ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି

February 08th, 08:35 am

ପ୍ରଥମେ, ମୁଁ ମୋର ଘନିଷ୍ଠ ବନ୍ଧୁ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ତାଙ୍କର ହୃଦୟସ୍ପର୍ଶୀ ଓ ଭବ୍ୟ ସ୍ୱାଗତ ପାଇଁ ସହୃଦୟତାର ସହିତ କୃତଜ୍ଞତା ଜଣାଉଛି। ଗତ ବର୍ଷ, ମୁଁ ଏସିଆନ୍ ଶିଖର ସମ୍ମିଳନୀ ପାଇଁ ମାଲେସିଆ ଯାତ୍ରା କରିପାରି ନଥିଲି। କିନ୍ତୁ ମୁଁ ମୋର ପ୍ରିୟ ବନ୍ଧୁଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ, ମୁଁ ଯଥାଶୀଘ୍ର ମାଲେସିଆ ଗସ୍ତ କରିବି। ଆଜି, ୨୦୨୬ର ମୋର ପ୍ରଥମ ବିଦେଶ ଯାତ୍ରାରେ, ମୁଁ ମାଲେସିଆ ଆସିଛି।

India Malaysia Joint Statement on the occasion of the Official visit by Prime minister of India to Malaysia

February 08th, 08:30 am

At the invitation of Prime Minister of Malaysia, His Excellency, Dato’ Seri Anwar Ibrahim, His Excellency, Shri Narendra Modi, Prime Minister of the Republic of India, undertook an official visit to Malaysia from 7 to 8 February 2026. The visit reflected the deep-rooted friendship and enduring people-to-people ties, based on civilizational connections between the two countries. It reaffirmed the shared commitment of the two Leaders to further consolidate and expand the India–Malaysia Comprehensive Strategic Partnership.

ମାଲେସିଆର ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

February 07th, 03:59 pm

ଏହି ସାମୁଦାୟିକ ସମାରୋହରେ ସାମିଲ ହୋଇଥିବାରୁ ସର୍ବପ୍ରଥମେ ମୁଁ ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ଅନଓ୍ୱର ଇବ୍ରାହିମଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ଏବେ ଏବେ ଭାରତ-ମାଲେସିଆର ବନ୍ଧୁତ୍ୱର ବ୍ୟାପକତା ଓ ଭବିଷ୍ୟତର ସମ୍ଭାବନା ନେଇ ସେ ଯେଉଁ ସୁନ୍ଦର ଅଭିଭାଷଣ ରଖିଲେ, ସେଥିପାଇଁ ମଧ୍ୟ ମୁଁ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି।

ମାଲେସିଆର କ୍ୱାଲାଲମ୍ପୁର ଠାରେ ଏକ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

February 07th, 03:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାଲେସିଆର କ୍ୱାଲାଲମ୍ପୁରରେ ଏକ ଜନ ସଭାରେ ଉଦବୋଧନ ଦେଇଛନ୍ତି । ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ନେହପୂର୍ଣ୍ଣ ଅଭିବାଦନ ସାଧାରଣ ସଂସ୍କୃତିର ସୁନ୍ଦର ବିବିଧତାକୁ ପ୍ରତିଫଳିତ କରେ। ସେ ତାଙ୍କର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ଏହି ଜନ ସଭାରେ ଯୋଗଦେବା ପାଇଁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ମୋଦୀ କହିଥିଲେ, ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରକୁ ଆସିଥିଲେ ଏବଂ ତାଙ୍କ କାରରେ ତାଙ୍କୁ କାର୍ଯ୍ୟକ୍ରମରେ ଆଣିଥିଲେ। ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ଏହି ବିଶେଷ ଭାବନା ଭାରତ ଏବଂ ଉପସ୍ଥିତ ଲୋକଙ୍କ ପ୍ରତି ସ୍ନେହ ଓ ସମ୍ମାନକୁ ପ୍ରତିଫଳିତ କରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ନବରାତ୍ରିରେ ଦେବୀ ମା’ଙ୍କ ପୂଜା ଦ୍ୱାରା ମନକୁ ଶାନ୍ତି ମିଳିଥାଏ : ପ୍ରଧାନମନ୍ତ୍ରୀ

April 01st, 10:02 am

ନବରାତ୍ରିରେ ଦେବୀ ମା’ଙ୍କ ପୂଜା ଦ୍ୱାରା ମନକୁ ଅସୀମ ଶାନ୍ତି ମିଳିଥାଏ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି । ଏଥିସହ ସେ ପଣ୍ଡିତ ଭୀମସେନ ଜୋଶୀଙ୍କର ଏକ ଭଜନ ମଧ୍ୟ ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

February 23rd, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’କୁ ଆପଣ ସମସ୍ତଙ୍କୁ ସ୍ୱାଗତ । ଏବେ ଚମ୍ପିଆନ୍ସ ଟ୍ରଫି ଚାଲିଛି ଏବଂ ଚାରିଆଡ଼େ କ୍ରିକେଟ୍ ବିଷୟରେ ଆଲୋଚନା ହେଉଛି । କ୍ରିକେଟରେ ଶତକର ରୋମାଞ୍ଚ କ’ଣ, ତାହା ତ ଆମେ ସମସ୍ତେ ଭଲ ଭାବେ ଜାଣୁଁ, କିନ୍ତୁ ଆଜି ମୁଁ ଆପଣ ସମସ୍ତଙ୍କୁ କ୍ରିକେଟ୍ ନୁହେଁ, ବରଂ ଭାରତ ମହାକାଶରେ ଯେଉଁ ଶତକ ହାସଲ କରିଛି ସେ ବିଷୟରେ କହିବାକୁ ଯାଉଛି । ଗତ ମାସରେ ଦେଶ ଇସ୍ରୋର ୧୦୦ତମ ରକେଟ୍ ପ୍ରେରଣର ସାକ୍ଷୀ ହେଲା । ଏହା କେବଳ ଏକ ସଂଖ୍ୟା ନୁହେଁ, ବରଂ ଏଥିରୁ ମହାକାଶ ବିଜ୍ଞାନରେ ଆମର ନିତ୍ୟନୂତନ ଶିଖର ସ୍ପର୍ଶ କରିବାର ସଂକଳ୍ପ ବିଷୟରେ ମଧ୍ୟ ସୂଚନା ମିଳୁଛି । ଆମର ମହାକାଶ ଯାତ୍ରାର ଶୁଭାରମ୍ଭ ଅତି ସାଧାରଣ ଭାବେ ହୋଇଥିଲା । ଏଥିରେ ପ୍ରତି ପଦକ୍ଷେପରେ ଆହ୍ୱାନ ଥିଲା, କିନ୍ତୁ ଆମ ବୈଜ୍ଞାନିକମାନେ ବିଜୟ ଲାଭ କରି ଆଗକୁ ଆଗକୁ ବଢ଼ିଚାଲିଲେ । ସମୟ ସହିତ ମହାକାଶର ଏହି ଯାତ୍ରାରେ ଆମ ସଫଳତାର ତାଲିକା ଲମ୍ବା ହୋଇ ଚାଲିଲା । ଲଞ୍ଚ ଭେଇକିଲ୍ ନିର୍ମାଣ ହେଉ, ଚନ୍ଦ୍ରଯାନର ସଫଳତା ହେଉ, ମଙ୍ଗଳଯାନ ହେଉ, ଆଦିତ୍ୟ ଏଲ୍- ୱାନ୍ କିମ୍ବା ଗୋଟିଏ ରକେଟରେ ଏକାଥରରେ ୧୦୪ଟି ଉପଗ୍ରହ ପ୍ରେରଣର ଅଭୂତପୂର୍ବ ଅଭିଯାନ ହେଉ – ଇସ୍ରୋର ସଫଳତାର ପରିସର ବିଶାଳ ହୋଇଛି । ଗତ ୧୦ ବର୍ଷରେ ହିଁ ପ୍ରାୟଃ ୪୬୦ ଟି ଉପଗ୍ରହ ଲଞ୍ଚ୍ କରାଯାଇଛି ଏବଂ ଏଥିରେ ଅନ୍ୟ ଦେଶମାନଙ୍କର ମଧ୍ୟ ଅନେକ ଉପଗ୍ରହ ରହିଛି । ଗୋଟିଏ ବଡ଼ କଥା ହେଉଛି ଯେ, ଆମ ମହାକାଶ ବିଜ୍ଞାନୀମାନଙ୍କ ଦଳରେ ନାରୀଶକ୍ତିର ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହାଦେଖି ମଧ୍ୟ ମୋତେ ବହୁତ ଖୁସି ଲାଗୁଛି ଯେ, ଆଜି ମହାକାଶ କ୍ଷେତ୍ର ଆମ ଯୁବବର୍ଗଙ୍କର ପ୍ରିୟ ହୋଇଯାଇଛି । କିଛି ବର୍ଷ ପୂର୍ବେ ଏ କଥା କିଏ ବା ଚିନ୍ତା କରିଥିବ ଯେ, ଏହି କ୍ଷେତ୍ରରେ ଷ୍ଟାର୍ଟ-ଅପ୍ ଏବଂ ଘରୋଇ କମ୍ପାନୀଗୁଡ଼ିକର ସଂଖ୍ୟା ଶହ ଶହ ହୋଇଯିବ । ଆମର ଯେଉଁ ଯୁବକ-ଯୁବତୀ ଜୀବନରେ କିଛି ରୋମାଂଚକର ଏବଂ ଉତ୍ସାହଜନକ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ମହାକାଶ କ୍ଷେତ୍ର ଗୋଟିଏ ସୁନ୍ଦର ବିକଳ୍ପ ହେବାକୁ ଯାଉଛି ।

