ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

January 09th, 10:15 am

ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ ଜୀ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଏସ୍ ଜୟଶଙ୍କର ଜୀ, ଜୁଏଲ ଓରାମ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଶୋଭା କରନ୍ଦଲାଜେ ଜୀ, କୀର୍ତ୍ତି ବର୍ଦ୍ଧନ ସିଂହ ଜୀ, ପବିତ୍ରା ମାର୍ଗେରିଟା ଜୀ, ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜୀ, ପ୍ରଭାତୀ ପରିଡ଼ା ଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକଗଣ, ବିଶ୍ୱର କୋଣ ଅନୁକୋଣରୁ ଏଠାକୁ ଆସିଥିବା ଭାରତ ମାତାଙ୍କ ସମସ୍ତ ପୁଅ ଝିଅ…

ଓଡ଼ିଶାରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 09th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ପ୍ରତିନିଧି ଏବଂ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଆଜି ଏଠାରେ ପରିବେଷିତ ଉଦଘାଟନୀ ସଂଗୀତ ଭବିଷ୍ୟତରେ ସାରା ବିଶ୍ୱରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ପରିବେଷଣ କରାଯିବ। ସେ ଗ୍ରାମୀ ପୁରସ୍କାର ବିଜେତା କଳାକାର ରିକି କେଜ ଏବଂ ତାଙ୍କ ଦଳକୁ ଏଭଳି ଚମତ୍କାର ଉପସ୍ଥାପନା ପାଇଁ ପ୍ରଶଂସା କରିଛନ୍ତି। ଏହି ଗୀତରେ ପ୍ରବାସୀ ଭାରତୀୟଙ୍କ ଭାବନା ଏବଂ ଅନୁଭୂତି ରହିଥିବା ସେ କହିଛନ୍ତି।

ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ-ପ୍ରତିଷ୍ଠା ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତ୍ତା

January 12th, 11:00 am

ଆଜି ସମସ୍ତ ଭାରତୀୟ ଏବଂ ସାରା ବିଶ୍ୱରେ ବିସ୍ତାରିତ ଭଗବାନ ରାମଙ୍କ ଭକ୍ତମାନଙ୍କ ପାଇଁ ଏକ ପବିତ୍ର ଅବସର । ସବୁଠି ଭଗବାନ ରାମଙ୍କ ପ୍ରତି ଭକ୍ତିର ଏକ ଆକର୍ଷଣୀୟ ବାତାବରଣ ଦେଖିବାକୁ ମିଳୁଛି । ପ୍ରଭୁ ରାମଙ୍କ ମଧୁର ଜପ, ସବୁ ଦିଗରେ ରାମ ଭଜନର ଉତ୍କୃଷ୍ଟ ସୌନ୍ଦର୍ଯ୍ୟ । ଜାନୁଆରୀ ୨୨, ସେହି ଐତିହାସିକ ପବିତ୍ର ମୁହୂର୍ତ୍ତକୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଆଉ ଏବେ ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଆଉ ମାତ୍ର ୧୧ ଦିନ ବାକି ରହିଛି । ମୋର ସୌଭାଗ୍ୟ ଯେ ମୋତେ ମଧ୍ୟ ଏହି ପୂଣ୍ଣ୍ୟ ଅବସରରେ ସାକ୍ଷୀ ହେବା ପାଇଁ ସୁଯୋଗ ମଳିଛି । ଏହା ମୋ ପାଇଁ କଳ୍ପନା ବାହାରେ ଅନୁଭବ କରିବାର ସମୟ ଅଟେ ।

ଶ୍ରୀ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ନିମନ୍ତେ ଏଗାରଦିନିଆ ସ୍ୱତନ୍ତ୍ର ପୂଜାବିଧି ଆରମ୍ଭ କଲେ ପ୍ରଧାନମନ୍ତ୍ରୀ

January 12th, 10:31 am

): ଜାନୁୟାରୀ ୨୨ତାରିଖ ଦିନ ଅଯୋଧ୍ୟା ଧାମରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଗାରଦିନ ବ୍ୟାପୀ ସ୍ୱତନ୍ତ୍ର ବିଧିବିଧାନ ପାଳନ ଆରମ୍ଭ କରିଛନ୍ତି । ଏହା ଏକ ବିରାଟ ଦାୟିତ୍ୱ । ଆମ ଧର୍ମ ଗ୍ରନ୍ଥରେ କୁହାଯାଇଛି ଯେ ଭଗବାନଙ୍କ ଆରାଧନା ଓ ପୂଜା ନିମନ୍ତେ ଆମକୁ ନିଜ ମଧ୍ୟରେ ଦିବ୍ୟ ଚେତନା ଜାଗ୍ରତ କରାଇବାକୁ ପଡିବ । ସେଥିପାଇଁ ଧର୍ମଗ୍ରନ୍ଥରେ ଉପବାସ ଓ କଠିନ ନିୟମ ମାନ ଦର୍ଶାଯାଇଛି ଓ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସେଗୁଡିକୁ ଅନୁସରଣ କରିବାକୁ ପଡିବ । ମୁଁ ଆଧ୍ୟାତ୍ମିକ ଯାତ୍ରାରେ ମହାନ୍ ବ୍ୟକ୍ତି ଓ କେତେକ ପବିତ୍ର ଆତ୍ମାମାନଙ୍କ ଠାରୁ ଯେଉଁ ମାର୍ଗଦର୍ଶନ ପାଇଛି ସେମାନଙ୍କ ଦ୍ୱାରା ପ୍ରସ୍ତାବିତ ‘ନିୟମ’ ଅନୁସାରେ ମୁଁ ଆଜିଠାରୁ ସ୍ୱତନ୍ତ୍ର ପୂଜା ବିଧିବିଧାନ ପାଳନ ଏଗାର ଦିନ ନିମନ୍ତେ ଆରମ୍ଭ କରିଛି ।