‘ମନ କି ବାତ୍’ର ୧୩୫ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 28th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆପଣ ସମସ୍ତଙ୍କ ସହ ଯୋଡ଼ିହୋଇ ମୋତେ ବହୁତ ଖୁସି ଲାଗୁଛି । ୨୦୨୬ ବର୍ଷର ପ୍ରଥମାର୍ଦ୍ଧ ବିତିବାକୁ ବସିଲାଣି । ଏହି ୬ ମାସରେ ଆମେ ‘ମନ୍ କି ବାତ୍’ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ । ଜୁନରେ ମଧ୍ୟ ଦେଶ ଏଭଳି କିଛି ଉପଲବଧି ହାସଲ କରିଛି, ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି । ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ । ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା । ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା । ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ଉତ୍ପାଦନ, ସବୁକିଛି ସ୍ୱଦେଶୀ ।

ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ ପ୍ରୋତ୍ସାହନ ରାଶି ପ୍ରଦାନ ସମୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

June 19th, 05:15 pm

୧୯/୦୬/୨୦୨୬ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ସହିତ ଜଡିତ ହିତାଧିକାରୀ, ଶିଳ୍ପ ପ୍ରତିନିଧି ଏବଂ ଅଂଶୀଦାରମାନଙ୍କୁ ସମ୍ବୋଧିତ କରି ଭାରତର ଯୁବପିଢ଼ିଙ୍କୁ ସଶକ୍ତ କରିବା ଏବଂ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା (ପିଏମ୍-ଭିବିଆରୱାଇ) ଅଧୀନରେ ପ୍ରାୟ ଟ.୨,୪୦୦ କୋଟି ମୂଲ୍ୟର ପ୍ରୋତ୍ସାହନ ବଣ୍ଟନ କରିଛନ୍ତି, ଯାହା ଭାରତ ସରକାରଙ୍କ ପ୍ରମୁଖ ନିଯୁକ୍ତି-ସଂଲଗ୍ନ ପ୍ରୋତ୍ସାହନ ଯୋଜନା ପିଏମ୍-ଭିବିଆରୱାଇ କାର୍ଯ୍ୟକାରୀ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଏବଂ ବିଭିନ୍ନ କ୍ଷେତ୍ରରେ ସାମାଜିକ ସୁରକ୍ଷା କଭରେଜକୁ ବିସ୍ତାର କରିଛି। ଏହି ପ୍ରୋତ୍ସାହନ ଦେଶବ୍ୟାପୀ ୧୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଛି।

ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ ପ୍ରାୟ ୨,୪୦୦ କୋଟି ଟଙ୍କାର ପ୍ରୋତ୍ସାହନକୁ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ

June 19th, 05:00 pm

୧୯/୦୬/୨୦୨୬ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ସହିତ ଜଡିତ ହିତାଧିକାରୀ, ଶିଳ୍ପ ପ୍ରତିନିଧି ଏବଂ ଅଂଶୀଦାରମାନଙ୍କୁ ସମ୍ବୋଧିତ କରି ଭାରତର ଯୁବପିଢ଼ିଙ୍କୁ ସଶକ୍ତ କରିବା ଏବଂ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା (ପିଏମ୍-ଭିବିଆରୱାଇ) ଅଧୀନରେ ପ୍ରାୟ ଟ.୨,୪୦୦ କୋଟି ମୂଲ୍ୟର ପ୍ରୋତ୍ସାହନ ବଣ୍ଟନ କରିଛନ୍ତି, ଯାହା ଭାରତ ସରକାରଙ୍କ ପ୍ରମୁଖ ନିଯୁକ୍ତି-ସଂଲଗ୍ନ ପ୍ରୋତ୍ସାହନ ଯୋଜନା ପିଏମ୍-ଭିବିଆରୱାଇ କାର୍ଯ୍ୟକାରୀ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଏବଂ ବିଭିନ୍ନ କ୍ଷେତ୍ରରେ ସାମାଜିକ ସୁରକ୍ଷା କଭରେଜକୁ ବିସ୍ତାର କରିଛି। ଏହି ପ୍ରୋତ୍ସାହନ ଦେଶବ୍ୟାପୀ ୧୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଛି।

