ଭାରତ- ନ୍ୟୁଜିଲାଣ୍ଡ ରଣନୀତିକ ସହଭାଗିତା: ୨୦୩୦ ପାଇଁ ରୋଡମ୍ୟାପ୍

July 11th, 08:06 am

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ୧୧ ଜୁଲାଇ ୨୦୨୬ରେ ନ୍ୟୁଜିଲ୍ୟାଣ୍ଡର ଅକଲାଣ୍ଡ ଠାରେ ପରସ୍ପରକୁ ଭେଟି ଉଭୟ ଦେଶ ମଧ୍ୟରେ ‘ଭାରତ-ନ୍ୟୁଜିଲ୍ୟାଣ୍ଡ ରଣନୀତିକ ସହଭାଗିତା' ପ୍ରତିଷ୍ଠା କରାଯିବା ନେଇ ଘୋଷଣା କରିଛନ୍ତି। ଆଗାମୀ ଚାରି ବର୍ଷ ମଧ୍ୟରେ ଏହି ରଣନୀତିକ ସହଭାଗିତାକୁ ଆହୁରି ମଜବୁତ କରିବା ଏବଂ ମିଳିତ କାର୍ଯ୍ୟପନ୍ଥାକୁ ଆଗକୁ ବଢ଼ାଇବା ପାଇଁ ଉଭୟ ପ୍ରଧାନମନ୍ତ୍ରୀ 'ରୋଡମ୍ୟାପ୍ ଟୁ ୨୦୩୦' କୁ ଏକ ବ୍ୟବସ୍ଥିତ ଢାଞ୍ଚା ଭାବେ ଅନୁମୋଦନ କରିଛନ୍ତି। ରଣନୈତିକ ସହଭାଗୀତାରେ ଏହି ରୋଡମ୍ୟାପର ନିମ୍ନଲିଖିତ ସ୍ତମ୍ଭଗୁଡ଼ିକରେ ଉଲ୍ଲେଖିତ କ୍ଷେତ୍ର ଏବଂ ପଦକ୍ଷେପ ଅନ୍ତର୍ଭୁକ୍ତ, କିନ୍ତୁ ଏହା ଏହି ପରିସର ମଧ୍ୟରେ ସୀମିତ ନୁହେଁ ।

ଭାରତ - ନ୍ୟୁଜିଲ୍ୟାଣ୍ଡ ପ୍ରତିନିଧିମଣ୍ଡଳସ୍ତରୀୟ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

July 11th, 07:00 am

ଆପଣ ଗତ ବର୍ଷ ହୋଲି ପର୍ବ ସମୟରେ ଭାରତ ଗସ୍ତ କରିଥିଲେ। ଆପଣଙ୍କ ଗସ୍ତ ଆମ ସମ୍ପର୍କରେ ନୂତନ ରଙ୍ଗ ଯୋଡିଥିଲା - କାରଣ ହୋଲିର ରଙ୍ଗ ଏକ ବିଶେଷ ଗୁରୁତ୍ୱ ରଖେ, ଏବଂ ଆମେ ତାହା ପ୍ରତ୍ୟକ୍ଷ ଭାବରେ ଅନୁଭବ କରିଥିଲୁ। ମୁଁ ଖୁସି ଯେ ଆଜି ଆମେ ଆମର ସମ୍ପର୍କକୁ ଏକ ରଣନୈତିକ ସହଭାଗୀତାର ସୂତ୍ରରେ ବାନ୍ଧିଛୁ। ଏହି ମାଇଲଖୁଣ୍ଟ ଆମକୁ ଅଧିକ ଶକ୍ତି ଏବଂ ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ିବାକୁ ପ୍ରେରଣା ଦେବ।

ଭାରତ-ନେଦରଲ୍ୟାଣ୍ଡ ରଣନୀତିକ ଭାଗିଦାରୀର ରୋଡମ୍ୟାପ୍ [୨୦୨୬-୨୦୩୦]

May 17th, 03:15 am

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀ ରବ୍ ଜେଟେନ୍ ମେ’୧୬ ତାରିଖରେ ଦି ହେଗ୍‌ଠାରେ ଅନୁଷ୍ଠିତ ସେମାନଙ୍କ ବୈଠକ ଅବସରରେ, ଲକ୍ଷ୍ୟଭିତ୍ତିକ, ସମୟବଦ୍ଧ ପଦକ୍ଷେପ ଏବଂ ମିଳିତ କାର୍ଯ୍ୟପନ୍ଥା ଅନୁସରଣ କରି ଭାରତ-ନେଦରଲ୍ୟାଣ୍ଡ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ 'ରଣନୀତିକ ଭାଗିଦାରୀ' ସ୍ତରକୁ ଉନ୍ନୀତ କରିବା ପାଇଁ ସହମତ ହୋଇଛନ୍ତି। ଏହି ଉଦ୍ଦେଶ୍ୟରେ, ଭାରତ ଏବଂ ନେଦରଲ୍ୟାଣ୍ଡ ଆଗାମୀ ୫ ବର୍ଷ ପାଇଁ ଭାରତ-ନେଦରଲ୍ୟାଣ୍ଡ ରଣନୀତିକ ଭାଗିଦାରୀର ରୋଡମ୍ୟାପ୍‌କୁ ଗ୍ରହଣ କରିଛନ୍ତି। ଉଭୟ ପକ୍ଷ ସହମତ ହୋଇଥିବା ବିଷୟଗୁଡ଼ିକୁ ନିମ୍ନରେ ଉଲ୍ଲେଖ କରାଗଲା।

ଫିଜିର ପ୍ରଧାନମନ୍ତ୍ରୀ ସିଟିବେନି ରାବୁକାଙ୍କ ଭାରତ ଗସ୍ତର ପ୍ରଭାବ

August 25th, 01:58 pm

ଫିଜିରେ ଏକ ସୁପର-ସ୍ପେଶାଲିଟି ହସ୍ପିଟାଲର ଡିଜାଇନ୍, ନିର୍ମାଣ, କମିଶନିଂ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ଭାରତ ଏବଂ ଫିଜି ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ।