୍ତ୍ତନ କେବଳ ଏକ ଶକ୍ତି ସମସ୍ୟାର ମୁକାବିଲା ନୁହେଁ, ବରଂ ଏହା ହେଉଛି ଜୀବସତ୍ତା ଓ ପରିବେଶ ମଧ୍ୟରେ ସନ୍ତୁଳନକୁ ପ୍ରଭାବିତ କରୁଥିବା ପ୍ରସଙ୍ଗ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ପାଇଁ ପରିବେଶ ନ୍ୟାୟ ହେଉଛି ଏକ ନୈତିକ ଦାୟିତ୍ୱ, ଯାହାକୁ ସେ ନିଶ୍ଚିତ ଭାବେ ସଂପାଦନ କରିବ। ପରିବେଶର ସୁରକ୍ଷା ପାଇଁ ଭାରତର ଗଭୀର ପ୍ରତିବଦ୍ଧତା ଦୋହରାଇ ଅନ୍ତର୍ଜାତୀୟ ସୌର ସହଯୋଗ, ବିପର୍ଯ୍ୟୟରହିତ ଭିତ୍ତିଭୂମି ସହଯୋଗ, ବିଶ୍ୱ ଜୈବଇନ୍ଧନ ସହଯୋଗ, ଅନ୍ତର୍ଜାତୀୟ ବିଗ୍ କ୍ୟାଟ ସହଯୋଗ, ମିଶନ ଲାଇଫ୍, ମାଆ ନାଁରେ ଗଛଟିଏ ପରି ଭାରତର ଜନହିତ, ଗ୍ରହହିତ ଅଭିବୃଦ୍ଧି ଓ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ

ପରିବେଶ, COP-30 ଏବଂ ବିଶ୍ୱ ସ୍ୱାସ୍ଥ୍ୟ ଉପରେ ବ୍ରିକ୍ସ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

July 07th, 11:13 pm

ମୁଁ ଖୁସି ଯେ ବ୍ରାଜିଲର ଅଧ୍ୟକ୍ଷତାରେ ବ୍ରିକ୍ସ ପରିବେଶ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଉଚ୍ଚ ପ୍ରାଥମିକତା ଦେଇଛି। ଏହି ବିଷୟଗୁଡ଼ିକ କେବଳ ପରସ୍ପର ସହିତ ଜଡିତ ନୁହେଁ ବରଂ ମାନବତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଘାନା ଗଣରାଜ୍ୟର ସଂସଦକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ଓଡ଼ିଆ ଅନୁବାଦ

July 03rd, 03:45 pm

ଘାନାରେ ରହିବା ଏକ ସୌଭାଗ୍ୟର ବିଷୟ - ଏକ ଭୂମି ଯାହା ଗଣତନ୍ତ୍ର, ମର୍ଯ୍ୟାଦା ଏବଂ ସ୍ଥିରତାର ଆତ୍ମାକୁ ପରିପ୍ରକାଶ କରେ। ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରତିନିଧି ଭାବରେ, ମୁଁ ମୋ ସହିତ 140 କୋଟି ଭାରତୀୟଙ୍କ ସଦିଚ୍ଛା ଏବଂ ଶୁଭେଚ୍ଛା ଆଣିଛି।

ଘାନା ସଂସଦରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

July 03rd, 03:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘାନାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏଭଳି କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ସଂସଦର ବାଚସ୍ପତି ମାନନୀୟ ଆଲବାନ କିଙ୍ଗସଫୋର୍ଡ ସୁମନ ବାଗବିନଙ୍କ ଦ୍ୱାରା ଆହୂତ ଏହି ଅଧିବେଶନରେ ସଂସଦର ସଦସ୍ୟ, ସରକାରୀ ଅଧିକାରୀ ଏବଂ ଉଭୟ ଦେଶର ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ। ଏହି ଅଭିଭାଷଣ ଭାରତ - ଘାନାର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିଲା, ଯାହା ଦୁଇ ଦେଶକୁ ଏକଜୁଟ କରୁଥିବା ପାରସ୍ପରିକ ସମ୍ମାନ ଏବଂ ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରତିଫଳିତ କରେ।

