ଆଇଏନଏସ ବିକ୍ରାନ୍ତରେ ସଶସ୍ତ୍ର ବାହିନୀ ସହିତ ଦୀପାବଳି ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 20th, 10:30 am
ଆଜି ଏକ ସୁନ୍ଦର ଦିନ, ଏହି ମୁହୂର୍ତ୍ତ ସ୍ମରଣୀୟ, ଏହି ଦୃଶ୍ୟ ଆଶ୍ଚର୍ଯ୍ୟଜନକ। ଆଜି ମୋର ଗୋଟିଏ ଦିଗରେ ଅଥଳ ସମୁଦ୍ରର ଜଳରାଶି ତ ଅନ୍ୟ ପଟେ ମା' ଭାରତୀର ବୀର ଯବାନମାନଙ୍କର ଅକଳନୀୟ ସାମର୍ଥ୍ୟ ରହିଛି । ଆଜି ମୋର ଗୋଟିଏ ପଟେ ଅନନ୍ତ କ୍ଷିତିଜ ବ୍ୟାପି ରହିଛି, ଅନନ୍ତ ଆକାଶ ରହିଛି, ତ ଅନ୍ୟ ପଟେ ଅନନ୍ତ ଶକ୍ତିକୁ ଧରି ରଖିଥିବା ଏହି ବିଶାଳ, ବିରାଟ ଆଇଏନଏସ ବିକ୍ରାନ୍ତ ରହିଛି । ସମୁଦ୍ରର ଜଳରାଶି ଉପରେ ସୂର୍ଯ୍ୟଙ୍କ କିରଣ ଏହି ଚମକ ଗୋଟିଏ ପଟେ ବୀର ଯବାନମାନଙ୍କ ଦ୍ୱାରା ଜଳା ଯାଇଥିବା ଦୀପାବଳିର ପ୍ରଦୀପମାଳା ରହିଛି । ଏହା ଆମର ଅଲୌକିକ ଦୀପମାଳାର ସମାହାର, ମୋର ସୌଭାଗ୍ୟ ଯେ ଏଥର ମୁଁ ନୌସେନାର ଆପଣମାନଙ୍କ ସମସ୍ତ ବୀର ଯବାନମାନଙ୍କ ଗହଣରେ ପବିତ୍ର ଦୀପାବଳି ପର୍ବ ପାଳନ କରୁଛି।ଆଇଏନଏସ ବିକ୍ରାନ୍ତରେ ଦେଶପ୍ରେମ ଓ ଆଲୋକର ଉତ୍ସବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ
October 20th, 10:00 am
ନୂଆଦିଲ୍ଲୀ,୨୧.୧୦.୨୦୨୫: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଇଏନଏସ ବିକ୍ରାନ୍ତରେ ଦୀପାବଳି ପାଳନ ସମୟରେ ସଶସ୍ତ୍ର ବାହିନୀର କର୍ମଚାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଆଜିର ଏହି ଦିନକୁ ଏକ ସୁନ୍ଦର ଦିନ, ସୁନ୍ଦର ମୁହୂର୍ତ୍ତ ଏବଂ ଚମତ୍କାର ଦୃଶ୍ୟ ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଛନ୍ତି, ଏକ ପାର୍ଶ୍ଵରେ ବିଶାଳ ସମୁଦ୍ର ଏବଂ ଅନ୍ୟପଟେ ଭାରତ ମାତାର ସାହସୀ ସୈନିକମାନଙ୍କର ଅପାର ଶକ୍ତି ରହିଛି। ସେହିପରି ଗୋଟିଏ ପାର୍ଶ୍ୱରେ ଅସୀମ ଦିଗନ୍ତ ଏବଂ ଅସୀମ ଆକାଶ ଥିବାବେଳେ, ଅନ୍ୟ ପାର୍ଶ୍ୱରେ ଆଇଏନଏସ ବିକ୍ରାନ୍ତର ବିଶାଳ ଶକ୍ତି ପ୍ରଦର୍ଶନ କରାଯାଉଛି, ଯାହା ଅସୀମ ଶକ୍ତିକୁ ମୂର୍ତ୍ତିମନ୍ତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମୁଦ୍ରରେ ସୂର୍ଯ୍ୟକିରଣର ଚମକ ଦୀପାବଳି ସମୟରେ ବୀର ସୈନିକମାନଙ୍କ ଦ୍ୱାରା ପ୍ରଜ୍ଜ୍ୱଳିତ ଦୀପ ସହିତ ସମାନ, ଯାହା ଆଲୋକର ଏକ ଦିବ୍ୟ ମାଳା ସୃଷ୍ଟି କରୁଛି। ଭାରତୀୟ ନୌସେନାର ସାହସୀ ସୈନିକଙ୍କ ମଧ୍ୟରେ ଏହି ଦୀପାବଳି ପାଳନ କରିବା ମୋର ସୌଭାଗ୍ୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି।‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୫’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ
September 24th, 06:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୫ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୧୫ ମିନିଟରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହେବାକୁ ଥିବା ‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୫’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଶ୍ରୀ ସନାତନ ଧର୍ମ ଆଲାୟମର ମହା କୁମ୍ଭ - ଅଭିଷେକ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 02nd, 02:45 pm
ହାରୋହରାର ମହାମହିମ ରାଷ୍ଟ୍ରପତି ପ୍ରବୋଓ, ମୁରୁଗାନ୍ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ପା ହାସିମ, ପରିଚାଳନା ଟ୍ରଷ୍ଟି ଡକ୍ଟର କୋବାଲନ, ତାମିଲନାଡୁ-ଇଣ୍ଡୋନେସିଆର ମାନ୍ୟଗଣ୍ୟ ବ୍ୟକ୍ତି, ପୁରୋହିତ ଏବଂ ଆଚାର୍ଯ୍ୟଗଣ, ଭାରତୀୟ ଡିଆପୋରାର ସଦସ୍ୟ, ଇଣ୍ଡୋନେସିଆ ଏବଂ ଅନ୍ୟ ଦେଶର ସମସ୍ତ ବନ୍ଧୁ,.ସମସ୍ତ କାରିଗର ଭାଇମାନେ ଯେଉଁମାନେ ଈଶ୍ୱରୀୟ ତଥା ଏହି ଦିବ୍ୟ ମନ୍ଦିରର ନିର୍ମାଣକୁ ବାସ୍ତବ ରୂପ ଦେଇଛନ୍ତି।ଇଣ୍ଡୋନେସିଆର ଜାକର୍ତ୍ତାରେ ଶ୍ରୀ ସନାତନ ଧର୍ମ ଆଳୟମର ମହା କୁମ୍ବାଭିଷେଗମ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ
February 02nd, 02:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଇଣ୍ଡୋନେସିଆର ଜାକର୍ତ୍ତାରେ ଶ୍ରୀ ସନାତନ ଧର୍ମ ଆଳୟମର ମହା କୁମ୍ବାଭିଷେଗମ ସମୟରେ ତାଙ୍କର ବକ୍ତବ୍ୟ ରଖିଛନ୍ତି। ସେ ଏହି ଅବସରରେ ଇଣ୍ଡୋନେସିଆର ମହାମହିମ ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ, ମୁରୁଗାନ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ପା ହାସିମ, ପରିଚାଳନା ଟ୍ରଷ୍ଟି ଡକ୍ଟର କୋବାଲାନ, ତାମିଲନାଡୁ ଏବଂ ଇଣ୍ଡୋନେସିଆର ଗଣମାନ୍ୟ ବ୍ୟକ୍ତି, ପୁରୋହିତ ଏବଂ ଆଚାର୍ଯ୍ୟ, ଭାରତୀୟ ପ୍ରବାସୀ ସଦସ୍ୟ, ଇଣ୍ଡୋନେସିଆ ଏବଂ ଅନ୍ୟାନ୍ୟ ରାଷ୍ଟ୍ରର ସମସ୍ତ ନାଗରିକ ଯେଉଁମାନେ ଏହି ପବିତ୍ର ଅବସରରେ ଅଂଶ ଗ୍ରହଣ କରିଥିଲେ, ଏବଂ ଏହି ଦିବ୍ୟ ଓ ଭବ୍ୟ ମନ୍ଦିରକୁ ବାସ୍ତବରେ ପରିଣତ କରିଥିବା ସମସ୍ତ ପ୍ରତିଭାବାନ କଳାକାରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।ଭାରତ ଉପରେ ଚଳିତ ସପ୍ତାହରେ ବିଶ୍ୱ
January 29th, 12:34 pm
ଚଳିତ ସପ୍ତାହରେ ଭାରତ ବିଦେଶୀ ପୁଞ୍ଜିନିବେଶ କୁ ପ୍ରୋତ୍ସାହିତ କରିବା ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ଠାରୁ ଆରମ୍ଭ କରି ଏହାର ବୈଷୟିକ ଏବଂ ପ୍ରତିରକ୍ଷା ସାମର୍ଥ୍ୟ ବୃଦ୍ଧି ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି କରିଛି । ବିଶ୍ୱ ସ୍ତରରେ ଭାରତ ନିଜର ବଢୁଥିବା ଭୂମିକାକୁ ଦୃଢ଼ତାର ସହ ବଜାୟ ରଖିଛି । ଆସନ୍ତୁ ଜାଣିବା ଚଳିତ ସପ୍ତାହରେ ଭାରତର ବୈଶ୍ୱିକ ମାଇଲଖୁଣ୍ଟ ଉପରେ ।76ତମ ସାଧାରଣତନ୍ତ୍ର ଦିବସ ପାଳନ କଲା ଭାରତ
January 26th, 12:30 pm
କର୍ତ୍ତବ୍ୟ ପଥରେ 76ତମ ସାଧାରଣତନ୍ତ୍ର ଦିବସ ପାଳନ ଭାରତର ଏକତା, ଶକ୍ତି ଏବଂ ଐତିହ୍ୟକୁ ପ୍ରଦର୍ଶିତ କରିଥିଲା। ରାଷ୍ଟ୍ରୀୟ ସମର ସ୍ମାରକରେ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ଉପସ୍ଥିତ ଥିଲେ। ସଶସ୍ତ୍ର ବାହିନୀର ଶୋଭାଯାତ୍ରା ଦଳ ଶୃଙ୍ଖଳା ଏବଂ ବୀରତ୍ୱ ପ୍ରଦର୍ଶନ କରିଥିବା ବେଳେ ଜୀବନ୍ତ ସାଂସ୍କୃତିକ ପରିବେଷଣ ଭାରତର ସମୃଦ୍ଧ ବିବିଧତାକୁ ଆଲୋକପାତ କରିଥିଲା। ଭାରତୀୟ ବାୟୁସେନାର ଚମତ୍କାର ଫ୍ଲାଇପାଷ୍ଟ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଏହି ଉତ୍ସବ ପାଇଁ ଏକାଠି ହୋଇଥିବା ଲୋକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।List of Outcomes: State visit of President of Indonesia to India (January 23-26, 2025)
January 25th, 08:54 pm
PM Modi and President Prabowo Subianto of Indonesia witnessed key outcomes during the state visit (January 23-26, 2025). Five MoUs were signed, including health cooperation, maritime safety, traditional medicine quality assurance, digital development, and a cultural exchange program (2025-28). Additionally, the 3rd India-Indonesia CEOs Forum presented its joint report to the leaders.ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋଙ୍କୁ ସ୍ୱାଗତ କରି ଭାରତ ଗୌରବାନ୍ୱିତ : ପ୍ରଧାନମନ୍ତ୍ରୀ
January 25th, 05:48 pm
