ସାଉଦି ଆରବ ରାଜ୍ୟକୁ ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ଗସ୍ତ ସମାପନ ଅବସରରେ ମିଳିତ ବିବୃତି

April 23rd, 12:44 pm

କ୍ରାଉନ୍ ପ୍ରିନ୍ସ ତଥା ସାଉଦି ଆରବ ରାଜ୍ୟର ପ୍ରଧାନମନ୍ତ୍ରୀ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍ ବିନ୍ ଅବଦୁଲଅଜିଜ୍ ଅଲ୍ ସୌଦଙ୍କ ନିମନ୍ତ୍ରଣକ୍ରମେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ଏପ୍ରିଲ ୨୨ ତାରିଖରେ ସାଉଦି ଆରବ ରାଜ୍ୟ ଗସ୍ତରେ ଯାଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ସାଉଦି ଆରବ ଗସ୍ତରୁ ମିଳିଥିବା ସଫଳତାର ତାଲିକା

April 23rd, 02:25 am

୨୨ ଏପ୍ରିଲ ୨୦୨୫ରେ ଜେଦାହରେ ହୋଇଥିବା ଭାରତ-ସାଉଦି ଆରବ ରଣନୀତିକ ସହଭାଗିତା ପରିଷଦ (ଏସ୍‌ପିସି)ର ଦ୍ୱିତୀୟ ବୈଠକରେ ସହ-ଅଧ୍ୟକ୍ଷତା କରିଥିଲେ ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ସାଉଦି ଆରବର ଯୁବରାଜ ତଥା ମହାମହିମ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନ। ଏସ୍‌ପିସି ଅଧୀନରେ ଥିବା ବିଭିନ୍ନ କମିଟି, ସବ୍ କମିଟି ଓ କାର୍ଯ୍ୟକାରୀ ଗୋଷ୍ଠୀର କାମର ସମୀକ୍ଷା କରିଥିଲା ଏହି ପରିଷଦ ଯେଉଁଥିରେ ରହିଛି ରାଜନୀତି, ପ୍ରତିରକ୍ଷା,ସୁରକ୍ଷା, ବାଣିଜ୍ୟ, ପୁଂଜି ନିବେଶ, ଶକ୍ତି, ଟେକ୍ନୋଲଜି, କୃଷି, ସଂସ୍କୃତି ଓ ଦୁଇ ଦେଶର ନାଗରିକଙ୍କ ମଧ୍ୟରେ ଥିବା ସଂପର୍କ। ଏହି ଆଲୋଚନା ପରେ ଦୁଇର ନେତା ବୈଠକର କାର୍ଯ୍ୟ ବିବରଣୀରେ ସ୍ୱାକ୍ଷର କରିଥିଲେ।

ଭାରତ-ସାଉଦି ଆରବ ଷ୍ଟ୍ରାଟେଜିକ ପାର୍ଟନରସିପ କାଉନସିଲ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ

April 23rd, 02:20 am

ଚଳିତବର୍ଷ ଏପ୍ରିଲ ୨୨ ତାରିଖରେ ସାଉଦି ଆରବ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜେଦାହ ରୟାଲ ପ୍ୟାଲେସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ସାଉଦି କ୍ରାଉନ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ସଲମାନ ।

ସାଉଦି ଆରବ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

April 22nd, 08:30 am

ମଙ୍ଗଳବାରଠାରୁ ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ସାଉଦି ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ନିଜ ଅଭିଭାଷଣ ରଖିଛନ୍ତି । ସାଉଦି କ୍ରାଉନ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ପ୍ରିନ୍ସ ମହମ୍ମଦ ବିନ ସଲମନଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣରେ ମୋଦୀ ସାଉଦି ଗସ୍ତ କରୁଥିବା କହିଛନ୍ତି ।

Prime Minister Narendra Modi to visit Saudi Arabia

April 19th, 01:55 pm

PM Modi to visit Saudi Arabia at the invitation of His Royal Highness Prince Mohammed bin Salman. India and Saudi Arabia share close and friendly ties. This visit will provide an opportunity to further deepen and strengthen our multi-faceted partnership, as well as to exchange views on various regional and international issues of mutual interest.