ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ମିଳିତ ବିବୃତ୍ତି
May 22nd, 09:31 pm
ସାଇପ୍ରସ୍ ଗଣରାଜ୍ୟର ରାଷ୍ଟ୍ରପତି ଶ୍ରୀ ନିକୋସ୍ କ୍ରିଷ୍ଟୋଡୋଲିଡେସ୍, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ୨୦ - ୨୩ ମେ’ ୨୦୨୬ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି। ଏହା ସାଇପ୍ରସର ୟୁରୋପୀୟ ସଂଘ ପରିଷଦର ସଭାପତିତ୍ୱ ସମୟରେ ଅନୁଷ୍ଠିତ ହେଉଥିବାରୁ ଏହି ଗସ୍ତର ବିଶେଷ ଗୁରୁତ୍ୱ ରହିଛି।ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
May 22nd, 01:00 pm
ସାଇପ୍ରସର ରାଷ୍ଟ୍ରପତି ମହୋଦୟ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତରେ ସ୍ୱାଗତ କରି ମୋତେ ବହୁତ ଖୁସି ଲାଗୁଛି। ରାଷ୍ଟ୍ରପତି ମହାଶୟ, ଗତ ବର୍ଷ, ଆପଣ ସାଇପ୍ରସରେ ଆମକୁ ଅତ୍ୟନ୍ତ ଭାବପୂର୍ଣ୍ଣ ସ୍ୱାଗତ ଜଣାଇଥିଲେ। ଭାରତ ପ୍ରତି ବିଶେଷ ସମ୍ମାନ ପ୍ରଦର୍ଶନ କରି, ଆପଣ ମୋତେ ସାଇପ୍ରସର ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ କରିଥିଲେ।ଭାରତ-ଇଟାଲୀ ମିଳିତ ଘୋଷଣା
May 20th, 10:28 pm
ଉଭୟ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ଆଦାନପ୍ରଦାନର ଦୃଢ଼ ଗତିକୁ ସ୍ୱାଗତ କରିଥିଲେ ଏବଂ ବହୁପାକ୍ଷିକ କାର୍ଯ୍ୟକ୍ରମର ପାର୍ଶ୍ଵରେ ନେତାମାନଙ୍କ ବାର୍ଷିକ ବୈଠକ, ନିୟମିତ ମନ୍ତ୍ରୀସ୍ତରୀୟ ଏବଂ ପ୍ରତିଷ୍ଠାନସ୍ତରୀୟ ବୈଠକ ଆୟୋଜନ କରିବାକୁ ରାଜି ହୋଇଥିଲେ।Prime Minister’s Departure Statement ahead of his visit to the UAE, Netherlands, Sweden, Norway, and Italy
May 15th, 07:56 am
PM Modi is embarking on a five-nation visit to the UAE, the Netherlands, Sweden, Norway and Italy from 15-20 May 2026. During the visit, he will meet various Heads of State and hold discussions to further strengthen partnerships across key sectors. Highlights of the visit include his participation in the European Round Table for Industry in Sweden and the 3rd India-Nordic Summit in Oslo.ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
February 26th, 03:30 pm
ନଅ ବର୍ଷ ପୂର୍ବେ, ମୋତେ ଇସ୍ରାଏଲକୁ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଗସ୍ତ କରିବାର ସୌଭାଗ୍ୟ ମିଳିଥିଲା। ପୁଣିଥରେ ଇସ୍ରାଏଲ୍ର ଐତିହାସିକ ଭୂମିରେ ପଦାର୍ପଣ କରିବା ମୋ ପାଇଁ ଏକ ଗର୍ବ ଏବଂ ଭାବପ୍ରବଣ ମୁହୂର୍ତ୍ତ ଅଟେ।ଭାରତ-ଫ୍ରାନ୍ସ ମିଳିତ ବିବୃତି
February 18th, 08:10 am
ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଫ୍ରାନ୍ସର ରାଷ୍ଟ୍ରପତି ମହାମହିମ ଶ୍ରୀ ଇମାନୁଏଲ ମାକ୍ରନ ୧୭ ରୁ ୧୯ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଭାରତ ଗସ୍ତ କରିଥିଲେ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରଭାବ ସମ୍ମିଳନୀ ୨୦୨୬ରେ ଅଂଶଗ୍ରହଣ କରିଥିଲେ। ଏହି ଗସ୍ତ ସମୟରେ ଦୁଇ ନେତା ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ଏବଂ ୧୭ ଫେବୃଆରୀରେ ମୁମ୍ବାଇରେ ମିଳିତ ଭାବରେ ୨୦୨୬ ଭାରତ-ଫ୍ରାନ୍ସ ନବସୃଜନ ବର୍ଷର ଉଦଘାଟନ କରିଥିଲେ। ଏହା ହେଉଛି ରାଷ୍ଟ୍ରପତି ମାକ୍ରନଙ୍କର ଚତୁର୍ଥ ଭାରତ ଗସ୍ତ। ଫେବୃଆରୀ ୨୦୨୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତ ପରେ ପରେ ମାକ୍ରନ ଭାରତ ଗସ୍ତରେ ଆସିଥିଲେ। ଏହି ଅବସରରେ ଉଭୟ ନେତା ଆଗାମୀ ଦଶନ୍ଧିରେ ଦ୍ୱିପାକ୍ଷିକ ସହଯୋଗକୁ ମାର୍ଗଦର୍ଶନ କରିବା ପାଇଁ ସମ୍ପର୍କକୁ ସ୍ୱତନ୍ତ୍ର ବୈଶ୍ୱିକ ରଣନୀତିକ ସହଭାଗିତା ରେ ପରିଣତ କରିବାକୁ ସହମତ ହୋଇଥିଲେ। ଭାରତ-ଫ୍ରାନ୍ସ ସମ୍ପର୍କର ଏହି ଉନ୍ନତି ମିଳିତ ଭାବେ ବୃଦ୍ଧି ପାଉଥିବା ଉଭୟ ନେତାଙ୍କ ଉଚ୍ଚଭିଳାଷ ଓ ଲକ୍ଷ୍ୟକୁ ପ୍ରତିଫଳିତ କରୁଛି। ବିଶ୍ୱର ମଙ୍ଗଳ ପାଇଁ ଏହା ଏକ ଶକ୍ତି ଭାବରେ କାର୍ଯ୍ୟ କରିବ । ଏହା କେବଳ ସେମାନଙ୍କ ଅର୍ଥନୀତିରେ ସମୃଦ୍ଧି ଓ ସ୍ଥିରତା ନିର୍ମାଣ କରିବାରେ ଓ ସେମାନଙ୍କ ଦେଶର ସୁରକ୍ଷାକୁ ଆହୁରି ମଜଭୁତ କରିବାରେ ସାହାଯ୍ୟ କରିବ, ତାହା ନୁହେଁ ବରଂ ଦିନକୁ ଦିନ ବଢୁଥିବା ଅନିଶ୍ଚିତ ବୈଶ୍ୱିକ ପରିସ୍ଥିତିରେ ଚ୍ୟାଲେଞ୍ଜର ସମାଧାନ ପାଇଁ ସାମୂହିକ ଭାବରେ କାର୍ଯ୍ୟ କରିବ। ଏହା ସହିତ ଏକ ସ୍ଥିର ନିୟମ-ଆଧାରିତ ଅନ୍ତର୍ଜାତୀୟ ପରିବେଶ ଗଠନ କରିବାରେ ସାହାଯ୍ୟ କରିବ। ଉଭୟ ଦେଶ ୨୦୨୩ ମସିହାରେ ରଣନୀତିକ ସହଭାଗୀତାର ପଞ୍ଚବିଂଶ ବାର୍ଷିକୀ ପାଳନ କରିଥିଲେ। ଏହି ଅବସରରେ ସେମାନେ ୨୦୪୭ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ସମ୍ପର୍କର ମାର୍ଗ ନିର୍ଦ୍ଧାରଣ କରିବା ପାଇଁ ହରାଇଜନ ୨୦୪୭ ରୋଡମ୍ୟାପ୍ ଗ୍ରହଣ କରିଥିଲେ। ଏହି ୨୦୪୭ ହେଉଛି ଭାରତର ସ୍ୱାଧୀନତାର ଶତବାର୍ଷିକୀ ବର୍ଷ, ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ଶତବାର୍ଷିକୀ ଓ ଦୁଇ ଦେଶ ମଧ୍ୟରେ ରଣନୀତିକ ସହଭାଗୀତାର ୫୦ତମ ବର୍ଷ। ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି ଓ ଉନ୍ନତ ସହଭାଗୀତାର କାର୍ଯ୍ୟାନ୍ୱୟନ ଏବଂ ହରାଇଜନ୍ ୨୦୪୭ ବିଶେଷ କରି ଆର୍ଥିକ ସୁରକ୍ଷା, ବିଶ୍ୱ ସମସ୍ୟା ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଆଦାନପ୍ରଦାନ କ୍ଷେତ୍ରରେ ନିୟମିତ ସମୀକ୍ଷା କରିବା ପାଇଁ ଏକ ବୈଦେଶିକ ମନ୍ତ୍ରୀସ୍ତରୀୟ ବ୍ୟାପକ ଆଲୋଚନା କରିଥିଲେ।2030 ପଥେ : ଏକ ମିଳିତ ଭାରତ-ୟୁରୋପୀୟ ସଂଘ ବିସ୍ତୃତ ରଣନୈତିକ ଏଜେଣ୍ଡା
January 27th, 06:48 pm
