ପ୍ରଧାନମନ୍ତ୍ରୀ ମୋଦୀ ମନ୍ କୀ ବାତରେ ଭାରତର ପ୍ରତିରକ୍ଷା ଶକ୍ତି, ନବସୃଜନ ଏବଂ ସାମୂହିକ ପ୍ରୟାସ ଉପରେ ଆଲୋକପାତ କରିଛନ୍ତି
July 26th, 11:30 am
Prime Minister Narendra Modi addressed the nation through Mann Ki Baat. In his speech, he highlighted important topics such as Kargil Vijay Diwas, Catch the Rain campaign, India's space sector prowess, Science Olympiads, Environmental conservation, Khadi and more. He called upon the citizens to share their ideas and suggestions for Independence Day through MyGov.ଫଳାଫଳ ତାଲିକା: ନ୍ୟୁଜିଲ୍ୟାଣ୍ଡକୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଗସ୍ତ
July 11th, 08:03 am
ଏହି ବୁଝାମଣାପତ୍ର ସମ୍ବାଦ, ସମନ୍ୱୟ, ସୂଚନା ଆଦାନପ୍ରଦାନ ଏବଂ ମିଳିତ କାର୍ଯ୍ୟକଳାପ ମାଧ୍ୟମରେ ହିନ୍ଦ-ପ୍ରଶାନ୍ତ ମହାସାଗରରେ ସାମୁଦ୍ରିକ ସହଯୋଗ ବୃଦ୍ଧି ପାଇଁ ଏକ ଢ଼ାଞ୍ଚା ପ୍ରତିଷ୍ଠା କରେ ।ସେଚେଲ୍ସର ୫୦ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
June 29th, 08:00 am
ସେଚେଲ୍ସର ମହାମହିମ ରାଷ୍ଟ୍ରପତି ଡଃ ପାଟ୍ରିକ୍ ହର୍ମିନିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେଚେଲ୍ସର ୫୦ତମ ସ୍ୱାଧୀନତା ଦିବସ ପୂର୍ତ୍ତି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ସେଚେଲ୍ସର ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇଥିବା ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି।‘ମନ କି ବାତ୍’ର ୧୩୫ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 28th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆପଣ ସମସ୍ତଙ୍କ ସହ ଯୋଡ଼ିହୋଇ ମୋତେ ବହୁତ ଖୁସି ଲାଗୁଛି । ୨୦୨୬ ବର୍ଷର ପ୍ରଥମାର୍ଦ୍ଧ ବିତିବାକୁ ବସିଲାଣି । ଏହି ୬ ମାସରେ ଆମେ ‘ମନ୍ କି ବାତ୍’ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ । ଜୁନରେ ମଧ୍ୟ ଦେଶ ଏଭଳି କିଛି ଉପଲବଧି ହାସଲ କରିଛି, ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି । ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ । ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା । ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା । ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ଉତ୍ପାଦନ, ସବୁକିଛି ସ୍ୱଦେଶୀ ।କୋଲକାତାରେ ଆୟୋଜିତ ଆଇଏନଏସ୍ ଅଗ୍ରୟ, ଆଇଏନଏସ୍ ଦୁନାଗିରି ଏବଂ ଆଇଏନଏସ୍ ସଂଶୋଧକଙ୍କ ତ୍ରିମୁଖୀ-କମିଶନିଂ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଇଂରାଜୀ ଅନୁବାଦ
June 21st, 12:51 pm
ସମଗ୍ର ବିଶ୍ୱ ଏହାର ସାକ୍ଷୀ ଯେ, ସାମୁଦ୍ରିକ କ୍ଷମତା ବିନା କୌଣସି ରାଷ୍ଟ୍ର ଏକ ମହାଶକ୍ତିରେ ପରିଣତ ହୋଇପାରିବ ନାହିଁ। ବିକାଶ ସମୁଦ୍ର ସହ ଜଡ଼ିତ, ସୁରକ୍ଷା ସମୁଦ୍ର ସହ ଜଡ଼ିତ ଏବଂ ସମୃଦ୍ଧି ମଧ୍ୟ ସମୁଦ୍ର ସହ ଜଡ଼ିତ। ଆଜି ବିଶ୍ୱର ଅଧିକାଂଶ ବାଣିଜ୍ୟ ସାମୁଦ୍ରିକ ପଥ ଦେଇ ସଂଚାଳିତ ହେଉଛି। ସମଗ୍ର ବିଶ୍ୱକୁ ସଂଯୋଗ କରୁଥିବା ବିଶାଳ ଡାଟା ନେଟୱର୍କଗୁଡ଼ିକ ସମୁଦ୍ରର ଗର୍ଭ ଦେଇ ଅତିକ୍ରମ କରିଛି। ଆଗାମୀ ସମୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ, ଗଭୀର ସମୁଦ୍ରର ସମ୍ପଦ ଏବଂ ଶକ୍ତିର ନୂତନ ଉତ୍ସ ମଧ୍ୟ ସମୁଦ୍ର ସହ ଅଧିକ ଘନିଷ୍ଠ ଭାବେ ଜଡ଼ିତ ହେବ।PM Modi commissions three indigenously designed and built naval ships – INS Dunagiri, INS Sanshodhak and INS Agray
June 21st, 12:50 pm
PM Modi has commissioned three indigenously designed and built naval ships - INS Dunagiri, INS Sanshodhak and INS Agray in Kolkata, West Bengal. Speaking on the occasion, he said the event represented an important milestone in the journey towards an Aatmanirbhar Bharat, adding that around 40 indigenously built warships and submarines have been inducted into the Indian Navy over the past few years.ପ୍ରଧାନମନ୍ତ୍ରୀ ମୋଦୀ ଗ୍ରୀଷ୍ମ ଗରମକୁ ଦୂର କରିବା ପାଇଁ ଟିପ୍ସ ସେୟାର କରିଛନ୍ତି, ମନ କୀ ବାତରେ ନାଗରିକମାନଙ୍କୁ ହାଇଡ୍ରେଟ୍ ରହିବାକୁ ପରାମର୍ଶ ଦେଇଛନ୍ତି
May 31st, 11:30 am
‘ମନ୍ କି ବାତ୍’ରେ ପୁଣିଥରେ ଆପଣମାନଙ୍କ ସହ ଯୋଡ଼ିହୋଇ ମୋତେ ବହୁତ ଖୁସି ଲାଗୁଛି । ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଆମ ଦେଶର ଲୋକେ ଦେଶ ହିତ, ସମାଜର ହିତ ପାଇଁ ଏଭଳି ଚମତ୍କାର କରୁଛନ୍ତି ଯେ ସେମାନଙ୍କ ବିଷୟରେ ଶୁଣିଲେ ଆମକୁ ନୂତନ ପ୍ରେରଣା ମିଳୁଛି । ଆଜିର କାର୍ଯ୍ୟକ୍ରମର ଆରମ୍ଭ ମୁଁ ଆଥଲେଟିକ୍ସରେ ଦେଶର ଏଭଳି ଗୋଟିଏ ଉପଲବ୍ଧିରୁ କରୁଛି । କିଛିଦିନ ପୂର୍ବେ ଝାଡ଼ଖଣ୍ଡର ରାଞ୍ଚିରେ ଜାତୀୟ ସିନିୟର ଆଥଲେଟିକ୍ସ ଫେଡେରେସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସମଗ୍ର ଦେଶରୁ ଆସିଥିବା ପ୍ରାୟ ୮୦୦ ଖେଳାଳି ଅଂଶଗ୍ରହଣ କରିଥିଲେ । ଏଥିରେ ଚାରୋଟି ଭିନ୍ନ ଇଭେଣ୍ଟରେ ଚାରୋଟି ଜାତୀୟ ରେକର୍ଡ ଭଙ୍ଗ ହେଲା । ଗୁରିନ୍ଦରବୀର ସିଂ, ବିଶାଳ ଟିକେ, ତେଜସ୍ୱୀନ ଶଙ୍କର, ଦେବ୍ ମୀଣା ଏବଂ କୂଲଦୀପ କୁମାର । ଏହି ବନ୍ଧୁମାନେ ବିଭିନ୍ନ ଶ୍ରେଣୀରେ ନୂତନ ରେକର୍ଡ ସୃଷ୍ଟି କଲେ । ସର୍ବପ୍ରଥମେ ମୁଁ ଏମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।ଭାରତ ଏବଂ ଭିଏତନାମ ମଧ୍ୟରେ ଉନ୍ନତ ବ୍ୟାପକ ରଣନୈତିକ ସହଭାଗୀତା ଉପରେ ମିଳିତ ବିବୃତ୍ତି
May 06th, 05:24 pm
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଭିଏତନାମ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟିର ସାଧାରଣ ସମ୍ପାଦକ, ଭିଏତନାମ ସମାଜବାଦୀ ଗଣରାଜ୍ୟର ରାଷ୍ଟ୍ରପତି ଶ୍ରୀଯୁକ୍ତ ଟୋ ଲାମ୍ ମେ’୦୫ ରୁ ୦୭ ପର୍ଯ୍ୟନ୍ତ ଭାରତ ଗସ୍ତ କରିଛନ୍ତି। ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ଟୋ ଲାମ୍ ଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ଅଛନ୍ତି। ଏକ ଦୃଢ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ସମ୍ମାନିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସାମିଲ ଅଛନ୍ତି।ମନ କୀ ବାତରେ ଡିଜିଟାଲ ଜନଗଣନା 2027 ରେ ଭାଗ ନେବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
April 26th, 11:30 am
ଚଳିତ ମାସର ମନ୍ କୀ ବାତ୍ ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦୀ ଆଣବିକ ଏବଂ ପବନ ଶକ୍ତି କ୍ଷେତ୍ରରେ ଭାରତର ଅଗ୍ରଗତି ଉପରେ ଆଲୋକପାତ କରିଥିଲେ । ସେ ଭଗବାନ୍ ବୁଦ୍ଧଙ୍କ ଶିକ୍ଷା, ବିଟିଂ ରିଟ୍ରିଟ୍ ସମାରୋହ, ପ୍ରକୃତି ସଂରକ୍ଷଣ, ବାଉଁଶ କ୍ଷେତ୍ର, ପ୍ରାଚୀନ ଗ୍ରନ୍ଥ ଏବଂ ଗାଣିତିକ ଅଲିମ୍ପିଆଡ୍ କାର୍ଯ୍ୟକ୍ରମ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଚାଲିଥିବା ଡିଜିଟାଲ ଜନଗଣନା ଅଭିଯାନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।ଭାରତ-ଫ୍ରାନ୍ସ ମିଳିତ ବିବୃତି
February 18th, 08:10 am
ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଫ୍ରାନ୍ସର ରାଷ୍ଟ୍ରପତି ମହାମହିମ ଶ୍ରୀ ଇମାନୁଏଲ ମାକ୍ରନ ୧୭ ରୁ ୧୯ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଭାରତ ଗସ୍ତ କରିଥିଲେ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରଭାବ ସମ୍ମିଳନୀ ୨୦୨୬ରେ ଅଂଶଗ୍ରହଣ କରିଥିଲେ। ଏହି ଗସ୍ତ ସମୟରେ ଦୁଇ ନେତା ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ଏବଂ ୧୭ ଫେବୃଆରୀରେ ମୁମ୍ବାଇରେ ମିଳିତ ଭାବରେ ୨୦୨୬ ଭାରତ-ଫ୍ରାନ୍ସ ନବସୃଜନ ବର୍ଷର ଉଦଘାଟନ କରିଥିଲେ। ଏହା ହେଉଛି ରାଷ୍ଟ୍ରପତି ମାକ୍ରନଙ୍କର ଚତୁର୍ଥ ଭାରତ ଗସ୍ତ। ଫେବୃଆରୀ ୨୦୨୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତ ପରେ ପରେ ମାକ୍ରନ ଭାରତ ଗସ୍ତରେ ଆସିଥିଲେ। ଏହି ଅବସରରେ ଉଭୟ ନେତା ଆଗାମୀ ଦଶନ୍ଧିରେ ଦ୍ୱିପାକ୍ଷିକ ସହଯୋଗକୁ ମାର୍ଗଦର୍ଶନ କରିବା ପାଇଁ ସମ୍ପର୍କକୁ ସ୍ୱତନ୍ତ୍ର ବୈଶ୍ୱିକ ରଣନୀତିକ ସହଭାଗିତା ରେ ପରିଣତ କରିବାକୁ ସହମତ ହୋଇଥିଲେ। ଭାରତ-ଫ୍ରାନ୍ସ ସମ୍ପର୍କର ଏହି ଉନ୍ନତି ମିଳିତ ଭାବେ ବୃଦ୍ଧି ପାଉଥିବା ଉଭୟ ନେତାଙ୍କ ଉଚ୍ଚଭିଳାଷ ଓ ଲକ୍ଷ୍ୟକୁ ପ୍ରତିଫଳିତ କରୁଛି। ବିଶ୍ୱର ମଙ୍ଗଳ ପାଇଁ ଏହା ଏକ ଶକ୍ତି ଭାବରେ କାର୍ଯ୍ୟ କରିବ । ଏହା କେବଳ ସେମାନଙ୍କ ଅର୍ଥନୀତିରେ ସମୃଦ୍ଧି ଓ ସ୍ଥିରତା ନିର୍ମାଣ କରିବାରେ ଓ ସେମାନଙ୍କ ଦେଶର ସୁରକ୍ଷାକୁ ଆହୁରି ମଜଭୁତ କରିବାରେ ସାହାଯ୍ୟ କରିବ, ତାହା ନୁହେଁ ବରଂ ଦିନକୁ ଦିନ ବଢୁଥିବା ଅନିଶ୍ଚିତ ବୈଶ୍ୱିକ ପରିସ୍ଥିତିରେ ଚ୍ୟାଲେଞ୍ଜର ସମାଧାନ ପାଇଁ ସାମୂହିକ ଭାବରେ କାର୍ଯ୍ୟ କରିବ। ଏହା ସହିତ ଏକ ସ୍ଥିର ନିୟମ-ଆଧାରିତ ଅନ୍ତର୍ଜାତୀୟ ପରିବେଶ ଗଠନ କରିବାରେ ସାହାଯ୍ୟ କରିବ। ଉଭୟ ଦେଶ ୨୦୨୩ ମସିହାରେ ରଣନୀତିକ ସହଭାଗୀତାର ପଞ୍ଚବିଂଶ ବାର୍ଷିକୀ ପାଳନ କରିଥିଲେ। ଏହି ଅବସରରେ ସେମାନେ ୨୦୪୭ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ସମ୍ପର୍କର ମାର୍ଗ ନିର୍ଦ୍ଧାରଣ କରିବା ପାଇଁ ହରାଇଜନ ୨୦୪୭ ରୋଡମ୍ୟାପ୍ ଗ୍ରହଣ କରିଥିଲେ। ଏହି ୨୦୪୭ ହେଉଛି ଭାରତର ସ୍ୱାଧୀନତାର ଶତବାର୍ଷିକୀ ବର୍ଷ, ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ଶତବାର୍ଷିକୀ ଓ ଦୁଇ ଦେଶ ମଧ୍ୟରେ ରଣନୀତିକ ସହଭାଗୀତାର ୫୦ତମ ବର୍ଷ। ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି ଓ ଉନ୍ନତ ସହଭାଗୀତାର କାର୍ଯ୍ୟାନ୍ୱୟନ ଏବଂ ହରାଇଜନ୍ ୨୦୪୭ ବିଶେଷ କରି ଆର୍ଥିକ ସୁରକ୍ଷା, ବିଶ୍ୱ ସମସ୍ୟା ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଆଦାନପ୍ରଦାନ କ୍ଷେତ୍ରରେ ନିୟମିତ ସମୀକ୍ଷା କରିବା ପାଇଁ ଏକ ବୈଦେଶିକ ମନ୍ତ୍ରୀସ୍ତରୀୟ ବ୍ୟାପକ ଆଲୋଚନା କରିଥିଲେ।ନୌସେନା ଦିବସରେ ଭାରତୀୟ ନୌସେନାର ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
December 04th, 08:41 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୌସେନା ଦିବସ ଅବସରରେ ଭାରତୀୟ ନୌସେନାର ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଆମ ନୌସେନା ଅସାଧାରଣ ସାହସ ଏବଂ ସଂକଳ୍ପର ପ୍ରତୀକ। ସେମାନେ ଆମ ଉପକୂଳର ସୁରକ୍ଷା କରନ୍ତି ଏବଂ ଆମର ସାମୁଦ୍ରିକ ସ୍ୱାର୍ଥକୁ ବଜାୟ ରଖନ୍ତି। ମୁଁ ଚଳିତ ବର୍ଷର ଦୀପାବଳିକୁ କେବେବି ଭୁଲି ପାରିବି ନାହିଁ, ଯାହା ମୁଁ ଆଇଏନଏସ ବିକ୍ରାନ୍ତରେ ନୌସେନା କର୍ମଚାରୀଙ୍କ ସହ ବିତାଇଥିଲି। ଭାରତୀୟ ନୌସେନାକୁ ସେମାନଙ୍କ ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି।ଜନସାଧାରଣଙ୍କ ସାମୂହିକ ପ୍ରୟାସକୁ ସାମ୍ନାକୁ ଆଣିବା ପାଇଁ 'ମନ୍ କୀ ବାତ୍' ଏକ ଉତ୍କୃଷ୍ଟ ପ୍ଲାଟଫର୍ମ: ପ୍ରଧାନମନ୍ତ୍ରୀ ମୋଦୀ
November 30th, 11:30 am
ଚଳିତ ମାସର ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ମାସର ପ୍ରମୁଖ ଘଟଣା ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ସମ୍ବିଧାନ ଦିବସ ଉତ୍ସବ, ବନ୍ଦେ ମାତରମର 150ତମ ବାର୍ଷିକୀ, ଅଯୋଧ୍ୟାରେ ଧର୍ମ ଧ୍ୱଜ ଉତ୍ତୋଳନ, ଆଇଏନଏସ 'ମାହେ' ଅନ୍ତର୍ଭୁକ୍ତ ଏବଂ କୁରୁକ୍ଷେତ୍ରରେ ଆନ୍ତର୍ଜାତୀୟ ଗୀତା ମହୋତ୍ସବ ଅନ୍ତର୍ଭୁକ୍ତ । ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଓ ମହୁ ଉତ୍ପାଦନ, ଭାରତର କ୍ରୀଡା ସଫଳତା, ସଂଗ୍ରହାଳୟ ଓ ପ୍ରାକୃତିକ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । କାଶୀ-ତାମିଲ ସଙ୍ଗମମର ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ।ନୂଆଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ଆର୍ଯ୍ୟ ମହାସମ୍ମେଳନ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
October 31st, 07:00 pm
ସର୍ବପ୍ରଥମେ, ମୁଁ ବିଳମ୍ବରେ ପହଞ୍ଚିଥିବା ପାଇଁ କ୍ଷମା ପ୍ରାର୍ଥନା କରୁଛି । ଆଜି ସର୍ଦ୍ଦାର ସାହେବଙ୍କ ଜନ୍ମବାର୍ଷିକୀ ଥିଲା, ତାଙ୍କର ୧୫୦ତମ ଜନ୍ମବାର୍ଷିକୀ। ଏକତା ନଗରର ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ତାଙ୍କର ଏକ କାର୍ଯ୍ୟକ୍ରମ ଥିଲା ଏବଂ ସେଥିପାଇଁ, ମୁଁ ଠିକ୍ ସମୟରେ ପହଞ୍ଚି ପାରିଲି ନାହିଁ। ଏଥିପାଇଁ ମୁଁ ପୁନର୍ବାର କ୍ଷମା ପ୍ରାର୍ଥନା କରୁଛି। ଆରମ୍ଭରେ ଆମେ ସମସ୍ତେ ଯେଉଁ ମନ୍ତ୍ରଗୁଡ଼ିକ ଶୁଣିଥିଲୁ, ସେହି ମନ୍ତ୍ରଗୁଡିକର ଶକ୍ତି ଏବେ ମଧ୍ୟ ଆମେ ଅନୁଭବ କରୁଛେ । ଯେତେବେଳେ ମୋତେ ଆପଣମାନଙ୍କ ପାଖକୁ ଆସିବାର ସୁଯୋଗ ମିଳେ ଏବଂ ଯେବେ ଯେବେ ମୁଁ ଏଠାକୁ ଆସିଛି ଦିବ୍ୟ ଅଭିଜ୍ଞତା ଏବଂ ଆଶ୍ଚର୍ଯ୍ୟଜନକ ଅନୁଭୂତି ପାଇଛି । ସ୍ୱାମୀ ଦୟାନନ୍ଦଙ୍କ ଆଶୀର୍ବାଦ, ତାଙ୍କ ଆଦର୍ଶ ପ୍ରତି ଆମର ଶ୍ରଦ୍ଧା ଏବଂ ଆପଣମାନଙ୍କ ସହିତ ଦଶନ୍ଧି ଧରି ରହିଥିବା ସମ୍ପର୍କ ମୋତେ ବାରମ୍ବାର ଆପଣଙ୍କ ମଧ୍ୟରେ ରହିବାର ସୁଯୋଗ ଦେଉଛି। ଆଉ ଯେତେବେଳେ ମୁଁ ଆପଣମାନଙ୍କୁ ଭେଟିଥାଏ ଏବଂ ଆପଣମାନଙ୍କୁ ସହିତ କଥାବାର୍ତ୍ତା କରେ, ମୁଁ ଏକ ଅନନ୍ୟ ଶକ୍ତି ଏବଂ ପ୍ରେରଣାରେ ପରିପୂର୍ଣ୍ଣ ହୋଇଯାଏ। ମୋତେ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ଏହିପରି ନଅଟି ସଭାଗୃହ ନିର୍ମାଣ କରାଯାଇଛି, ଯେଉଁଠାରେ ଆମର ସମସ୍ତ ଆର୍ଯ୍ୟ ସମାଜର ସଦସ୍ୟ ଭିଡିଓ ଲିଙ୍କ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଦେଖୁଛନ୍ତି। ଯଦିଓ ମୁଁ ସେମାନଙ୍କୁ ଦେଖିପାରୁ ନାହିଁ, ମୁଁ ଏଠାରୁ ମଧ୍ୟ ସେମାନଙ୍କୁ ମୋର ପ୍ରଣାମ ଜଣାଉଛି।କେଭାଡ଼ିଆରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 31st, 09:00 am
ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀର ଐତିହାସିକ ଅବସରରେ, ଏକତାନଗରର ଏହି ଦିବ୍ୟ ପ୍ରଭାତ, ଏହି ମନୋରମ ଦୃଶ୍ୟ, ସର୍ଦ୍ଦାର ସାହେବଙ୍କ ପାଦତଳେ ଆମର ଉପସ୍ଥିତି, ଆଜି ଆମେ ସମସ୍ତେ ଏକ ମହାନ ମୁହୂର୍ତ୍ତର ସାକ୍ଷୀ ହେଉଛୁ। ସମଗ୍ର ଦେଶରେ ଚାଲିଥିବା ଏକତା ଦୌଡ଼, ରନ ଫର ୟୁନିଟି, କୋଟି କୋଟି ଭାରତୀୟଙ୍କ ଉତ୍ସାହ, ଆମେ ଏକ ନୂତନ ଭାରତର ସଂକଳ୍ପ ଶକ୍ତିକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରୁଛୁ। ବର୍ତ୍ତମାନ ଏଠାରେ ଯେଉଁସବୁ କାର୍ଯ୍ୟକ୍ରମ ହୋଇଛି, ଗତକାଲି ସନ୍ଧ୍ୟାରେ ଯେଉଁସବୁ ଚମତ୍କାର ପ୍ରସ୍ତୁତି ହୋଇଛି, ସେଥିରେ ମଧ୍ୟ, ଅତୀତର ପରମ୍ପରା, ବର୍ତ୍ତମାନର ଶ୍ରମ ଓ ବୀରତ୍ଵ ଏବଂ ଭବିଷ୍ୟତର ସଫଳତାର ଝଲକ ମଧ୍ୟ ରହିଛି। ସର୍ଦ୍ଦାର ସାହେବଙ୍କ ଏକ ଶହ ପଚାଶତମ ଜୟନ୍ତୀ ଉପଲକ୍ଷେ ସ୍ମାରକୀ ମୁଦ୍ରା ଏବଂ ସ୍ୱତନ୍ତ୍ର ଡାକ ଟିକଟ ମଧ୍ୟ ଜାରି କରାଯାଇଛି। ସର୍ଦ୍ଦାର ସାହେବଙ୍କ ଜୟନ୍ତୀ, ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ମୁଁ ସମସ୍ତ ୧୪୦ କୋଟି ଦେଶବାସୀଙ୍କୁ ବହୁତ-ବହୁତ ଶୁଭେଚ୍ଛା, ଅନେକ ଅନେକ ଶୁଭକାମନା ଜଣାଉଛି।ରାଷ୍ଟ୍ରୀୟ ଏକତା ଦିବସରେ ଦେଶକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : ଭାରତର ସୁରକ୍ଷା କିମ୍ବା ଲୌହ ମାନବଙ୍କ ଆତ୍ମସମ୍ମାନ ସହିତ ଦେଶ ସାଲିସ କରିବ ନାହିଁ
October 31st, 08:44 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କେଭାଡିଆ ଠାରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ହେଉଛି ଏକ ଐତିହାସିକ ଅବସର। ଏକତା ନଗରର ସକାଳର ଦିବ୍ୟ ଏବଂ ମନୋରମ ଦୃଶ୍ୟକୁ ଆଶ୍ଚର୍ଯ୍ୟଜନକ ବୋଲି ବର୍ଣ୍ଣନା କରି ଶ୍ରୀ ମୋଦୀ ସର୍ଦ୍ଦାର ପଟେଲଙ୍କ ପାଦତଳେ ସାମୂହିକ ଉପସ୍ଥିତି ସମ୍ପର୍କରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ, ଦେଶ ଏକ ମହାନ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତର ସାକ୍ଷୀ ହେଉଛି। ସେ ଦେଶବ୍ୟାପୀ ଏକତା ଦୌଡ଼ ଏବଂ ଏଥିରେ କୋଟି କୋଟି ଭାରତୀୟଙ୍କ ଉତ୍ସାହୀ ଅଂଶଗ୍ରହଣ ଉପରେ ଆଲୋକପାତ କରିଥିଲେ ଏବଂ ଗୁରୁତ୍ୱାରୋପ କରିଥିଲେ ଯେ ଏକ ନୂତନ ଭାରତ ପାଇଁ ସଂକଳ୍ପ ସ୍ପଷ୍ଟ ଭାବରେ ଅନୁଭୂତ ହେଉଛି। ପୂର୍ବରୁ ଅନୁଷ୍ଠିତ କାର୍ଯ୍ୟକ୍ରମ ଏବଂ ପୂର୍ବ ସନ୍ଧ୍ୟାର ଉଲ୍ଲେଖନୀୟ ଉପସ୍ଥାପନାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହା ଅତୀତର ପରମ୍ପରା, ବର୍ତ୍ତମାନର ଶ୍ରମ ଓ ପରାକ୍ରମ ଏବଂ ଭବିଷ୍ୟତର ସଫଳତାର ଏକ ଝଲକକୁ ପ୍ରତିଫଳିତ କରେ। ସେ ସୂଚନା ଦେଇଥିଲେ ଯେ , ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଏକ ସ୍ମାରକୀ ମୁଦ୍ରା ଏବଂ ଏକ ସ୍ୱତନ୍ତ୍ର ଡାକ ଟିକେଟ ଜାରି କରାଯାଇଛି।ଆଇଏନଏସ ବିକ୍ରାନ୍ତରେ ଦୀପାବଳି ପାଳନର ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ ୨୧ ଅକ୍ଟୋବର ୨୦୨୫: ପିଆଇବି ଦିଲ୍ଲୀ