ଇଣ୍ଡୋନେସିଆର ରାଷ୍ଟ୍ରପତି ଶ୍ରୀ ପ୍ରବୋୱୋ ସୁବିଆନ୍ତୋଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ଭାରତ-ଇଣ୍ଡୋନେସିଆ ବ୍ୟାପକ ରଣନୀତିକ ସହଭାଗିତା ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି । ଇଣ୍ଡୋନେସିଆ ଆମର ଆକ୍ଟ ଇଷ୍ଟ ନୀତିର ମୂଳ ସ୍ଥାନ ଏବଂ ଇଣ୍ଡୋନେସିଆର ବ୍ରିକ୍ସ ସଦସ୍ୟତାକୁ ଭାରତ ସ୍ୱାଗତ କରୁଛି ।ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 25th, 01:00 pm
ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସରେ ଇଣ୍ଡୋନେସିଆ ମୁଖ୍ୟ ଅତିଥି ଥିଲା ଏବଂ ଏହା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ, ଆମେ ଆମର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ, ପୁଣି ଥରେ ଇଣ୍ଡୋନେସିଆ ଏହି ଗୁରୁତ୍ୱପୂର୍ଣ୍ଣ ଅବସରର ଏକ ଅଂଶ ଭାବରେ ରହିଛି । ଏହି ଅବସରରେ ମୁଁ ରାଷ୍ଟ୍ରପତି ପ୍ରବୋଓଙ୍କୁ ଭାରତରେ ସ୍ୱାଗତ କରୁଛି ।ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 19th, 06:09 am
ପ୍ରଧାନମନ୍ତ୍ରୀ ନବନିର୍ବାଚିତ ହୋଇ ଦାୟିତ୍ୱ ଗ୍ରହଣ କରିଥିବାରୁ ରାଷ୍ଟ୍ରପତି ସୁବିଆନ୍ତୋଙ୍କୁ ଅଭିନନ୍ଦନ ଜଣାଇଥିଲେ । ଦୁଇ ନେତା ସେମାନଙ୍କର ବିସ୍ତୃତ ରଣନୀତିକ ଭାଗିଦାରୀ ଢ଼ାଞ୍ଚାରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି । ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ଏବଂ ନିରାପତ୍ତା, ଯୋଗାଯୋଗ, ପର୍ଯ୍ୟଟନ, ସ୍ୱାସ୍ଥ୍ୟ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ କ୍ଷେତ୍ରରେ ସହଯୋଗ ଉପରେ ସେମାନେ ଆଲୋଚନା କରିଥିଲେ। ଭାରତ ଓ ଇଣ୍ଡୋନେସିଆ କୂଟନୀତିକ ସମ୍ପର୍କ ସ୍ଥାପନର ୭୫ ବର୍ଷ ପୂର୍ତ୍ତୀ ପାଳନ କରୁଛନ୍ତି ବୋଲି ଦୁଇ ନେତା ଉଲ୍ଲେଖ କରିଥିଲେ ଏବଂ ଏହି ଉତ୍ସବକୁ ଉପଯୁକ୍ତ ଢ଼ଙ୍ଗରେ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ।ପ୍ରଧାନମନ୍ତ୍ରୀଙ୍କୁ ଇଣ୍ଡୋନେସିଆର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଫୋନ୍, ଦୁଇ ନେତା ରଣନୀତିକ ଭାଗିଦାରିତା ଉପରେ ଆଲୋଚନା କଲେ
June 20th, 01:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଇଣ୍ଡୋନେସିଆର ନବନିର୍ବାଚିତ ରାଷ୍ଟ୍ରପତି ପ୍ରବୋୱୋ ସୁବିୟାନ୍ତୋ ଫୋନ୍ କଲ୍ କରିଥିଲେ ।ଇଣ୍ଡୋନେସିଆର ନବନିର୍ବାଚିତ ରାଷ୍ଟ୍ରପତି ପ୍ରବୋ ସୁବିଆଣ୍ଟୋଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
February 18th, 08:47 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡୋନେସିଆର ସଫଳ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦେଶବାସୀଙ୍କୁ ଏବଂ ନବନିର୍ବାଚିତ ରାଷ୍ଟ୍ରପତି ପ୍ରବୋ ସୁବିଆଣ୍ଟୋଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।୧୮ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
September 07th, 01:28 pm
'ପୂର୍ବ ଏସିଆ ଶିଖର ସମ୍ମିଳନୀ’ରେ ପୁଣି ଥରେ ଅଂଶଗ୍ରହଣ କରି ମୁଁ ଆନନ୍ଦିତ। ମୁଁ ରାଷ୍ଟ୍ରପତି ୱିଡୋଡୋଙ୍କୁ ତାଙ୍କର ଉଲ୍ଲେଖନୀୟ ନେତୃତ୍ୱ ପାଇଁ ଆନ୍ତରିକ ଅଭିନନ୍ଦନ ଜଣାଉଛି । ଏହାବ୍ୟତୀତ ଏହି ବୈଠକରେ ମୁଁ ତିମୋର-ଲେଷ୍ଟର ପ୍ରଧାନମନ୍ତ୍ରୀ ମହାମହିମ ଜାନାନା ଗୁସ୍ମାଓଙ୍କୁ ପର୍ଯ୍ୟବେକ୍ଷକ ଭାବରେ ସ୍ୱାଗତ କରୁଛି ।୨୦ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଏବଂ ୧୮ତମ ପୂର୍ବ ଏସିଆ ସମ୍ମିଳନୀରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ
September 07th, 11:47 am
ପ୍ରଧାନମନ୍ତ୍ରୀ ୭ ସେପ୍ଟେମ୍ବର ୨୦୨୩ରେ ଜାକର୍ତ୍ତାଠାରେ ୨୦ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଏବଂ ୧୮ତମ ପୂର୍ବ ଏସିଆ ସମ୍ମିଳନୀ (ଇଏଏସ୍ )ରେ ଯୋଗ ଦେଇଥିଲେ ।୨୦ତମ ଏସିଆନ - ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ଭାଷଣ
September 07th, 10:39 am
ଏହି ପରିପ୍ରେକ୍ଷୀରେ , ଭାରତ - ଏସିଆନ୍ ଶିଖର ସମ୍ମିଳନୀର ସହ - ଅଧ୍ୟକ୍ଷତା କରିବା ମୋତେ ଅତ୍ୟନ୍ତ ଆନନ୍ଦ ପ୍ରଦାନ କରୁଛି ।ଇଣ୍ଡୋନେସିଆର ଜାକାର୍ତ୍ତା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
September 06th, 06:26 pm
ମୋର ପ୍ରଥମ କାର୍ଯ୍ୟକ୍ରମ ହେବ ୨୦ତମ ଆସିଆନ-ଭାରତ ଶିଖର ସମ୍ମିଳନୀ । ବର୍ତ୍ତମାନ ଚତୁର୍ଥ ଦଶନ୍ଧିରେ ପ୍ରବେଶ କରିଥିବା ଆମର ଭାଗିଦାରୀର ଭବିଷ୍ୟତ ରୂପରେଖ ବିଷୟରେ ମୁଁ ଆସିଆନ୍ ନେତାମାନଙ୍କ ସହ ଆଲୋଚନା କରିବାକୁ ଆଗ୍ରହୀ । ଆସିଆନ ସହ ସମ୍ପର୍କ ଭାରତର ଆକ୍ଟ ଇଷ୍ଟ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଗତ ବର୍ଷ ହୋଇଥିବା ବ୍ୟାପକ ରଣନୈତିକ ଭାଗିଦାରୀ ଆମ ସମ୍ପର୍କରେ ନୂତନ ଗତିଶୀଳତା ସୃଷ୍ଟି କରିଛି ।ସେପ୍ଟେମ୍ବର ୦୬-୦୭, ୨୦୨୩ ରେ ଇଣ୍ଡୋନେସିଆର ଜାକର୍ତ୍ତା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
September 02nd, 07:59 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋକୋ ୱିଡୋଡୋଙ୍କ ନିମନ୍ତ୍ରଣକ୍ରମେ ସେପ୍ଟେମ୍ବର ୦୬-୦୭, ୨୦୨୩ରେ ଇଣ୍ଡୋନେସିଆର ଜାକର୍ତ୍ତା ଗସ୍ତ କରିବେ ।ଜି-୨୦ ବିପର୍ଯ୍ୟୟ ବିପତ୍ତି ହ୍ରାସ କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
July 24th, 07:48 pm
ଶ୍ରୀ ମିଶ୍ର ଚଳିତ ବର୍ଷ ଗାନ୍ଧୀ ନଗର ଠାରେ ଆୟୋଜିତ କାର୍ଯ୍ୟଗୋଷ୍ଠୀର ପ୍ରଥମ ବୈଠକ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ସେବେଠାରୁ ବର୍ତ୍ତମାନ ସୁଦ୍ଧା ବ୍ୟାପକ ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ବିପର୍ଯ୍ୟୟ ହୋଇସାରିଛି । ସେ ସମ୍ପୂର୍ଣ୍ଣ ଉତ୍ତର ଗୋଲାର୍ଦ୍ଧରେ ଭୀଷଣ ଗ୍ରୀଷ୍ମ ଲହରୀ, କାନାଡା ଜଙ୍ଗଲରେ ନିଆଁ ଏବଂ ଏହାପରେ ଉତ୍ତର ଆମେରିକାର ବିଭିନ୍ନ ଭାଗରେ ସହରଗୁଡ଼ିକୁ ପ୍ରଭାବିତ କରୁଥିବା କୁହୁଡ଼ି ଏବଂ ଭାରତର ପୂର୍ବ ଓ ପଶ୍ଚିମ ଉପରେ ବଡ଼ ବାତ୍ୟା ଆଦିର ଉଦାହରଣ ଦେଇଥିଲେ । ୪୫ ବର୍ଷ ମଧ୍ୟରେ ଦିଲ୍ଲୀରେ ସବୁଠୁ ବଡ଼ ବନ୍ୟା ହୋଇଥିବା ପ୍ରମୁଖ ସଚିବ କହିଥିଲେ ।ରିପବ୍ଲିକ୍ ଟିଭିର କନକ୍ଲେଭରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଓଡ଼ିଆ ଅନୁବାଦ
April 26th, 08:01 pm
ଅର୍ଣ୍ଣବ ଗୋସ୍ୱାମୀ ଜୀ, ରିପବ୍ଲିକ୍ ମିଡିଆ ନେଟୱାର୍କର ସମସ୍ତ ସହକର୍ମୀ, ଦେଶ ତଥା ବିଦେଶରେ ରିପବ୍ଲିକ୍ ଟିଭିର ସମସ୍ତ ଦର୍ଶକ, ମହିଳା ଏବଂ ସଜ୍ଜନମଣ୍ଡଳୀ! ମୁଁ କିଛି କହିବା ପୂର୍ବରୁ, ମୁଁ ଆପଣମାନଙ୍କୁ ଏକ ମଜା କଥା କହିବାକୁ ଚାହେଁ ଯାହା ମୁଁ ମୋର ପିଲାଦିନରେ ଶୁଣିଥିଲି । ସେଠାରେ ଜଣେ ପ୍ରଫେସର ଥିଲେ ଏବଂ ତାଙ୍କ ଝିଅ ଆତ୍ମହତ୍ୟା କରି ଏକ ନୋଟ୍ ଛାଡି କହିଥିଲେ ଯେ ସେ ତାଙ୍କ ଜୀବନ ସଂଘର୍ଷରେ ଥକି ଯାଇଛନ୍ତି ଏବଂ ଆଉ ବଞ୍ଚିବାକୁ ଚାହୁଁ ନାହାଁନ୍ତି। ସେ ଲେଖିଛନ୍ତି ଯେ ସେ କଙ୍କରିଆ ନଦୀରେ ଡେଇଁ ମରିଯିବେ। ପରଦିନ ସକାଳେ ପ୍ରଫେସର ଜାଣିବାକୁ ପାଇଲେ ଯେ ତାଙ୍କ ଝିଅ ଘରେ ନାହାଁନ୍ତି। ତାଙ୍କ ବାପା ତାଙ୍କ କୋଠରୀକୁ ଯାଇ ଏକ ଚିଠି ପାଇଲେ। ସେ ଚିଠି ପାଇବା ପରେ ବହୁତ ରାଗି ଯାଇଥିଲେ। ସେ କହିଲେ, ‘ମୁଁ ପ୍ରଫେସର, ମୁଁ ଏତେ ବର୍ଷ ଧରି କଠିନ ପରିଶ୍ରମ କଲି ଏବଂ ତଥାପି ତାଙ୍କ ଆତ୍ମହତ୍ୟା ପତ୍ରରେ କଙ୍କରିଆର ବନାନ ଭୁଲ ଭାବେ ଲେଖାଯାଇଛି।’ମୁଁ ଖୁସି ଯେ ଅର୍ଣ୍ଣବ ଭଲ ହିନ୍ଦୀ କହିବା ଆରମ୍ଭ କରିଛନ୍ତି। ସେ କଣ କହିଛନ୍ତି ମୁଁ ଶୁଣି ନାହିଁ, କିନ୍ତୁ ମୁଁ ତାଙ୍କ ହିନ୍ଦୀ ସଠିକ୍ କି ନୁହେଁ ତାହା ଉପରେ ଧ୍ୟାନ ଦେଉଥିଲି । ବୋଧହୁଏ, ମୁମ୍ବାଇରେ ରହିବା ପରେ ଆପଣ ହିନ୍ଦୀ ଭଲ ଭାବରେ ଶିଖି ଯାଇଛନ୍ତି।