ପ୍ରଖ୍ୟାତ ପ୍ଲେବ୍ୟାକ ସିଙ୍ଗର ପି. ଜୟଚନ୍ଦ୍ରନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

January 10th, 09:39 am

ପ୍ରଖ୍ୟାତ ପ୍ଲେବ୍ୟାକ ସିଙ୍ଗର ଶ୍ରୀ ପି. ଜୟଚନ୍ଦ୍ରନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ବିଭିନ୍ନ ଭାଷାରେ ତାଙ୍କର ଭାବପୂର୍ଣ୍ଣ ପ୍ରତିବେଦନ ଆଗାମୀ ପୀଢ଼ିର ହୃଦୟକୁ ଛୁଇଁବ ।

ସମ୍ବିଧାନ ହେଉଛି ଆମର ମାର୍ଗଦର୍ଶକ :ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

December 29th, 11:30 am

ମନ୍ କୀ ବାତ୍ ର ଏହି ଏପିସୋଡ୍ ରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବିଧାନର 75ତମ ବାର୍ଷିକୀ ଏବଂ ପ୍ରୟାଗରାଜରେ ମହାକୁମ୍ଭ ପାଇଁ ପ୍ରସ୍ତୁତି ସମେତ ଭାରତର ସଫଳତା ବିଷୟରେ ପ୍ରତିଫଳନ କରିଥିଲେ। ବସ୍ତର ଅଲିମ୍ପିକ୍ସର ସଫଳତାକୁ ସେ ପ୍ରଶଂସା କରିବା ସହ ମ୍ୟାଲେରିଆ ନିରାକରଣ ଏବଂ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ କର୍କଟ ଚିକିତ୍ସା କ୍ଷେତ୍ରରେ ଅଗ୍ରଗତି ଭଳି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସଫଳତା ଉପରେ ଆଲୋକପାତ କରିଥିଲେ । ଏହାବ୍ୟତୀତ ଓଡ଼ିଶାର କଳାହାଣ୍ଡିରେ ହୋଇଥିବା କୃଷି ପରିବର୍ତ୍ତନକୁ ସେ ପ୍ରଶଂସା କରିଥିଲେ।

ମହାନ ତବଲା ବାଦକ ଉସ୍ତାଦ ଜାକୀର ହୁସେନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

December 16th, 12:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାନ୍ ତବଲା ବାଦକ ଉସ୍ତାଦ ଜାକୀର ହୁସେନଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।

ମନ୍ କୀ ବାତ୍: 'ମେରା ପେହଲା ଭୋଟ୍ - ଦେଶ କେ ଲିଏ'... ପ୍ରଥମ ଥର ମତଦାତାଙ୍କୁ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦୀ

February 25th, 11:00 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ର ୧୧୦ତମ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ । ପ୍ରତିଥର ପରି ଏଥର ମଧ୍ୟ ଆମକୁ ଆପଣଙ୍କ ବହୁତଗୁଡ଼ିଏ ପ୍ରସ୍ତାବ, ପରାମର୍ଶ ଏବଂ ମତାମତ ମିଳିଛି ଆଉ ପ୍ରତିଥର ପରି ଏହି ଅଧ୍ୟାୟରେ ମଧ୍ୟ ସେଗୁଡ଼ିକରୁ କେଉଁ କେଉଁ ବିଷୟକୁ ସାମିଲ୍ କରାଯିବ ତାହା ଆହ୍ୱାନ ସୃଷ୍ଟି କରିଛି । ମୋତେ ସକାରାତ୍ମକତାରେ ଭରପୂର ଏକରୁ ବଳି ଅନେକ ଇନପୁଟ୍ ମିଳିଛି । ଏସବୁରେ ଏଭଳି ଅନେକ ଦେଶବାସୀଙ୍କ ବିଷୟରେ ଉଲ୍ଲେଖ ରହିଛି, ଯେଉଁମାନେ ଅନ୍ୟମାନଙ୍କ ପାଇଁ ଆଶାର କିରଣ ସଦୃଶ ସେମାନଙ୍କ ଜୀବନକୁ ଉନ୍ନତ କରିବାରେ ଲାଗିଛନ୍ତି ।

PM praises joint India-Oman musical performance

January 30th, 10:17 pm

Prime Minister Narendra Modi praised a Republic Day joint India-Oman musical performance performed at the Embassy Reception at the Indian embassy in Oman. The Prime Minister said, Very creative. I appreciate all those who were a part of this effort.

ଉସ୍ତାଦ ରସିଦ ଖାନ୍‌ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

January 09th, 10:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଉସ୍ତାଦ ରସିଦ ଖାନଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ମଧ୍ୟ ପ୍ରଦେଶର ଚିତ୍ରକୁଟ ତୁଲସୀ ପୀଠ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 27th, 03:55 pm

ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବା ପାଇଁ ଉପସ୍ଥିତ ପୂଜନୀୟ ଜଗତଗୁରୁ ଶ୍ରୀ ରାମଭଦ୍ରାଚାର୍ଯ୍ୟ ଜୀ, ଏଠାକୁ ଆସିଥିବା ସମସ୍ତ ତପସ୍ୱୀ, ବରିଷ୍ଠ ସନ୍ଥଗଣ, ଋଷିଗଣ, ମଧ୍ୟ ପ୍ରଦେଶର ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ମହାଶୟ, ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ !

PM addresses programme at Tulsi Peeth in Chitrakoot, Madhya Pradesh

October 27th, 03:53 pm

PM Modi visited Tulsi Peeth in Chitrakoot and performed pooja and darshan at Kanch Mandir. Addressing the gathering, the Prime Minister expressed gratitude for performing puja and darshan of Shri Ram in multiple shrines and being blessed by saints, especially Jagadguru Rambhadracharya. He also mentioned releasing the three books namely ‘Ashtadhyayi Bhashya’, ‘Rambhadracharya Charitam’ and ‘Bhagwan Shri Krishna ki Rashtraleela’ and said that it will further strengthen the knowledge traditions of India. “I consider these books as a form of Jagadguru’s blessings”, he emphasized.

କାଶୀ ସାଂସଦ ସାଂସ୍କୃତିକ ମହୋତ୍ସବ ୨୦୨୩ର ସମାପନୀ ସମାରୋହ ଏବଂ ବାରାଣସୀରେ ଅଟଳ ଆବାସିକ ବିଦ୍ୟାଳୟର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

September 23rd, 08:22 pm

ଉତ୍ତରପ୍ରଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥଜୀ, ମଞ୍ଚରେ ଉପସ୍ଥିତ ସମସ୍ତ ସମ୍ମାନିତ ଅତିଥି, କାଶୀ ସାଂସଦ ସାଂସ୍କୃତିକ ମହୋତ୍ସବର ସମସ୍ତ ଅଂଶଗ୍ରହଣକାରୀ ଏବଂ ରୁଦ୍ରାକ୍ଷ କେନ୍ଦ୍ରରେ ଉପସ୍ଥିତ କାଶୀର ମୋର ପ୍ରିୟ ବାସିନ୍ଦା!

