ସୋମନାଥ ଠାରେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଦଳ ଦ୍ୱାରା ଏକ ଚିତ୍ତାକର୍ଷକ ଫ୍ଲାଇପାଷ୍ଟ ଦେଖିଥିଲେ ପ୍ରଧାନମନ୍ତ୍ରୀ
May 11th, 04:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୋମନାଥ ଅମୃତ ମହୋତ୍ସବର ଶୁଭ ଅବସରରେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବାଟିକ୍ ଟିମ୍ ଦ୍ୱାରା ଏକ ଚିତ୍ତାକର୍ଷକ ଫ୍ଲାଇପାଷ୍ଟ ଦେଖିଛନ୍ତି।ଭାରତ ଏବଂ ଭିଏତନାମ ମଧ୍ୟରେ ଉନ୍ନତ ବ୍ୟାପକ ରଣନୈତିକ ସହଭାଗୀତା ଉପରେ ମିଳିତ ବିବୃତ୍ତି
May 06th, 05:24 pm
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଭିଏତନାମ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟିର ସାଧାରଣ ସମ୍ପାଦକ, ଭିଏତନାମ ସମାଜବାଦୀ ଗଣରାଜ୍ୟର ରାଷ୍ଟ୍ରପତି ଶ୍ରୀଯୁକ୍ତ ଟୋ ଲାମ୍ ମେ’୦୫ ରୁ ୦୭ ପର୍ଯ୍ୟନ୍ତ ଭାରତ ଗସ୍ତ କରିଛନ୍ତି। ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ଟୋ ଲାମ୍ ଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ଅଛନ୍ତି। ଏକ ଦୃଢ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ସମ୍ମାନିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସାମିଲ ଅଛନ୍ତି।ମନ କୀ ବାତରେ ଡିଜିଟାଲ ଜନଗଣନା 2027 ରେ ଭାଗ ନେବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
April 26th, 11:30 am
ଚଳିତ ମାସର ମନ୍ କୀ ବାତ୍ ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦୀ ଆଣବିକ ଏବଂ ପବନ ଶକ୍ତି କ୍ଷେତ୍ରରେ ଭାରତର ଅଗ୍ରଗତି ଉପରେ ଆଲୋକପାତ କରିଥିଲେ । ସେ ଭଗବାନ୍ ବୁଦ୍ଧଙ୍କ ଶିକ୍ଷା, ବିଟିଂ ରିଟ୍ରିଟ୍ ସମାରୋହ, ପ୍ରକୃତି ସଂରକ୍ଷଣ, ବାଉଁଶ କ୍ଷେତ୍ର, ପ୍ରାଚୀନ ଗ୍ରନ୍ଥ ଏବଂ ଗାଣିତିକ ଅଲିମ୍ପିଆଡ୍ କାର୍ଯ୍ୟକ୍ରମ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଚାଲିଥିବା ଡିଜିଟାଲ ଜନଗଣନା ଅଭିଯାନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।Cabinet approves major expansion of Civil Enclave at Srinagar International Airport
February 24th, 04:21 pm