October 21st, 09:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ନୌସେନା ସହିତ ଆଇଏନଏସ ବିକ୍ରାନ୍ତରେ ତାଙ୍କର ଦୀପାବଳି ଉତ୍ସବ ପାଳନର କିଛି ଝଲକ ଶେୟାର କରିଛନ୍ତି । ଏହାକୁ ଏକ ଉଲ୍ଲେଖନୀୟ ଦିନ, ଉଲ୍ଲେଖନୀୟ ମୁହୂର୍ତ୍ତ ଏବଂ ଉଲ୍ଲେଖନୀୟ ଦୃଶ୍ୟ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଗୋଟିଏ ପାର୍ଶ୍ଵରେ ବିଶାଳ ସମୁଦ୍ର ଏବଂ ଅନ୍ୟ ପାର୍ଶ୍ଵରେ ଭାରତ ମାତାର ସାହସୀ ସୈନିକମାନଙ୍କର ଅପାର ଶକ୍ତି । ସେ କହିଛନ୍ତି ଯେ, ଗୋଟିଏ ପାଖରେ ଅସୀମ ଦିଗନ୍ତ ଏବଂ ଅସୀମ ଆକାଶ ଦେଖାଯାଉଛି, ଅନ୍ୟ ପାର୍ଶ୍ଵରେ ଅସୀମ ଶକ୍ତିର ପ୍ରତୀକ ଆଇଏନଏସ ବିକ୍ରାନ୍ତର ବିଶାଳ ପରାକ୍ରମ ପ୍ରଦର୍ଶନ କରାଯାଉଛି । ପ୍ରଧାନମନ୍ତ୍ରୀ ଅବଲୋକନ କରିଥିଲେ ଯେ, ସମୁଦ୍ରରେ ସୂର୍ଯ୍ୟକିରଣର ଚମକ ଦୀପାବଳି ସମୟରେ ବୀର ସୈନିକମାନଙ୍କ ଦ୍ୱାରା ପ୍ରଜ୍ଜ୍ୱଳିତ ଦୀପ ସହିତ ସମାନ, ଯାହା ଆଲୋକର ଏକ ଦିବ୍ୟମାଳା ସୃଷ୍ଟି କରିଥାଏ । ସେ କହିଥିଲେ ଯେ, ଭାରତୀୟ ନୌସେନାର ସାହସୀ ସୈନିକମାନଙ୍କ ସହିତ ତାଙ୍କୁ ଦୀପାବଳି ପାଳନ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି ।ଆଇଏନଏସ ବିକ୍ରାନ୍ତରେ ସଶସ୍ତ୍ର ବାହିନୀ ସହିତ ଦୀପାବଳି ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 20th, 10:30 am
ଆଜି ଏକ ସୁନ୍ଦର ଦିନ, ଏହି ମୁହୂର୍ତ୍ତ ସ୍ମରଣୀୟ, ଏହି ଦୃଶ୍ୟ ଆଶ୍ଚର୍ଯ୍ୟଜନକ। ଆଜି ମୋର ଗୋଟିଏ ଦିଗରେ ଅଥଳ ସମୁଦ୍ରର ଜଳରାଶି ତ ଅନ୍ୟ ପଟେ ମା' ଭାରତୀର ବୀର ଯବାନମାନଙ୍କର ଅକଳନୀୟ ସାମର୍ଥ୍ୟ ରହିଛି । ଆଜି ମୋର ଗୋଟିଏ ପଟେ ଅନନ୍ତ କ୍ଷିତିଜ ବ୍ୟାପି ରହିଛି, ଅନନ୍ତ ଆକାଶ ରହିଛି, ତ ଅନ୍ୟ ପଟେ ଅନନ୍ତ ଶକ୍ତିକୁ ଧରି ରଖିଥିବା ଏହି ବିଶାଳ, ବିରାଟ ଆଇଏନଏସ ବିକ୍ରାନ୍ତ ରହିଛି । ସମୁଦ୍ରର ଜଳରାଶି ଉପରେ ସୂର୍ଯ୍ୟଙ୍କ କିରଣ ଏହି ଚମକ ଗୋଟିଏ ପଟେ ବୀର ଯବାନମାନଙ୍କ ଦ୍ୱାରା ଜଳା ଯାଇଥିବା ଦୀପାବଳିର ପ୍ରଦୀପମାଳା ରହିଛି । ଏହା ଆମର ଅଲୌକିକ ଦୀପମାଳାର ସମାହାର, ମୋର ସୌଭାଗ୍ୟ ଯେ ଏଥର ମୁଁ ନୌସେନାର ଆପଣମାନଙ୍କ ସମସ୍ତ ବୀର ଯବାନମାନଙ୍କ ଗହଣରେ ପବିତ୍ର ଦୀପାବଳି ପର୍ବ ପାଳନ କରୁଛି।ଆଇଏନଏସ ବିକ୍ରାନ୍ତରେ ଦେଶପ୍ରେମ ଓ ଆଲୋକର ଉତ୍ସବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ
October 20th, 10:00 am
