The commissioning of INS Agray, INS Dunagiri and INS Sanshodhak is a reflection of India's increasing self-reliance: PM Modi in Kolkata

June 21st, 12:51 pm

PM Modi has commissioned three indigenously designed and built naval ships - INS Dunagiri, INS Sanshodhak and INS Agray in Kolkata, West Bengal. Speaking on the occasion, he said the event represented an important milestone in the journey towards an Aatmanirbhar Bharat, adding that around 40 indigenously built warships and submarines have been inducted into the Indian Navy over the past few years.

PM Modi commissions three indigenously designed and built naval ships – INS Dunagiri, INS Sanshodhak and INS Agray

June 21st, 12:50 pm

PM Modi has commissioned three indigenously designed and built naval ships - INS Dunagiri, INS Sanshodhak and INS Agray in Kolkata, West Bengal. Speaking on the occasion, he said the event represented an important milestone in the journey towards an Aatmanirbhar Bharat, adding that around 40 indigenously built warships and submarines have been inducted into the Indian Navy over the past few years.

ମୁମ୍ବାଇଠାରେ ଭାରତୀୟ ସମ୍ବାଦପତ୍ର ସୋସାଇଟି ଟାୱାରଠାରେ ପ୍ରଧାନମନ୍ତ୍ରୀଙ୍କ ପ୍ରଦତ୍ତ ଅଭିଭାଷଣ

July 13th, 09:33 pm

ସର୍ବ ପ୍ରଥମେ ମୁଁ ଇଣ୍ଡିଆନ୍ ନ୍ୟୁଜ୍‌ପେପର ସୋସାଇଟିର ସମସ୍ତ ସଦସ୍ୟମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜ୍ଞାପନ କରୁଛି । ଆଜି ଆପଣମାନଙ୍କୁ ସମସ୍ତଙ୍କୁ ମୁମ୍ବାଇରେ ଏକ ବିଶାଳ ଏବଂ ଆଧୁନିକ ଭବନ ପ୍ରାପ୍ତ ହୋଇଛି । ମୁଁ ଆଶା କରୁଛି ଯେ ଏହି ନୂତନ ଭବନ ଆପଣମାନଙ୍କ କାମକାର୍ଯ୍ୟକୁ ବିସ୍ତାରିତ କରିବାରେ ସହାୟକ ହେବ । ଆପଣମାନଙ୍କର ଇଜ୍ ଅଫ୍ ୱାର୍କିଂ ବଢ଼ିବ । ଏହା ଫଳରେ ଆମର ଲୋକତନ୍ତ୍ରକୁ ବଳ ପ୍ରାପ୍ତ ହେବ । ଇଣ୍ଡିଆନ ନ୍ୟୁଜ୍‌ପେପର ସୋସାଇଟି ତ ସ୍ୱାଧୀନତା ପୂର୍ବରୁ ଏହାର ଅସ୍ତିତ୍ୱ ଜାହିର କରିଥିବା ସଂସ୍ଥାମାନଙ୍କ ମଧ୍ୟରୁ ଅନ୍ୟତମ । ଏବଂ ସେଥିପାଇଁ ଆପଣମାନେ ସଭିଏଁ ଦେଶର ଏହି ଯାତ୍ରାର ପ୍ରତ୍ୟେକ ଉତ୍ତରଣ- ଅବରୋହଣକୁ ଅତି ନିକଟରୁ ଲକ୍ଷ୍ୟ କରିଛନ୍ତି । ସେହି ସମୟ ସହିତ ଆପଣମାନେ ଜୀବନ ବଞ୍ôଚଛନ୍ତି ଏବଂ ଆଜିର ଜନସାଧାରଣଙ୍କୁ ମଧ୍ୟ ଏକଥା ସୂଚୀତ କରିଛନ୍ତି । ସେଥିପାଇଁ ଏକ ସଂଗଠନ ଭାବରେ ଆପଣମାନଙ୍କ କାମ ଯେତିକି ପ୍ରଭାବୀ ହେବ, ଦେଶକୁ ଏହାର ସେତିକି ସୁଫଳ ପ୍ରାପ୍ତ ହେବ ।

ମହାରାଷ୍ଟ୍ରର ମୁମ୍ବାଇରେ ଇଣ୍ଡିଆନ୍ ନ୍ୟୁଜ୍ ପେପର ସୋସାଇଟି (ଆଇଏନ୍ଏସ୍) ଟାୱାର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

July 13th, 07:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସର ଜି-ବ୍ଲକରେ ଇଣ୍ଡିଆନ୍ ନ୍ୟୁଜ୍ ପେପର ସୋସାଇଟି (ଆଇଏନଏସ) ସେକ୍ରେଟାରିଏଟ୍ ପରିଦର୍ଶନ କରିବା ଅବସରରେ ଆଇଏନଏସ ଟାୱାରକୁ ଉଦଘାଟନ କରିଛନ୍ତି । ଏହି ନୂତନ କୋଠା ମୁମ୍ବାଇରେ ଏକ ଆଧୁନିକ ଏବଂ ଦକ୍ଷ କାର୍ଯ୍ୟାଳୟ ସ୍ଥାନ ପାଇଁ ଆଇଏନଏସର ସଦସ୍ୟମାନଙ୍କର ବିକଶିତ ଆବଶ୍ୟକତାକୁ ପୂରଣ କରିବ ଏବଂ ମୁମ୍ବାଇର ଖବରକାଗଜ ଶିଳ୍ପ ପାଇଁ ପ୍ରମୁଖ କେନ୍ଦ୍ର ଭାବରେ କାର୍ଯ୍ୟ କରିବ।

ଜୁଲାଇ ୧୩ରେ ମୁମ୍ବାଇ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

July 12th, 05:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୩, ୨୦୨୪ରେ ମହାରାଷ୍ଟ୍ରର ମୁମ୍ବାଇ ଗସ୍ତ କରିବେ । ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ଗୋରେଗାଓଁସ୍ଥିତ ନେସ୍କୋ ପ୍ରଦର୍ଶନୀ କେନ୍ଦ୍ରରେ ପହଞ୍ଚିବେ, ଯେଉଁଠାରେ ସେ ୨୯,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ, ରେଳବାଇ ଏବଂ ବନ୍ଦର କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ ତଥା ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ଶିଳାନ୍ୟାସ କରିବେ । ଏହା ପରେ ସନ୍ଧ୍ୟା ପ୍ରାୟ ୭ଟାରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସର ଜି - ବ୍ଲକରେ ଥିବା ଭାରତୀୟ ଖବରକାଗଜ ସୋସାଇଟି (ଆଇଏନ୍‌ଏସ୍‌) ସଚିବାଳୟକୁ ଯାଇ ଆଇଏନ୍‌ଏସ୍ ଟାୱାରର ଉଦଘାଟନ କରିବେ ।