The Cabinet Committee on Economic Affairs, chaired by PM Modi, has approved the development of the Civil Enclave at Srinagar International Airport at an estimated cost of Rs. 1,677 crore. The state-of-the-art new terminal will reflect a harmonious blend of modern design and the rich cultural heritage of Kashmir. The project is expected to significantly boost tourism and economic growth in the region.ବିଟିଂ ରିଟ୍ରିଟ୍ ୨୦୨୬ର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
January 29th, 04:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଟିଂ ରିଟ୍ରିଟ୍ ୨୦୨୬ର ଝଲକ ସେୟାର କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ବିଭିନ୍ନ ବ୍ୟାଣ୍ଡର ପ୍ରଦର୍ଶନ ସ୍ମରଣୀୟ ଥିଲା।ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ 77ତମ ଗଣତନ୍ତ୍ର ଦିବସ
January 26th, 08:12 am
କର୍ତ୍ତବ୍ୟ ପଥରେ 77ତମ ଗଣତନ୍ତ୍ର ଦିବସ ପାଳନ ଭାରତର ଏକତା, ଶକ୍ତି ଏବଂ ଐତିହ୍ୟକୁ ପ୍ରଦର୍ଶିତ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ସମର ସ୍ମାରକରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସାହସୀ ସୈନିକମାନଙ୍କୁ ଦେଶ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି ।ଆଇଏନଏସ ବିକ୍ରାନ୍ତରେ ଦୀପାବଳି ପାଳନର ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ ୨୧ ଅକ୍ଟୋବର ୨୦୨୫: ପିଆଇବି ଦିଲ୍ଲୀ
October 21st, 09:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ନୌସେନା ସହିତ ଆଇଏନଏସ ବିକ୍ରାନ୍ତରେ ତାଙ୍କର ଦୀପାବଳି ଉତ୍ସବ ପାଳନର କିଛି ଝଲକ ଶେୟାର କରିଛନ୍ତି । ଏହାକୁ ଏକ ଉଲ୍ଲେଖନୀୟ ଦିନ, ଉଲ୍ଲେଖନୀୟ ମୁହୂର୍ତ୍ତ ଏବଂ ଉଲ୍ଲେଖନୀୟ ଦୃଶ୍ୟ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଗୋଟିଏ ପାର୍ଶ୍ଵରେ ବିଶାଳ ସମୁଦ୍ର ଏବଂ ଅନ୍ୟ ପାର୍ଶ୍ଵରେ ଭାରତ ମାତାର ସାହସୀ ସୈନିକମାନଙ୍କର ଅପାର ଶକ୍ତି । ସେ କହିଛନ୍ତି ଯେ, ଗୋଟିଏ ପାଖରେ ଅସୀମ ଦିଗନ୍ତ ଏବଂ ଅସୀମ ଆକାଶ ଦେଖାଯାଉଛି, ଅନ୍ୟ ପାର୍ଶ୍ଵରେ ଅସୀମ ଶକ୍ତିର ପ୍ରତୀକ ଆଇଏନଏସ ବିକ୍ରାନ୍ତର ବିଶାଳ ପରାକ୍ରମ ପ୍ରଦର୍ଶନ କରାଯାଉଛି । ପ୍ରଧାନମନ୍ତ୍ରୀ ଅବଲୋକନ କରିଥିଲେ ଯେ, ସମୁଦ୍ରରେ ସୂର୍ଯ୍ୟକିରଣର ଚମକ ଦୀପାବଳି ସମୟରେ ବୀର ସୈନିକମାନଙ୍କ ଦ୍ୱାରା ପ୍ରଜ୍ଜ୍ୱଳିତ ଦୀପ ସହିତ ସମାନ, ଯାହା ଆଲୋକର ଏକ ଦିବ୍ୟମାଳା ସୃଷ୍ଟି କରିଥାଏ । ସେ କହିଥିଲେ ଯେ, ଭାରତୀୟ ନୌସେନାର ସାହସୀ ସୈନିକମାନଙ୍କ ସହିତ ତାଙ୍କୁ ଦୀପାବଳି ପାଳନ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି ।ଆଇଏନଏସ ବିକ୍ରାନ୍ତରେ ସଶସ୍ତ୍ର ବାହିନୀ ସହିତ ଦୀପାବଳି ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 20th, 10:30 am
