ଭାରତ ସିଙ୍ଗାପୁର ମିଳିତ ବିବୃତ୍ତି
September 04th, 08:04 pm
ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ଲରେନ୍ସ ୱଙ୍ଗଙ୍କ ଭାରତକୁ ସରକାରୀ ଗସ୍ତ ଅବସରରେ, ଭାରତ ଓ ସିଙ୍ଗାପୁର ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗୀତା ପାଇଁ ରୋଡମ୍ୟାପ ଉପରେ ମିଳିତ ବିବୃତ୍ତିସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
September 05th, 03:00 pm
ଭାରତ-ସିଙ୍ଗାପୁର ସହଭାଗୀତା ପ୍ରତି ରାଷ୍ଟ୍ରପତି ଥାର୍ମନଙ୍କ ଉତ୍ସାହପୂର୍ଣ୍ଣ ସହଯୋଗକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଦୁଇ ଦେଶ ମଧ୍ୟରେ ଦୀର୍ଘଦିନର ବନ୍ଧୁତା ଏବଂ ସହଯୋଗ, ଯାହା ବିଶ୍ୱାସ, ପାରସ୍ପରିକ ସମ୍ମାନ ଉପରେ ଆଧାରିତ ବୋଲି ସେମାନେ ଉଲ୍ଲେଖ କରିଥିଲେ । ଏହି ପରିପ୍ରେକ୍ଷୀରେ, ସେମାନେ ଉଲ୍ଲେଖ କରିଥିଲେ ଯେ ବ୍ୟାପକ ରଣନୈତିକ ଭାଗିଦାରୀ ଦ୍ବାରା ସମ୍ପର୍କ ଉନ୍ନତ ହେବା ସହିତ ମିଳିତ ସହଯୋଗ ପାଇଁ ଏକ ଦୃଢ଼ ମାର୍ଗ ପ୍ରସ୍ତୁତ କରିବ । ଉନ୍ନତ ଉତ୍ପାଦନ ଏବଂ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଭଳି ନୂତନ କ୍ଷେତ୍ରରେ ଭାରତ ଏବଂ ସିଙ୍ଗାପୁର କିପରି ସେମାନଙ୍କର ସହଯୋଗକୁ ସୁଦୃଢ଼ କରିପାରିବେ ସେ ବିଷୟରେ ସେମାନେ ଚିନ୍ତା ବ୍ୟକ୍ତ କରିଥିଲେ । ଆସନ୍ତା ବର୍ଷ ରାଷ୍ଟ୍ରପତି ଥାର୍ମନଙ୍କୁ ଭାରତରେ ସ୍ୱାଗତ କରିବା ପାଇଁ ସେ ଆଗ୍ରହୀ ବୋଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ ।ସିଙ୍ଗାପୁରର ବରିଷ୍ଠ ମନ୍ତ୍ରୀ ଲି ସିଏନ୍ ଲୁଙ୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
September 05th, 02:18 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଙ୍ଗାପୁରର ବରିଷ୍ଠ ମନ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଲି ସିଏନ ଲୁଙ୍ଗଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ବରିଷ୍ଠ ମନ୍ତ୍ରୀ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ।