ଜୋହାନ୍ସବର୍ଗରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 23rd, 02:18 pm
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜୋହାନ୍ସବର୍ଗରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଶ୍ରୀ ସିରିଲ ରାମଫୋସାଙ୍କୁ ଭେଟିଥିଲେ । ରାଷ୍ଟ୍ରପତି ରାମଫୋସାଙ୍କୁ ଭବ୍ୟ ଆତିଥ୍ୟ ଏବଂ ଶିଖର ସମ୍ମିଳନୀର ସଫଳ ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ସେ ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀ ସମୟରେ ନିଆଯାଇଥିବା ନିଷ୍ପତ୍ତିଗୁଡିକୁ ଆଗକୁ ନେବା ଏବଂ ସେଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଦକ୍ଷିଣ ଆଫ୍ରିକାର ଜି-୨୦ ପ୍ରୟାସକୁ ପ୍ରଶଂସା କରିଥିଲେ ।