India-New Zealand relationship built on enduring friendship, shared values, common commitment: PM Modi in Auckland
July 11th, 01:15 pm
PM Modi addressed a vibrant community event in Auckland, praising the Indian diaspora as a strong bridge between India and New Zealand. He highlighted the elevation of bilateral ties to a Strategic Partnership, celebrated 100 years of sporting ties between the two countries and underscored the shared heritage and deepening partnership between the two nations.ନ୍ୟୁଜିଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
July 11th, 12:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅକ୍ଲାଣ୍ଡଠାରେ ଆୟୋଜିତ “କିଆ ଓରା ମୋଦୀ” କାର୍ଯ୍ୟକ୍ରମରେ ନ୍ୟୁଜିଲ୍ୟାଣ୍ଡରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମାରୋହରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀ କ୍ରିଷ୍ଟୋଫର ଲକ୍ସନ ମଧ୍ୟ ସାମିଲ ହୋଇଥିଲେ। ପ୍ରାୟ ୧୦,୦୦୦ରୁ ଅଧିକ ପ୍ରବାସୀ ଭାରତୀୟଙ୍କ ଉପସ୍ଥିତି ଯୋଗୁଁ ଏହି ସମାବେଶ ଆନ୍ତରିକତା, ଶକ୍ତି ଏବଂ ବେଶ୍ ଉତ୍ସାହରେ ପରିପୂର୍ଣ୍ଣ ଥିଲା।ବିଶେଷ ମଧ୍ୟାହ୍ନ ଭୋଜନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 11th, 12:32 pm
ଗତ ବର୍ଷ ପ୍ରଧାନମନ୍ତ୍ରୀ ଲକ୍ସନ୍ଙ୍କ ଭାରତ ଗସ୍ତ ଆମର ଦ୍ୱିପାକ୍ଷିକ ସମ୍ପର୍କର ପ୍ରତ୍ୟେକ କ୍ଷେତ୍ରରେ ନୂତନ ଶକ୍ତିର ସଞ୍ଚାର କରିଥିଲା। ତାଙ୍କର ନେତୃତ୍ୱ, ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ଏବଂ ଦୃଢ଼ ପ୍ରତିବଦ୍ଧତା ଦ୍ୱାରା ଭାରତ-ନ୍ୟୁଜିଲାଣ୍ଡ ବନ୍ଧୁତ୍ୱ ନୂତନ ଗତି ଓ ନୂଆ ଦିଗ ପାଇଛି। ଆଜିର ଦିନ ଚାରି ଦଶନ୍ଧି ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ନ୍ୟୁଜିଲାଣ୍ଡ ଗସ୍ତର ସାକ୍ଷୀ ହୋଇଛି। ମୁଁ ପ୍ରାୟତଃ କହେ ଯେ, ମୋ ପୂର୍ବରୁ ଯେଉଁମାନେ ଦାୟିତ୍ୱରେ ଥିଲେ, ସେମାନେ ଅନେକ ଭଲ କାମ ମୋ ପାଇଁ ଛାଡ଼ି ଯାଇଛନ୍ତି ଏବଂ ସେଗୁଡ଼ିକୁ ସମ୍ପୂର୍ଣ୍ଣ କରିବାର ସୌଭାଗ୍ୟ ମୋତେ ମିଳିଛି। ବନ୍ଧୁଗଣ, ଆଜି ଆମର ଦ୍ୱିପାକ୍ଷିକ ସମ୍ପର୍କର ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ।ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ‘ଭାରତ–ନ୍ୟୁଜିଲ୍ୟାଣ୍ଡ: ଏକ ବିଜୟୀ ସହଭାଗିତା’ ଶୀର୍ଷକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
July 11th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାନ୍ୟବର କ୍ରିଷ୍ଟୋଫର ଲକ୍ସନଙ୍କ ଦ୍ୱାରା ଆୟୋଜିତ ଭାରତ–ନ୍ୟୁଜିଲ୍ୟାଣ୍ଡ: ଏକ ବିଜୟୀ ସହଭାଗିତା ଶୀର୍ଷକ ସ୍ୱତନ୍ତ୍ର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜନୀତି, ବ୍ୟବସାୟ, ଶିଳ୍ପ, ଶିକ୍ଷା, ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଏବଂ କଳା କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦେଇଥିଲେ।ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
July 11th, 08:09 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅକ୍ଲାଣ୍ଡ୍ ସ୍ଥିତ ଗଭର୍ଣ୍ଣମେଣ୍ଟ ହାଉସଠାରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାନ୍ୟବର କ୍ରିଷ୍ଟୋଫର ଲକ୍ସନଙ୍କୁ ଭେଟିଛନ୍ତି। ଗଭର୍ଣ୍ଣମେଣ୍ଟ ହାଉସରେ ପହଞ୍ଚିବା ପରେ ତାଙ୍କୁ ସେଠାକାର ପାରମ୍ପରିକ ମାଓରି ଶୈଳୀରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି ସ୍ୱାଗତ ସମାରୋହରେ ଶାନ୍ତି, ସମ୍ମାନ ଏବଂ ସୌହାର୍ଦ୍ଦ୍ୟର ପ୍ରତୀକ ସ୍ୱରୂପ ପାରମ୍ପରିକ ମାଓରି ରୀତିନୀତି ପ୍ରଦର୍ଶିତ ହୋଇଥିଲା। ଏହି ପାରମ୍ପରିକ ସ୍ୱାଗତ ପରେ ପ୍ରଧାନମନ୍ତ୍ରୀ 'ଗାର୍ଡ ଅଫ୍ ଅନର୍' ପରିଦର୍ଶନ କରିଥିଲେ।ଭାରତ- ନ୍ୟୁଜିଲାଣ୍ଡ ରଣନୀତିକ ସହଭାଗିତା: ୨୦୩୦ ପାଇଁ ରୋଡମ୍ୟାପ୍
July 11th, 08:06 am
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ୧୧ ଜୁଲାଇ ୨୦୨୬ରେ ନ୍ୟୁଜିଲ୍ୟାଣ୍ଡର ଅକଲାଣ୍ଡ ଠାରେ ପରସ୍ପରକୁ ଭେଟି ଉଭୟ ଦେଶ ମଧ୍ୟରେ ‘ଭାରତ-ନ୍ୟୁଜିଲ୍ୟାଣ୍ଡ ରଣନୀତିକ ସହଭାଗିତା' ପ୍ରତିଷ୍ଠା କରାଯିବା ନେଇ ଘୋଷଣା କରିଛନ୍ତି। ଆଗାମୀ ଚାରି ବର୍ଷ ମଧ୍ୟରେ ଏହି ରଣନୀତିକ ସହଭାଗିତାକୁ ଆହୁରି ମଜବୁତ କରିବା ଏବଂ ମିଳିତ କାର୍ଯ୍ୟପନ୍ଥାକୁ ଆଗକୁ ବଢ଼ାଇବା ପାଇଁ ଉଭୟ ପ୍ରଧାନମନ୍ତ୍ରୀ 'ରୋଡମ୍ୟାପ୍ ଟୁ ୨୦୩୦' କୁ ଏକ ବ୍ୟବସ୍ଥିତ ଢାଞ୍ଚା ଭାବେ ଅନୁମୋଦନ କରିଛନ୍ତି। ରଣନୈତିକ ସହଭାଗୀତାରେ ଏହି ରୋଡମ୍ୟାପର ନିମ୍ନଲିଖିତ ସ୍ତମ୍ଭଗୁଡ଼ିକରେ ଉଲ୍ଲେଖିତ କ୍ଷେତ୍ର ଏବଂ ପଦକ୍ଷେପ ଅନ୍ତର୍ଭୁକ୍ତ, କିନ୍ତୁ ଏହା ଏହି ପରିସର ମଧ୍ୟରେ ସୀମିତ ନୁହେଁ ।ଭାରତ-ନ୍ୟୁଜିଲ୍ୟାଣ୍ଡ ମିଳିତ ବିବୃତ୍ତି
July 11th, 07:59 am
ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ଙ୍କ ନିମନ୍ତ୍ରଣରେ, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୦ ଏବଂ ୧୧ ଜୁଲାଇ ୨୦୨୬ରେ ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡକୁ ସରକାରୀ ଗସ୍ତରେ ଯାଇଛନ୍ତି । ୪୦ ବର୍ଷ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନ୍ୟୁଜିଲ୍ୟାଣ୍ଡକୁ ଏହା ପ୍ରଥମ ଗସ୍ତ, ଯାହା ଏକ ଐତିହାସିକ ମାଇଲଖୁଣ୍ଟ ଏବଂ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ସ୍ଥାୟୀ ବନ୍ଧୁତା ଏବଂ ସହଭାଗୀତାର ଏକ ନୂତନ ଦିଗ ନିର୍ଦ୍ଧାରଣ କରିଛି ।ଭାରତ - ନ୍ୟୁଜିଲ୍ୟାଣ୍ଡ ପ୍ରତିନିଧିମଣ୍ଡଳସ୍ତରୀୟ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
July 11th, 07:00 am
ଆପଣ ଗତ ବର୍ଷ ହୋଲି ପର୍ବ ସମୟରେ ଭାରତ ଗସ୍ତ କରିଥିଲେ। ଆପଣଙ୍କ ଗସ୍ତ ଆମ ସମ୍ପର୍କରେ ନୂତନ ରଙ୍ଗ ଯୋଡିଥିଲା - କାରଣ ହୋଲିର ରଙ୍ଗ ଏକ ବିଶେଷ ଗୁରୁତ୍ୱ ରଖେ, ଏବଂ ଆମେ ତାହା ପ୍ରତ୍ୟକ୍ଷ ଭାବରେ ଅନୁଭବ କରିଥିଲୁ। ମୁଁ ଖୁସି ଯେ ଆଜି ଆମେ ଆମର ସମ୍ପର୍କକୁ ଏକ ରଣନୈତିକ ସହଭାଗୀତାର ସୂତ୍ରରେ ବାନ୍ଧିଛୁ। ଏହି ମାଇଲଖୁଣ୍ଟ ଆମକୁ ଅଧିକ ଶକ୍ତି ଏବଂ ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ିବାକୁ ପ୍ରେରଣା ଦେବ।