ହିନ୍ଦୁସ୍ଥାନ ଟାଇମ୍ସ ନେତୃତ୍ୱ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
December 06th, 08:14 pm
ହିନ୍ଦୁସ୍ଥାନ ଟାଇମ୍ସର ଏହି ନେତୃତ୍ୱ ସମ୍ମିଳନୀରେ ଦେଶ ବିଦେଶରୁ ବହୁ ମାନ୍ୟ ଗଣ୍ୟ ଅତିଥି ଯୋଗ ଦେଇଛନ୍ତି । ଆୟୋଜକ ତଥା ନିଜ ମତ ରଖିଥିବା ସମସ୍ତ ମହାନୁଭବଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଏବେ ଶୋଭନାଜୀ ଦୁଇଟି କଥା କହିଲେ ଯାହା ମୁଁ ଅନୁଧ୍ୟାନ କରିଛି । ଗୋଟିଏ ହେଲା, ଗତଥର ମୋଦୀ ଆସିଥିଲେ ଓ ଏହି ପ୍ରସ୍ତାବ ଦେଇଥିଲେ । ଏହି ଦେଶରେ ମିଡିଆ ହାଉସକୁ କେହି କିଛି କାମ କହିବାକୁ ସାହାସ କରନ୍ତିନି । କିନ୍ତୁ ମୁଁ କରିଲି । ମୋ ପାଇଁ ଏହା ଏକ ଶୁଭ ଖବର ଯେ, ଶୋଭନାଜୀ ଓ ତାଙ୍କ ଟିମ ଅତି ଆଗ୍ରହର ସହ ଏହି କାମ ସମ୍ପନ୍ନ କରିଛନ୍ତି । ମୁଁ ପ୍ରଦର୍ଶନୀ ଦେଖି ଆସିବା ପରେ ସମସ୍ତେ ଏହା ଦେଖିବା ଲାଗି ମୁଁ ଅନୁରୋଧ କରିବି । ଫଟୋଗ୍ରାଫର ବନ୍ଧୁମାନେ ସ୍ମୃତି ସବୁକୁ ଏମିତି ଜାବୁଡି ଧରି ରଖିପାରିଛନ୍ତି ଯେ ସେହି ମୁହୂର୍ତ ସବୁ ଅମରତ୍ୱ ଲାଭ କରିପାରିଛି । ଦେଶ ମାତୃକାର ସେବା ଆଗକୁ ଏମିତି ଜାରି ରଖିବା ନେଇ ହିନ୍ଦୁସ୍ଥାନ ଟାଇମ୍ସ କହିବା ପରେ ମୁଁ ବିଶେଷ ଭାବରେ ଏନେଇ ଧନ୍ୟବାଦ ଜଣାଉଛି ।ନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ 2025ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ
December 06th, 08:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ 2025ରେ ଉଦବୋଧନ ଦେଇଛନ୍ତି । ସମ୍ମିଳନୀରେ ଭାରତ ଏବଂ ବିଦେଶରୁ ଅନେକ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିକୁ ସେ ସ୍ୱାଗତ କରିବା ସହିତ ଆୟୋଜକ ଏବଂ ନିଜର ମତାମତ ବାଣ୍ଟିଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ମୋଦୀ କହିଥିଲେ, ଶୋଭନା ଜୀ ଦୁଇଟି ବିନ୍ଦୁ ଉଲ୍ଲେଖ କରିଥିଲେ ଯାହାକୁ ସେ ଭଲଭାବେ ହୃଦୟଙ୍ଗମ କରିଛନ୍ତି। ପ୍ରଥମଟି ଥିଲା ତାଙ୍କର ପୂର୍ବ ଗସ୍ତର ଉଲ୍ଲେଖ, ଯେତେବେଳେ ସେ ଏକ ପରାମର୍ଶ ଦେଇଥିଲେ, ଯାହା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସହିତ ବହୁତ କମ୍ କରାଯାଇଥାଏ, କିନ୍ତୁ ସେ ତାହା କରିଥିଲେ। ଶୋଭନା ଜୀ ଏବଂ ତାଙ୍କ ଦଳ ଏହାକୁ ଉତ୍ସାହର ସହିତ କାର୍ଯ୍ୟକାରୀ କରିଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ପ୍ରଦର୍ଶନୀ ପରିଦର୍ଶନ କରିବା ସମୟରେ ସେ ଦେଖିଥିଲେ ଯେ ଫଟୋଗ୍ରାଫରମାନେ ଏପରି ମୁହୂର୍ତ୍ତଗୁଡ଼ିକୁ କ୍ୟାମେରାରେ କଏଦ କରିଛନ୍ତି ଯାହା ଅମର ହୋଇଯାଇଛି । ସମସ୍ତଙ୍କୁ ଏହା ଦେଖିବାକୁ ସେ ଅନୁରୋଧ କରିଥିଲେ। ଶୋଭନା ଜୀଙ୍କ ଦ୍ୱିତୀୟ ବିନ୍ଦୁ ଉପରେ ପ୍ରଧାନମନ୍ତ୍ରୀ ମତ ରଖିଥିଲେ। ସେ କହିଥିଲେ, ଦେଶର ସେବା କରିବା କେବଳ ତାଙ୍କର ଇଚ୍ଛା ନୁହେଁ ବରଂ ହିନ୍ଦୁସ୍ତାନ ଟାଇମ୍ସ ମଧ୍ୟ ଚାହୁଁଛି ଯେ ସେ ଏହି ସେବା କରିବା ଜାରି ରଖିବା ଆବଶ୍ୟକ। ଏଥିପାଇଁ ପ୍ରଧାନମନ୍ତ୍ରୀ ବିଶେଷ ଭାବେ କୃତଜ୍ଞତା ପ୍ରକଟ କରିଥିଲେ।ସ୍କାଇରୁଟର ଇନଫିନିଟି କ୍ୟାମ୍ପସର ଉଦଘାଟନ ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 27th, 11:01 am
କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀ ଜି. କିଶନ ରେଡ୍ଡୀ ଜୀ, ଆନ୍ଧ୍ର ପ୍ରଦେଶର ଶିଳ୍ପ ମନ୍ତ୍ରୀ ଶ୍ରୀ ଟି. ଜି. ଭରତ ଜୀ, ଇନ୍-ସ୍ପେସ୍ ର ଅଧ୍ୟକ୍ଷ ଶ୍ରୀ ପବନ ଗୋଏଙ୍କା ଜୀ, ସ୍କାଇରୁଟର ଟିମ୍, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ସଜ୍ଜନଗଣ!ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
November 27th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ତେଲଙ୍ଗାନାର ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଦେଶର ମହାକାଶ କ୍ଷେତ୍ରରେ ଅଭୂତପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ଭାରତର ମହାକାଶ ଇକୋସିଷ୍ଟମ ଘରୋଇ କ୍ଷେତ୍ରର ସମ୍ପୃକ୍ତି ସହ ଉଲ୍ଲେଖନୀୟ ପ୍ରଗତି ହାସଲ କରୁଛି। ସ୍କାଏରୁଟର ଇନଫିନିଟି କ୍ୟାମ୍ପସ ଭାରତର ନୂତନ ଚିନ୍ତାଧାରା, ନବସୃଜନ ଓ ଯୁବଶକ୍ତିକୁ ପ୍ରତିଫଳିତ କରେ ଏବଂ ଦେଶର ଯୁବପିଢ଼ିଙ୍କ ନବସୃଜନ, ବିପଦ ଗ୍ରହଣ କ୍ଷମତା ଓ ଉଦ୍ୟମିତା ନୂତନ ଉଚ୍ଚତାରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ଆଜିର କାର୍ଯ୍ୟକ୍ରମ ଆଗାମୀ ସମୟରେ ବିଶ୍ୱ ଉପଗ୍ରହ ପ୍ରକ୍ଷେପଣ ଇକୋସିଷ୍ଟମରେ ଭାରତ କିପରି ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଉଭା ହେବାକୁ ଯାଉଛି ତାହାର ପ୍ରତିଫଳନ। ପ୍ରଧାନମନ୍ତ୍ରୀ ଶ୍ରୀ ପବନ କୁମାର ଚନ୍ଦନା ଏବଂ ଶ୍ରୀ ନାଗା ଭରତ ଡାକାଙ୍କୁ ଶୁଭକାମନା ଜଣାଇଥିଲେ। ସେ କହିଥିଲେ ଯେ ଏହି ଦୁଇ ଯୁବ ଉଦ୍ୟୋଗୀ ଦେଶର ଅଗଣିତ ଯୁବ ମହାକାଶ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା। ଉଭୟ ନିଜ ଉପରେ ବିଶ୍ୱାସ କରିଥିଲେ, ସାହସିକ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେଇ ନଥିଲେ, ଏବଂ ଫଳସ୍ୱରୂପ ସମଗ୍ର ଦେଶ ଆଜି ସେମାନଙ୍କର ସଫଳତା ଦେଖୁଛି, ଦେଶ ସେମାନଙ୍କୁ ନେଇ ଗର୍ବିତ ଅନୁଭବ କରୁଛି ବୋଲି ସେ କହିଥିଲେ।Mahagathbandhan is a bundle of lies: PM Modi in Arrah, Bihar
November 02nd, 02:00 pm
Massive crowd attended PM Modi’s public rally in Arrah, Bihar, today. Addressing the gathering, the PM said that when he sees the enthusiasm of the people, the resolve for a Viksit Bihar becomes even stronger. He emphasized that a Viksit Bihar is the foundation of a Viksit Bharat and explained that by a Viksit Bihar, he envisions strong industrial growth in the state and employment opportunities for the youth within Bihar itself.PM Modi addresses large public gatherings in Arrah and Nawada, Bihar
