ୟୁରୋପୀୟ ଶିଳ୍ପ ଗୋଲଟେବୁଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଇଂରାଜୀ ଅନୁବାଦ
May 18th, 05:00 am
ସର୍ବପ୍ରଥମେ, ଏହି ଗୋଲଟେବୁଲ ବୈଠକକୁ ମୋତେ ଆମନ୍ତ୍ରଣ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏହି ବୈଠକ ଗୋଥେନବର୍ଗରେ ଆୟୋଜିତ ହେଉଥିବାରୁ ମୁଁ ଖୁସି ଅନୁଭବ କରୁଛି। ଏହି ସହର ଯାହା କେବଳ ନବସୃଜନ ପାଇଁ ଜଣାଶୁଣା ନୁହେଁ ବରଂ ୟୁରୋପର ଉତ୍ପାଦନ ମନୋଭାବର ଏକ ସ୍ପନ୍ଦନଶୀଳ ପ୍ରତୀକ ଭାବରେ ମଧ୍ୟ ପରିଚିତ।ୟୁରୋପୀୟ ଶିଳ୍ପ ଗୋଲ ଟେବୁଲ ବୈଠକକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
May 17th, 12:12 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ମଇ, ୨୦୨୬ରେ ଗୋଥେନବର୍ଗଠାରେ ଆୟୋଜିତ ୟୁରୋପୀୟ ଶିଳ୍ପ ଗୋଲଟେବୁଲ (ଇଆରଟି) ବୈଠକକୁ ସମ୍ବୋଧିତ କରିଛନ୍ତି । ଭଲଭୋ ଗ୍ରୁପ୍ ଦ୍ୱାରା ଆୟୋଜିତ ଏହି ଆଲୋଚନାରେ ସ୍ୱିଡେନର ପ୍ରଧାନମନ୍ତ୍ରୀ ଶ୍ରୀ ଉଲଫ୍ କ୍ରିଷ୍ଟରସନ୍; ୟୁରୋପୀୟ କମିଶନର ଅଧ୍ୟକ୍ଷା ଶ୍ରୀମତୀ ଉର୍ସୁଲା ଭନ୍ ଡେର୍ ଲେଏନ୍, ୟୁରୋପୀୟ ଶିଳ୍ପପତି ଏବଂ ଅଗ୍ରଣୀ ୟୁରୋପୀୟ ଏବଂ ଭାରତୀୟ କମ୍ପାନୀଗୁଡ଼ିକର ପ୍ରତିନିଧିମାନେ ଯୋଗଦେଇଥିଲେ।ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ଅବସରରେ ଭାରତ-ଫ୍ରାନ୍ସ ମିଳିତ ବିବୃତ୍ତି
February 12th, 03:22 pm
ଫ୍ରାନ୍ସର ରାଷ୍ଟ୍ରପତି ମହାମାନ୍ୟ ଇମାନୁଏଲ୍ ମାକ୍ରୋନଙ୍କ ନିମନ୍ତ୍ରଣ କ୍ରମେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ମସିହା ଫେବୃଆରୀ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଏବଂ ଭାରତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆକ୍ସନ୍ ସମ୍ମିଳନୀର ସହ-ଅଧ୍ୟକ୍ଷତା କରିଥିଲେ, ଯେଉଁଥିରେ ବ୍ଲେଚଲେ ପାର୍କ (ନଭେମ୍ବର ୨୦୨୩) ଏବଂ ସିଓଲ୍ (ମେ ୨୦୨୪) ଶିଖର ସମ୍ମିଳନୀ ସମୟରେ ହାସଲ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ନିର୍ମାଣ କରିବା ପାଇଁ ରାଷ୍ଟ୍ରମୁଖ୍ୟ ଏବଂ ସରକାର, ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ, କ୍ଷୁଦ୍ର ଏବଂ ବୃହତ ଉଦ୍ୟୋଗ, ଶିକ୍ଷା, ବେସରକାରୀ ସଂଗଠନର ପ୍ରତିନିଧି, କଳାକାର ଏବଂ ନାଗରିକ ସମାଜର ସଦସ୍ୟମାନେ ଏକତ୍ରିତ ହୋଇଥିଲେ। ବୈଶ୍ୱିକ ଏଆଇ କ୍ଷେତ୍ର ଯେପରି ଜନସ୍ୱାର୍ଥରେ ଲାଭଦାୟକ ସାମାଜିକ, ଅର୍ଥନୈତିକ ଏବଂ ପରିବେଶଗତ ଫଳାଫଳ ଆଣିପାରିବ, ତାହା ସୁନିଶ୍ଚିତ କରିବା ଲାଗି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେମାନଙ୍କ ପ୍ରତିବଦ୍ଧତା ଉପରେ ଉଭୟ ଦେଶ ଗୁରୁତ୍ୱାରୋପ କରିଥିଲେ। ଫ୍ରାନ୍ସର ଏଆଇ ଆକ୍ସନ ଶିଖର ସମ୍ମିଳନୀର ସଫଳ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ମାକ୍ରୋନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭାରତର ପରବର୍ତ୍ତୀ ଏଆଇ ଶିଖର ସମ୍ମିଳନୀ ଆୟୋଜନକୁ ଫ୍ରାନ୍ସ ସ୍ୱାଗତ କରିଛି।