27 ଜାନୁୟାରୀ 2026 ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଷୋଡଶ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ଅନୁମୋଦିତ ମିଳିତ ଭାରତ-ୟୁରୋପୀୟ ସଂଘ ବ୍ୟାପକ ରଣନୀତିକ ଏଜେଣ୍ଡାର ଉଦ୍ଦେଶ୍ୟ ହେଉଛି ଉଭୟ ଅଂଶୀଦାର ଏବଂ ବ୍ୟାପକ ବିଶ୍ୱ ପାଇଁ ପାରସ୍ପରିକ ଲାଭଦାୟକ, ଦୃଢ଼ ଏବଂ ପରିବର୍ତ୍ତନଶୀଳ ଫଳାଫଳ ପ୍ରଦାନ କରିବା ପାଇଁ ୟୁରୋପୀୟ ସଂଘ-ଭାରତ ସହଯୋଗକୁ ବିସ୍ତାର, ଗଭୀର ଏବଂ ଉନ୍ନତ ସମନ୍ୱୟ ମାଧ୍ୟମରେ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ।ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଏବଂ ୟୁରୋପୀୟ ଆୟୋଗ ଅଧ୍ୟକ୍ଷଙ୍କ ଭାରତ ଗସ୍ତ ଏବଂ 16ତମ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ଉପରେ ଭାରତ-ୟୁରୋପୀୟ ସଂଘ ମିଳିତ ବିବୃତ୍ତି
January 27th, 06:15 pm
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ କ୍ରମେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ ଆୟୋଗର ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲିଏନ୍ ଭାରତର 77ତମ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଭାରତ ଗସ୍ତରେ ଆସିଛନ୍ତି । ଏହି ଗସ୍ତ ସମୟରେ ନେତାମାନେ ଐତିହାସିକ ଭାରତ-ୟୁରୋପୀୟ ସଂଘ ଏଫଟିଏ ଉପରେ ଆଲୋଚନାର ସଫଳ ସମାପ୍ତିକୁ ପ୍ରଶଂସା କରିଥିଲେ ଏବଂ 2030 ପଥେ: ଭାରତ-ୟୁରୋପୀୟ ସଂଘ ମିଳିତ ବିସ୍ତୃତ ରଣନୀତିକ ଏଜେଣ୍ଡା ଗ୍ରହଣ କରିଥିଲେ ।ନୌବାଣିଜ୍ୟ ନେତାଙ୍କ ମୁମ୍ବାଇ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 29th, 04:09 pm
ମହାରାଷ୍ଟ୍ର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଜୀ, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଜୀ, ଶାନ୍ତନୁ ଠାକୁରଜୀ, କୀର୍ତିବର୍ଦ୍ଧନ ସିଂହ ଜୀ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, ଅଜିତ ପାୱାର ଜୀ, ସିପିଂ ଓ ଅନ୍ୟାନ୍ୟ ବିଭାଗ ସହ ଜଡିତ ନେତା, ଭଦ୍ରମଣ୍ଡଳୀ ।ମୁମ୍ବାଇଠାରେ ଇଣ୍ଡିଆ ମେରିଟାଇମ୍ ୱିକ୍ 2025ରେ ମେରିଟାଇମ୍ ଲିଡର୍ସ କନକ୍ଲେଭକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
October 29th, 04:08 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ମୁମ୍ବାଇଠାରେ ଇଣ୍ଡିଆ ମେରିଟାଇମ୍ ୱିକ୍ ବା ଭାରତ ସାମୁଦ୍ରିକ ସପ୍ତାହ 2025 କାର୍ଯ୍ୟକ୍ରମ ଅନ୍ତର୍ଗତ ମେରିଟାଇମ୍ ଲିଡର୍ସ କନକ୍ଲେଭ (ସାମୁଦ୍ରିକ ନେତୃବର୍ଗଙ୍କ ସମ୍ମିଳନୀ)କୁ ସମ୍ବୋଧିତ କରିଛନ୍ତି । ସେ ମଧ୍ୟ ବିଶ୍ୱ ସାମୁଦ୍ରିକ କ୍ଷେତ୍ରର ବରିଷ୍ଠ ପଦାଧିକାରୀଙ୍କୁ ନେଇ ଆୟୋଜିତ ମଞ୍ଚ ଗ୍ଲୋବାଲ୍ ମେରିଟାଇମ୍ ସିଇଓ ଫୋରମର ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗ୍ଲୋବାଲ୍ ମେରିଟାଇମ୍ ଲିଡର୍ସ କନକ୍ଲେଭରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ। ସେ କହିଥିଲେ, ଏହି କାର୍ଯ୍ୟକ୍ରମ 2016ରେ ମୁମ୍ବାଇରେ ଆରମ୍ଭ ହୋଇଥିଲା। ଏହା ବର୍ତ୍ତମାନ ଏକ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀରେ ପରିଣତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। 