ଅଙ୍ଗୋଲା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି

May 03rd, 01:00 pm

ମୁଁ ରାଷ୍ଟ୍ରପତି ଲରେନ୍ସ ଏବଂ ତାଙ୍କ ପ୍ରତିନିଧିମଣ୍ଡଳର​ ଭାରତରେ ହୃଦୟସ୍ପର୍ଶୀ ସ୍ୱାଗତ କରୁଛି। ​ ଏହା ଏକ ଐତିହାସିକ ମୁହୂର୍ତ୍ତ। ୩୮ ବର୍ଷ ପରେ , ଅଙ୍ଗୋଲାର ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଛନ୍ତି। ତାଙ୍କର ଏହ ଗସ୍ତ କାରଣରୁ କେବଳ ଭାରତ - ଅଙ୍ଗୋଲା ସମ୍ପର୍କକୁ ନୂତନ ଦିଗ ମିଳୁନାହିଁ , ବରଂ ଭାରତ ଏବଂ ଆଫ୍ରିକା ସହଭାଗୀତାକୁ ବହୁତ ଶକ୍ତି ମିଳୁଛି।

ନାଇଜେରିଆ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

November 17th, 06:41 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭-୧୮ ନଭେମ୍ବର ୨୦୨୪ ନାଇଜେରିଆ ଗସ୍ତରେ ଅଛନ୍ତି । ସେ ଆଜି ଆବୁଜାରେ ନାଇଜେରିଆ ରାଷ୍ଟ୍ରପତି ମହାମହିମ ବୋଲା ଅହମ୍ମଦ ତିନୁବୁଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି। ଷ୍ଟେଟ ହାଉସରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ୨୧ ତୋପ ସଲାମି ଦେଇ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା ।

ବିଶ୍ୱ ସିଂହ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 10th, 09:03 am

ଆଜି ବିଶ୍ୱ ସିଂହ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିଂହ ସଂରକ୍ଷଣ ଏବଂ ସୁରକ୍ଷା କାର୍ଯ୍ୟରେ ଜଡିତ ସମସ୍ତଙ୍କୁ ସାବାସୀ ଦେଇଛନ୍ତି । ଶ୍ରୀ ମୋଦୀ ଫେବୃଆରୀ ୨୦୨୪ରେ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ଉପରେ ଆଲୋକପାତ କରିଛନ୍ତି, ଯାହା ବଡ ବିଲେଇମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛି । ଏହି ଅବସରରେ ସମଗ୍ର ବିଶ୍ୱରୁ ମିଳିଥିବା ଉତ୍ସାହଜନକ ପ୍ରତିକ୍ରିୟାରେ ସେ ଖୁସି ବ୍ୟକ୍ତ କରିଛନ୍ତି ।

ଇଣ୍ଟରନ୍ୟାସନାଲ ବିଗ୍ କ୍ୟାଟ୍ ଆଲାଏନ୍ସ (ଆଇବିସିଏ) ପ୍ରତିଷ୍ଠାକୁ କ୍ୟାବିନେଟ୍ ଅନୁମୋଦନ

February 29th, 04:31 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ ୧୫୦ କୋଟି ଟଙ୍କାର ଏକକାଳୀନ ବଜେଟ୍ ସହାୟତା ରେ ଭାରତରେ ମୁଖ୍ୟାଳୟ ସହିତ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ (ଆଇବିସିଏ) ପ୍ରତିଷ୍ଠାକୁ ଅନୁମୋଦନ ମିଳିଛି ।

କେନିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତି

December 05th, 01:33 pm

ରାଷ୍ଟ୍ରପତି ରୁଟୋ ଏବଂ ତାଙ୍କ ପ୍ରତିନିଧି ଦଳକୁ ଭାରତକୁ ସ୍ୱାଗତ କରି ମୁଁ ଅତ୍ୟନ୍ତ ଆନନ୍ଦିତ ।

ତାଞ୍ଜାନିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତି

October 09th, 12:00 pm

ତାଞ୍ଜାନିଆର ରାଷ୍ଟ୍ରପତି ଭାବେ ଏହା ହେଉଛି ତାଙ୍କର ପ୍ରଥମ ଭାରତ ଯାତ୍ରା । କିନ୍ତୁ ସେ ଭାରତ ଏବଂ ଭାରତର ଲୋକମାନଙ୍କ ସହିତ ଦୀର୍ଘ ଦିନ ଧରି ଯୋଡି ହୋଇ ରହିଛନ୍ତି ।

ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

August 23rd, 03:30 pm

ଜୋହାନ୍ସବର୍ଗ ଭଳି ଏକ ସୁନ୍ଦର ସହରକୁ ପୁଣି ଥରେ ଆସିବା ମୋ ପାଇଁ ଏବଂ ମୋର ପ୍ରତିନିଧି ଦଳ ନିମନ୍ତେ ଅତ୍ୟନ୍ତ ଆନନ୍ଦର ବିଷୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଯେତେବେଳେ ସମଗ୍ର ବିଶ୍ୱ ଜଳବାୟୁ ସଙ୍କଟ ସହିତ ଲଢେଇ କରୁଛି, ସେତେବେଳେ ଆମେ ରାସ୍ତା ଦେଖାଇଛୁ ଏବଂ ପର୍ଯ୍ୟାବରଣ ପାଇଁ ଜୀବନ ଶୈଳୀ- ମିଶନ ଲାଇଫ ପଦକ୍ଷେପର ଶୁଭାରମ୍ଭ କରିଛୁ

August 15th, 05:08 pm

77ତମ ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମେ G-20 ଶିଖର ସମ୍ମିଳନୀ ପାଇଁ ‘ଏକ ବିଶ୍ୱ, ଏକ ପରିବାର, ଏକ ଭବିଷ୍ୟତ’ର ଅବଧାରଣରକୁ ସମ୍ମୁଖରେ ରଖିଛୁ ଏବଂ ଆମେ ଏହି ଦିଗରେ କାର୍ଯ୍ୟ କରୁଛୁ । ଯେତେବେଳେ ସମଗ୍ର ବିଶ୍ୱ ଜଳବାୟୁ ସଙ୍କଟ ସହିତ ଲଢେଇ କରୁଛି, ସେତେବେଳେ ଆମେ ରାସ୍ତା ଦେଖାଇଛୁ ଏବଂ ପର୍ଯ୍ୟାବରଣ ପାଇଁ ଜୀବନ ଶୈଳୀ- ମିଶନ ଲାଇଫ ପଦକ୍ଷେପର ଶୁଭାରମ୍ଭ କରିଛୁ ।

ବିଶ୍ୱ ପରିବେଶ ଦିବସ ୨୦୨୩ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ମୂଳ ପାଠ

