୨୮ ମାର୍ଚ୍ଚରେ ଉତ୍ତର ପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
March 26th, 09:52 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ମାର୍ଚ୍ଚ ୨୦୨୬ରେ ଉତ୍ତର ପ୍ରଦେଶ ଗସ୍ତ କରିବେ । ସକାଳ ପ୍ରାୟ ୧୧:୩୦ ସମୟରେ, ସେ ଗୌତମ ବୁଦ୍ଧ ନଗରର ଜେୱରଠାରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ବିଲ୍ଡିଂର ତଦାରଖ କରିବେ । ଏହା ପରେ, ପ୍ରାୟ ୧୨ଟା ସମୟରେ ପ୍ରଧାନମନ୍ତ୍ରୀ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟର ଉଦ୍ଘାଟନ କରିବେ ଏବଂ ଏହି ଅବସରରେ ଏକ ସାଧାରଣ ସମାବେଶକୁ ସମ୍ବୋଧିତ କରିବେ ।୮ ମାର୍ଚ୍ଚରେ ଦିଲ୍ଲୀରେ ପ୍ରାୟ ୩୩,୫୦୦ କୋଟିର ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
March 06th, 05:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୮ ମାର୍ଚ୍ଚ ଦିନ ୧୨ଟା ସମୟରେ ଦିଲ୍ଲୀରେ ପ୍ରାୟ ୩୩,୫୦୦ କୋଟି ଟଙ୍କାର ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ । କାର୍ଯ୍ୟକ୍ରମ ପୂର୍ବରୁ, ପ୍ରଧାନମନ୍ତ୍ରୀ ସରୋଜିନୀ ନଗର ସ୍ଥିତ ଜିପିଆର୍ଏ ଟାଇପ୍-୫ କ୍ୱାର୍ଟର୍ସ ପରିଦର୍ଶନ କରି ମହିଳା ଆବଣ୍ଟିତମାନଙ୍କୁ ଚାବି ପ୍ରଦାନ କରିବେ ।