୨୨ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
October 26th, 02:20 pm
ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ତାଙ୍କ ସଫଳ ଆସିଆନ ଅଧ୍ୟକ୍ଷତା ପାଇଁ ମୁଁ ସହୃଦୟତାର ସହିତ ଅଭିନନ୍ଦନ ଜଣାଉଛି। ମୁଁ ଫିଲିପାଇନ୍ସର ରାଷ୍ଟ୍ରପତି ମାର୍କୋସଙ୍କୁ ଭାରତର ଦେଶ ସଂଯୋଜକ ହିସାବରେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରିଥିବାରୁ ଧନ୍ୟବାଦ ଜଣାଉଛି। ମୁଁ ଆସିଆନ୍ର ନୂତନ ସଦସ୍ୟ ଭାବରେ ତିମୋର-ଲେଷ୍ଟେଙ୍କୁ ସ୍ୱାଗତ ଜଣାଉଛି।କୁଆଲାଲମ୍ପୁରରେ ୨୨ତମ ଆସିଆନ-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ
October 26th, 02:06 pm
୨୨ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ୨୬ ଅକ୍ଟୋବର ୨୦୨୫ରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ମାଧ୍ୟମରେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଏବଂ ଆସିଆନ ନେତାମାନେ ମିଳିତ ଭାବେ ଆସିଆନ-ଭାରତ ସମ୍ପର୍କରେ ହେଉଥିବା ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ବ୍ୟାପକ ରଣନୈତିକ ସହଭାଗୀତାକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଏହା ଥିଲା ଭାରତ-ଆସିଆନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କର ଦ୍ୱାଦଶ ଅଂଶଗ୍ରହଣ।22ତମ ଆସିଆନ-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ
October 25th, 09:48 am
ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ 26 ଅକ୍ଟୋବର, 2025 ରେ 22ତମ ଆସିଆନ - ଭାରତ ଶିଖର ସମ୍ମିଳନୀରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେବେ । ଆମର ଆକ୍ଟ ଇଷ୍ଟ ପଲିସି ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଆସିଆନ ନେତାମାନଙ୍କ ସହ ଆସିଆନ-ଭାରତ ସମ୍ପର୍କର ଅଗ୍ରଗତିର ମିଳିତ ସମୀକ୍ଷା କରିବେ ।ଜାପାନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ସାନେ ତାକାଇଚିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
October 21st, 11:24 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜାପାନର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିବା ଶ୍ରୀମତୀ ସାନେ ତାକାଇଚିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ଏକ୍ସରେ ତାଙ୍କ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱ ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ।ମଙ୍ଗୋଲିଆର ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି
October 14th, 01:15 pm
ଛଅ ବର୍ଷ ପରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଅବସର ଆଣିଦେଇଛି। ଏବଂ ଏହି ଗସ୍ତ ସେତେବେଳେ ଆସିଛି ଯେତେବେଳେ ଭାରତ ଏବଂ ମଙ୍ଗୋଲିଆ ୭୦ ବର୍ଷର କୂଟନୈତିକ ସମ୍ପର୍କ ଏବଂ ୧୦ ବର୍ଷର ରଣନୈତିକ ସହଭାଗୀତା ପାଳନ କରୁଛନ୍ତି। ଏହି ଅବସରକୁ ପାଳନ କରିବା ପାଇଁ, ଆମେ ଏକ ମିଳିତ ଡାକ ଟିକେଟ ଜାରି କରିଛୁ, ଯାହାକି ଆମର ସହଭାଗୀ ଐତିହ୍ୟ, ବିବିଧତା ଏବଂ ଗଭୀର ସଭ୍ୟତାଗତ ସମ୍ପର୍କର ପ୍ରତୀକ।ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତ୍ତି
October 09th, 11:25 am
ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କ ନେତୃତ୍ୱରେ, ଭାରତ-ୟୁକେ ସମ୍ପର୍କରେ ଉଲ୍ଲେଖନୀୟ ପ୍ରଗତି ହୋଇଛି। ଏହି ବର୍ଷ ଜୁଲାଇରେ ମୋର ୟୁକେ ଗସ୍ତ ସମୟରେ, ଆମେ ଐତିହାସିକ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତି (ସିଇଟିଏ) ଚୁଡାନ୍ତ କରିଥିଲୁ। ଏହି ଚୁକ୍ତିନାମା ଉଭୟ ଦେଶ ମଧ୍ୟରେ ଆମଦାନୀ ଖର୍ଚ୍ଚ ହ୍ରାସ କରିବ, ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ବାଣିଜ୍ୟକୁ ବୃଦ୍ଧି କରିବ ଏବଂ ଆମର ଶିଳ୍ପ ଏବଂ ଗ୍ରାହକ ଉଭୟଙ୍କୁ ଲାଭ ଦେବ।ଏସ୍ସିଓ ସମ୍ମିଳନୀରେ ମିଆଁମାରର ରାଜ୍ୟ ସୁରକ୍ଷା ଏବଂ ଶାନ୍ତି କମିଶନର ଅଧ୍ୟକ୍ଷ ବରିଷ୍ଠ ଜେନେରାଲ ମିନ୍ ଅଙ୍ଗ୍ ହ୍ଲାଇଙ୍ଗଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
August 31st, 04:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତିୟାନଜିନରେ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ ଅବସରରେ ମିଆଁମାରର ରାଜ୍ୟ ସୁରକ୍ଷା ଏବଂ ଶାନ୍ତି କମିଶନର ଅଧ୍ୟକ୍ଷ ବରିଷ୍ଠ ଜେନେରାଲ ମିନ୍ ଅଙ୍ଗ ହ୍ଲାଇଙ୍ଗଙ୍କ ସହ ସାକ୍ଷାତ କରିଛନ୍ତି ।ଭାରତ ଏବଂ ଜାପାନ ମଧ୍ୟରେ ସୁରକ୍ଷା ସହଯୋଗ ଉପରେ ମିଳିତ ଘୋଷଣାନାମା
August 29th, 07:43 pm
ଭାରତ ଏବଂ ଜାପାନ ସରକାରଙ୍କୁ ଏଠାରେ 'ଦୁଇ ପକ୍ଷ' ଭାବରେ ଉଲ୍ଲେଖ କରାଯାଇଛି, ସମାନ ମୂଲ୍ୟବୋଧ ଏବଂ ସାଧାରଣ ସ୍ୱାର୍ଥ ଉପରେ ଆଧାରିତ ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱସ୍ତରୀୟ ସହଭାଗୀତାର ରାଜନୈତିକ ଦୃଷ୍ଟିକୋଣ ଏବଂ ଉଦ୍ଦେଶ୍ୟକୁ ମନେ ପକାଇ, ନିୟମ-ଆଧାରିତ ଅନ୍ତର୍ଜାତୀୟ କ୍ରମକୁ ବଜାୟ ରଖିଥିବା ଏକ ମୁକ୍ତ, ଖୋଲା, ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ବଳପ୍ରୟୋଗ-ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ସେମାନଙ୍କ ଦୁଇ ଦେଶର ଅପରିହାର୍ଯ୍ୟ ଭୂମିକାକୁ ଗୁରୁତ୍ୱ ଦେଇ, ସାମ୍ପ୍ରତିକ ବର୍ଷଗୁଡ଼ିକରେ ସେମାନଙ୍କର ଦ୍ୱିପାକ୍ଷିକ ସୁରକ୍ଷା ସହଯୋଗରେ ଉଲ୍ଲେଖନୀୟ ପ୍ରଗତି ଏବଂ ଉଭୟ ପକ୍ଷର ରଣନୈତିକ ଦୃଷ୍ଟିକୋଣ ଏବଂ ନୀତି ପ୍ରାଥମିକତାର ବିକାଶକୁ ହୃଦୟଙ୍ଗମ କରି, ସମ୍ବଳ ପ୍ରଦାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷମତା ଦୃଷ୍ଟିକୋଣ ଏବଂ ନୀତି ପ୍ରାଥମିକତା ଦୃଷ୍ଟିରୁ ସେମାନଙ୍କର ପରିପୂରକ ଶକ୍ତିକୁ ସ୍ୱୀକାର କରି, ସେମାନଙ୍କର ଜାତୀୟ ସୁରକ୍ଷା ଏବଂ ନିରନ୍ତର ଆର୍ଥିକ ଗତିଶୀଳତାର ସ୍ୱାର୍ଥରେ ବ୍ୟବହାରିକ ସହଯୋଗ ବୃଦ୍ଧି କରିବାକୁ ପ୍ରତିବଦ୍ଧତା ସହିତ, ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଏହା ବାହାରେ ସାଧାରଣ ଚିନ୍ତାର ସୁରକ୍ଷା ପ୍ରସଙ୍ଗ ଉପରେ ଗଭୀର ସମନ୍ୱୟ ଅନୁସନ୍ଧାନ କରିବାକୁ ଚେଷ୍ଟା କରି, ଆଇନର ଶାସନ ଉପରେ ଆଧାରିତ ଅନ୍ତର୍ଜାତୀୟ କ୍ରମକୁ ବଜାୟ ରଖିବାକୁ ପ୍ରତିବଦ୍ଧ, ସେମାନଙ୍କର ସହଭାଗୀତାର ନୂତନ ପର୍ଯ୍ୟାୟକୁ ପ୍ରତିଫଳିତ କରିବା ପାଇଁ ସୁରକ୍ଷା ସହଯୋଗ ଉପରେ ଏହି ମିଳିତ ଘୋଷଣାପତ୍ର ଗ୍ରହଣ କରିଛନ୍ତି, ଏବଂ ନିମ୍ନଲିଖିତ କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି :ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ପ୍ରେସ ବିବୃତ୍ତି
August 29th, 03:59 pm
ଆଜି ଆମର ଆଲୋଚନା ଫଳପ୍ରଦ ଏବଂ ଉଦ୍ଦେଶ୍ୟମୂଳକ ଥିଲା। ଆମେ ଦୁହେଁ ଏକମତ ଯେ, ବିଶ୍ୱର ଦୁଇଟି ବୃହତ ଅର୍ଥ ବ୍ୟବସ୍ଥା ଏବଂ ସ୍ପନ୍ଦନଶୀଳ ଗଣତନ୍ତ୍ର ଭାବେ, ଆମର ସହଭାଗୀତା କେବଳ ଆମ ଦୁଇ ଦେଶ ପାଇଁ ନୁହେଁ ବରଂ ବିଶ୍ୱ ଶାନ୍ତି ଏବଂ ସ୍ଥିରତା ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।ଭାରତ-ଫିଜି ମିଳିତ ବିବୃତ୍ତି: ଭେଲୋମଣି ବନ୍ଧୁତ୍ୱ ଭାବନାରେ ସହଭାଗୀତା
August 25th, 01:52 pm
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ, ଫିଜି ଗଣରାଜ୍ୟର ମହାମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ସିଟିବେନୀ ରାବୁକା ୨୪ ରୁ ୨୬ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଭାରତକୁ ଏକ ସରକାରୀ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ରାବୁକା, ଯିଏ ବର୍ତ୍ତମାନ ତାଙ୍କର ପ୍ରଥମ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀ ଗସ୍ତ କରୁଛନ୍ତି, ତାଙ୍କ ସହିତ ତାଙ୍କ ପତ୍ନୀ; ମହାମାନ୍ୟ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ସେବା ମନ୍ତ୍ରୀ ଶ୍ରୀ ଆଣ୍ଟୋନିଓ ଲାଲାବାଲାଭୁ; ଏବଂ ଫିଜି ଗଣରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧିମଣ୍ଡଳ ମଧ୍ୟ ଉପସ୍ଥିତ ଅଛନ୍ତି ।ଭାରତ-ବ୍ରିଟେନ ଭିଜନ ୨୦୩୫
July 24th, 07:12 pm
ଲଣ୍ଡନରେ ୨୪ ଜୁଲାଇରେ ଭାରତ ଓ ବ୍ରିଟେନ କର୍ତୃପକ୍ଷଙ୍କ ଭିତରେ ସାକ୍ଷାତ ଆଲୋଚନା ବେଳେ ପ୍ରକାଶ ପାଇଛି ଭାରତ-ବ୍ରିଟେନ ଭିଜନ ୨୦୩୫ । ଏହି ଆକାଂକ୍ଷିତ ଓ ସୁଦୂରପ୍ରସାରୀ ଚୁକ୍ତିନାମା ଦୁଇ ଦେଶ ଭିତରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୂତ କରିବ । ବିଶ୍ୱର ଦ୍ରୁତ ପରିବର୍ତନ ସମୟରେ ଏହି ଚୁକ୍ତିନାମା ଦୁଇ ଦେଶକୁ ସମୃଦ୍ଧ ଓ ବିକାଶ ପଥରେ ଅଗ୍ରସର କରାଇବ ।ଯୁକ୍ତରାଜ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
July 24th, 04:20 pm
ସର୍ବପ୍ରଥମେ, ମୁଁ ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କୁ ତାଙ୍କର ଭବ୍ୟ ସ୍ୱାଗତ ପାଇଁ ଆନ୍ତରିକତାର ସହିତ କୃତଜ୍ଞତା ଜ୍ଞାପନ କରୁଛି । ଆଜି ହେଉଛି ଆମ ସମ୍ପର୍କର ଏକ ଐତିହାସିକ ଦିନ । ମୁଁ ଅତ୍ୟନ୍ତ ଖୁସି ଯେ ଅନେକ ବର୍ଷର ପରିଶ୍ରମ ପରେ, ଆଜି ଦୁଇ ଦେଶ ମଧ୍ୟରେ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ ହୋଇଛି ।ଜି୭ ବୈଠକ ଅବସରରେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
June 18th, 08:02 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଲବର୍ଟାର କାନାନାସ୍କିସ୍ରେ ଜି୭ ଶିଖର ସମ୍ମିଳନୀ ଅବସରେରେ କାନାଡାର ପ୍ରଧାନମନ୍ତ୍ରୀ ଶ୍ରୀ ମାର୍କ କାର୍ନିଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି ।ଉଦୀୟମାନ ଉତ୍ତର-ପୂର୍ବ ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 23rd, 11:00 am
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ସୁକାନ୍ତା ମଜୂମଦାର ଜୀ, ମଣିପୁରର ରାଜ୍ୟପାଳ ଅଜୟ ଭଲ୍ଲା ଜୀ, ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଜୀ, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଜୀ, ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାଣିକ ସାହା ଜୀ, ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଜୀ, ସିକିମର ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଜୀ, ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନେଫିଉ ରିଓ ଜୀ, ମିଜୋରାମର ମୁଖ୍ୟମନ୍ତ୍ରୀ ଲାଲଦୁହୋମା ଜୀ, ସମସ୍ତ ଶିଳ୍ପପତି, ନିବେଶକ, ଭଦ୍ର ମହିଳା ଏବଂ ଭଦ୍ରଲୋକ!ରାଇଜିଂ ନର୍ଥ ଇଷ୍ଟ ନିବେଶକ ସମ୍ମିଳନୀ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 23rd, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ରାଇଜିଂ ନର୍ଥ ଇଷ୍ଟ ନିବେଶକ ସମ୍ମିଳନୀ ୨୦୨୫କୁ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବାଞ୍ଚଳର ଭବିଷ୍ୟତ ପ୍ରତି ଗର୍ବ, ଉତ୍ସାହ ଏବଂ ଅପାର ବିଶ୍ୱାସ ପ୍ରକାଶ କରିଥିଲେ। ଭାରତ ମଣ୍ଡପମରେ ଅନୁଷ୍ଠିତ ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ମନେ ପକାଇ ସେ ଉଲ୍ଲେଖ କରିଥିଲେ ଯେ ଆଜିର କାର୍ଯ୍ୟକ୍ରମ ଉତ୍ତର-ପୂର୍ବରେ ନିବେଶର ଉତ୍ସବ। ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଶିଳ୍ପ ନେତାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତିକୁ ଉଲ୍ଲେଖ କରିଥିଲେ ଏବଂ ଏହି କ୍ଷେତ୍ରରେ ସୁଯୋଗ ବିଷୟରେ ସେମାନଙ୍କର ଉତ୍ସାହ ବିଷୟରେ ଆଲୋଚନା କରିଥିଲେ। ସମସ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଏକ ଅନୁକୂଳ ନିବେଶ ପରିବେଶ ସୃଷ୍ଟି କରିବାରେ ସେମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ନିଜର ଶୁଭକାମନା ଜଣାଇ ପ୍ରଧାନମନ୍ତ୍ରୀ ରାଇଜିଂ ନର୍ଥ ଇଷ୍ଟ ନିବେଶକ ସମ୍ମିଳନୀକୁ ପ୍ରଶଂସା କରିଥିଲେ ଏବଂ ଏହି ଅଞ୍ଚଳର ନିରନ୍ତର ଅଭିବୃଦ୍ଧି ଏବଂ ସମୃଦ୍ଧି ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜଙ୍କୁ ତାଙ୍କର ଐତିହାସିକ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଅଭିନନ୍ଦନ ଜଣାଇଛନ୍ତି