Daman has become a living example of Mini India: PM Modi

June 05th, 07:20 pm

Addressing a public gathering in Daman, PM Modi lauded Daman as a living example of Mini India. Launching multiple transformative projects spanning connectivity, health, education, tourism, and urban infrastructure, he highlighted the region's prowess in solar energy and cleanliness. Listing various government initiatives that transformed the lives of the people, he assured the Union Territory of the central government's continued support.

PM Modi inaugurates, dedicates to the nation and lays the foundation stone of development projects worth around ₹2,970 crore in Daman

June 05th, 07:15 pm

Addressing a public gathering in Daman, PM Modi lauded Daman as a living example of Mini India. Launching multiple transformative projects spanning connectivity, health, education, tourism, and urban infrastructure, he highlighted the region's prowess in solar energy and cleanliness. Listing various government initiatives that transformed the lives of the people, he assured the Union Territory of the central government's continued support.

ଭାରତ ପ୍ରଧାନମନ୍ତ୍ରୀଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମ୍ପର୍କରେ ଭାରତ-ନେଦରଲ୍ୟାଣ୍ଡ ମିଳିତ ବିବୃତ୍ତି

May 17th, 03:45 am

ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ରବ ଜେଟେନଙ୍କ ନିମନ୍ତ୍ରଣ କ୍ରମେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬-୧୭ ମେ ୨୦୨୬ ରେ ନେଦରଲ୍ୟାଣ୍ଡକୁ ସରକାରୀ ଗସ୍ତ କରିଥିଲେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ନେଦରଲ୍ୟାଣ୍ଡକୁ ଦ୍ୱିତୀୟ ଗସ୍ତ ଥିଲା।

ନେଦରଲ୍ୟାଣ୍ଡରେ ଭାରତୀୟ ସମ୍ପ୍ରଦାୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 16th, 01:30 pm

ଏତେ ସ୍ନେହ। ଏତେ ବଡ଼ ଉତ୍ସାହ। ସତ କହିବାକୁ ଗଲେ, ଗୋଟିଏ ମୁହୂର୍ତ୍ତ ପାଇଁ ମୁଁ ପ୍ରାୟ ଭୁଲି ଯାଇଥିଲି ଯେ, ମୁଁ ନେଦରଲ୍ୟାଣ୍ଡରେ ଅଛି। ଏହା ଏପରି ଅନୁଭବ ହେଉଛି ଯେପରି ଭାରତରେ କୌଣସି ସ୍ଥାନରେ ଏକ ଉତ୍ସବ ଚାଲିଛି!

ନେଦରଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

May 16th, 01:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହେଗରେ ଏକ ଭାରତୀୟ ସମ୍ପ୍ରଦାୟର ସ୍ୱାଗତ ସମାରୋହରେ ଯୋଗଦେଇଥିଲେ। ସେଠାରେ ପହଞ୍ଚିବା ପରେ, ନେଦରଲ୍ୟାଣ୍ଡରେ ବସବାସ କରୁଥିବା ଭାରତୀୟ ପ୍ରବାସୀ ଓ ଭାରତର ବନ୍ଧୁମାନଙ୍କର ଏକ ବିଶାଳ ସମାବେଶ ତାଙ୍କୁ ଭବ୍ୟ ଓ ଉତ୍ସାହପୂର୍ଣ୍ଣ ସ୍ୱାଗତ ଜଣାଇଥିଲା।

Cabinet approves creation of ‘Bharat Maritime Insurance Pool’ with a sovereign guarantee of Rs 12,980 crore

April 18th, 03:10 pm

The Union Cabinet chaired by PM Modi has approved the proposal for creation of a domestic insurance pool, namely ‘Bharat Maritime Insurance Pool’ (BMI pool) with a sovereign guarantee of Rs.12,980 crores. The pool ensures that Indian trade continues to have access to affordable insurance for vessels carrying cargo from any international origin to Indian ports and vice-versa.

