ଉର୍ଜ୍ଜା ସ୍ଥିରତା ସମ୍ପର୍କରେ ଭାରତର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଓ ଜାପାନର ଅର୍ଥ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ମଧ୍ୟରେ ମିଳିତ ଘୋଷଣାନାମା
July 02nd, 10:04 pm
୨୦୨୬ ଜୁଲାଇ ୨ ତାରିଖରେ, ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନର ପ୍ରଧାନମନ୍ତ୍ରୀ ମାନ୍ୟବର ତାକାଇଚି ସାନାଏ ନୂଆଦିଲ୍ଲୀଠାରେ ସାକ୍ଷାତ କରିଥିଲେ। ଏହି ଅବସରରେ ବର୍ତ୍ତମାନର ଭୂ-ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସିଆର ଦାୟିତ୍ୱବାନ ଶକ୍ତି ଏବଂ ପ୍ରମୁଖ ଶକ୍ତି-ଉପଭୋକ୍ତା ଦେଶ ଭାବରେ ମିଳିତ ହୋଇ ଉର୍ଜ୍ଜା ସ୍ଥିରତାକୁ ସୁଦୃଢ଼ କରିବା ପାଇଁ ଉଭୟ ନେତା ନିଜର ଆଗ୍ରହ ପ୍ରକାଶ କରିଥିଲେ।ହାଇଦ୍ରାବାଦରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 10th, 03:45 pm
ସାଇବେରାବାଦର ଶକ୍ତି ଜାତୀୟ ଏବଂ ବିଶ୍ୱସ୍ତରୀୟ। ଏହା ତେଲେଙ୍ଗାନା ଏବଂ ଦେଶର ଦ୍ରୁତ ବିକାଶର ଏକ ପ୍ରମୁଖ କେନ୍ଦ୍ର। ତେଣୁ, ଆଜି ସାଇବେରାବାଦରୁ, ତେଲେଙ୍ଗାନାକୁ ଦେଶର ଏକ ବଡ଼ ଉତ୍ପାଦନ ଶକ୍ତି କେନ୍ଦ୍ର କରିବା ପାଇଁ ଅନେକ ପ୍ରମୁଖ ପ୍ରକଳ୍ପ ଆରମ୍ଭ କରାଯାଉଛି। ଆଜି ଯେଉଁ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଉଦଘାଟନ ହୋଇଛି, ସେଗୁଡ଼ିକ ଏଠାରେ ହଜାର ହଜାର ନୂତନ ନିଯୁକ୍ତି ସୃଷ୍ଟି କରିବ ଏବଂ ତେଲେଙ୍ଗାନାର ସଂଯୋଗୀକରଣ ମଧ୍ୟ ସୁଦୃଢ଼ ହେବ। ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୁଁ ତେଲେଙ୍ଗାନାର ଲୋକମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି।ତେଲେଙ୍ଗାନାର ହାଇଦ୍ରାବାଦରେ ପ୍ରାୟ ₹୯,୪୦୦ କୋଟି ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 10th, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ହାଇଦ୍ରାବାଦରେ ପ୍ରାୟ ₹୯,୪୦୦ କୋଟି ମୂଲ୍ୟର ବହୁବିଧ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଜାତୀୟ ଏବଂ ବିଶ୍ୱସ୍ତରୀୟ ଗୁରୁତ୍ୱର କେନ୍ଦ୍ର ଭାବରେ ହାଇଦ୍ରାବାଦର ପରିବର୍ତ୍ତନମୂଳକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ତେଲେଙ୍ଗାନା ଏବଂ ସମଗ୍ର ଦେଶର ଦ୍ରୁତ ବିକାଶକୁ ଆଗେଇ ନେବାରେ ଏହି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଗୁରୁତ୍ୱାରୋପ କରି, ସେ ଆଜି ଆରମ୍ଭ ହୋଇଥିବା ଅନେକ ବଡ଼ ପ୍ରକଳ୍ପ ତେଲେଙ୍ଗାନାକୁ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବ ବୋଲି ବର୍ଣ୍ଣନା କରିଥିଲେ। ଏହି ପ୍ରକଳ୍ପ ଉଦ୍ଘାଟନଗୁଡ଼ିକ ଆଞ୍ଚଳିକ ସଂଯୋଗୀକରଣକୁ ସୁଦୃଢ଼ କରିବା ସହିତ ହଜାର ହଜାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ତେଲେଙ୍ଗାନାର ଲୋକମାନଙ୍କୁ ଏହି ପ୍ରକଳ୍ପଗୁଡ଼ିକ ପାଇଁ ଅଭିନନ୍ଦନ ଜଣାଇଥିଲେ।ମଇ ୧୦ ରେ କର୍ଣ୍ଣାଟକ ଏବଂ ତେଲଙ୍ଗାନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ
May 09th, 11:17 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୦ ମଇ, ୨୦୨୬ରେ କର୍ଣ୍ଣାଟକ ଏବଂ ତେଲଙ୍ଗାନା ଗସ୍ତ କରିବେ। ସକାଳ ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ 'ଦ ଆର୍ଟ ଅଫ୍ ଲିଭିଂ ’ ର ୪୫ତମ ବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ ଏବଂ ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ଗସ୍ତ କରିବେ ଏବଂ ଅପରାହ୍ନ ପ୍ରାୟ ୩ଟାରେ ସେ ପ୍ରାୟ ୯୪୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଅପରାହ୍ନ ପ୍ରାୟ ୩ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦର ସିନ୍ଧୁ ଡାକ୍ତରଖାନାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ।ଫେବ୍ରୁଆରୀ ୬ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ କର୍ଣ୍ଣାଟକ ଗସ୍ତ