85ରୁ ଅଧିକ ଦେଶର ଅଂଶଗ୍ରହଣ ଏକ ଦୃଢ଼ ବାର୍ତ୍ତା ଦେଉଛି ବୋଲି ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ। ସେ କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଥିବା ପ୍ରମୁଖ ଜାହାଜ କମ୍ପାନୀ, ଷ୍ଟାର୍ଟଅପ୍, ନୀତି ନିର୍ଦ୍ଧାରକ ଏବଂ ନବସୃଜନକାରୀଙ୍କ ସିଇଓଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ। ସେ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରର ପ୍ରତିନିଧିମାନଙ୍କ ଉପସ୍ଥିତିକୁ ପ୍ରଶଂସା କରି କହିଥିଲେ, ସେମାନଙ୍କର ସାମୂହିକ ଦୃଷ୍ଟିକୋଣ ଶିଖର ସମ୍ମିଳନୀର ସମନ୍ୱୟ ଏବଂ ଶକ୍ତିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି।PM Modi meets Prime Minister of the Republic of Croatia
June 18th, 11:40 pm
PM Modi met Croatian PM Andrej Plenković in Zagreb, marking the first-ever visit by an Indian PM to Croatia. The leaders held delegation-level talks, discussing trade, defense, science, space, cultural ties, and more, marking a historic milestone in India-Croatia relations.ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
June 16th, 03:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ନିକୋସ୍ କ୍ରିଷ୍ଟୋଡୋଲିଡେସଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି । ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି କ୍ରିଷ୍ଟୋଡୋଲିଡେସ୍ ସ୍ୱାଗତ କରିଥିଲେ ଏବଂ ଏକ ଆନୁଷ୍ଠାନିକ ଅଭିବାଦନ ଜଣାଇଥିଲେ । ଗତକାଲି, ଏକ ସ୍ୱତନ୍ତ୍ର ସଂକେତ ସ୍ୱରୂପ, ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ରାଷ୍ଟ୍ରପତି କ୍ରିଷ୍ଟୋଡୋଲିଡେସ୍ ଭବ୍ୟ ସ୍ୱାଗତ କରିଥିଲେ, ଯାହା ଦୁଇ ରାଷ୍ଟ୍ର ମଧ୍ୟରେ ପାରସ୍ପରିକ ବିଶ୍ୱାସ ଏବଂ ନିବିଡ଼ ବନ୍ଧୁତାକୁ ପ୍ରତିଫଳିତ କରୁଛି ।PM Modi's remarks during joint press meet with President Christodoulides of Cyprus
June 16th, 01:45 pm
During the joint press meet with President Christodoulides of Cyprus, PM Modi said his visit to Cyprus marked a new chapter in bilateral ties. He announced plans for a strategic roadmap for the next five years, focusing on defence, cyber and maritime security and real-time intelligence sharing. He thanked Cyprus for supporting India's fight against terrorism and its bid for a permanent seat in the UN Security Council.କେରଳର ତିରୁବନନ୍ତପୁରମଠାରେ ଭିଝିଞ୍ଜମ ଅନ୍ତର୍ଜାତୀୟ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
May 02nd, 02:06 pm
କେରଳର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ପି. ବିଜୟନ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀଗଣ, ମଞ୍ଚରେ ଉପସ୍ଥିତ ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ଏବଂ କେରଳର ମୋର ଭାଇ ଓ ଭଉଣୀମାନେ।କେରଳରେ ୮୮୦୦ କୋଟି ଟଙ୍କା ମୂଲ୍ୟର ଭିଜିଞ୍ଜାମ ଅନ୍ତର୍ଜାତୀୟ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 02nd, 01:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର ତିରୁଅନନ୍ତପୁରମରେ ୮,୮୦୦ କୋଟି ଟଙ୍କା ମୂଲ୍ୟର ଭିଜିଞ୍ଜାମ ଅନ୍ତର୍ଜାତୀୟ ଗଭୀର ଜଳ ବହୁମୁଖୀ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଭଗବାନ ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମବାର୍ଷିକୀର ପବିତ୍ର ଅବସରରେ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତିନି ବର୍ଷ ପୂର୍ବେ ସେପ୍ଟେମ୍ବର ମାସରେ, ସେ ଆଦି ଶଙ୍କରାଚାର୍ଯ୍ୟଙ୍କ ପୂଜ୍ୟ ଜନ୍ମସ୍ଥାନ ପରିଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିଲେ। ତାଙ୍କ ସଂସଦୀୟ କ୍ଷେତ୍ର କାଶୀର ବିଶ୍ୱନାଥ ଧାମ ପରିସରରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ପ୍ରତିଷ୍ଠିତ ହୋଇଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ। ଏହି ପ୍ରତିଷ୍ଠାନ ଆଦି ଶଙ୍କରାଚାର୍ଯ୍ୟଙ୍କ ବ୍ୟାପକ ଆଧ୍ୟାତ୍ମିକ ଜ୍ଞାନ ଏବଂ ଶିକ୍ଷା ପ୍ରତି ଏକ ଶ୍ରଦ୍ଧାଞ୍ଜଳିର ସ୍ୱରୂପ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ତାଙ୍କୁ ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ଧାମରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦିବ୍ୟ ପ୍ରତିମା ଉନ୍ମୋଚନ କରିବାର ଗୌରବ ମଧ୍ୟ ମିଳିଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଆଉ ଏକ ସ୍ୱତନ୍ତ୍ର ଅବସର, କାରଣ ଆଜି କେଦାରନାଥ ମନ୍ଦିରର ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲାଯାଇଛି। କେରଳରୁ ଜନ୍ମିତ ଆଦି ଶଙ୍କରାଚାର୍ଯ୍ୟ ଦେଶର ବିଭିନ୍ନ କୋଣରେ ମଠ ପ୍ରତିଷ୍ଠା କରିଥିଲେ, ଯାହା ଦ୍ୱାରା ଜାତୀୟ ଚେତନା ଜାଗ୍ରତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଆଦି ଶଙ୍କରଙ୍କ ପ୍ରୟାସ ଏକ ସୁସଂହତ ଏବଂ ଆଧ୍ୟାତ୍ମିକ ଭାବରେ ପ୍ରବୁଦ୍ଧ ଭାରତ ପାଇଁ ମୂଳଦୁଆ ସ୍ଥାପନ କରିଥିଲା।ଭାରତ-ସାଉଦି ଆରବ ଷ୍ଟ୍ରାଟେଜିକ ପାର୍ଟନରସିପ କାଉନସିଲ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ
April 23rd, 02:20 am
ଚଳିତବର୍ଷ ଏପ୍ରିଲ ୨୨ ତାରିଖରେ ସାଉଦି ଆରବ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜେଦାହ ରୟାଲ ପ୍ୟାଲେସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ସାଉଦି କ୍ରାଉନ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ସଲମାନ ।