ଆଜି ଏକ ସୁନ୍ଦର ଦିନ, ଏହି ମୁହୂର୍ତ୍ତ ସ୍ମରଣୀୟ, ଏହି ଦୃଶ୍ୟ ଆଶ୍ଚର୍ଯ୍ୟଜନକ। ଆଜି ମୋର ଗୋଟିଏ ଦିଗରେ ଅଥଳ ସମୁଦ୍ରର ଜଳରାଶି ତ ଅନ୍ୟ ପଟେ ମା' ଭାରତୀର ବୀର ଯବାନମାନଙ୍କର ଅକଳନୀୟ ସାମର୍ଥ୍ୟ ରହିଛି । ଆଜି ମୋର ଗୋଟିଏ ପଟେ ଅନନ୍ତ କ୍ଷିତିଜ ବ୍ୟାପି ରହିଛି, ଅନନ୍ତ ଆକାଶ ରହିଛି, ତ ଅନ୍ୟ ପଟେ ଅନନ୍ତ ଶକ୍ତିକୁ ଧରି ରଖିଥିବା ଏହି ବିଶାଳ, ବିରାଟ ଆଇଏନଏସ ବିକ୍ରାନ୍ତ ରହିଛି । ସମୁଦ୍ରର ଜଳରାଶି ଉପରେ ସୂର୍ଯ୍ୟଙ୍କ କିରଣ ଏହି ଚମକ ଗୋଟିଏ ପଟେ ବୀର ଯବାନମାନଙ୍କ ଦ୍ୱାରା ଜଳା ଯାଇଥିବା ଦୀପାବଳିର ପ୍ରଦୀପମାଳା ରହିଛି । ଏହା ଆମର ଅଲୌକିକ ଦୀପମାଳାର ସମାହାର, ମୋର ସୌଭାଗ୍ୟ ଯେ ଏଥର ମୁଁ ନୌସେନାର ଆପଣମାନଙ୍କ ସମସ୍ତ ବୀର ଯବାନମାନଙ୍କ ଗହଣରେ ପବିତ୍ର ଦୀପାବଳି ପର୍ବ ପାଳନ କରୁଛି।ଆଇଏନଏସ ବିକ୍ରାନ୍ତରେ ଦେଶପ୍ରେମ ଓ ଆଲୋକର ଉତ୍ସବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ
October 20th, 10:00 am
ନୂଆଦିଲ୍ଲୀ,୨୧.୧୦.୨୦୨୫: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଇଏନଏସ ବିକ୍ରାନ୍ତରେ ଦୀପାବଳି ପାଳନ ସମୟରେ ସଶସ୍ତ୍ର ବାହିନୀର କର୍ମଚାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଆଜିର ଏହି ଦିନକୁ ଏକ ସୁନ୍ଦର ଦିନ, ସୁନ୍ଦର ମୁହୂର୍ତ୍ତ ଏବଂ ଚମତ୍କାର ଦୃଶ୍ୟ ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଛନ୍ତି, ଏକ ପାର୍ଶ୍ଵରେ ବିଶାଳ ସମୁଦ୍ର ଏବଂ ଅନ୍ୟପଟେ ଭାରତ ମାତାର ସାହସୀ ସୈନିକମାନଙ୍କର ଅପାର ଶକ୍ତି ରହିଛି। ସେହିପରି ଗୋଟିଏ ପାର୍ଶ୍ୱରେ ଅସୀମ ଦିଗନ୍ତ ଏବଂ ଅସୀମ ଆକାଶ ଥିବାବେଳେ, ଅନ୍ୟ ପାର୍ଶ୍ୱରେ ଆଇଏନଏସ ବିକ୍ରାନ୍ତର ବିଶାଳ ଶକ୍ତି ପ୍ରଦର୍ଶନ କରାଯାଉଛି, ଯାହା ଅସୀମ ଶକ୍ତିକୁ ମୂର୍ତ୍ତିମନ୍ତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମୁଦ୍ରରେ ସୂର୍ଯ୍ୟକିରଣର ଚମକ ଦୀପାବଳି ସମୟରେ ବୀର ସୈନିକମାନଙ୍କ ଦ୍ୱାରା ପ୍ରଜ୍ଜ୍ୱଳିତ ଦୀପ ସହିତ ସମାନ, ଯାହା ଆଲୋକର ଏକ ଦିବ୍ୟ ମାଳା ସୃଷ୍ଟି କରୁଛି। ଭାରତୀୟ ନୌସେନାର ସାହସୀ ସୈନିକଙ୍କ ମଧ୍ୟରେ ଏହି ଦୀପାବଳି ପାଳନ କରିବା ମୋର ସୌଭାଗ୍ୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି।ବାୟୁସେନା ଦିବସରେ ବାୟୁ ଯୋଦ୍ଧା ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
October 08th, 09:58 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାୟୁସେନା ଦିବସରେ ସମସ୍ତ ସାହସୀ ବାୟୁ ଯୋଦ୍ଧା ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି ।ଶୁଭାଂଶୁ ଶୁକ୍ଳାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ
August 19th, 09:43 am
ପ୍ରଧାନମନ୍ତ୍ରୀ-ଆପଣ ନିଶ୍ଚୟ କିଛି ଭିନ୍ନ ଅନୁଭବ କରୁଛନ୍ତି। ମୁଁ କହିବାକୁ ଚାହୁଁଛି, ଆପଣ କ 'ଣ ଅନୁଭବ କରୁଛନ୍ତି?ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
August 19th, 09:42 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ ଆଲୋଚନା କରିଥିଲେ। ମହାକାଶ ଯାତ୍ରାର ପରିବର୍ତ୍ତନକାରୀ ଅଭିଜ୍ଞତା କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଯାତ୍ରା କରିବା ପରେ ଜଣେ ନିଶ୍ଚିତଭାବେ କିଛିଟା ପରିବର୍ତ୍ତନ ଅନୁଭବ କରୁଥିବ ଏବଂ ମହାକାଶଚାରୀମାନେ ଏହି ପରିବର୍ତ୍ତନକୁ କିପରି ଦେଖନ୍ତି ଏବଂ ଅନୁଭବ କରନ୍ତି ତାହା ସେ ବୁଝିବାକୁ ଚେଷ୍ଟା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଉତ୍ତରରେ ଶୁଭାଂଶୁ ଶୁକ୍ଳା କହିଥିଲେ ଯେ ମହାକାଶର ପରିବେଶ ସମ୍ପୂର୍ଣ୍ଣ ଭିନ୍ନ, ଏହାର ଏକ ପ୍ରମୁଖ କାରଣ ହେଉଛି ମାଧ୍ୟାକର୍ଷଣର ଅଭାବ ।ଫଳାଫଳ ତାଲିକା: ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ
August 05th, 04:31 pm
ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ ରଣନୈତିକ ସହଭାଗିତା ସ୍ଥାପନ ସମ୍ପର୍କରେ ଘୋଷଣାନାମାଆଦମପୁର ଏୟାର ବେସ୍ରେ ବୀର ବାୟୁସେନା ଓ ସୈନିକଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ
May 13th, 03:45 pm
ଏହି ଜୟଘୋଷର ଶକ୍ତିକୁ ଏବେ ଏବେ ସାରା ଦୁନିଆଁ ଦେଖୁଛି। ଭାରତ ମାତା କୀ ଜୟ, ଏହା କେବଳ ଏକ ଘୋଷଣା ନୁହେଁ, ଏହା ଦେଶର ପ୍ରତିଟି ସେଇ ସୈନିକଙ୍କର ଶପଥ ଅଟେ, ଯିଏ ଦେଶମାତୃକାର ସମ୍ମାନ ଓ ମର୍ଯ୍ୟାଦା ପାଇଁ ଜୀବନକୁ ବାଜି ଲଗାଇ ଥାଏ। ଏହା ଦେଶର ପ୍ରତିଟି ନାଗରିକଙ୍କର ସ୍ୱର, ଯିଏ ଦେଶ ପାଇଁ ବଂଚିବାକୁ ଇଚ୍ଛା କରନ୍ତି, ଯିଏ କିଛି କରିବାକୁ ଇଚ୍ଛା କରନ୍ତି।ଆଦମପୁର ବାୟୁସେନା ଘାଟିଠାରେ ଦେଶର ସାହାସୀ ବାୟୁବୀର ଏବଂ ସୈନିକଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 13th, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଦମପୁରସ୍ଥିତ ବାୟୁସେନା ଘାଟି ପରିଦର୍ଶନ କରିଥିଲେ ଏବଂ ଦେଶର ସାହସୀ ବାୟୁସେନା ଯୋଦ୍ଧା ଏବଂ ସୈନିକମାନଙ୍କ ସହିତ ମତ ବିନିମୟ କରିଥିଲେ। ସେମାନଙ୍କୁ ସମ୍ବୋଧିତ କରି, ସେ କହିଥିଲେ ଯେ ବିଶ୍ବ 'ଭାରତ ମାତା କି ଜୟ' ସ୍ଲୋଗାନର ଶକ୍ତି ଦେଖିଛି । ଏହା କେବଳ ଏକ ମନ୍ତ୍ର ମାତ୍ର ନୁହେଁ, ବରଂ ଭାରତ ମାତାର ମର୍ଯ୍ୟାଦା ବଜାୟ ରଖିବା ପାଇଁ ନିଜ ଜୀବନକୁ ବାଜି ଲଗାଉଥିବା ପ୍ରତ୍ୟେକ ସୈନିକଙ୍କ ଦ୍ୱାରା ନିଆଯାଉଥିବା ଏକ ବଜ୍ର ଶପଥ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସ୍ଲୋଗାନ ପ୍ରତ୍ୟେକ ନାଗରିକଙ୍କ ସ୍ୱର, ଯିଏ ଦେଶ ପାଇଁ ବଞ୍ଚିବାକୁ ଏବଂ ଏକ ଅର୍ଥପୂର୍ଣ୍ଣ ଯୋଗଦାନ ଦେବାକୁ ଚାହେଁ। ସେ ଗୁରୁତ୍ୱାରୋପ କରିଥିଲେ ଯେ 'ଭାରତ ମାତା କୀ ଜୟ' ଯୁଦ୍ଧକ୍ଷେତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ମିଶନରେ ପ୍ରତିଧ୍ୱନିତ ହୋଇଥାଏ। ସେ ଉଲ୍ଲେଖ କରିଥିଲେ ଯେ ଯେତେବେଳେ ଭାରତୀୟ ସୈନିକମାନେ 'ଭାରତ ମାତା କୀ ଜୟ' ସ୍ଲୋଗାନ ଦିଅନ୍ତି, ସେତେବେଳେ ଶତ୍ରୁର ମେରୁଦଣ୍ଡ ଥରହର ହୋଇଯାଏ। ଭାରତର ସାମରିକ ଶକ୍ତି ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ଯେତେବେଳେ ଭାରତୀୟ ଡ୍ରୋନ ଶତ୍ରୁର ଦୁର୍ଗକୁ ଧ୍ୱଂସ କରେ ଏବଂ ଯେତେବେଳେ କ୍ଷେପଣାସ୍ତ୍ର ସଠିକ ଭାବରେ ଆକ୍ରମଣ କରେ, ସେତେବେଳେ ଶତ୍ରୁ କେବଳ ଗୋଟିଏ ବାକ୍ୟ ଶୁଣେ - 'ଭାରତ ମାତା କି ଜୟ'। ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ତାର ସହିତ କହିଥିଲେ ଯେ ରାତିର ଅନ୍ଧାରରେ ମଧ୍ୟ, ଭାରତ ଆକାଶକୁ ଆଲୋକିତ କରିବାର କ୍ଷମତା ରଖେ, ଯାହା ଶତ୍ରୁକୁ ଆମ ଦେଶର ଅଦମ୍ୟ ଶକ୍ତିକୁ ଦେଖିବାକୁ ବାଧ୍ୟ କରେ। ସେ ଘୋଷଣା କରିଥିଲେ ଯେ ଯେତେବେଳେ ଭାରତର ସେନା ପରମାଣୁ ବ୍ଲାକମେଲର ବିପଦକୁ ଦୂର କରିବେ, ସେତେବେଳେ ସ୍ବର୍ଗ ମର୍ତ୍ତ୍ୟ ପାତାଳରେ ଗୋଟିଏ ଧ୍ବନି ପ୍ରତିଧ୍ୱନିତ ହେବ - 'ଭାରତ ମାତା କି ଜୟ'।ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
May 12th, 08:48 pm
ଆମେ ସମସ୍ତେ ଗତ କିଛିଦିନ ହେବ ଦେଶର ଶକ୍ତି ଏବଂ ସଂଯମ ଉଭୟକୁ ଦେଖିଛୁ। ସର୍ବପ୍ରଥମେ, ମୁଁ ପ୍ରତ୍ୟେକ ଭାରତୀୟଙ୍କ ତରଫରୁ ଭାରତର ପରାକ୍ରମୀ ସେନାବାହିନୀ, ସଶସ୍ତ୍ର ବଳ, ଆମର ଗୁଇନ୍ଦା ସଂସ୍ଥା, ଆମର ବୈଜ୍ଞାନିକମାନଙ୍କୁ ପ୍ରଣାମ କରୁଛି। ‘ଅପରେସନ୍ ସିନ୍ଦୁର’ର ଲକ୍ଷ୍ୟ ହାସଲ କରିବା ପାଇଁ ଆମର ସାହସୀ ସୈନିକମାନେ ଅପାର ବୀରତ୍ୱ ପ୍ରଦର୍ଶନ କରିଥିଲେ। ମୁଁ ସେମାନଙ୍କର ବୀରତ୍ୱ, ସାହସ ଏବଂ ପରାକ୍ରମକୁ ଆଜି ଆମ ଦେଶର ପ୍ରତ୍ୟେକ ମା’, ଦେଶର ପ୍ରତ୍ୟେକ ଭଉଣୀ ଏବଂ ଦେଶର ପ୍ରତ୍ୟେକ ଝିଅଙ୍କୁ ସମର୍ପିତ କରୁଛି । ମୁଁ ଏହି ପରାକ୍ରମକୁ ସମର୍ପଣ କରୁଛି ।ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 12th, 08:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ତାଙ୍କ ଅଭିଭାଷଣରେ ସେ କହିଛନ୍ତି ଯେ ଦେଶ ଗତ କିଛି ଦିନ ମଧ୍ୟରେ ଭାରତର ଶକ୍ତି ଏବଂ ସଂଯମ ଉଭୟ ଦେଖିଛି। ସେ ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପକ୍ଷରୁ ଦେଶର ଶକ୍ତିଶାଳୀ ସଶସ୍ତ୍ର ବାହିନୀ, ଗୁଇନ୍ଦା ସଂସ୍ଥା ଏବଂ ବୈଜ୍ଞାନିକମାନଙ୍କୁ ସାଲ୍ୟୁଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂରର ଉଦ୍ଦେଶ୍ୟ ହାସଲ କରିବାରେ ଭାରତର ସାହସୀ ସୈନିକମାନଙ୍କ ଦ୍ୱାରା ପ୍ରଦର୍ଶିତ ଅଦମ୍ୟ ସାହସକୁ ପ୍ରଶଂସା କରିଛନ୍ତି, ସେମାନଙ୍କ ବୀରତ୍ୱ, ସ୍ଥିରତା ଏବଂ ଅତୁଳନୀୟ ଉତ୍ସାହକୁ ସ୍ୱୀକାର କରିଛନ୍ତି। ସେ ଏହି ସାହସକୁ ଦେଶର ପ୍ରତ୍ୟେକ ମା, ଭଉଣୀ ଏବଂ ଝିଅଙ୍କୁ ଉତ୍ସର୍ଗ କରିଛନ୍ତି।ବିଟିଂ ରିଟ୍ରିଟ୍ ସମାରୋହର କିଛି ବିଶେଷ ମୁହୂର୍ତ୍ତ, ଯେଉଁଥିରେ ସଶସ୍ତ୍ର ବାହିନୀ ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କୁ ଏକ ନିଆରା ଢ଼ଙ୍ଗରେ ସମ୍ମାନିତ କରିଛନ୍ତି : ପ୍ରଧାନମନ୍ତ୍ରୀ
January 30th, 07:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଟିଂ ରିଟ୍ରିଟ୍ ସମାରୋହର କିଛି ବିଶେଷ ମୁହୂର୍ତ୍ତ ର ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସଶସ୍ତ୍ର ବାହିନୀ ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କୁ ଏକ ନିଆରା ଢ଼ଙ୍ଗରେ ସମ୍ମାନିତ କରିଛନ୍ତି ।ବିଟିଂ ରିଟ୍ରିଟ ଉତ୍ସବରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
January 29th, 10:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଟିଂ ରିଟ୍ରିଟ ଉତ୍ସବରେ ଯୋଗ ଦେଇଛନ୍ତି ।The BJP government in Gujarat has prioritised water from the very beginning: PM Modi in Amreli
October 28th, 04:00 pm
PM Modi laid the foundation stone and inaugurated various development projects worth over Rs 4,900 crores in Amreli, Gujarat. The Prime Minister highlighted Gujarat's remarkable progress over the past two decades in ensuring water reaches every household and farm, setting an example for the entire nation. He said that the state's continuous efforts to provide water to every corner are ongoing and today's projects will further benefit millions of people in the region.