November 02nd, 01:45 pm
Massive crowd attended PM Modi’s rallies in Arrah and Nawada, Bihar, today. Addressing the gathering in Arrah, the PM said that when he sees the enthusiasm of the people, the resolve for a Viksit Bihar becomes even stronger. He emphasized that a Viksit Bihar is the foundation of a Viksit Bharat and explained that by a Viksit Bihar, he envisions strong industrial growth in the state and employment opportunities for the youth within Bihar itself.ନଭେମ୍ବର ୩ରେ ଉଦୀୟମାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନବାଚାର ସମ୍ମିଳନୀ ୨୦୨୫ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
November 02nd, 09:29 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ନଭେମ୍ବର ସକାଳ ପ୍ରାୟ ୯:୩୦ ସମୟରେ ନୂଆଦିଲ୍ଲୀର ଭାରତ ମଣ୍ଡପରେ ଉଦୀୟମାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନବାଚାର ସମ୍ମିଳନୀ (ଇଏସ୍ଟିଆଇସି) ୨୦୨୫ର ଉଦ୍ଘାଟନ କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।ନଭେମ୍ବର ୧ ରେ ଛତିଶଗଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
October 31st, 12:02 pm
ସକାଳ ପ୍ରାୟ ୧୦ ଟା ସମୟରେ ‘ଦିଲ୍ କି ବାତ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ, ସେ ନବ ରାୟପୁର ଅଟଳ ନଗରର ଶ୍ରୀ ସତ୍ୟ ସାଇ ସଞ୍ଜିବନୀ ହସ୍ପିଟାଲରେ ‘ଜୀବନ ଉପହାର’ ସମାରୋହରେ ଜନ୍ମଗତ ହୃଦରୋଗର ସଫଳତାର ସହ ଚିକିତ୍ସିତ ହୋଇଥିବା ୨୫୦୦ ପିଲାମାନଙ୍କ ସହିତ ଆଲୋଚନା କରିବେ ।NDA freed Bihar from Naxalism and Maoist terror — now you can live and vote fearlessly: PM Modi in Begusarai
October 24th, 12:09 pm
Addressing a massive public rally in Begusarai, PM Modi stated, On one side, there is the NDA, an alliance with mature leadership, and on the other, there is the 'Maha Lathbandhan'. He highlighted that nearly 90% of purchases in the country are of Swadeshi products, benefiting small businesses. The PM remarked that the NDA has freed Bihar from Naxalism and Maoist terror, and that every vote of the people of Bihar will help build a peaceful, prosperous state.We’re connecting Bihar’s heritage with employment, creating new opportunities for youth: PM Modi in Samastipur
October 24th, 12:04 pm
Ahead of the Bihar Assembly elections, PM Modi kickstarted the NDA’s campaign by addressing a grand public meeting in Samastipur, Bihar. He said, “The trumpet of the grand festival of democracy has sounded. The entire Bihar is saying, ‘Phir Ek Baar NDA Sarkar!’” Remembering Bharat Ratna Jan Nayak Karpoori Thakur ji, the PM said, “It is only due to his blessings that people like us, who come from humble and backward families, are able to stand on this stage today.”PM Modi addresses enthusiastic crowds in Bihar’s Samastipur and Begusarai
October 24th, 12:00 pm
Ahead of the Bihar Assembly elections, PM Modi kickstarted the NDA’s campaign by addressing massive gatherings in Samastipur and Begusarai, Bihar. He said, “The trumpet of the grand festival of democracy has sounded. The entire Bihar is saying, ‘Phir Ek Baar NDA Sarkar!’” Remembering Bharat Ratna Jan Nayak Karpoori Thakur ji, the PM remarked, “It is only due to his blessings that people like us, who come from humble and backward families, are able to stand on this stage today.”ଆନ୍ଧ୍ର ପ୍ରଦେଶ କୁର୍ଣ୍ଣୁଲରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 16th, 03:00 pm
ଆନ୍ଧ୍ର ପ୍ରଦେଶର ମହାମହିମ ରାଜ୍ୟପାଳ ଏସ. ଅବଦୁଲ ନଜିରଜୀ, ଲୋକପ୍ରିୟ ଓ କର୍ମଠ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କେନ୍ଦ୍ରମନ୍ତ୍ରୀ କେ. ରାମମୋହନ ନାଇଡୁଜୀ, ଚନ୍ଦ୍ରଶେଖର ପ୍ରେମାସାନିଜୀ, ଭୂପତିରାଜୁ ଶ୍ରୀନିବାସ ବର୍ମାଜୀ, ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଜୀ, ରାଜ୍ୟ ମନ୍ତ୍ରିମଣ୍ଡଳର ମନ୍ତ୍ରୀ ନାରା ଲୋକେଶଜୀ, ସମସ୍ତ ମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ପି.ଭି.ଏନ ମାଧବଜୀ, ସମସ୍ତ ସାଂସଦ, ବିଧାୟକଗଣ ଓ ଏଠାରେ ଆମକୁ ଆଶୀର୍ବାଦ କରିବାକୁ ଆସିଥିବା ମୋର ସମସ୍ତ ପ୍ରିୟ ଭାଇ ଓ ଉଭଣୀମାନେ ।ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲରେ 13,430 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 16th, 02:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲଠାରେ ପ୍ରାୟ 13,430 କୋଟି ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଅହୋବିଲମର ଭଗବାନ ନରସିଂହ ସ୍ୱାମୀ ଏବଂ ମହାନନ୍ଦିର ଶ୍ରୀ ମହାନନ୍ଦିଶ୍ୱର ସ୍ୱାମୀଙ୍କୁ ପ୍ରଣାମ କରିଥିଲେ। ସେ ସମସ୍ତଙ୍କ ମଙ୍ଗଳ ପାଇଁ ମନ୍ତ୍ରାଳୟମର ଗୁରୁ ଶ୍ରୀ ରାଘବେନ୍ଦ୍ର ସ୍ୱାମୀଙ୍କଠାରୁ ଆଶୀର୍ବାଦ ମଧ୍ୟ ଲୋଡ଼ିଥିଲେ।ଦିଲ୍ଲୀ ଯଶୋଭୂମି ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 08th, 10:15 am
ମୋ କ୍ୟାବିନେଟ ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆଜୀ, ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର ପ୍ରେମାସାନିଜୀ, ବିଭିନ୍ନ ରାଜ୍ୟର ପ୍ରତିନିଧିଗଣ, ବିଦେଶାଗତ ଅତିଥି, ଟେଲିକମ ସେକ୍ଟର ସହ ଜଡିତ ସମସ୍ତ ମାନ୍ୟ ଗଣ୍ୟଗଣ, ବିଭିନ୍ନ କଲେଜରୁ ଆସିଥିବା ଯୁବ ବନ୍ଧୁଗଣ, ଭଦ୍ର ମହିଳା ଓ ଅନ୍ୟମାନେ ।‘ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୫’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 08th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି, ନୂଆଦିଲ୍ଲୀ ଯଶୋଭୂମିଠାରେ ଏସିଆର ସର୍ବବୃହତ ଟେଲିକମ୍, ଗଣମାଧ୍ୟମ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ’ (ଆଇଏମସି) ୨୦୨୫ର ୯ମ ସଂସ୍କରଣକୁ ଉଦଘାଟନ କରିଛନ୍ତି। ଇଣ୍ଡିଆ ମୋବାଇଲ୍ କଂଗ୍ରେସର ସ୍ୱତନ୍ତ୍ର ସଂସ୍କରଣରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଅନେକ ଷ୍ଟାର୍ଟଅପ୍ ଆର୍ଥିକ ଠକେଇ ନିବାରଣ, କ୍ୱାଣ୍ଟମ୍ ଯୋଗାଯୋଗ, ୬ଜି, ଅପ୍ଟିକାଲ୍ ଯୋଗାଯୋଗ ଏବଂ ସେମିକଣ୍ଡକ୍ଟର ସମେତ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଉପସ୍ଥାପନା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏପରି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଉପସ୍ଥାପନା ଦେଖିବା ଦ୍ୱାରା, ଭାରତର ପ୍ରଯୁକ୍ତିବିଦ୍ୟା ଭବିଷ୍ୟତ ସକ୍ଷମ ହାତରେ ଥିବା ତାଙ୍କ ବିଶ୍ୱାସ ଆହୁରି ଦୃଢ଼ ହୁଏ। ସେ ଏହି କାର୍ଯ୍ୟକ୍ରମ ଏବଂ ସମସ୍ତ ନୂତନ ପଦକ୍ଷେପ ପାଇଁ ଶୁଭକାମନା ଜଣାଇଥିଲେ।୮ ଅକ୍ଟୋବରରେ :ଇଣ୍ଡିଆ ମୋବାଇଲ କଂଗ୍ରେସ’ର ୯ମ ସଂସ୍କରଣକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
October 07th, 10:27 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ୮ ଅକ୍ଟୋବର ୨୦୨୫ ସକାଳ ପ୍ରାୟ ୯ଟା ୪୫ ମିନିଟ୍ ସମୟରେ ନୂଆଦିଲ୍ଲୀ ଯଶୋଭୂମିଠାରେ ଏସିଆର ସର୍ବବୃହତ ଟେଲିକମ୍, ମିଡିଆ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ୨୦୨୫’ର ୯ମ ସଂସ୍କରଣକୁ ଉଦଘାଟନ କରିବେ।ଝାରସୁଗୁଡାରେ ବିକାଶ ମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 27th, 11:45 am
ଏଠାକାର କିଛି ଯୁବ ବନ୍ଧୁ ଅନେକ କଳାକୃତି ସାଥିରେ ନେଇ ଆସିଛନ୍ତି। ଓଡ଼ିଶାବାସୀଙ୍କ କଳା ପ୍ରତି ଥିବା ଅନୁରାଗ ବିଶ୍ୱ ପ୍ରସିଦ୍ଧ। ମୁଁ ଆପଣ ସମସ୍ତଙ୍କଠାରୁ ଏହି ଉପହାର ଗ୍ରହଣ କରୁଛି ଏବଂ ମୋର ଏସ୍ପିଜି ସହକର୍ମୀମାନଙ୍କୁ ଅନୁରୋଧ କରୁଛି ଯେ, ସେମାନେ ସେଗୁଡ଼ିକୁ ଆପଣଙ୍କଠାରୁ ସଂଗ୍ରହ କରିନିଅନ୍ତୁ। ଯଦି ଆପଣମାନେ ପଛରେ ଆପଣଙ୍କର ନାମ ଏବଂ ଠିକଣା ଲେଖିଥିବେ, ତେବେ ଆପଣ ନିଶ୍ଚିତ ଭାବରେ ମୋଠାରୁ ଏକ ଚିଠି ପାଇବେ। ସେଠାରେ, ପଛରେ ମଧ୍ୟ ଏକ ପିଲା କିଛି ଧରି ଠିଆ ହୋଇଛି; ତାଙ୍କ ହାତ ଯନ୍ତ୍ରଣା କରୁଥିବ। ସେ ବହୁ ସମୟ ହେଲା ଏହାକୁ ଧରି ଠିଆ ହୋଇଛି। ଦୟାକରି ତାହା ମଧ୍ୟ ସଂଗ୍ରହ କରିନିଅନ୍ତୁ, ଭାଇ। ଦୟାକରି ତାଙ୍କୁ ସାହାଯ୍ୟ କରନ୍ତୁ। ଯଦି ଆପଣ ପଛରେ ଆପଣଙ୍କର ନାମ ଲେଖିଛନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ଆପଣଙ୍କୁ ଚିଠି ଲେଖିବି। ଆପଣ ଆତ୍ମୀୟତାର ସହିତ ଏହି କଳାକୃତି ସୃଷ୍ଟି କରିଥିବାରୁ ମୁଁ ସମସ୍ତ ଯୁବକ, ମହିଳା ଏବଂ ଛୋଟ ପିଲାମାନଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି।ଝାରସୁଗୁଡାଠାରେ 60,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
September 27th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଝାରସୁଗୁଡାଠାରେ 60,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରି ସେଠାରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ, ବର୍ତ୍ତମାନ ନବରାତ୍ରି ପର୍ବ ପାଳନ କରାଯାଉଛି । ଏହି ପବିତ୍ର ଦିନରେ ମା’ ସମଲେଇ ଏବଂ ମା’ ରାମଚଣ୍ଡୀଙ୍କ ପବିତ୍ର ଭୂମିକୁ ଆସିବା ଏବଂ ଆଜିର କାର୍ଯ୍ୟକ୍ରମରେ ସମବେତ ଲୋକମାନଙ୍କୁ ଭେଟିବାର ସୌଭାଗ୍ୟ ତାଙ୍କୁ ମିଳିଛି। ସେ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମା’ ଏବଂ ଭଉଣୀଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରି କହିଥିଲେ, ସେମାନଙ୍କର ଆଶୀର୍ବାଦ ହିଁ ଶକ୍ତିର ପ୍ରକୃତ ଉତ୍ସ। ଏହି ଅବସରରେ ସବୁ ଲୋକମାନଙ୍କୁ ସେ ପ୍ରଣାମ ଜଣାଇଥିଲେ।2277.397 କୋଟି ଟଙ୍କା ବ୍ୟୟବରାଦ ସହିତ ଡିଏସଆଇଆର ଯୋଜନା ‘‘କ୍ଷମତା ନିର୍ମାଣ ଏବଂ
September 24th, 05:38 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ପଞ୍ଚଦଶ ଅର୍ଥ ଆୟୋଗ 2021-22 ରୁ 2025-26 ଅବଧି ପାଇଁ 2,277,397 କୋଟି ଟଙ୍କାର ମୋଟ ବ୍ୟୟବରାଦ ସହିତ ‘‘କ୍ଷମତା ନିର୍ମାଣ ଏବଂ ମାନବ ସମ୍ବଳ ବିକାଶ’’ ଉପରେ ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ବିଭାଗ/ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ (ଡିଏସଆଇଆର/ସିଏସଆଇଆର) ଯୋଜନାକୁ ଅନୁମୋଦନ କରିଛି।ଦେଶରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପୁନଃଚକ୍ରଣକୁ ପ୍ରୋତ୍ସାହିତ କରିବା ପାଇଁ ୧୫୦୦ କୋଟି ଟଙ୍କାର ପ୍ରୋତ୍ସାହନ ଯୋଜନାକୁ ଅନୁମୋଦନ କଲା କ୍ୟାବିନେଟ
September 03rd, 07:16 pm
ଦେଶରେ ଦ୍ୱିତୀୟ ଉତ୍ସରୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ପୃଥକୀକରଣ ଏବଂ ଉତ୍ପାଦନ ପାଇଁ ପୁନଃଚକ୍ରଣ କ୍ଷମତା ବିକାଶ ଲାଗି ୧୫ଶହ କୋଟି ଟଙ୍କାର ପ୍ରୋତ୍ସାହନ ଯୋଜନାକୁ ଅନୁମୋଦନ କରିଛି।