February 04th, 12:13 pm
ଫେବ୍ରୁଆରୀ ୬, ୨୦୨୩ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକ ଗସ୍ତ କରିବେ । ପ୍ରାୟ ପୂର୍ବାହ୍ନ ସାଢ଼େ ଏଗାରଟା ବେଳେ, ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ଠାରେ ଭାରତ ଶକ୍ତ ସପ୍ତାହ-୨୦୨୩ ଉଦଘାଟନ କରିବେ । ତା’ପରେ ଅପରାହ୍ନ ପ୍ରାୟ ସାଢ଼େ ତିନିଟା ବେଳେ ସେ ଟୁମକୁରୁ ଠାରେ ହାଲ ହେଲିକପ୍ଟର କାରଖାନାକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିବେ ।India - Bangladesh Joint Statement during the State Visit of Prime Minister of Bangladesh to India
September 07th, 03:04 pm
PM Sheikh Hasina of Bangladesh, paid a State Visit to India at the invitation of PM Modi. The two Prime Ministers held discussions on the entire gamut of bilateral cooperation, including political and security cooperation, defence, border management, trade and connectivity, water resources, power and energy, development cooperation, cultural and people-to-people links.ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୦ରେ ପାନିପତ ଠାରେ ୨ଜି ଇଥାନଲ ପ୍ଲାଣ୍ଟ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ
August 08th, 05:58 pm
ବିଶ୍ୱ ଜୈବ ଇନ୍ଧନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପାନିପତ, ହରିଆନା ଠାରେ ଅଗଷ୍ଟ ୧୦, ୨୦୨୨ ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଦ୍ୱିତୀୟ ପୀଢିର (୨ଜି) ଇଥାନଲ ପ୍ଲାଣ୍ଟ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।ବିଶ୍ୱ ତୈଳ ଓ ବାଷ୍ପ କ୍ଷେତ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବିଶେଷଜ୍ଞମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
October 20th, 09:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ତୈଳ ଏବଂ ବାଷ୍ପ କ୍ଷେତ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବିଶେଷଜ୍ଞମାନଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି।ତାମିଲନାଡ଼ୁରେ ତୈଳ ଓ ବାଷ୍ପ କ୍ଷେତ୍ରର କେତେଗୁଡ଼ିଏ ପ୍ରମୁଖ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
February 17th, 04:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ତାମିଲନାଡ଼ୁରେ ତୈଳ ଏବଂ ଗ୍ୟାସ କ୍ଷେତ୍ରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ମନାଲିସ୍ଥିତ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ଠାରେ ରାମନାଥପୁରମ-ଥୁଟୁକୁଡ଼ି ପ୍ରାକୃତିକ ବାଷ୍ପ ପାଇପଲାଇନ ଏବଂ ଗ୍ୟାସୋଲିନ ଡିସଲ୍ଫରାଇଜେସନ ୟୁନିଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ସେ ମଧ୍ୟ ନାଗପଟ୍ଟିନମ ଠାରେ କାବେରୀ ବେସିନ ବିଶୋଧନାଗାର ପାଇଁ ଶିଳାନ୍ୟାସ କରିଥିଲେ। ତାମିଲନାଡ଼ୁର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ।ତାମିଲନାଡ଼ୁରେ ତୈଳ ଏବଂ ଗ୍ୟାସ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