June 05th, 03:00 pm

ବିଶ୍ୱ ପରିବେଶ ଦିବସ ଅବସରରେ ଆପଣ ସମସ୍ତଙ୍କୁ, ଦେଶ ଏବଂ ବିଶ୍ୱକୁ ବହୁତ ବହୁତ ଶୁଭକାମନା । ଚଳିତ ବର୍ଷର ପରିବେଶ ଦିବସର ବିଷୟବସ୍ତୁ ‘ଏକକ ବ୍ୟବହାର ପ୍ଲାଷ୍ଟିକକୁ ନିଷିଦ୍ଧ କରିବାର ଅଭିଯାନ’ ଅଟେ ଏବଂ ମୋତେ ଖୁସି ଲାଗୁଛି ଯେ ଯେଉଁ କଥା ବିଶ୍ୱ ଆଜି କରୁଛି, ତାହା ଉପରେ ଭାରତ ଗତ ଚାରି ପାଞ୍ଚ ବର୍ଷରୁ ଲଗାତାର ଭାବେ କାର୍ଯ୍ୟ କରୁଛି । ୨୦୧୮ରେ ଭାରତ ଏକକ ବ୍ୟବହାର ପ୍ଲାଷ୍ଟିକକୁ ନିଷିଦ୍ଧି କରିବା ପାଇଁ ଦୁଇଟି ସ୍ତରରେ କାର୍ଯ୍ୟକୁ ଯୋଡ଼ି ଥିଲୁ। ପ୍ରଥମେ ଗୋଟିଏ ଦିଗରେ, ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧ ଲଗାଇ ଦିଆଗଲା ଏବଂ ଅନ୍ୟପକ୍ଷରେ ପ୍ଲାଷ୍ଟିକ ଅବଶିଷ୍ଟ ପ୍ରକ୍ରିୟାକରଣ ଅନିବାର୍ଯ୍ୟ କରାଗଲା । ଏହି କାରଣରୁ ଭାରତରେ ପାଖାପାଖି ୩୦ ଲକ୍ଷ ଟନ୍ ପ୍ଲାଷ୍ଟିକ ପ୍ୟାକେଜିଂର ପୁନଃ ପ୍ରକ୍ରିୟାକରଣ ପାଇଁ ବାଧ୍ୟତାମୂଳକ କରାଗଲା । ଏହି ଭାରତରେ ଜନ୍ମ ନେଇଥିବା ଲୋକ ମୋଟାମୋଟି ଭାବରେ ବ୍ଲୁ-ପ୍ରିଣ୍ଟ ପ୍ଲାଷ୍ଟିକ ବର୍ଜ୍ୟର ୭୫ ଶତକଡ଼ା ଅଟେ ଏବଂ ଆଜି ଏହାର ଅଧୀନରେ ପ୍ରାୟତଃ ୧୦ ହଜାର ଦୃଷ୍ଟାନ୍ତ, ଇଂପୋଟର ଏବଂ ବ୍ରାଣ୍ଡ୍ ମାଲିକ ଅଟନ୍ତି ।

ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

June 05th, 02:29 pm

ସମବେତ ଜନତାଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ବିଶ୍ୱର ପ୍ରତ୍ୟେକ ଦେଶକୁ ବିଶ୍ୱ ପରିବେଶ ଦିବସ ଅବସରରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଚଳିତ ବର୍ଷ ପରିବେଶ ଦିବସର ବାର୍ତ୍ତା ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଉପରେ ଆଲୋକପାତ କରି ଭାରତ ଏ ଦିଗରେ ଗତ ଚାରିରୁ ପାଞ୍ଚ ବର୍ଷ ଧରି ଉଦ୍ୟମ କରି ଆସୁଥିବା ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଭାରତ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବର୍ଜନ ନିମନ୍ତେ ଦୁଇଟି ସ୍ତରରେ ୨୦୧୮ ମସିହା ଠାରୁ କାର୍ଯ୍ୟ କରି ଆସୁଛି ବୋଲି ସେ କହିଥିଲେ । “ଗୋଟେ ପଟରେ ଆମେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକକୁ ନିଷିଦ୍ଧ କରିବା ସହ ଅନ୍ୟପଟରେ ପ୍ଲାଷ୍ଟିକ ବର୍ଜ୍ୟର ପ୍ରକ୍ରିୟାକରଣକୁ ମଧ୍ୟ ବାଧ୍ୟତାମୂଳକ କରୁଛୁ” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ଦେଶର ବାର୍ଷିକ ଶତକଡ଼ା ୭୫ ଭାଗ ପ୍ଲାଷ୍ଟିକ ବର୍ଜ୍ୟ ପ୍ରାୟ ୩୦ ଲକ୍ଷ ଟନ ପ୍ଲାଷ୍ଟିକର ବାଧ୍ୟତାମୂଳକ ପୁନଃ ପ୍ରକ୍ରିୟାକରଣ ହେଉଛି ଓ ପ୍ରାୟ ଦଶ ହଜାର ପ୍ରସ୍ତୁତକାରୀ, ଆମଦାନୀକାରୀ ଓ ବ୍ରାଣ୍ଡ ଏହାର ପରିସର ମଧ୍ୟକୁ ଆଜି ଆସି ପାରିଛନ୍ତି ।