The commissioning of INS Agray, INS Dunagiri and INS Sanshodhak is a reflection of India's increasing self-reliance: PM Modi in Kolkata
June 21st, 12:51 pm
PM Modi has commissioned three indigenously designed and built naval ships - INS Dunagiri, INS Sanshodhak and INS Agray in Kolkata, West Bengal. Speaking on the occasion, he said the event represented an important milestone in the journey towards an Aatmanirbhar Bharat, adding that around 40 indigenously built warships and submarines have been inducted into the Indian Navy over the past few years.PM Modi commissions three indigenously designed and built naval ships – INS Dunagiri, INS Sanshodhak and INS Agray
June 21st, 12:50 pm
PM Modi has commissioned three indigenously designed and built naval ships - INS Dunagiri, INS Sanshodhak and INS Agray in Kolkata, West Bengal. Speaking on the occasion, he said the event represented an important milestone in the journey towards an Aatmanirbhar Bharat, adding that around 40 indigenously built warships and submarines have been inducted into the Indian Navy over the past few years.ନୌସେନା ଦିବସରେ ଭାରତୀୟ ନୌସେନାର ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
December 04th, 08:41 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୌସେନା ଦିବସ ଅବସରରେ ଭାରତୀୟ ନୌସେନାର ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଆମ ନୌସେନା ଅସାଧାରଣ ସାହସ ଏବଂ ସଂକଳ୍ପର ପ୍ରତୀକ। ସେମାନେ ଆମ ଉପକୂଳର ସୁରକ୍ଷା କରନ୍ତି ଏବଂ ଆମର ସାମୁଦ୍ରିକ ସ୍ୱାର୍ଥକୁ ବଜାୟ ରଖନ୍ତି। ମୁଁ ଚଳିତ ବର୍ଷର ଦୀପାବଳିକୁ କେବେବି ଭୁଲି ପାରିବି ନାହିଁ, ଯାହା ମୁଁ ଆଇଏନଏସ ବିକ୍ରାନ୍ତରେ ନୌସେନା କର୍ମଚାରୀଙ୍କ ସହ ବିତାଇଥିଲି। ଭାରତୀୟ ନୌସେନାକୁ ସେମାନଙ୍କ ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି।ଆଇଏନଏସ ବିକ୍ରାନ୍ତରେ ଦୀପାବଳି ପାଳନର ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ ୨୧ ଅକ୍ଟୋବର ୨୦୨୫: ପିଆଇବି ଦିଲ୍ଲୀ
