ଭାରତର ସମୃଦ୍ଧ ସାମରିକ ଐତିହ୍ୟର ଶକ୍ତିକୁ ଦର୍ଶାଉଛି ବିଟିଂ ରିଟ୍ରିଟ୍ ସମାରୋହ : ପ୍ରଧାନମନ୍ତ୍ରୀ

January 29th, 09:51 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବିଟିଂ ରିଟ୍ରିଟ୍ ସମାରୋହ ଗଣତନ୍ତ୍ର ଦିବସ ସମାରୋହର ସମାପ୍ତିର ପ୍ରତୀକ। ଏହା ଭାରତର ସମୃଦ୍ଧ ସାମରିକ ଐତିହ୍ୟର ଶକ୍ତିକୁ ପ୍ରଦର୍ଶିତ କରିଥାଏ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ପ୍ରତିରକ୍ଷା ପାଇଁ ଉତ୍ସର୍ଗୀକୃତ ଆମର ସଶସ୍ତ୍ର ବାହିନୀ ପାଇଁ ଆମେ ଅତ୍ୟନ୍ତ ଗର୍ବିତ।

ରୁଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତର ପରିଣାମଗୁଡ଼ିକର ତାଲିକା

December 05th, 05:53 pm

ଭାରତ ଏବଂ ରୁଷ ସରକାରଙ୍କ ମଧ୍ୟରେ ଗୋଟିଏ ଦେଶର ନାଗରିକଙ୍କ ଅନ୍ୟ ଦେଶର ଅଞ୍ଚଳରେ ଅସ୍ଥାୟୀ ଶ୍ରମ କାର୍ଯ୍ୟକଳାପ ଉପରେ ରାଜିନାମା।

23ତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀ ପରେ ମିଳିତ ବକ୍ତବ୍ୟ

December 05th, 05:43 pm

ଭାରତ ଏବଂ ରୁଷ ମଧ୍ୟରେ ସ୍ୱତନ୍ତ୍ର ଏବଂ ବିଶେଷାଧିକାରପ୍ରାପ୍ତ ରଣନୀତିକ ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ଦୁଇ ଦେଶର ନେତାମାନେ ସେମାନଙ୍କର ସମର୍ଥନକୁ ଦୋହରାଇଛନ୍ତି। ଚଳିତ ବର୍ଷ ଭାରତ ଏବଂ ରୁଷ ମଧ୍ୟରେ ରଣନୀତିକ ଭାଗିଦାରୀ ଘୋଷଣାର 25ତମ ବାର୍ଷିକୀ ଯାହାକି ଅକ୍ଟୋବର 2000 ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ପ୍ରଥମ ଭାରତ ଗସ୍ତ ସମୟରେ ପ୍ରତିଷ୍ଠା କରାଯାଇଥିଲା।

ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତ୍ତି

October 09th, 11:25 am

ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କ ନେତୃତ୍ୱରେ, ଭାରତ-ୟୁକେ ସମ୍ପର୍କରେ ଉଲ୍ଲେଖନୀୟ ପ୍ରଗତି ହୋଇଛି। ଏହି ବର୍ଷ ଜୁଲାଇରେ ମୋର ୟୁକେ ଗସ୍ତ ସମୟରେ, ଆମେ ଐତିହାସିକ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତି (ସିଇଟିଏ) ଚୁଡାନ୍ତ କରିଥିଲୁ। ଏହି ଚୁକ୍ତିନାମା ଉଭୟ ଦେଶ ମଧ୍ୟରେ ଆମଦାନୀ ଖର୍ଚ୍ଚ ହ୍ରାସ କରିବ, ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ବାଣିଜ୍ୟକୁ ବୃଦ୍ଧି କରିବ ଏବଂ ଆମର ଶିଳ୍ପ ଏବଂ ଗ୍ରାହକ ଉଭୟଙ୍କୁ ଲାଭ ଦେବ।

କୋଲକାତାରେ ଅନୁଷ୍ଠିତ ମିଳିତ କମାଣ୍ଡର ସମ୍ମିଳନୀରେ ସଶସ୍ତ୍ର ବାହିନୀର ବର୍ଦ୍ଧିତ ରଣନୈତିକ ପ୍ରସ୍ତୁତି ଲାଗି ଏକତା, ଆତ୍ମନିର୍ଭରଶୀଳତା ଏବଂ ନବସୃଜନ ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 15th, 03:34 pm

ପ୍ରଧାନମନ୍ତ୍ରୀ ଆଜି କୋଲକାତାରେ ୧୬ତମ ମିଳିତ କମାଣ୍ଡର ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ପ୍ରତି ଦୁଇ ବର୍ଷରେ ଥରେ ଆୟୋଜିତ ଏହି ସମ୍ମିଳନୀ ସଶସ୍ତ୍ର ବାହିନୀର ସର୍ବୋଚ୍ଚ ମନ୍ଥନ ମଞ୍ଚ। ଏହି ମଞ୍ଚ ଦେଶର ଶୀର୍ଷ ନାଗରିକ ଏବଂ ସାମରିକ ନେତୃତ୍ୱଙ୍କୁ ମତ ବିନିମୟ କରିବା ଏବଂ ଭାରତର ସାମରିକ ପ୍ରସ୍ତୁତିର ଭବିଷ୍ୟତ ବିକାଶ ନିମନ୍ତେ ଭିତ୍ତିଭୂମି ସ୍ଥାପନ କରିବା ପାଇଁ ଏକତ୍ରିତ କରିଥାଏ। ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି 'ସଂସ୍କାର ବର୍ଷ - ଭବିଷ୍ୟତ ପାଇଁ ପରିବର୍ତ୍ତନ', ସଶସ୍ତ୍ର ବାହିନୀର ଆଧୁନିକୀକରଣ ଏବଂ ରୂପାନ୍ତର ସହିତ ମେଳ ଖାଉଛି।

ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ଭାରତର “ମରାଠା ସାମରିକ ଦୃଶ୍ୟପଟ୍ଟ” ସାମିଲ କରାଯିବାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

July 12th, 09:23 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ମରାଠା ସାମରିକ ଦୃଶ୍ୟପଟ୍ଟ ପ୍ରତିଷ୍ଠିତ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହେବା ଉପରେ ଅତ୍ୟନ୍ତ ଗର୍ବ ଏବଂ ଆନନ୍ଦ ପ୍ରକାଶ କରିଛନ୍ତି ।

ଜି-୭ ଶିଖର ସମ୍ମିଳନୀ ଅବସରରେ ଜର୍ମାନ ଚାନସେଲରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

June 18th, 12:32 pm

କାନାଡାର କାନନସକିସରେ ଚାଲିଥିବା ଜି-୭ ସମ୍ମିଳନୀ ପରିପ୍ରେକ୍ଷୀରେ ଜର୍ମାନୀ ଚାନସେଲର ଫ୍ରେଡେରିଚ ମର୍ଜଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି । ମେ ୨୦୨୫ରେ ମର୍ଜ ଚାନସେଲର ହେବା ପରେ ଏହା ହେଉଛି ଦୁଇ ନେତାଙ୍କ ପ୍ରଥମ ବୈଠକ । ପଦ ଭାର ଗ୍ରହଣ କରିବା ପରେ ପ୍ରଥମ ସାକ୍ଷାତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ମର୍ଜଙ୍କୁ ତାଙ୍କ ବିପୁଳ ବିଜୟ ଲାଗି ପ୍ରଶଂସା କରିଥିଲେ । କିଛି ଦିନ ପୂର୍ବରୁ ଅହମଦାବାଦ ବିମାନ ଦୁର୍ଘଟଣା ଲାଗି ଜର୍ମାନ ସରକାର ସହାନୁଭୂତି ଓ ସମବେଦନା ପ୍ରତି ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ ।

The magnificent parade showcased cultural heritage and military prowess: Prime Minister Narendra Modi

January 26th, 03:41 pm

Sharing the glimpses from the Republic Day Celebrations 2025, the Prime Minister Shri Narendra Modi remarked it as a vibrant display of India’s unity in persity. He added that the magnificent parade showcased cultural heritage and military prowess.