ନାଇଜେରିଆର ପୂର୍ବତନ ରାଷ୍ଟ୍ରପତି ମହମ୍ମଦୁ ବୁହାରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

July 14th, 11:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଇଜେରିଆର ପୂର୍ବତନ ରାଷ୍ଟ୍ରପତି ମହମ୍ମଦୁ ବୁହାରୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ ନାଇଜେରିଆର ପୂର୍ବତନ ରାଷ୍ଟ୍ରପତି ମହମ୍ମଦୁ ବୁହାରୀଙ୍କ ସହ ବିଭିନ୍ନ ସମୟରେ ତାଙ୍କର ସାକ୍ଷାତ ଏବଂ ଆଲୋଚନାକୁ ମନେ ପକାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ମହମ୍ମଦୁ ବୁହାରୀଙ୍କ ଜ୍ଞାନ ଏବଂ ଭାରତ-ନାଇଜେରିଆ ବନ୍ଧୁତା ପ୍ରତି ଅଟଳ ପ୍ରତିବଦ୍ଧତା ଅଦ୍ଭୁଦ ଥିଲା । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଭାରତର ୧୪୦ କୋଟି ଲୋକଙ୍କ ସହ ତାଙ୍କ ପରିବାର, ନାଇଜେରିଆର ଜନତା ଏବଂ ସରକାରଙ୍କ ପ୍ରତି ସମବେଦନା ଜଣାଉଛନ୍ତି ।