October 21st, 09:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ନୌସେନା ସହିତ ଆଇଏନଏସ ବିକ୍ରାନ୍ତରେ ତାଙ୍କର ଦୀପାବଳି ଉତ୍ସବ ପାଳନର କିଛି ଝଲକ ଶେୟାର କରିଛନ୍ତି । ଏହାକୁ ଏକ ଉଲ୍ଲେଖନୀୟ ଦିନ, ଉଲ୍ଲେଖନୀୟ ମୁହୂର୍ତ୍ତ ଏବଂ ଉଲ୍ଲେଖନୀୟ ଦୃଶ୍ୟ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଗୋଟିଏ ପାର୍ଶ୍ଵରେ ବିଶାଳ ସମୁଦ୍ର ଏବଂ ଅନ୍ୟ ପାର୍ଶ୍ଵରେ ଭାରତ ମାତାର ସାହସୀ ସୈନିକମାନଙ୍କର ଅପାର ଶକ୍ତି । ସେ କହିଛନ୍ତି ଯେ, ଗୋଟିଏ ପାଖରେ ଅସୀମ ଦିଗନ୍ତ ଏବଂ ଅସୀମ ଆକାଶ ଦେଖାଯାଉଛି, ଅନ୍ୟ ପାର୍ଶ୍ଵରେ ଅସୀମ ଶକ୍ତିର ପ୍ରତୀକ ଆଇଏନଏସ ବିକ୍ରାନ୍ତର ବିଶାଳ ପରାକ୍ରମ ପ୍ରଦର୍ଶନ କରାଯାଉଛି । ପ୍ରଧାନମନ୍ତ୍ରୀ ଅବଲୋକନ କରିଥିଲେ ଯେ, ସମୁଦ୍ରରେ ସୂର୍ଯ୍ୟକିରଣର ଚମକ ଦୀପାବଳି ସମୟରେ ବୀର ସୈନିକମାନଙ୍କ ଦ୍ୱାରା ପ୍ରଜ୍ଜ୍ୱଳିତ ଦୀପ ସହିତ ସମାନ, ଯାହା ଆଲୋକର ଏକ ଦିବ୍ୟମାଳା ସୃଷ୍ଟି କରିଥାଏ । ସେ କହିଥିଲେ ଯେ, ଭାରତୀୟ ନୌସେନାର ସାହସୀ ସୈନିକମାନଙ୍କ ସହିତ ତାଙ୍କୁ ଦୀପାବଳି ପାଳନ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି ।ଆଇଏନଏସ ବିକ୍ରାନ୍ତରେ ସଶସ୍ତ୍ର ବାହିନୀ ସହିତ ଦୀପାବଳି ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 20th, 10:30 am
ଆଜି ଏକ ସୁନ୍ଦର ଦିନ, ଏହି ମୁହୂର୍ତ୍ତ ସ୍ମରଣୀୟ, ଏହି ଦୃଶ୍ୟ ଆଶ୍ଚର୍ଯ୍ୟଜନକ। ଆଜି ମୋର ଗୋଟିଏ ଦିଗରେ ଅଥଳ ସମୁଦ୍ରର ଜଳରାଶି ତ ଅନ୍ୟ ପଟେ ମା' ଭାରତୀର ବୀର ଯବାନମାନଙ୍କର ଅକଳନୀୟ ସାମର୍ଥ୍ୟ ରହିଛି । ଆଜି ମୋର ଗୋଟିଏ ପଟେ ଅନନ୍ତ କ୍ଷିତିଜ ବ୍ୟାପି ରହିଛି, ଅନନ୍ତ ଆକାଶ ରହିଛି, ତ ଅନ୍ୟ ପଟେ ଅନନ୍ତ ଶକ୍ତିକୁ ଧରି ରଖିଥିବା ଏହି ବିଶାଳ, ବିରାଟ ଆଇଏନଏସ ବିକ୍ରାନ୍ତ ରହିଛି । ସମୁଦ୍ରର ଜଳରାଶି ଉପରେ ସୂର୍ଯ୍ୟଙ୍କ କିରଣ ଏହି ଚମକ ଗୋଟିଏ ପଟେ ବୀର ଯବାନମାନଙ୍କ ଦ୍ୱାରା ଜଳା ଯାଇଥିବା ଦୀପାବଳିର ପ୍ରଦୀପମାଳା ରହିଛି । ଏହା ଆମର ଅଲୌକିକ ଦୀପମାଳାର ସମାହାର, ମୋର ସୌଭାଗ୍ୟ ଯେ ଏଥର ମୁଁ ନୌସେନାର ଆପଣମାନଙ୍କ ସମସ୍ତ ବୀର ଯବାନମାନଙ୍କ ଗହଣରେ ପବିତ୍ର ଦୀପାବଳି ପର୍ବ ପାଳନ କରୁଛି।ଆଇଏନଏସ ବିକ୍ରାନ୍ତରେ ଦେଶପ୍ରେମ ଓ ଆଲୋକର ଉତ୍ସବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ
October 20th, 10:00 am
