ରୁଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତର ପରିଣାମଗୁଡ଼ିକର ତାଲିକା

December 05th, 05:53 pm

ଭାରତ ଏବଂ ରୁଷ ସରକାରଙ୍କ ମଧ୍ୟରେ ଗୋଟିଏ ଦେଶର ନାଗରିକଙ୍କ ଅନ୍ୟ ଦେଶର ଅଞ୍ଚଳରେ ଅସ୍ଥାୟୀ ଶ୍ରମ କାର୍ଯ୍ୟକଳାପ ଉପରେ ରାଜିନାମା।

23ତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀ ପରେ ମିଳିତ ବକ୍ତବ୍ୟ

December 05th, 05:43 pm

ଭାରତ ଏବଂ ରୁଷ ମଧ୍ୟରେ ସ୍ୱତନ୍ତ୍ର ଏବଂ ବିଶେଷାଧିକାରପ୍ରାପ୍ତ ରଣନୀତିକ ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ଦୁଇ ଦେଶର ନେତାମାନେ ସେମାନଙ୍କର ସମର୍ଥନକୁ ଦୋହରାଇଛନ୍ତି। ଚଳିତ ବର୍ଷ ଭାରତ ଏବଂ ରୁଷ ମଧ୍ୟରେ ରଣନୀତିକ ଭାଗିଦାରୀ ଘୋଷଣାର 25ତମ ବାର୍ଷିକୀ ଯାହାକି ଅକ୍ଟୋବର 2000 ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ପ୍ରଥମ ଭାରତ ଗସ୍ତ ସମୟରେ ପ୍ରତିଷ୍ଠା କରାଯାଇଥିଲା।

ନୂଆଦିଲ୍ଲୀର ଭାରତ ମଣ୍ଡପମରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଭାରତ-ରୁଷ ବ୍ୟବସାୟ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 05th, 03:45 pm

ପୀୟୁଷ ଜୀ ଯେପରି ଉଲ୍ଲେଖ କରିଥିବା ବିଭିନ୍ନ ବିଷୟଗୁଡ଼ିକୁ ଏବଂ ରାଷ୍ଟ୍ରପତିଙ୍କ ଦ୍ୱାରା ବର୍ଣ୍ଣିତ ସମ୍ଭାବନାଗୁଡ଼ିକୁ ବିଚାର କରି, ଆମେ ବହୁତ କମ୍ ସମୟ ମଧ୍ୟରେ ବିଶାଳ ଲକ୍ଷ୍ୟ ମଧ୍ୟ ହାସଲ କରିପାରିବା। ବ୍ୟବସାୟ ହେଉ କିମ୍ବା କୂଟନୀତି, ଯେକୌଣସି ସହଭାଗୀର ମୂଳଦୁଆ ହେଉଛି ପାରସ୍ପରିକ ବିଶ୍ୱାସ। ଏହି ବିଶ୍ୱାସ ହେଉଛି ଭାରତ-ରୁଷ ସମ୍ପର୍କର ସବୁଠାରୁ ବଡ଼ ଶକ୍ତି। ଏହା ଆମର ମିଳିତ ପ୍ରୟାସକୁ ଦିଗଦର୍ଶନ ଏବଂ ଗତି ପ୍ରଦାନ କରେ। ଏହା ହେଉଛି ଲଞ୍ଚ ପ୍ୟାଡ୍ ଯାହା ଆମକୁ ନୂତନ ସ୍ୱପ୍ନ ଏବଂ ଆକାଂକ୍ଷାକୁ ଆଗକୁ ବଢାଇବା ପାଇଁ ପ୍ରେରଣା ଦିଏ। ଗତ ବର୍ଷ, ରାଷ୍ଟ୍ରପତି ପୁଟିନ ଏବଂ ମୁଁ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟରେ ୧୦୦ ବିଲିୟନ ଡଲାର ଅତିକ୍ରମ କରିବାର ଲକ୍ଷ୍ୟ ରଖିଥିଲୁ। କିନ୍ତୁ ଗତକାଲିଠାରୁ ରାଷ୍ଟ୍ରପତି ପୁଟିନଙ୍କ ସହ ମୋର ଆଲୋଚନା ଏବଂ ଆମେ ଦେଖୁଥିବା ସମ୍ଭାବନାକୁ ଆଧାର କରି, ମୁଁ ଭାବୁନାହିଁ ଯେ, ଆମକୁ ଆଉ ୨୦୩୦ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ମୁଁ ତାହା ସ୍ପଷ୍ଟ ଭାବରେ ଦେଖିପାରୁଛି। ଆମେ ନିର୍ଦ୍ଧାରିତ ସମୟ ପୂର୍ବରୁ ସେହି ଲକ୍ଷ୍ୟ ହାସଲ କରିବା ପାଇଁ ଦୃଢ଼ ସଂକଳ୍ପ ସହିତ ଆଗକୁ ବଢ଼ୁଛୁ, ଏବଂ ମୋର ଆତ୍ମବିଶ୍ୱାସ ବୃଦ୍ଧି ପାଉଛି। ଶୁଳ୍କ ଏବଂ ଅଣ-ଶୁଳ୍କ ବାଧା ହ୍ରାସ କରାଯାଉଛି।