February 17th, 04:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ତାମିଲନାଡ଼ୁରେ ତୈଳ ଏବଂ ଗ୍ୟାସ କ୍ଷେତ୍ରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ମନାଲିସ୍ଥିତ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ଠାରେ ରାମନାଥପୁରମ-ଥୁଟୁକୁଡ଼ି ପ୍ରାକୃତିକ ବାଷ୍ପ ପାଇପଲାଇନ ଏବଂ ଗ୍ୟାସୋଲିନ ଡିସଲ୍ଫରାଇଜେସନ ୟୁନିଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ସେ ମଧ୍ୟ ନାଗପଟ୍ଟିନମ ଠାରେ କାବେରୀ ବେସିନ ବିଶୋଧନାଗାର ପାଇଁ ଶିଳାନ୍ୟାସ କରିଥିଲେ। ତାମିଲନାଡ଼ୁର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ।ବିହାରରେ ତିନୋଟି ପ୍ରମୁଖ ପେଟ୍ରୋଲିୟମ ପ୍ରକଳ୍ପ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 13th, 12:01 pm
କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଁ ଆପଣମାନଙ୍କ ସହିତ ଏକ ଦୁଃଖଦ ଖବର ବାଣ୍ଟିବାକୁ ଚାହୁଁଛି । ବିହାରର ଜଣେ ବରିଷ୍ଠ ନେତା ଶ୍ରୀମାନ ରଘୁବଂଶ ପ୍ରସାଦ ସିଂହ ଆଉ ଆମମାନଙ୍କ ଗହଣରେ ନାହାନ୍ତି । ମୁଁ ତାଙ୍କ ଅମର ଆତ୍ମା ପ୍ରତି ନମସ୍କାର କରୁଛି । ରଘୁବଂଶ ବାବୁଙ୍କ ବିଦାୟ ସହିତ ବିହାର ଏବଂ ଦେଶର ଚଳନ୍ତି ରାଜନୀତିରେ ଏକ ଶୂନ୍ୟତା ସୃଷ୍ଟି ହୋଇଛି । ସେ ମାଟି ସହିତ ଯୋଡ଼ି ହୋଇ ରହିଥିବା ଜଣେ ବ୍ୟକ୍ତି ଥିଲେ, ରାଜନେତା ଥିଲେ । ଗରିବ ଲୋକଙ୍କ ଦୁଃଖଦୁର୍ଦ୍ଦଶାକୁ ବୁଝି ପାରୁଥିବା ଜଣେ ବ୍ୟକ୍ତିତ୍ୱ ଥିଲେ । ସମଗ୍ର ଜୀବନ ବିହାର ପାଇଁ ସଂଘର୍ଷ କରି ସେ ବିତାଇଛନ୍ତି । ସେ ଯେଉଁ ବିଚାରଧାରାରେ ଜନ୍ମଲାଭ କରିଥିଲେ ଏବଂ ବଢ଼ିଥିଲେ, ଜୀବନବ୍ୟାପୀ ସେହି ଭଳି ଜୀବନ ବଞ୍ଚିବାକୁ ପ୍ରୟାସ କରିଥିଲେ ।ପେଟ୍ରୋଲିୟମ କ୍ଷେତ୍ରରେ ବିହାରର ତିନୋଟି ପ୍ରମୁଖ ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ
September 13th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ବିହାରର ତିନୋଟି ପ୍ରମୁଖ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଆଜି (13.09.2020) ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ହେଲା, ହଳଦିଆ – ଦୁର୍ଗାପୁର ପାଇପଲାଇନ ଅନ୍ତର୍ଗତ ଦୁର୍ଗାପୁର ବାଙ୍କା ସେକ୍ସନ ଏବଂ ଦୁଇଟି ଏଲପିଜି ବଟଲିଙ୍ଗ ପ୍ଳାଣ୍ଟ । ସେଗୁଡିକ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧିନସ୍ଥ ଭାରତୀୟ ତୈଳ ନିଗମ ଓ ଏଚପିସିଏଲରେ କମିଶନଭୁକ୍ତ ଅଛନ୍ତି ।ସେପ୍ଟେମ୍ବର 13ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିହାରର 3ଟି ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ପ୍ରକଳ୍ପ ରାଷ୍ଟ୍ରକୁ ହେବ ଅର୍ପିତ
September 11th, 06:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 13ରେ ବିହାରରେ ନିର୍ମିତ 3ଟି ପେଟ୍ରୋଲିୟମ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବେ । ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଏହି ପ୍ରକଳ୍ପ ତ୍ରୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପିତ ହେବ । ଏହି ପ୍ରକଳ୍ପଗୁଡିକ ହେଲା ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ପାଇପ ଲାଇନର ପରିବର୍ଦ୍ଧିତ ଦୁର୍ଗାପୁର-ବାଙ୍କା ପ୍ରକଳ୍ପ ଏବଂ ଦୁଇଟି ଏଲ୍ପିଜି ବଟଲିଂ ପ୍ଲାଣ୍ଟ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଆନୁକୂଲ୍ୟରେ ଇଣ୍ଡିଆନ ଅୟେଲ ଏବଂ ଏଚପିସିଏଲ୍ ଏହି ପ୍ରକଳ୍ପକୁ ତିଆରି କରିଛି । ଏହି କାର୍ଯ୍ୟକ୍ରମରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଉପସ୍ଥିତ ରହିବେ ।ଗୌହାଟୀରେ ଏଡଭାଣ୍ଟେଜ ଆସାମ – ବିଶ୍ୱ ନିବେଶକ ସମ୍ମେଳନ-2018ରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