ନୂଆଦିଲ୍ଲୀ,୨୧.୧୦.୨୦୨୫: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଇଏନଏସ ବିକ୍ରାନ୍ତରେ ଦୀପାବଳି ପାଳନ ସମୟରେ ସଶସ୍ତ୍ର ବାହିନୀର କର୍ମଚାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଆଜିର ଏହି ଦିନକୁ ଏକ ସୁନ୍ଦର ଦିନ, ସୁନ୍ଦର ମୁହୂର୍ତ୍ତ ଏବଂ ଚମତ୍କାର ଦୃଶ୍ୟ ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଛନ୍ତି, ଏକ ପାର୍ଶ୍ଵରେ ବିଶାଳ ସମୁଦ୍ର ଏବଂ ଅନ୍ୟପଟେ ଭାରତ ମାତାର ସାହସୀ ସୈନିକମାନଙ୍କର ଅପାର ଶକ୍ତି ରହିଛି। ସେହିପରି ଗୋଟିଏ ପାର୍ଶ୍ୱରେ ଅସୀମ ଦିଗନ୍ତ ଏବଂ ଅସୀମ ଆକାଶ ଥିବାବେଳେ, ଅନ୍ୟ ପାର୍ଶ୍ୱରେ ଆଇଏନଏସ ବିକ୍ରାନ୍ତର ବିଶାଳ ଶକ୍ତି ପ୍ରଦର୍ଶନ କରାଯାଉଛି, ଯାହା ଅସୀମ ଶକ୍ତିକୁ ମୂର୍ତ୍ତିମନ୍ତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମୁଦ୍ରରେ ସୂର୍ଯ୍ୟକିରଣର ଚମକ ଦୀପାବଳି ସମୟରେ ବୀର ସୈନିକମାନଙ୍କ ଦ୍ୱାରା ପ୍ରଜ୍ଜ୍ୱଳିତ ଦୀପ ସହିତ ସମାନ, ଯାହା ଆଲୋକର ଏକ ଦିବ୍ୟ ମାଳା ସୃଷ୍ଟି କରୁଛି। ଭାରତୀୟ ନୌସେନାର ସାହସୀ ସୈନିକଙ୍କ ମଧ୍ୟରେ ଏହି ଦୀପାବଳି ପାଳନ କରିବା ମୋର ସୌଭାଗ୍ୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି।India's coastlines will become gateways to the nation's prosperity: PM Modi in Bhavnagar
September 20th, 11:00 am
At the inauguration of ₹34,200 crore development works in Bhavnagar, PM Modi recalled India’s historic strength as a maritime power and shipbuilding hub. Blaming Congress for the collapse of shipbuilding ecosystem, he said that with the vision of self-reliance, the maritime sector is now advancing towards next-gen reforms. He noted that India accounts for 10% of global maritime trade and set a goal to triple this share by 2047.ଗୁଜରାଟର ଭାବନଗରରେ 'ସମୁଦ୍ର ସେ ସମୃଦ୍ଧି' କାର୍ଯ୍ୟକ୍ରମକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 20th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଭାବନଗରରେ ୩୪,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମୁଦ୍ର ସେ ସମୃଦ୍ଧି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସମସ୍ତ ବିଶିଷ୍ଟ ବ୍ୟକ୍ତି ଏବଂ ଜନସାଧାରଣଙ୍କୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୧୭ ତାରିଖରେ ତାଙ୍କୁ ପଠାଯାଇଥିବା ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ଲୋକଙ୍କଠାରୁ ତାଙ୍କୁ ମିଳିଥିବା ସ୍ନେହକୁ ଶକ୍ତିର ଏକ ମହାନ ଉତ୍ସ ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଦେଶ ବିଶ୍ୱକର୍ମା ଜୟନ୍ତୀରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ, ଅର୍ଥାତ୍ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସେବା ପଖୱାଡା (ସେବା ପକ୍ଷ) ପାଳନ କରୁଛି। ସେ ଉଲ୍ଲେଖ କରିଥିଲେ ଯେ ଗତ ଦୁଇରୁ ତିନି ଦିନ ମଧ୍ୟରେ ଗୁଜରାଟରେ ଅନେକ ସେବାମୂଳକ କାର୍ଯ୍ୟକଳାପ ହୋଇଛି। ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଶହ ଶହ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି, ଯେଉଁଥିରେ ଏପର୍ଯ୍ୟନ୍ତ ଏକ ଲକ୍ଷ ଲୋକ ରକ୍ତଦାନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନେକ ସହରରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଛି, ଯେଉଁଥିରେ ଲକ୍ଷ ଲକ୍ଷ ନାଗରିକ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି। ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ରାଜ୍ୟବ୍ୟାପୀ ୩୦,୦୦୦ ରୁ ଅଧିକ ସ୍ୱାସ୍ଥ୍ୟ ଶିବିର ସ୍ଥାପନ କରାଯାଇଛି, ଯେଉଁଠାରେ ଜନସାଧାରଣ, ବିଶେଷକରି ମହିଳାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଚିକିତ୍ସା କରାଯାଉଛି। ସେ ଦେଶବ୍ୟାପୀ ସେବା କାର୍ଯ୍ୟରେ ଜଡିତ ସମସ୍ତଙ୍କ ପ୍ରତି ତାଙ୍କର କୃତଜ୍ଞତା ଏବଂ କୃତଜ୍ଞତା ପ୍ରକାଶ କରିଛନ୍ତି।ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି ଏବଂ ଆଇଏନଏସ ବାଘଶୀର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 15th, 11:08 am
ଜାନୁଆରୀ ୧୫ ତାରିଖକୁ ସେନା ଦିବସ ଭାବେ ମଧ୍ୟ ପାଳନ କରାଯାଏ । ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ପ୍ରତ୍ୟେକ ବୀର ବ୍ୟକ୍ତିଙ୍କୁ ମୁଁ ନମସ୍କାର କରୁଛି, ଆଜିର ଦିନରେ ମାତାଙ୍କ ସୁରକ୍ଷାରେ ନିୟୋଜିତ ପ୍ରତ୍ୟେକ ବୀର ବ୍ୟକ୍ତିଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।ଦେଶ ଉଦ୍ଦେଶ୍ୟରେ ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି, ଆଇଏନଏସ ବାଘଶୀରକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ମୋଦୀ
January 15th, 10:30 am