May 06th, 02:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଥୋନି ଆଲବାନିଜଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କଲେ ଏବଂ ଅଷ୍ଟ୍ରେଲିଆର ୩୨ତମ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଐତିହାସିକ ପୁନଃନିର୍ବାଚନ ବିଜୟ ପାଇଁ ଅଭିନନ୍ଦନ ଜଣାଇଲେ ।ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ପ୍ରେସ୍ ବିବୃତି
April 03rd, 03:01 pm
ମାର୍ଚ୍ଚ ୨୮ରେ ଘଟିତ ଭୂମିକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ପରିବାରବର୍ଗଙ୍କୁ ମୁଁ ଭାରତବାସୀଙ୍କ ତରଫରୁ ଗଭୀର ସମବେଦନା ଜଣାଉଛି । ଆମେ ସମସ୍ତେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ।ୟୁରୋପୀୟ ଆୟୋଗର ଅଧ୍ୟକ୍ଷଙ୍କ ସହ ପୂର୍ଣ୍ଣାଙ୍ଗ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଘାଟନୀ ଭାଷଣ (ଫେବୃଆରୀ ୨୮, ୨୦୨୫)
February 28th, 01:50 pm
ମୁଁ ଆପଣ ସମସ୍ତଙ୍କୁ ଭାରତକୁ ସ୍ୱାଗତ କରୁଛି । ଏତେ ବ୍ୟାପକ ସ୍ତରରେ ଗୋଟିଏ ଦେଶ ସହ ଇୟୁ କଲେଜ ଅଫ୍ କମିଶନରଙ୍କ ଯୋଗଦାନ ଅଭୂତପୂର୍ବ ଅଟେ । ଆମ ପାଇଁ ଏହା ପ୍ରଥମ ଥର, ଯେ ମୋର ଅନେକ କ୍ୟାବିନେଟ୍ ସହଯୋଗୀ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଏକତ୍ରିତ ହୋଇଛନ୍ତି। ମୋର ମନେ ଅଛି, ୨୦୨୨ ରେ ରାଇସିନା ଡାଏଲଗରେ ଆପଣ ଉଲ୍ଲେଖ କରିଥିଲେ ଯେ ଭାରତ ଏବଂ ୟୁରୋପୀୟ ସଂଘ ପ୍ରାକୃତିକ ଅଂଶୀଦାର ଅଟନ୍ତି । ଆଉ ଆଗାମୀ ଦଶନ୍ଧିରେ ଭାରତ ସହ ସମ୍ପର୍କ ସୁଦୃଢ଼ କରିବା ଏବଂ ସେମାନଙ୍କୁ ଉତ୍ସାହିତ କରିବା ୟୁରୋପୀୟ ସଂଘ ପାଇଁ ଏକ ପ୍ରମୁଖ ପ୍ରାଥମିକତା ହେବ । ଏବଂ ବର୍ତ୍ତମାନ, ଆପଣଙ୍କର ନୂତନ କାର୍ଯ୍ୟକାଳର ଆରମ୍ଭରେ, ଆପଣ ଭାରତକୁ ଏକ ଗନ୍ତବ୍ୟସ୍ଥଳରେ ପରିଣତ କରିଛନ୍ତି । ଭାରତ-ୟୁରୋପୀୟ ସଂଘ ସମ୍ପର୍କରେ ଏହା ଏକ ମାଇଲଖୁଣ୍ଟ ମୁହୂର୍ତ୍ତ ଅଟେ ।ଭାରତ-ଆମେରିକା ମିଳିତ ପ୍ରେସ କନଫରେନ୍ସରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
February 14th, 04:57 am
ଭାରତ-ଆମେରିକା ମିଳିତ ପ୍ରେସ କନଫରେନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ ଓ ଆତିଥେୟତା ପ୍ରଦର୍ଶନ କରିଥିବାରୁ ସେ ସର୍ବପ୍ରଥମେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିଲେ । ଭାରତ ଓ ଆମେରିକାର ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୂତ କରିଥିବାରୁ ଟ୍ରମ୍ପଙ୍କ ନେତୃତ୍ୱକୁ ମୋଦୀ ଧନ୍ୟବାଦ ଜ୍ଞାପନ କରିଥିଲେ ।ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 25th, 01:00 pm
ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସରେ ଇଣ୍ଡୋନେସିଆ ମୁଖ୍ୟ ଅତିଥି ଥିଲା ଏବଂ ଏହା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ, ଆମେ ଆମର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ, ପୁଣି ଥରେ ଇଣ୍ଡୋନେସିଆ ଏହି ଗୁରୁତ୍ୱପୂର୍ଣ୍ଣ ଅବସରର ଏକ ଅଂଶ ଭାବରେ ରହିଛି । ଏହି ଅବସରରେ ମୁଁ ରାଷ୍ଟ୍ରପତି ପ୍ରବୋଓଙ୍କୁ ଭାରତରେ ସ୍ୱାଗତ କରୁଛି ।