ନୂଆଦିଲ୍ଲୀ,୨୧.୧୦.୨୦୨୫: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଇଏନଏସ ବିକ୍ରାନ୍ତରେ ଦୀପାବଳି ପାଳନ ସମୟରେ ସଶସ୍ତ୍ର ବାହିନୀର କର୍ମଚାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଆଜିର ଏହି ଦିନକୁ ଏକ ସୁନ୍ଦର ଦିନ, ସୁନ୍ଦର ମୁହୂର୍ତ୍ତ ଏବଂ ଚମତ୍କାର ଦୃଶ୍ୟ ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଛନ୍ତି, ଏକ ପାର୍ଶ୍ଵରେ ବିଶାଳ ସମୁଦ୍ର ଏବଂ ଅନ୍ୟପଟେ ଭାରତ ମାତାର ସାହସୀ ସୈନିକମାନଙ୍କର ଅପାର ଶକ୍ତି ରହିଛି। ସେହିପରି ଗୋଟିଏ ପାର୍ଶ୍ୱରେ ଅସୀମ ଦିଗନ୍ତ ଏବଂ ଅସୀମ ଆକାଶ ଥିବାବେଳେ, ଅନ୍ୟ ପାର୍ଶ୍ୱରେ ଆଇଏନଏସ ବିକ୍ରାନ୍ତର ବିଶାଳ ଶକ୍ତି ପ୍ରଦର୍ଶନ କରାଯାଉଛି, ଯାହା ଅସୀମ ଶକ୍ତିକୁ ମୂର୍ତ୍ତିମନ୍ତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମୁଦ୍ରରେ ସୂର୍ଯ୍ୟକିରଣର ଚମକ ଦୀପାବଳି ସମୟରେ ବୀର ସୈନିକମାନଙ୍କ ଦ୍ୱାରା ପ୍ରଜ୍ଜ୍ୱଳିତ ଦୀପ ସହିତ ସମାନ, ଯାହା ଆଲୋକର ଏକ ଦିବ୍ୟ ମାଳା ସୃଷ୍ଟି କରୁଛି। ଭାରତୀୟ ନୌସେନାର ସାହସୀ ସୈନିକଙ୍କ ମଧ୍ୟରେ ଏହି ଦୀପାବଳି ପାଳନ କରିବା ମୋର ସୌଭାଗ୍ୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି।ମନ୍ କୀ ବାତ୍ ସେପ୍ଟେମ୍ବର 2025
September 28th, 11:00 am
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କ ସହିତ ଯୋଡିହେବା, ଆପଣ ସମସ୍ତଙ୍କଠାରୁ ଶିଖିବା, ଦେଶର ଲୋକଙ୍କ ଉପଲବ୍ଧି ବିଷୟରେ ଜାଣିବା, ପ୍ରକୃତରେ ମୋତେ ବହୁତ ସୁଖଦ ଅନୁଭୂତି ପ୍ରଦାନ କରିଥାଏ । ପରସ୍ପର ସହିତ ନିଜ କଥା ବାଣ୍ଟି, ନିଜ ମନର କଥା କହିବା ଭିତରେ ଜଣାପଡ଼ିଲାନି ଯେ, ଏହି କାର୍ଯ୍ୟକ୍ରମ ୧୨୫ ଅଧ୍ୟାୟ ପୂରଣ କରିସାରିଲାଣି । ଆଜି ହେଉଛି ଏହି କାର୍ଯ୍ୟକ୍ରମର ୧୨୬ତମ ଅଧ୍ୟାୟ ଏବଂ ଆଜିର ଦିନ ସହିତ କିଛି ବିଶେଷ କଥା ମଧ୍ୟ ଯୋଡ଼ି ହୋଇ ରହିଛି । ଆଜି ହେଉଛି ଭାରତର ଦୁଇ ମହାନ ବ୍ୟକ୍ତିଙ୍କ ଜୟନ୍ତୀ । ମୁଁ କହୁଛି ଶହୀଦ ଭଗତ ସିଂ ଏବଂ ଲତା ଦିଦିଙ୍କ କଥା ।India's coastlines will become gateways to the nation's prosperity: PM Modi in Bhavnagar
September 20th, 11:00 am
At the inauguration of ₹34,200 crore development works in Bhavnagar, PM Modi recalled India’s historic strength as a maritime power and shipbuilding hub. Blaming Congress for the collapse of shipbuilding ecosystem, he said that with the vision of self-reliance, the maritime sector is now advancing towards next-gen reforms. He noted that India accounts for 10% of global maritime trade and set a goal to triple this share by 2047.