କଂଗ୍ରେସ ସବୁବେଳେ ଆସାମର ସ୍ୱାର୍ଥ ସହ ସାଲିସ କରିଛି: ବିଶ୍ୱନାଥରେ ପ୍ରଧାନମନ୍ତ୍ରୀ ମୋଦୀ

April 01st, 11:45 am

ଆସାମର ବିଶ୍ୱନାଥ ଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କଂଗ୍ରେସକୁ 'ବିକାଶ ବିରୋଧୀ' ଏବଂ 'ସ୍ୱାଧୀନ ଭାରତରେ ଦୁର୍ନୀତିର ମୂଳ' ବୋଲି ଅଭିଯୋଗ କରି କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରିଥିଲେ। ବିଜେପି-ଏନଡିଏ ସରକାରଙ୍କ କାର୍ଯ୍ୟକଳାପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ହଜାର ହଜାର ବିଘା ଜମିକୁ ବେଆଇନ ଜବରଦଖଲରୁ ମୁକ୍ତ କରାଯାଇଛି, ଯାହା ଆସାମର ଐତିହ୍ୟ ଏବଂ ପରିବେଶକୁ ପୁନଃସ୍ଥାପିତ କରିଛି। ସବକା ସାଥ, ସବକା ବିକାଶ ପାଇଁ ବିଜେପିର ପ୍ରତିବଦ୍ଧତାକୁ ଦୋହରାଇ ସେ ରେକର୍ଡ ମତଦାନ ସୁନିଶ୍ଚିତ କରିବା ଲାଗି ଭୋଟରମାନଙ୍କୁ ଅନୁରୋଧ କରିଥିଲେ ।

ବିଜେପି-ଏନଡିଏ ସଂସଦରେ କଂଗ୍ରେସର ଅନ୍ୟାୟ ସାମ୍ପ୍ରଦାୟିକ ହିଂସା ବିଲକୁ ରୋକିଛି: ପ୍ରଧାନମନ୍ତ୍ରୀ ମୋଦୀ

April 01st, 11:30 am

ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଗାମୁଖରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି, ଯାହା ନିର୍ବାଚନ ଘୋଷଣା ପରେ ଆସାମରେ ତାଙ୍କର ପ୍ରଥମ ରାଲି। ଏହି କାର୍ଯ୍ୟକ୍ରମରେ ଯୁବକ, ମହିଳା ଏବଂ ସ୍ଥାନୀୟ ସମ୍ପ୍ରଦାୟର ଉତ୍ସାହଜନକ ଅଂଶଗ୍ରହଣ ସହିତ ବିଜେପି ନେତୃତ୍ୱାଧୀନ ଏନଡିଏ ପାଇଁ ଦୃଢ ଗତିର ସଙ୍କେତ ଦେଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ଗୋଗାମୁଖ ଏବଂ ବିଶ୍ୱନାଥରେ ଉଚ୍ଚ-ଶକ୍ତି ରାଲି ସହିତ ଆସାମ ନିର୍ବାଚନ ପାଇଁ ସ୍ୱର ସ୍ଥିର କରିଛନ୍ତି

April 01st, 11:00 am

ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ଘୋଷଣା ପରେ ଆସାମରେ ତାଙ୍କର ପ୍ରଥମ ରାଲି ଭାବରେ ଗୋଗାମୁଖ ଏବଂ ବିଶ୍ୱନାଥରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ, ମହିଳା ଏବଂ ସ୍ଥାନୀୟ ସମ୍ପ୍ରଦାୟର ଉତ୍ସାହୀ ଅଂଶଗ୍ରହଣ ସହିତ ବିପୁଳ ଜନସମାବେଶ ଦେଖିବାକୁ ମିଳିଥିଲା, ଯାହା ବିଜେପି ନେତୃତ୍ୱାଧୀନ ଏନଡିଏ ପାଇଁ ଏକ ଦୃଢ଼ ଗତିକୁ ସୂଚିତ କରିଥିଲା।

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 11th, 02:45 pm

ଗୁଜରାଟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ଷ ସଂଘଭି, ଗୁଜରାଟ ସରକାରଙ୍କ ଅନ୍ୟାନ୍ୟ ମନ୍ତ୍ରୀଗଣ , ସଂସଦ ଏବଂ ବିଧାନସଭାର ସଦସ୍ୟ, ମହାମହିମ , ଶିଳ୍ପ ଜଗତର ପ୍ରତିନିଧି, ଅନ୍ୟ ସମ୍ମାନିତ ଅତିଥିଗଣ , ମହିଳା ଏବଂ ଭଦ୍ର ଲୋକମାନୋ

ରାଜକୋଟଠାରେ କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

January 11th, 02:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ରାଜକୋଟଠାରେ କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ, 2026 ବର୍ଷ ଆରମ୍ଭ ପରେ ଏହା ତାଙ୍କର ପ୍ରଥମ ଗୁଜରାଟ ଗସ୍ତ। ସେ ଏହା ଉପରେ ଆଲୋକପାତ କରି କହିଥିଲେ, ସକାଳେ ସେ ଭଗବାନ ସୋମନାଥଙ୍କ ଦିବ୍ୟ ଦର୍ଶନ କରିଥିଲେ ଏବଂ ବର୍ତ୍ତମାନ ରାଜକୋଟରେ ଏକ ମହାନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ‘ବିକାଶ ଭି, ବୀରାସତ ଭି’ (ଐତିହ୍ୟକୁ ନେଇ ବିକାଶ) ମନ୍ତ୍ର ସବୁଠି ଗୁଞ୍ଜରିତ ହେଉଛି। ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେବା ପାଇଁ ଦେଶ ଏବଂ ବିଶ୍ୱରୁ ଆସିଥିବା ସମସ୍ତ ସହକର୍ମୀଙ୍କୁ ସେ ସ୍ୱାଗତ କରିଥିଲେ ଏବଂ ଶୁଭେଚ୍ଛା ଜଣାଇଥିଲେ।

ହିନ୍ଦୁସ୍ଥାନ ଟାଇମ୍ସ ନେତୃତ୍ୱ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

December 06th, 08:14 pm

ହିନ୍ଦୁସ୍ଥାନ ଟାଇମ୍ସର ଏହି ନେତୃତ୍ୱ ସମ୍ମିଳନୀରେ ଦେଶ ବିଦେଶରୁ ବହୁ ମାନ୍ୟ ଗଣ୍ୟ ଅତିଥି ଯୋଗ ଦେଇଛନ୍ତି । ଆୟୋଜକ ତଥା ନିଜ ମତ ରଖିଥିବା ସମସ୍ତ ମହାନୁଭବଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଏବେ ଶୋଭନାଜୀ ଦୁଇଟି କଥା କହିଲେ ଯାହା ମୁଁ ଅନୁଧ୍ୟାନ କରିଛି । ଗୋଟିଏ ହେଲା, ଗତଥର ମୋଦୀ ଆସିଥିଲେ ଓ ଏହି ପ୍ରସ୍ତାବ ଦେଇଥିଲେ । ଏହି ଦେଶରେ ମିଡିଆ ହାଉସକୁ କେହି କିଛି କାମ କହିବାକୁ ସାହାସ କରନ୍ତିନି । କିନ୍ତୁ ମୁଁ କରିଲି । ମୋ ପାଇଁ ଏହା ଏକ ଶୁଭ ଖବର ଯେ, ଶୋଭନାଜୀ ଓ ତାଙ୍କ ଟିମ ଅତି ଆଗ୍ରହର ସହ ଏହି କାମ ସମ୍ପନ୍ନ କରିଛନ୍ତି । ମୁଁ ପ୍ରଦର୍ଶନୀ ଦେଖି ଆସିବା ପରେ ସମସ୍ତେ ଏହା ଦେଖିବା ଲାଗି ମୁଁ ଅନୁରୋଧ କରିବି । ଫଟୋଗ୍ରାଫର ବନ୍ଧୁମାନେ ସ୍ମୃତି ସବୁକୁ ଏମିତି ଜାବୁଡି ଧରି ରଖିପାରିଛନ୍ତି ଯେ ସେହି ମୁହୂର୍ତ ସବୁ ଅମରତ୍ୱ ଲାଭ କରିପାରିଛି । ଦେଶ ମାତୃକାର ସେବା ଆଗକୁ ଏମିତି ଜାରି ରଖିବା ନେଇ ହିନ୍ଦୁସ୍ଥାନ ଟାଇମ୍ସ କହିବା ପରେ ମୁଁ ବିଶେଷ ଭାବରେ ଏନେଇ ଧନ୍ୟବାଦ ଜଣାଉଛି ।

ନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ 2025ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

December 06th, 08:13 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ 2025ରେ ଉଦବୋଧନ ଦେଇଛନ୍ତି । ସମ୍ମିଳନୀରେ ଭାରତ ଏବଂ ବିଦେଶରୁ ଅନେକ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିକୁ ସେ ସ୍ୱାଗତ କରିବା ସହିତ ଆୟୋଜକ ଏବଂ ନିଜର ମତାମତ ବାଣ୍ଟିଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ମୋଦୀ କହିଥିଲେ, ଶୋଭନା ଜୀ ଦୁଇଟି ବିନ୍ଦୁ ଉଲ୍ଲେଖ କରିଥିଲେ ଯାହାକୁ ସେ ଭଲଭାବେ ହୃଦୟଙ୍ଗମ କରିଛନ୍ତି। ପ୍ରଥମଟି ଥିଲା ତାଙ୍କର ପୂର୍ବ ଗସ୍ତର ଉଲ୍ଲେଖ, ଯେତେବେଳେ ସେ ଏକ ପରାମର୍ଶ ଦେଇଥିଲେ, ଯାହା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସହିତ ବହୁତ କମ୍ କରାଯାଇଥାଏ, କିନ୍ତୁ ସେ ତାହା କରିଥିଲେ। ଶୋଭନା ଜୀ ଏବଂ ତାଙ୍କ ଦଳ ଏହାକୁ ଉତ୍ସାହର ସହିତ କାର୍ଯ୍ୟକାରୀ କରିଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ପ୍ରଦର୍ଶନୀ ପରିଦର୍ଶନ କରିବା ସମୟରେ ସେ ଦେଖିଥିଲେ ଯେ ଫଟୋଗ୍ରାଫରମାନେ ଏପରି ମୁହୂର୍ତ୍ତଗୁଡ଼ିକୁ କ୍ୟାମେରାରେ କଏଦ କରିଛନ୍ତି ଯାହା ଅମର ହୋଇଯାଇଛି । ସମସ୍ତଙ୍କୁ ଏହା ଦେଖିବାକୁ ସେ ଅନୁରୋଧ କରିଥିଲେ। ଶୋଭନା ଜୀଙ୍କ ଦ୍ୱିତୀୟ ବିନ୍ଦୁ ଉପରେ ପ୍ରଧାନମନ୍ତ୍ରୀ ମତ ରଖିଥିଲେ। ସେ କହିଥିଲେ, ଦେଶର ସେବା କରିବା କେବଳ ତାଙ୍କର ଇଚ୍ଛା ନୁହେଁ ବରଂ ହିନ୍ଦୁସ୍ତାନ ଟାଇମ୍ସ ମଧ୍ୟ ଚାହୁଁଛି ଯେ ସେ ଏହି ସେବା କରିବା ଜାରି ରଖିବା ଆବଶ୍ୟକ। ଏଥିପାଇଁ ପ୍ରଧାନମନ୍ତ୍ରୀ ବିଶେଷ ଭାବେ କୃତଜ୍ଞତା ପ୍ରକଟ କରିଥିଲେ।

