ନୌବାଣିଜ୍ୟ ନେତାଙ୍କ ମୁମ୍ବାଇ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 29th, 04:09 pm

ମହାରାଷ୍ଟ୍ର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଜୀ, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଜୀ, ଶାନ୍ତନୁ ଠାକୁରଜୀ, କୀର୍ତିବର୍ଦ୍ଧନ ସିଂହ ଜୀ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, ଅଜିତ ପାୱାର ଜୀ, ସିପିଂ ଓ ଅନ୍ୟାନ୍ୟ ବିଭାଗ ସହ ଜଡିତ ନେତା, ଭଦ୍ରମଣ୍ଡଳୀ ।

ମୁମ୍ବାଇଠାରେ ଇଣ୍ଡିଆ ମେରିଟାଇମ୍ ୱିକ୍‌ 2025ରେ ମେରିଟାଇମ୍ ଲିଡର୍ସ କନକ୍ଲେଭକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

October 29th, 04:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ମୁମ୍ବାଇଠାରେ ଇଣ୍ଡିଆ ମେରିଟାଇମ୍ ୱିକ୍‌ ବା ଭାରତ ସାମୁଦ୍ରିକ ସପ୍ତାହ 2025 କାର୍ଯ୍ୟକ୍ରମ ଅନ୍ତର୍ଗତ ମେରିଟାଇମ୍ ଲିଡର୍ସ କନକ୍ଲେଭ (ସାମୁଦ୍ରିକ ନେତୃବର୍ଗଙ୍କ ସମ୍ମିଳନୀ)କୁ ସମ୍ବୋଧିତ କରିଛନ୍ତି । ସେ ମଧ୍ୟ ବିଶ୍ୱ ସାମୁଦ୍ରିକ କ୍ଷେତ୍ରର ବରିଷ୍ଠ ପଦାଧିକାରୀଙ୍କୁ ନେଇ ଆୟୋଜିତ ମଞ୍ଚ ଗ୍ଲୋବାଲ୍ ମେରିଟାଇମ୍ ସିଇଓ ଫୋରମର ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗ୍ଲୋବାଲ୍ ମେରିଟାଇମ୍ ଲିଡର୍ସ କନକ୍ଲେଭରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ। ସେ କହିଥିଲେ, ଏହି କାର୍ଯ୍ୟକ୍ରମ 2016ରେ ମୁମ୍ବାଇରେ ଆରମ୍ଭ ହୋଇଥିଲା। ଏହା ବର୍ତ୍ତମାନ ଏକ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀରେ ପରିଣତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। 85ରୁ ଅଧିକ ଦେଶର ଅଂଶଗ୍ରହଣ ଏକ ଦୃଢ଼ ବାର୍ତ୍ତା ଦେଉଛି ବୋଲି ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ। ସେ କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଥିବା ପ୍ରମୁଖ ଜାହାଜ କମ୍ପାନୀ, ଷ୍ଟାର୍ଟଅପ୍, ନୀତି ନିର୍ଦ୍ଧାରକ ଏବଂ ନବସୃଜନକାରୀଙ୍କ ସିଇଓଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ। ସେ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରର ପ୍ରତିନିଧିମାନଙ୍କ ଉପସ୍ଥିତିକୁ ପ୍ରଶଂସା କରି କହିଥିଲେ, ସେମାନଙ୍କର ସାମୂହିକ ଦୃଷ୍ଟିକୋଣ ଶିଖର ସମ୍ମିଳନୀର ସମନ୍ୱୟ ଏବଂ ଶକ୍ତିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି।

ମୁମ୍ବାଇଠାରେ IMC ମହିଳା ଶାଖାର 50ତମ ବାର୍ଷିକୀ ଉତ୍ସବକୁ ଭିଡିଓ କନଫେରେନ୍ସିଙ୍ଗ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

April 13th, 05:56 pm

ମୁଁ ଭାରତୀୟ ବଣିକ ଚାମ୍ବର ମହିଳା ପ୍ରକୋଷ୍ଠକୁ 50ବର୍ଷ ପୂର୍ତ୍ତି ଅବସରରେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । କୌଣସି ସଂସ୍ଥା ପାଇଁ 50 ବର୍ଷ ଅତିକ୍ରମ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏବଂ ଏହା ଏପରି ସମୟ ହୋଇଥାଏ କି ବ୍ୟକ୍ତି ହେଉ ଅବା ସଂସ୍ଥା, ତାହା ସୁନା ଭଳି ନିଆଁରୁ ତରଳି ବାହାରିଥାଏ, ଚମକିବାରେ ଲାଗିଥାଏ, ଆଉ ବୋଧହୁଏ ଏଥିପାଇଁ 50 ବର୍ଷ ସଂପୂର୍ଣ୍ଣ ହେବାକୁ ସୁବର୍ଣ୍ଣ ଜୟନ୍ତୀ ମଧ୍ୟ କହନ୍ତି । ଆପଣ ଯେଉଁ ସଂସ୍ଥାର ଅଂଶ ଅଟନ୍ତି ତାହାର ଏକ ଗୌରବଶାଳୀ ଇତିହାସ ରହିଛି । ସ୍ୱଦେଶୀ ଆନ୍ଦୋଳନର ପୃଷ୍ଠଭୁମିରେ ଏହା ସ୍ଥାପନ ହୋଇଥିଲା । ଆପଣମାନେ ମଧ୍ୟ ବିଗତ 50ବର୍ଷ ମହିଳାମାନଙ୍କ ପାଇଁ କାମ କରି, କିଛି ନା କିଛି ଯୋଗଦାନ ଦେଇଛନ୍ତି; ଆଉ ଏଥିପାଇଁ ଆପଣଙ୍କ ସଂସ୍ଥା ପ୍ରଶଂସାର ପାତ୍ର ଅଟେ । ଆଉ ବିଗତ 50ବର୍ଷରେ ଯେଉଁ ଯେଉଁ ଲୋକମାନେ ଏହାର ନେତୃତ୍ୱ ନେଇଛନ୍ତି, ଏହାକୁ ଆଗକୁ ବଢାଇଛନ୍ତି, ସେମାନେ ସମସ୍ତେ ହେଉଛନ୍ତି ଅଭିନନ୍ଦନର ଅଧିକାରୀ ।