ବୁଧବାର ଦିନ ଦେଶ ଉଦ୍ଦେଶ୍ୟରେ ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି ଓ ଆଇଏନଏସ ବାଘଶୀର ଯୁଦ୍ଧପୋତକୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁମ୍ବାଇର ନାଭାଲ ଡକୟାର୍ଡରେ ଏହି ଯୁଦ୍ଧପୋତ ସବୁ କାର୍ଯ୍ୟ।ରମ୍ଭ କରିଛନ୍ତି । ସମବେତ ଜନତାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୧୫ ଜାନୁୟାରୀକୁ ସାରା ଦେଶ ସେନା ଦିବସ ଭାବେ ପାଳନ କରୁଛି । ଦେଶ ପାଇଁ ପ୍ରାଣବଳି ଦେଇଥିବା ସମସ୍ତ ବୀର ସୈନିକଙ୍କୁ ସେ ଏହି ଅବସରରେ ସାଲ୍ୟୁଟ କରିଛନ୍ତି ।ନାଇଜେରିଆରେ ଭାରତୀୟ ଗୋଷ୍ଠୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 17th, 07:20 pm
ଆଜି ଆପଣ ଅବୁଜାରେ ଚମତ୍କାର କରି ଦେଇଛନ୍ତି । ଅବୁଜାରେ ଆମେ ଏକ ଚମତ୍କାର ସମୟ ବାନ୍ଧିଛୁ। ଆଉ ଏସବୁ ଦେଖି ମୁଁ ଗତକାଲି ସନ୍ଧ୍ୟାରୁ ଦେଖୁଛି ଯେ ମୁଁ ଅବୁଜାରେ ନୁହେଁ ବରଂ ଭାରତର ଏକ ସହରରେ ଉପସ୍ଥିତ ଅଛି । ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଲାଗୋସ୍, କାନୋ, କାଡୁନା ଏବଂ ପୋର୍ଟ ହାରର୍କୋର୍ଟରୁ, ଏମିତି ଭିନ୍ନ ଭିନ୍ନ ଅଞ୍ଚଳରୁ ଅବୁଜାରେ ପହଞ୍ଚିଛନ୍ତି ଏବଂ ଆପଣଙ୍କ ମୁହଁରେ ଏହି ଚମକ, ଆପଣଙ୍କର ଏହି ଉତ୍ସାହ ଯେତିକି ଆପଣ ଏଠାକୁ ଆସିବାକୁ ଆଗ୍ରହୀ ଥିଲେ, ମୁଁ ମଧ୍ୟ ଆପଣମାନଙ୍କୁ ଭେଟିବାକୁ ଅପେକ୍ଷା କରିଥିଲି । ଆପଣମାନଙ୍କର ଭଲ ପାଇବା, ଏହି ସ୍ନେହ ମୋ ପାଇଁ ଏକ ବଡ଼ ସମ୍ପତ୍ତି । ଆପଣଙ୍କ ମଧ୍ୟକୁ ଆସିବା, ଆପଣଙ୍କ ଭିତରେ ଆସୁଛି, ତୁମ ସହିତ ସମୟ ବିତାଇବା ଏବଂ ଏହି ମୁହୂର୍ତ୍ତଗୁଡ଼ିକ ମୋ ସହିତ ସାରା ଜୀବନ ରହିବ।ନାଇଜେରିଆରେ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ
November 17th, 07:15 pm
ନାଇଜେରିଆର ଅବୁଜାରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମାନାର୍ଥେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସେ ଉଦବୋଧନ ଦେଇଛନ୍ତି । ଭାରତୀୟ ସମୁଦାୟଙ୍କ ପକ୍ଷରୁ ତାଙ୍କୁ ଦିଆଯାଇଥିବା ଉତ୍ସାହଭରା ସମ୍ବର୍ଦ୍ଧନାରେ ପ୍ରଧାନମନ୍ତ୍ରୀ ଖୁସି ଜାହିର କରିଛନ୍ତି । ସେ କହିଛନ୍ତି ପ୍ରବାସୀଙ୍କ ପକ୍ଷରୁ ଦିଆଯାଇଥିବା ଭଲପାଇବା ଓ ବନ୍ଧୁତ୍ୱ ତାଙ୍କ ପାଇଁ ବଡ଼ ପୁଞ୍ଜି ।ଅଯୋଧ୍ୟାରେ ଶ୍ରୀରାମଲାଲାଙ୍କ ପ୍ରାଣ-ପ୍ରତିଷ୍ଠା ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 22nd, 05:12 pm
ଶ୍ରଦ୍ଧେୟ ମଞ୍ଚ, ସମସ୍ତ ସାଧୁ ସନ୍ଥ, ଏଠାରେ ଉପସ୍ଥିତ ଥିବା ଏବଂ ପୃଥିବୀର କୋଣ ଅନୁକୋଣରେ ଆମ ସମସ୍ତଙ୍କ ସହ ଯୋଡ଼ି ହୋଇ ରହିଥିବା ସମସ୍ତ ରାମ ଭକ୍ତ, ଆପଣ ସମସ୍ତଙ୍କୁ ନମସ୍କାର, ସମସ୍ତଙ୍କୁ ରାମ-ରାମ ।ଅଯୋଧ୍ୟାରେ ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
January 22nd, 01:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟା ଠାରେ ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଇଥିଲେ । ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ ଯୋଗଦାନ କରିଥିବା ଶ୍ରମଜୀବୀ ମାନଙ୍କ ସହ ଶ୍ରୀ ମୋଦୀ ବାର୍ତ୍ତାଳାପ କରିଥିଲେ ।କେରଳର କୋଚିରେ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 17th, 12:12 pm
କିଛି ଦିନ ତଳେ ଅଯୋଧ୍ୟାରେ ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ ସମୟରେ ମୁଁ ନାଲାମ୍ବାଲମ୍ ବିଷୟରେ କହିଥିଲି - କେରଳରେ ଅବସ୍ଥିତ ରାମାୟଣ ସହ ଜଡିତ ଚାରିଟି ପବିତ୍ର ମନ୍ଦିର । କେରଳ ବାହାରେ ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ଏହି ମନ୍ଦିରଗୁଡିକ ରାଜା ଦଶରଥଙ୍କ ଚାରି ପୁତ୍ରଙ୍କ ସହିତ ଜଡିତ । ଏହା ବାସ୍ତବରେ ସୌଭାଗ୍ୟର ବିଷୟ ଯେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାହେବାର କିଛି ଦିନ ପୂର୍ବରୁ ମୁଁ ତ୍ରିପ୍ରାୟରର ଶ୍ରୀରାମସ୍ୱାମୀ ମନ୍ଦିର ଦର୍ଶନ କରିବାର ସୌଭାଗ୍ୟ ପାଇଛି । ମହାନ କବି ଏଚ୍ଛତଚନଙ୍କ ଦ୍ୱାରା ରଚିତ ମାଲାୟାଲମ ରାମାୟଣର ଶବ୍ଦ ଶୁଣିଲେ ଆନନ୍ଦ ମିଳିଥାଏ । ଏହାବ୍ୟତୀତ କେରଳର ଅନେକ ପ୍ରତିଭାବାନ କଳାକାରଙ୍କ ଆକର୍ଷଣୀୟ ପରିବେଷଣ ଏକ ସ୍ଥାୟୀ ଛାପ ଛାଡ଼ିଛି। କେରଳର ଲୋକମାନେ କଳା, ସଂସ୍କୃତି ଏବଂ ଆଧ୍ୟାତ୍ମିକତାର ବାତାବରଣ ସୃଷ୍ଟି କରିଛନ୍ତି, ଯାହା ଆମକୁ ଅବଧପୁରୀକଥା ମନେ ପକାଇଦେଉଥିବା ପରିବେଶ ସୃଷ୍ଟି କରିଛି, ଯେମିତି ପୂରା କେରଳ ଅବଧପୁରୀ।ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ
January 17th, 12:11 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୭.୦୧.୨୦୨୪) କେରଳର କୋଚିରେ ଚାରିହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର ତିନିଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟସ କରିଛନ୍ତି । ଉଦ୍ଘାଟିତ ପ୍ରକଳ୍ପଗୁଡିକ ମଧ୍ୟରେ କୋଚି ବନ୍ଦର(ସି.ଏସ.ଏଲ.)ରେ ନୂତନ ଶୁଷ୍କ ପୋତାଶ୍ରୟ (ଏନ୍ଡିଡି) ସିଏସଏଲରେ ଆନ୍ତର୍ଜାତିକ ଜାହାଜ ମରାମତି ସୁବିଧା (ଆଏସଆରଏଫ) ଓ କୋଚିର ପୃଥୁଭାୟପେନରେ ଭାରତୀୟ ତୈଳ ନିଗମର ଏଲପିଜି ଆମଦାନୀ ଟର୍ମିନାଲ । ଭାରତୀୟ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ କ୍ଷେତ୍ରରେ ଅବସ୍ଥାନ୍ତର ଆଣି ଏଥିରେ ସାମର୍ଥ୍ୟ ଓ ଆତ୍ମନିର୍ଭରତା ଆଣିବା ନେଇ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ପରିପ୍ରେକ୍ଷୀରେ ଏହି ପ୍ରମୁଖ ପ୍ରକଳ୍ପ ଗୁଡିକ ନିର୍ମିତ ହୋଇଛି ।ମହାରାଷ୍ଟ୍ରର ନାସିକରେ ୨୭ତମ ଜାତୀୟ ଯୁବ ମହୋତ୍ସବର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 12th, 01:15 pm