କାଶୀ ସଂସଦ ସାଂସ୍କୃତିକ ମହୋତ୍ସବ ୨୦୨୩ ଉଦଯାପିତ

September 23rd, 04:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୩-୦୯-୨୦୨୩) ଉତ୍ତର ପ୍ରଦେଶର ବାରଣାସୀର ରୁଦ୍ରାକ୍ଷ ଆନ୍ତର୍ଜାତିକ ସହଯୋଗ ଓ ଅଧିବେଶନ କେନ୍ଦ୍ରରେ କାଶୀ ସଂସଦ ସାଂସ୍କୃତିକ ମହୋତ୍ସବ ୨୦୨୩ର ଉଦଯାପନୀ ସମାରୋହରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୧୧୫ କୋଟି ଟଙ୍କା ବ୍ୟୟରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ନିର୍ମିତ ୧୬ଟି ଅଟଳ ଆବାସୀୟ ବିଦ୍ୟାଳୟର ମଧ୍ୟ ଉଦଘାଟନ କରିଛନ୍ତି । ଶ୍ରୀ ମୋଦୀ କାଶୀ ସଂସଦ ଖେଳ ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ପୋର୍ଟାଲ ମଧ୍ୟ ଉନ୍ମୋଚନ କରିଛନ୍ତି । କାଶୀ ସଂସଦ ସାଂସ୍କୃତିକ ମହୋତ୍ସବର ବିଜେତାଗଣଙ୍କୁ ମଧ୍ୟ ସେ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଆଗରୁ ପ୍ରଧାନମନ୍ତ୍ରୀ ଅଟଳ ଆବାସୀୟ ବିଦ୍ୟାଳୟ ବିଦ୍ୟାର୍ଥୀମାନଙ୍କ ସହ ମଧ୍ୟ ମତ ବିନିମୟ କରିଥିଲେ ।

ଗାୟକ ମୁକେଶଙ୍କୁ ତାଙ୍କ ଜନ୍ମ ଶତବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

July 22nd, 07:53 pm

ଭାରତୀୟ ସଙ୍ଗୀତରେ ଅଲିଭା ଛାପ ପାଇଁ ଗାୟକ ମୁକେଶଙ୍କୁ ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ସଙ୍ଗୀତର ଉସ୍ତାଦ ମୁକେଶଙ୍କ ଆଜି ଜନ୍ମବାର୍ଷିକୀ ।

ବିଶିଷ୍ଟ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

May 10th, 01:25 pm

ବିଶିଷ୍ଟ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଗ୍ରାମି ବିଜେତା ରିକି କେଜ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି

April 14th, 08:57 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ରାମି ବିଜେତା ଭାରତୀୟ ସଂଗୀତଜ୍ଞ ରିକି କେଜଙ୍କ ସହ ତାଙ୍କର ସାକ୍ଷାତକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ଭବିଷ୍ୟତର ପ୍ରୟାସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇବାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଙ୍ଗୀତ ପ୍ରତି ଆପଣଙ୍କର ଉତ୍ସାହ ଏବଂ ଆଗ୍ରହ ଆହୁରି ବଢିବାରେ ଲାଗିଛି ।

ଭାରତୀୟ ସଂଗୀତକାର ରିକି କେଜଙ୍କୁ ଆଲବମ୍ ଡିଭାଇନ୍ ଟାଇଡ୍‍ସ ପାଇଁ ଗ୍ରାମୀ ପୁରସ୍କାର ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

April 04th, 06:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସଂଗୀତକାର ରିକି କେଜଙ୍କୁ ତାଙ୍କ ଆଲବମ୍ ଡିଭାଇନ୍ ଟାଇଡ୍‍ସ ପାଇଁ ଗ୍ରାମୀ ପୁରସ୍କାର ଜିତିବା ଲାଗି ଅଭିନନ୍ଦନ ଜଣାଇଛନ୍ତି ।