ଭାରତର ସବୁଠାରୁ ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ଗୌରବ ଲାଭ କରିଥିବାରୁ ବିଶ୍ୱ ନେତାମାନଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କରିଛନ୍ତି ଶ୍ରୀ ନରେନ୍ଦ୍ର ମୋଦୀ
June 10th, 02:08 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ସବୁଠାରୁ ଦୀର୍ଘକାଳୀନ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ଗୌରବ ଲାଭ କରିଥିବାରୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏବଂ ସରକାର ମୁଖ୍ୟଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ଲାଭ କରିଛନ୍ତି।ନାଇଜେରିଆର ପୂର୍ବତନ ରାଷ୍ଟ୍ରପତି ମହମ୍ମଦୁ ବୁହାରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
July 14th, 11:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଇଜେରିଆର ପୂର୍ବତନ ରାଷ୍ଟ୍ରପତି ମହମ୍ମଦୁ ବୁହାରୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ ନାଇଜେରିଆର ପୂର୍ବତନ ରାଷ୍ଟ୍ରପତି ମହମ୍ମଦୁ ବୁହାରୀଙ୍କ ସହ ବିଭିନ୍ନ ସମୟରେ ତାଙ୍କର ସାକ୍ଷାତ ଏବଂ ଆଲୋଚନାକୁ ମନେ ପକାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ମହମ୍ମଦୁ ବୁହାରୀଙ୍କ ଜ୍ଞାନ ଏବଂ ଭାରତ-ନାଇଜେରିଆ ବନ୍ଧୁତା ପ୍ରତି ଅଟଳ ପ୍ରତିବଦ୍ଧତା ଅଦ୍ଭୁଦ ଥିଲା । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଭାରତର ୧୪୦ କୋଟି ଲୋକଙ୍କ ସହ ତାଙ୍କ ପରିବାର, ନାଇଜେରିଆର ଜନତା ଏବଂ ସରକାରଙ୍କ ପ୍ରତି ସମବେଦନା ଜଣାଉଛନ୍ତି ।