ଭାରତ - ରୁଷିଆ ବ୍ୟବସାୟିକ ଫୋରମରେ ରୁଷ ରାଷ୍ଟ୍ରପତିଙ୍କ ସହ ମିଳିତ ବିବୃତ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 05th, 03:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ରୁଷ ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁଟିନଙ୍କ ସହ ଭାରତ – ରୁଷ ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରିଥିଲେ। ତାଙ୍କର ବକ୍ତବ୍ୟ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ ମହାମହିମ ରାଷ୍ଟ୍ରପତି ପୁଟିନ, ଭାରତ ଏବଂ ବିଦେଶରୁ ଆସିଥିବା ନେତୃବୃନ୍ଦ ତଥା ସମସ୍ତ ମାନ୍ୟବର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ରୁଷ ବ୍ୟବସାୟିକ ଫୋରମ ରାଷ୍ଟ୍ରପତି ପୁଟିନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ପ୍ରତିଫଳିତ କରୁଛି, ଯିଏ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଏକ ବୃହତ୍‌ ପ୍ରତିନିଧିମଣ୍ଡଳୀକୁ ସାଙ୍ଗରେ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତ ଉପସ୍ଥିତ ଲୋକଙ୍କୁ ତାଙ୍କର ହୃଦୟସ୍ପର୍ଶୀ ସ୍ୱାଗତକୁ ଆଲୋକପାତ କରି ପ୍ରକାଶ କରିଥିଲେ ଯେ, ସେମାନଙ୍କ ଗହଣରେ ରହିବା ଏକ ଅତ୍ୟନ୍ତ ଆନନ୍ଦର ମୁହୂର୍ତ୍ତ। ଶ୍ରୀ ମୋଦୀ ଫୋରମରେ ଯୋଗଦାନ କରି ତାଙ୍କର ଅମୂଲ୍ୟ ଚିନ୍ତାଧାରା ବାଣ୍ଟି ଥିବାରୁ ତାଙ୍କ ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କୁ ଗଭୀର କୃତଜ୍ଞତା ଜଣାଇଥିଲେ। ସେ ଜୋର ଦେଇଥିଲେ ଯେ, ବ୍ୟବସାୟ ପାଇଁ ସରଳୀକୃତ ଏବଂ ପୂର୍ବାନୁମାନଯୋଗ୍ୟ ବ୍ୟବସ୍ଥା ସୃଷ୍ଟି କରାଯାଉଛି ଏବଂ ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଭାରତ ଏବଂ ୟୁରେସିଆନ ଅର୍ଥନୈତିକ ସଂଘ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା ଆରମ୍ଭ ହୋଇଛି।

ଋଷ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ

December 05th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭାରତକୁ ସ୍ୱାଗତ କରିଛନ୍ତି।