ଜି-୨୦ ଶିଖର ସମ୍ମିଳନୀର ଦ୍ୱିତୀୟ ଅଧିବେଶନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

November 22nd, 09:57 pm

ଏହି ଚିନ୍ତାଧାରାର ସହିତ ଭାରତ ନିଜର ଜି-୨୦ ଅଧ୍ୟକ୍ଷତା ଅବଧିରେ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀ ସ୍ଥାପନା କରିଥିଲା। ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟସୂଚୀକୁ ପ୍ରାଥମିକତା ପ୍ରଦାନ ପୂର୍ବକ ଆଗକୁ ବଢ଼ାଇ ଥିବାରୁ ମୁଁ ଦକ୍ଷିଣ ଆଫ୍ରିକାକୁ ଅଭିନନ୍ଦନ ଜଣାଉଛି।

ଜୋହାନ୍ସବର୍ଗ ଜି୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ

November 22nd, 09:35 pm

ଉନ୍ମୋଚନ ଅଧିବେଶନରେ ସମାବେଶୀ ଏବଂ ପୋଷଣୀୟ ଆର୍ଥିକ ବିକାଶରେ କାହାକୁ ପଛରେ ନ ଛାଡ଼ିବା' ଶୀର୍ଷକ ପ୍ରସଙ୍ଗରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ କୁଶଳୀ ସ୍ଥାନରନ୍ତଣ, ପର୍ଯ୍ୟଟନ, ଖାଦ୍ୟ ନିରାପତ୍ତା, କୃତ୍ରିମ ପ୍ରଜ୍ଞା, ଡିଜିଟାଲ ଅର୍ଥନୀତି, ନବାସାର ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏହି ଗୋଷ୍ଠୀ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ପ୍ରସଙ୍ଗରେ, ସେ ଉଲ୍ଲେଖ କରିଥିଲେ ଯେ ନୂଆଦିଲ୍ଲୀ ଶିଖର ସମ୍ମିଳନୀ ଅବସରରେ ଗ୍ରହଣ କରାଯାଇଥିବା କେତେକ ଐତିହାସିକ ନିଷ୍ପତ୍ତିକୁ ଆଗକୁ ଆଗେଇ ନିଆଯାଇଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ ପୂର୍ବକ ସୂଚାଇଥିେ ଯେ ବର୍ତ୍ତମାନ ସମୟ ଆସିଛି ଯେତେବେଳେ ଆମକୁ ବିକାଶର ନୂଆ ନୂଆ ମାପଦଣ୍ଡ ଦୃଷ୍ଟିରୁ ଦେଖିବା ଉଚିତ, ଯାହା ଫଳରେ ବିକାଶ କ୍ଷେତ୍ରରେ ଥିବା ଅସନ୍ତୁଳନକୁ ମେଣ୍ଟାଯାଇ ପାରିବ ଏବଂ ପ୍ରାକୃତିକ ସମ୍ପଦର ମାତ୍ରାତିରିକ୍ତ ଉତ୍ତୋଳନକୁ ମଧ୍ୟ ରୋକାଯାଇ ହେବ। ବିଶେଷ କରି ଯେତେବେଳେ ଜି- ୨୦ ଶିଖର ସମ୍ମିଳନୀ ପ୍ରଥମ ଥର ପାଇଁ ଆଫ୍ରିକା ଭୂଇଁରେ ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ, ସେ ଦର୍ଶାଇଥିଲେ ଯେ ସାମଗ୍ରିକ ମାନବିକତା'ର ଚିନ୍ତାଧାରା ଯାହା କି ଭାରତର ସଭ୍ୟତାଗତ ପ୍ରଜ୍ଞା ଉପରେ ଆଧାରିତ ତାହା ଅଧିକ ମାତ୍ରାରେ ଉପଯୋଗ କରାଯିବା ଉଚିତ। ସାମଗ୍ରିକ ମାନବବାଦକୁ ବ୍ୟାଖ୍ୟା କରିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ମାନବ, ସମାଜ ଏବଂ ପ୍ରକୃତିର ସାମଗ୍ରିକ ଚିନ୍ତାଧାରାକୁ ହିଁ ଆଧାର କରି ଆଗକୁ ଅଗ୍ରସର ହୋଇଥାଏ ଏବଂ ସେଥି ନିମନ୍ତେ ପ୍ରଗତି ପଥରେ ସକଳ ପ୍ରକାର ସମନ୍ୱୟ ରକ୍ଷା କରାଯାଇଥାଏ ଏବଂ ଏହା ଧରିତ୍ରୀ ଅବଶ୍ୟ ହାସଲ କରିପାରିବ।

ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 21st, 06:09 pm

ଶକ୍ତି ପୂଜାର ପର୍ବ ନବରାତ୍ରୀ, ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା! ନବରାତ୍ରୀର ପ୍ରଥମ ଦିନରୁ, ଦେଶ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ଼ ପଦକ୍ଷେପ ନେଉଛି। ଆସନ୍ତାକାଲି, ସେପ୍ଟେମ୍ବର 22 ତାରିଖ ସୂର୍ଯ୍ୟୋଦୟ ସହିତ ନବରାତ୍ରୀର ପ୍ରଥମ ଦିନଠାରୁ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାର୍ଯ୍ୟକାରୀ ହେବ। ଅନ୍ୟ ଅର୍ଥରେ କହିବାକୁ ଗଲେ ଆସନ୍ତାକାଲିଠାରୁ ଦେଶରେ ଏକ ଜିଏସଟି ସଞ୍ଚୟ ମହୋତ୍ସବ ଆରମ୍ଭ ହେବାକୁ ଯାଉଛି। ଏହି ଜିଏସଟି ସଞ୍ଚୟ ମହୋତ୍ସବ ଆପଣଙ୍କର ସଞ୍ଚୟ ବୃଦ୍ଧି କରିବ ଏବଂ ଆପଣ ଚାହୁଁଥିବା ଜିନିଷଗୁଡ଼ିକୁ ଅଧିକ ସହଜରେ କିଣିପାରିବେ। ଆମ ଦେଶର ଗରିବ, ମଧ୍ୟବିତ୍ତ ବର୍ଗର ଲୋକ, ନବମଧ୍ୟବିତ୍ତ ବର୍ଗ, ଯୁବବର୍ଗ, କୃଷକ, ମହିଳା, ଦୋକାନୀ, ବ୍ୟବସାୟୀ, ଉଦ୍ୟୋଗୀ, ସମସ୍ତେ ଏହି ସଞ୍ଚୟ ମହୋତ୍ସବରୁ ବହୁତ ଲାଭ ପାଇବେ। ଏହାର ଅର୍ଥ ହେଉଛି ଏହି ପାର୍ବଣ ଋତୁରେ ସମସ୍ତଙ୍କୁ କିଛି ମିଠା ଖାଇବାକୁ ମିଳିବ ଏବଂ ଦେଶର ପ୍ରତ୍ୟେକ ପରିବାର ଆଶୀର୍ବାଦ ପାଇବେ। ମୁଁ ଆଗାମୀ ପିଢ଼ିର ଜିଏସଟି ସଂସ୍କାର ଏବଂ ଏହି ସଞ୍ଚୟ ମହୋତ୍ସବ ପାଇଁ ଦେଶର କୋଟି କୋଟି ପରିବାରକୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି। ଏହି ସଂସ୍କାରଗୁଡ଼ିକ ଭାରତର ଅଭିବୃଦ୍ଧି କାହାଣୀକୁ ତ୍ୱରାନ୍ୱିତ କରିବ, ବ୍ୟବସାୟ କରିବା ସହଜ ହେବ, ନିବେଶ ଅଧିକ ଆକର୍ଷଣୀୟ ହେବ ଏବଂ ବିକାଶ ଦୌଡ଼ରେ ପ୍ରତ୍ୟେକ ରାଜ୍ୟକୁ ସମାନ ଅଂଶୀଦାର କରିବ।

ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 21st, 05:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ ଶକ୍ତି ଉପାସନାର ପର୍ବ ନବରାତ୍ରୀ ପ୍ରାରମ୍ଭରେ ସବୁ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନବରାତ୍ରୀର ପ୍ରଥମ ଦିନରୁ ଦେଶ ଆତ୍ମନିର୍ଭର ଭାରତ ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି। 22 ସେପ୍ଟେମ୍ବର ସୂର୍ଯ୍ୟୋଦୟ ଠାରୁ ଦେଶ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାର୍ଯ୍ୟକାରୀ କରିବ। ଏହାସହିତ ସମଗ୍ର ଭାରତରେ ‘ଜିଏସଟି ବଚତ’ ଉତ୍ସବ (ସଞ୍ଚୟ ମହୋତ୍ସବ)ର ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଜୋର ଦେଇ କହିଥିଲେ ଯେ ଏହି ପର୍ବ ସଞ୍ଚୟକୁ ବୃଦ୍ଧି କରିବ ଏବଂ ଲୋକଙ୍କ ପାଇଁ ସେମାନଙ୍କର ପସନ୍ଦର ଜିନିଷ କିଣିବାକୁ ସହଜ କରିବ। ଏହି ସଞ୍ଚୟ ମହୋତ୍ସବର ଲାଭ ଗରିବ, ମଧ୍ୟବିତ୍ତ, ନବମଧ୍ୟବିତ୍ତ ବର୍ଗ, ଯୁବକ, କୃଷକ, ମହିଳା, ଦୋକାନୀ, ବ୍ୟବସାୟୀ ଏବଂ ଉଦ୍ୟୋଗୀମାନଙ୍କ ନିକଟରେ ପହଞ୍ଚିବ। ସେ ଆହୁରି କହିଛନ୍ତି, ଏହି ପାର୍ବଣ ଋତୁରେ ପ୍ରତ୍ୟେକ ପରିବାରର ସୁଖ ଏବଂ ମଧୁରତା ବୃଦ୍ଧି ପାଇବ। ପ୍ରଧାନମନ୍ତ୍ରୀ ଦେଶର କୋଟି କୋଟି ପରିବାରକୁ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ଏବଂ ଜିଏସଟି ସଞ୍ଚୟ ମହୋତ୍ସବ ପାଇଁ ଶୁଭକାମନା ଜଣାଇଥିଲେ। ସେ କହିଥିଲେ, ଏହି ସଂସ୍କାରଗୁଡ଼ିକ ଭାରତର ଅଭିବୃଦ୍ଧି କାହାଣୀକୁ ତ୍ୱରାନ୍ୱିତ କରିବ, ବ୍ୟବସାୟିକ କାର୍ଯ୍ୟକୁ ସରଳ କରିବ, ନିବେଶକୁ ଅଧିକ ଆକର୍ଷଣୀୟ କରିବ ଏବଂ ବିକାଶ ଦୌଡ଼ରେ ପ୍ରତ୍ୟେକ ରାଜ୍ୟ ସମାନ ଅଂଶୀଦାର ହେବ।