February 03rd, 02:10 pm
ଏହି ସମ୍ମେଳନରେ ଆପଣ ସମସ୍ତଙ୍କ ଉପସ୍ଥିତି ଏହା ପ୍ରଦର୍ଶିତ କରୁଛି କି ଆସାମ କିପରି ଭାବେ ଆଗକୁ ବଢୁଛି । ବିଶେଷ କରି ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ତୋବଗେଙ୍କ ଉପସ୍ଥିତି ଭାରତ ଏବଂ ଭୁଟାନ ମଧ୍ୟରେ ଅତୁଟ ବନ୍ଧୁତାର ସାକ୍ଷ୍ୟ ପ୍ରମାଣ ବହନ କରୁଛି ।ଏଡଭାଣ୍ଟେଜ ଆସାମ-ବିଶ୍ୱ ନିବେଶକ ସମ୍ମିଳନୀ 2018ର ଉଦ୍ଘାଟନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ;
February 03rd, 02:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୌହାଟୀ ଠାରେ ଏଡଭାଂଟେଜ ଆସାମ-ବିଶ୍ୱ ନିବେଶକ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇଛନ୍ତି ।ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ହୋଇଥିବା ବୁଝାମଣାପତ୍ର/ରାଜିନାମାର ତାଲିକା (ଜାନୁୟାରୀ 15, 2018)
January 15th, 02:24 pm
India and Israel inked nine key agreements in several sectors that would further strengthen the existing pillars of cooperation between both the countries as well as open up new avenues for partnership.ମୁମ୍ବାଇଠାରେ ବୁଡାଜାହାଜ ଆଇଏନଏସ୍ କଲବରୀକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
December 14th, 09:12 am
ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ବିଦ୍ୟାସାଗର ରାଓ ମହୋଦୟ, ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ମହୋଦୟା, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଦେବେନ୍ଦ୍ର ଫଡନବୀସ ମହାଶୟ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଡ଼ାଃ ସୁଭାଷ ଭାମ୍ରେ ମହାଶୟ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡାଭୋଲ ମହାଶୟ, ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଗରଲ ଏବଂ ଫ୍ରାନ୍ସର ଅନ୍ୟ ଅତିଥିଗଣ, ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାନବା ମହାଶୟ, କମାଣ୍ଡିଙ୍ଗ ଚିଫ୍, ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ଭାଇସ ଆଡମିରାଲ ଗିରିଶ ଲୁଥରା ମହୋଦୟ, ଭାଇସ ଆଡମିରାଲ ଟି.ଏମ୍ ଦେଶପାଣ୍ଡେ ମହାଶୟ, ସିଏମଡି, ଏମଡିଏଲ, ଶ୍ରୀମାନ ରାକେଶ ଆନନ୍ଦ, କ୍ୟାପଟେନ ଏସ. ଡି ମେହନ୍ଦଲେ, ନୌସେନାର ଅନ୍ୟ ଅଧିକାରୀ ଏବଂ ସୈନିକ ଗଣ, ଏମଡିଏଲ(ମାଜଗାଓଁ ଡକ୍ ଶିପ ବିଲ୍ଡର୍ସ ଲିମିଟେଡ)ର ଅଧିକାରୀ ଏବଂ କର୍ମଚାରୀଗଣ, କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ଗଣ୍ୟମଣ୍ୟ ମହାନୁଭବ ।ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ସମର୍ପିତ କଲେ ଆଧୁନିକ ବୁଡାଜାହାଜ ଆଇଏନଏସ କଲବରୀ
December 14th, 09:11 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ନୌସେନାର ଆଧୁନିକ ବୁଡାଜାହାଜ ଆଇଏନଏସ କଲବରୀକୁ ରାଷ୍ଟ୍ର ଲାଗି ସମର୍ପିତ କରିଛନ୍ତି ।Paradip refinery is the Vikas Deep for Odisha and the youth of Odisha: PM Modi
February 07th, 02:22 pm
PM dedicates Paradip Refinery to the nation
February 07th, 02:20 pm