ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଅବସରରେ ମରିସସ୍ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ
February 20th, 10:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଇଣ୍ଡିଆ-ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଅବସରରେ ମରିସସ୍ର ପ୍ରଧାନମନ୍ତ୍ରୀ ଡକ୍ଟର ନବୀନଚନ୍ଦ୍ର ରାମଗୁଲାମଙ୍କୁ ଭେଟିଛନ୍ତି । ସେପ୍ଟେମ୍ବର ୨୦୨୫ରେ ତାଙ୍କର ଗସ୍ତ ପରେ ଏହା ପ୍ରଧାନମନ୍ତ୍ରୀ ରାମଗୁଲାମଙ୍କ ବର୍ତ୍ତମାନର କାର୍ଯ୍ୟକାଳ ମଧ୍ୟରେ ଦ୍ୱିତୀୟ ଭାରତ ଗସ୍ତ । ଏହି ବୈଠକ ୯ ଫେବୃଆରୀ ୨୦୨୬ରେ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ୍ ବାର୍ତ୍ତାଳାପ ପରେ ହୋଇଛି ।ଭାରତ-ମରିସସ୍ ମିଳିତ ଘୋଷଣାନାମା: ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍
September 11th, 01:53 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ମରିସସ୍ ପ୍ରଧାନମନ୍ତ୍ରୀ ଡକ୍ଟର ନବୀନଚନ୍ଦ୍ର ରାମଗୁଲାମ୍ ଭାରତ ଗସ୍ତରେ ଆସିଥିଲେ। ଦୁଇ ପ୍ରଧାନମନ୍ତ୍ରୀ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଅତ୍ୟନ୍ତ ଉପଯୋଗୀ ଆଲୋଚନା କରିଥିଲେ। ମରିସସ୍ ସରକାରଙ୍କ ଅନୁରୋଧରେ, ଭାରତ ଏବଂ ମରିସସ୍ ଦ୍ୱାରା ମିଳିତ ଭାବରେ କାର୍ଯ୍ୟାନ୍ୱୟନ ପାଇଁ ନିମ୍ନଲିଖିତ ପ୍ରକଳ୍ପଗୁଡ଼ିକ ନୀତିଗତ ଭାବରେ ଚୂଡ଼ାନ୍ତ ହୋଇଛି।ମରିସସ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
June 24th, 09:54 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରିସସର ପ୍ରଧାନମନ୍ତ୍ରୀ ମହାମହିମ ଡକ୍ଟର ନବୀନଚନ୍ଦ୍ର ରାମଗୁଲାମଙ୍କ ସହ ଆଜି ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସ୍ ପ୍ରଧାନମନ୍ତ୍ରୀ ମହାମହିମ ନବୀନଚନ୍ଦ୍ର ରାମଗୁଲାମ ମରିସସରେ ଅଟଳ ବିହାରୀ ବାଜପେୟୀ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ସର୍ଭିସ୍ ଆଣ୍ଡ ଇନୋଭେସନକୁ ମିଳିତ ଭାବେ ଉଦଘାଟନ କରିଛନ୍ତି
March 12th, 03:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସର ପ୍ରଧାନମନ୍ତ୍ରୀ ମହାମହିମ ନବୀନଚନ୍ଦ୍ର ରାମଗୁଲାମ ଆଜି ମରିସସର ରେଡୁଇଟ୍ ଠାରେ ଅଟଳ ବିହାରୀ ବାଜପେୟୀ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ସର୍ଭିସ୍ ଆଣ୍ଡ ଇନୋଭେସନକୁ ମିଳିତ ଭାବେ ଉଦଘାଟନ କରିଛନ୍ତି । ଭାରତ-ମରିସସ୍ ବିକାଶ ଭାଗିଦାରୀ ଅଧୀନରେ କାର୍ଯ୍ୟକାରୀ ହୋଇଥିବା ଏହି ଐତିହାସିକ ପ୍ରକଳ୍ପ ମରିସସରେ ଦକ୍ଷତା ବିକାଶ ପାଇଁ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି।ମରିସସ ଜାତୀୟ ଦିବସ ସମାରୋହରେ ସେଠାକାର ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
March 12th, 03:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରିସସ୍ ସାଧାରଣତନ୍ତ୍ରର ୫୭ତମ ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି।ଗ୍ରାଣ୍ଡ କମାଣ୍ଡର୍ ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର୍ ଆଣ୍ଡ କି ଅଫ୍ ଦ ଇଣ୍ଡିଆନ ଓସନ୍ (ଜିସିଏସକେ) ପୁରସ୍କାରରେ ସମ୍ମାନିତ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
March 12th, 03:00 pm
ମରିସସର ସର୍ବୋଚ୍ଚ ଜାତୀୟ ପୁରସ୍କାର ପାଇଥିବାରୁ ମୁଁ ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରୁଛି। ଏହି ସମ୍ମାନ କେବଳ ମୋ ପାଇଁ ନୁହେଁ। ଏହା ୧୪୦ କୋଟି ଭାରତୀୟଙ୍କ ସମ୍ମାନ। ଏହା ଭାରତ ଏବଂ ମରିସସ୍ ମଧ୍ୟରେ ଶହ ଶହ ବର୍ଷ ପୁରୁଣା ସାଂସ୍କୃତିକ ଏବଂ ଐତିହାସିକ ଆତ୍ମୀୟ ବନ୍ଧନ ପ୍ରତି ଏକ ସମ୍ମାନ। ଏହା ହେଉଛି ଆଞ୍ଚଳିକ ଶାନ୍ତି, ପ୍ରଗତି, ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ବିକାଶ ପ୍ରତି ଆମର ସହଭାଗୀ ପ୍ରତିବଦ୍ଧତାର ସ୍ୱୀକୃତି। ଆଉ ଏହା ଗ୍ଲୋବାଲ ସାଉଥ୍ ର ସହଭାଗୀ ଆଶା ଓ ଆକାଂକ୍ଷାର ପ୍ରତୀକ। ମୁଁ ଏହି ପୁରସ୍କାରକୁ ସମ୍ପୂର୍ଣ୍ଣ ବିନମ୍ରତା ଏବଂ କୃତଜ୍ଞତାର ସହ ଗ୍ରହଣ କରୁଛି। ଶହ ଶହ ବର୍ଷ ପୂର୍ବେ ଭାରତରୁ ମରିସସକୁ ଆସିଥିବା ଆପଣମାନଙ୍କ ପୂର୍ବପୁରୁଷମାନଙ୍କୁ ଏବଂ ସେମାନଙ୍କ ସମସ୍ତ ପିଢ଼ିକୁ ମୁଁ ଏହାକୁ ଉତ୍ସର୍ଗ କରୁଛି। ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା, ସେମାନେ ମରିସସର ବିକାଶରେ ଏକ ସୁବର୍ଣ୍ଣ ଅଧ୍ୟାୟ ଲେଖିଥିଲେ ଏବଂ ଏହାର ଜୀବନ୍ତ ବିବିଧତାରେ ଯୋଗଦାନ କରିଥିଲେ। ମୁଁ ମଧ୍ୟ ଏହି ସମ୍ମାନକୁ ଏକ ଦାୟିତ୍ୱ ଭାବେ ଗ୍ରହଣ କରୁଛି। ଆମେ ଭାରତ-ମରିସସ୍ ରଣନୀତିକ ଭାଗିଦାରୀକୁ ଅଧିକ ଉପରକୁ ନେଇଯିବା ଲାଗି ପ୍ରୟାସ ଜାରି ରଖିବୁ, ଏଥିପାଇଁ ମୁଁ ଆମର ପ୍ରତିବଦ୍ଧତାକୁ ଦୋହରାଉଛି।Our vision for the Global South will go beyond SAGAR-it will be MAHASAGAR: PM Modi
March 12th, 12:30 pm
During his visit to Mauritius, PM Modi emphasized the deep-rooted ties between the two nations, announcing an 'Enhanced Strategic Partnership' with PM Ramgoolam. India will assist in building a new Parliament, modernizing infrastructure, and strengthening security. With a focus on digital innovation, trade, and cultural ties, PM Modi reaffirmed India’s commitment to regional growth and cooperation.ମରିସସ୍ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ନୈଶ୍ୟଭୋଜିରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 12th, 06:15 am
ସର୍ବପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ଆବେଗପୂର୍ଣ୍ଣ ଏବଂ ପ୍ରେରଣାଦାୟୀ ଚିନ୍ତାଧାରା ପାଇଁ ମୁଁ ତାଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ଏହି ଭବ୍ୟ ସ୍ୱାଗତ ଏବଂ ଆତିଥ୍ୟ ପାଇଁ ମୁଁ ପ୍ରଧାନମନ୍ତ୍ରୀ, ମରିସସ୍ ସରକାର ଏବଂ ଏହାର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଉଛି । ମରିସସ୍ ଗସ୍ତ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ସବୁବେଳେ ବିଶେଷ ହୋଇଥାଏ। ଏହା କେବଳ ଏକ କୂଟନୈତିକ ଗସ୍ତ ହୋଇନଥାଏ, ବରଂ ପରିବାରକୁ ଭେଟିବାର ସୁଯୋଗ ହୋଇଥାଏ। ମରିସସ୍ ମାଟିରେ ପାଦ ରଖିବା କ୍ଷଣି ହିଁ ମୁଁ ଏହି ଆତ୍ମୀୟତା ଅନୁଭବ କରିଥିଲି। ସବୁଆଡ଼େ ନିଜର ଭାବନା ଦେଖିବାକୁ ମିଳୁଛି। ପ୍ରୋଟୋକଲରେ କୌଣସି ପ୍ରତିବନ୍ଧକ ନାହିଁ । ମରିସସ୍ ଜାତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ପୁଣି ଥରେ ନିମନ୍ତ୍ରିତ ହେବା ମୋ ପାଇଁ ସୌଭାଗ୍ୟର ବିଷୟ। ଏହି ଅବସରରେ ମୁଁ ୧୪୦ କୋଟି ଭାରତୀୟଙ୍କ ତରଫରୁ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।Mauritius is not just a partner country; For us, Mauritius is family: PM Modi
March 12th, 06:07 am
PM Modi addressed a gathering of the Indian community and friends of India in Mauritius. In a special gesture, he handed over OCI cards to PM Ramgoolam and Mrs Veena Ramgoolam. The PM conveyed his greetings to the Mauritian people on the occasion of their National Day. The PM called Mauritius a 'Mini India' and said, Mauritius is not just a partner country. For us, Mauritius is family. He appreciated Mauritius’ partnership in the International Solar Alliance and the Global Biofuels Alliance.ମରିସସରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 11th, 07:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରିସସର ପ୍ରଧାନମନ୍ତ୍ରୀ ମହାମହିମ ନବୀନଚନ୍ଦ୍ର ରାମଗୁଲାମଙ୍କ ସହ ମରିସସରେ ଭାରତୀୟ ସମ୍ପ୍ରଦାୟ ଏବଂ ଭାରତର ବନ୍ଧୁମାନଙ୍କର ଏକ ସମାବେଶକୁ ଆଜି ତ୍ରିୟାନନ କନଭେନସନ ସେଣ୍ଟରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ବୃତ୍ତିଗତ, ସାମାଜିକ-ସାଂସ୍କୃତିକ ସଂଗଠନ ଏବଂ ବ୍ୟବସାୟୀ ନେତାଙ୍କ ସମେତ ପ୍ରବାସୀ ଭାରତୀୟମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏଥିରେ ମରିସସର ଅନେକ ମନ୍ତ୍ରୀ, ସାଂସଦ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଯୋଗ ଦେଇଥିଲେ ।ମରିସସ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
March 11th, 04:01 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମରିସସ ରାଷ୍ଟ୍ରପତି ଧରମବୀର ଗୋକୁଲଙ୍କୁ ରାଜ ଭବନରେ ସାକ୍ଷାତ କରିଛନ୍ତି।ମରିସସ୍ ରାଷ୍ଟ୍ରପତି ଶ୍ରୀ ଧରମବୀର ଗୋକୁଳଙ୍କ ଦ୍ୱାରା ଆୟୋଜିତ ମଧ୍ୟାହ୍ନଭୋଜନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଟୋଷ୍ଟ
March 11th, 03:06 pm
ମରିସସର ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ପୁଣି ଥରେ ସାମିଲ ହେବା ମୋ ପାଇଁ ସୌଭାଗ୍ୟର ବିଷୟ ।ସାର୍ ସିୱସାଗର୍ ରାମଗୁଲାମ ଏବଂ ସାର୍ ଅନିରୁଦ୍ଧ ଜଗନ୍ନାଥଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
March 11th, 03:04 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପାମ୍ପଲମୋସେସ୍ର ସାର୍ ସିୱସାଗର୍ ରାମଗୁଲାମ ବୋଟାନିକ୍ ଗାର୍ଡେନ୍ରେ ସାର୍ ସିୱସାଗର୍ ରାମଗୁଲାମ ଏବଂ ସାର୍ ଅନିରୁଦ୍ଧ ଜଗନ୍ନାଥଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ମାଲ୍ୟାର୍ପଣ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମରିସସ୍ର ପ୍ରଧାନମନ୍ତ୍ରୀ ଶ୍ରୀ ନବୀନଚନ୍ଦ୍ର ରାମଗୁଲାମ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମରିସସ୍ର ପ୍ରଗତି ଏବଂ ଭାରତ-ମରିସସ୍ ସମ୍ପର୍କ ପାଇଁ ଏକ ଦୃଢ଼ ଭିତ୍ତିଭୂମି ନିର୍ମାଣରେ ଦୁଇ ନେତାଙ୍କ ଯୋଗଦାନକୁ ମନେ ପକାଇଥିଲେ ।