ମହାରାଷ୍ଟ୍ରର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଅନୁରାଗ ଠାକୁର, ଭାରତୀ ପାୱାର, ନିସିଥ ପ୍ରାମାଣିକ, ମହାରାଷ୍ଟ୍ରର ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ, ଅଜିତ ପାୱାରଜୀ, ସରକାରଙ୍କ ଅନ୍ୟ ମନ୍ତ୍ରୀ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମୋର ଯୁବ ବନ୍ଧୁମାନେ,ମହାରାଷ୍ଟ୍ରର ନାସିକରେ ୨୭ତମ ଜାତୀୟ ଯୁବ ମହୋତ୍ସବର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
January 12th, 12:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ନାସିକଠାରେ ୨୭ତମ ଜାତୀୟ ଯୁବ ମହୋତ୍ସବକୁ ଉଦଘାଟନ କରିଛନ୍ତି । ସ୍ୱାମୀ ବିବେକାନନ୍ଦ ଓ ରାଜମାତା ଜୀଜାଉଙ୍କ ପ୍ରତିମୂର୍ତ୍ତିରେ ଶ୍ରୀ ମୋଦୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିସହିତ ରାଜ୍ୟ ଦଳର ଶୋଭାଯାତ୍ରା ଓ 'ବିକଶିତ ଭାରତ @ ୨୦୪୭- ୟୁବା କେ ଲିଏ, ୟୁବା କେ ଦ୍ୱାରା' ଶୀର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମରେ ରିଦମିକ୍ ଜିମ୍ନାଷ୍ଟିକ୍ସ, ମଲ୍ଲଖମ୍ବ, ଯୋଗାସନ ଓ ଜାତୀୟ ଯୁବ ମହୋତ୍ସବ ଗୀତ ସାମିଲ ଥିଲା।ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ନୌସେନା ଦିବସ 2023 ପଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 04th, 04:35 pm
ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ରମେଶ ମହୋଦୟ, ମୁଖ୍ୟମନ୍ତ୍ରୀ ଏକନାଥ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ରାଜନାଥ ସିଂହ ମହାଶୟ, ନାରାୟଣ ରାଣେ ମହାଶୟ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଣବୀସ ମହାଶୟ, ଅଜିତ ପୱାର ମହାଶୟ, ସିଡିଏସ ଜେନରାଲ ଅନୀଲ ଚୌହାନ ମହାଶୟ, ନୌସେନା ପ୍ରମୁଖ ଆଡମିରାଲ ଆର. ହରିକୁମାର, ନୌସେନାର ସମସ୍ତ ସାଥୀ, ଏବଂ ମୋର ସମସ୍ତ ପରିବାରଜନ!ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଠାରେ ପ୍ରଧାନମନ୍ତ୍ରୀଙ୍କ ନୌସେନା ଦିବସ ୨୦୨୩ କାର୍ଯ୍ୟକ୍ରମରେ ଯୋଗଦାନ
December 04th, 04:30 pm
ସିନ୍ଧୁଦୁର୍ଗରେ ନୌସେନା ଦିବସ ୨୦୨୩ ପାଳନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ସେ ମଧ୍ୟ ଭାରତୀୟ ନୌସେନାର ଜାହାଜ, ବୁଡ଼ାଜାହାଜ ଓ ସଶସ୍ତ୍ର ବଳର ପରୀକ୍ଷାମୂଳ ଯୁଦ୍ଧ କୌଶଳ ସିନ୍ଧୁଦୁର୍ଗର ତାରକାର୍ଲିର୍ ବେଳାଭୂମିରୁ ଅବଲୋକନ କରିବା ସହ ଗାର୍ଡ ଅଫ୍ ଅନରର ନିରୀକ୍ଷଣ କରିଥିଲେ ।