ଅପରେସନ ସିନ୍ଦୁରର ଏକ ବର୍ଷ ପୂର୍ତ୍ତି ଅବସରରେ ସଶସ୍ତ୍ର ବାହିନୀକୁ ଅଭିବାଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

May 07th, 10:23 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରେସନ ସିନ୍ଦୁରର ଏକ ବର୍ଷ ପୂରଣ ଅବସରରେ ସଶସ୍ତ୍ର ବାହିନୀର ସାହସ, ନିର୍ଭୁଲତା ଏବଂ ସଂକଳ୍ପକୁ ଅଭିବାଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

February 23rd, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’କୁ ଆପଣ ସମସ୍ତଙ୍କୁ ସ୍ୱାଗତ । ଏବେ ଚମ୍ପିଆନ୍ସ ଟ୍ରଫି ଚାଲିଛି ଏବଂ ଚାରିଆଡ଼େ କ୍ରିକେଟ୍ ବିଷୟରେ ଆଲୋଚନା ହେଉଛି । କ୍ରିକେଟରେ ଶତକର ରୋମାଞ୍ଚ କ’ଣ, ତାହା ତ ଆମେ ସମସ୍ତେ ଭଲ ଭାବେ ଜାଣୁଁ, କିନ୍ତୁ ଆଜି ମୁଁ ଆପଣ ସମସ୍ତଙ୍କୁ କ୍ରିକେଟ୍ ନୁହେଁ, ବରଂ ଭାରତ ମହାକାଶରେ ଯେଉଁ ଶତକ ହାସଲ କରିଛି ସେ ବିଷୟରେ କହିବାକୁ ଯାଉଛି । ଗତ ମାସରେ ଦେଶ ଇସ୍ରୋର ୧୦୦ତମ ରକେଟ୍ ପ୍ରେରଣର ସାକ୍ଷୀ ହେଲା । ଏହା କେବଳ ଏକ ସଂଖ୍ୟା ନୁହେଁ, ବରଂ ଏଥିରୁ ମହାକାଶ ବିଜ୍ଞାନରେ ଆମର ନିତ୍ୟନୂତନ ଶିଖର ସ୍ପର୍ଶ କରିବାର ସଂକଳ୍ପ ବିଷୟରେ ମଧ୍ୟ ସୂଚନା ମିଳୁଛି । ଆମର ମହାକାଶ ଯାତ୍ରାର ଶୁଭାରମ୍ଭ ଅତି ସାଧାରଣ ଭାବେ ହୋଇଥିଲା । ଏଥିରେ ପ୍ରତି ପଦକ୍ଷେପରେ ଆହ୍ୱାନ ଥିଲା, କିନ୍ତୁ ଆମ ବୈଜ୍ଞାନିକମାନେ ବିଜୟ ଲାଭ କରି ଆଗକୁ ଆଗକୁ ବଢ଼ିଚାଲିଲେ । ସମୟ ସହିତ ମହାକାଶର ଏହି ଯାତ୍ରାରେ ଆମ ସଫଳତାର ତାଲିକା ଲମ୍ବା ହୋଇ ଚାଲିଲା । ଲଞ୍ଚ ଭେଇକିଲ୍ ନିର୍ମାଣ ହେଉ, ଚନ୍ଦ୍ରଯାନର ସଫଳତା ହେଉ, ମଙ୍ଗଳଯାନ ହେଉ, ଆଦିତ୍ୟ ଏଲ୍- ୱାନ୍ କିମ୍ବା ଗୋଟିଏ ରକେଟରେ ଏକାଥରରେ ୧୦୪ଟି ଉପଗ୍ରହ ପ୍ରେରଣର ଅଭୂତପୂର୍ବ ଅଭିଯାନ ହେଉ – ଇସ୍ରୋର ସଫଳତାର ପରିସର ବିଶାଳ ହୋଇଛି । ଗତ ୧୦ ବର୍ଷରେ ହିଁ ପ୍ରାୟଃ ୪୬୦ ଟି ଉପଗ୍ରହ ଲଞ୍ଚ୍ କରାଯାଇଛି ଏବଂ ଏଥିରେ ଅନ୍ୟ ଦେଶମାନଙ୍କର ମଧ୍ୟ ଅନେକ ଉପଗ୍ରହ ରହିଛି । ଗୋଟିଏ ବଡ଼ କଥା ହେଉଛି ଯେ, ଆମ ମହାକାଶ ବିଜ୍ଞାନୀମାନଙ୍କ ଦଳରେ ନାରୀଶକ୍ତିର ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହାଦେଖି ମଧ୍ୟ ମୋତେ ବହୁତ ଖୁସି ଲାଗୁଛି ଯେ, ଆଜି ମହାକାଶ କ୍ଷେତ୍ର ଆମ ଯୁବବର୍ଗଙ୍କର ପ୍ରିୟ ହୋଇଯାଇଛି । କିଛି ବର୍ଷ ପୂର୍ବେ ଏ କଥା କିଏ ବା ଚିନ୍ତା କରିଥିବ ଯେ, ଏହି କ୍ଷେତ୍ରରେ ଷ୍ଟାର୍ଟ-ଅପ୍ ଏବଂ ଘରୋଇ କମ୍ପାନୀଗୁଡ଼ିକର ସଂଖ୍ୟା ଶହ ଶହ ହୋଇଯିବ । ଆମର ଯେଉଁ ଯୁବକ-ଯୁବତୀ ଜୀବନରେ କିଛି ରୋମାଂଚକର ଏବଂ ଉତ୍ସାହଜନକ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ମହାକାଶ କ୍ଷେତ୍ର ଗୋଟିଏ ସୁନ୍ଦର ବିକଳ୍ପ ହେବାକୁ ଯାଉଛି ।

ଉତ୍ତର-ପୂର୍ବାଞ୍ଚଳର ସୌନ୍ଦର୍ଯ୍ୟକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

February 08th, 11:16 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର-ପୂର୍ବାଞ୍ଚଳର ଚମତ୍କାର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

Connect With the PM, now on Instagram!

November 16th, 12:25 pm

Connect With the PM, now on Instagram!

Narendra Modi now on Instagram!

November 12th, 10:15 am

Narendra Modi now on Instagram!