ଭାରତ-ଜାପାନ ଭିତରେ ମାନବ ସମ୍ବଳ ବିନିମୟ ଓ ସହଯୋଗ ନେଇ ଆକ୍ସନ ପ୍ଲାନ

August 29th, 06:54 pm

ଭାରତରୁ ଜାପାନକୁ ଦୁଇ ସୂତ୍ରୀ ଭିତିରେ ପାଂଚ ବର୍ଷ ଭିତରେ ପଚାଶ ହଜାର କୁଶଳୀ ବ୍ୟକ୍ତି ଓ ଦକ୍ଷ ପ୍ରତିଭାଙ୍କ ସମେତ ପାଂଚ ଲକ୍ଷ ବ୍ୟକ୍ତିଙ୍କ ବିନିମୟ ହେବ । ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ୨୦୨୫ ଅବସରରେ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଭୟ ଭାରତ ଓ ଜାପାନର ପ୍ରଧାନମନ୍ତ୍ରୀ ସେମାନଙ୍କ ନାଗରିକଙ୍କ ଗସ୍ତ ଓ ବିନମୟକୁ ସୁଦୃଢ କରିବେ । ନିଜ ନିଜ ମାନବ ସମ୍ବଳକୁ ନେଇ ମୂଲ୍ୟବୋଧ ସୃଷ୍ଟି କରିବା ଓ ସୁଯୋଗ ସୃଷ୍ଟି କରିବା ଲାଗି ଉଭୟ ଦେଶ ଗୁରୁତ୍ୱ ଦେବେ ।

ଗୁଜରାଟର ହଂସଲପୁରରେ ସବୁଜ ଗତିଶୀଳତା ପଦକ୍ଷେପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଇଂରାଜୀ ରୂପାନ୍ତର

August 26th, 11:00 am

ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ, ଭାରତରେ ଜାପାନର ରାଷ୍ଟ୍ରଦୂତ ଶ୍ରୀ କେଇଚି ଓନୋ ସାନ, ସୁଜୁକି ମୋଟର କର୍ପୋରେସନର ଅଧ୍ୟକ୍ଷ ତୋଶିହିରୋ ସୁଜୁକି ସାନ, ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡର ପରିଚାଳନା ନିଦେ୍ର୍ଦଶକ ହିସାଶି ଟାକେଉଚି ସାନ, ଅଧ୍ୟକ୍ଷ ଆର୍.ସି. ଭାର୍ଗବ, ହଂସଲପୁର ପ୍ଲାଣ୍ଟର ସମସ୍ତ କର୍ମଚାରୀ, ଅନ୍ୟାନ୍ୟ ସମ୍ମାନିତ ବ୍ୟକ୍ତିବିଶେଷ, ମହିଳା ଏବଂ ସମ୍ମାନିତ ବ୍ୟକ୍ତିଗଣ!

ଗୁଜରାଟର ହଂସଲପୁରରେ ‘ସବୁଜ ଗତିଶୀଳତା ଅଭିଯାନ’ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 26th, 10:30 am

ସବୁଜ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏକ ପ୍ରମୁଖ ପଦକ୍ଷେପ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ହଂସଲପୁରରେ ‘ସବୁଜ ଗତିଶୀଳତା ପଦକ୍ଷେପ’ର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗଣେଷ ଉତ୍ସବର ଉତ୍ସାହ ମଧ୍ୟରେ, ଭାରତର 'ମେକ୍ ଇନ୍ ଇଣ୍ଡିଆ' ଯାତ୍ରା ଏକ ନୂତନ ଅଧ୍ୟାୟ ସୃଷ୍ଟି କରୁଛି। ସେ କହିଛନ୍ତି ଯେ ଏହା ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡର ମିଳିତ ଲକ୍ଷ୍ୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଆଜିଠାରୁ ଭାରତରେ ନିର୍ମିତ ବୈଦ୍ୟୁତିକ ଯାନଗୁଡ଼ିକ ୧୦୦ ଟି ଦେଶକୁ ରପ୍ତାନି କରାଯିବ। ସେ ଦେଶରେ ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡ୍ ଉତ୍ପାଦନ ଆରମ୍ଭ କରିବାର ମଧ୍ୟ ଘୋଷଣା କରିଥିଲେ। ଆଜିର ଏହି ଦିନଟି ଭାରତ ଏବଂ ଜାପାନ ମଧ୍ୟରେ ବନ୍ଧୁତାରେ ଏକ ନୂତନ ପରିମାଣ ଯୋଡିଥାଏ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଭାରତ, ଜାପାନ ଏବଂ ସୁଜୁକି ମୋଟର କର୍ପୋରେସନର ସମସ୍ତ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସବୁଜ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା ଦିଗରେ ଏକ ବଡ଼ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ହଂସଲପୁର ଠାରେ ସବୁଜ ଗତିଶୀଳତା ପଦକ୍ଷେପର ଶୁଭାରମ୍ଭ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଗଣେଶ ଉତ୍ସବର ଆନନ୍ଦମୟ ପରିବେଶ ମଧ୍ୟରେ , ଭାରତର 'ମେକ୍ ଇନ୍ ଇଣ୍ଡିଆ' ଯାତ୍ରାରେ ଏକ ନୂତନ ଅଧ୍ୟାୟ ଯୋଡା ହେଉଛି। ସେ ମନ୍ତବ୍ୟ ଦେଇଥିଲେ ଯେ, ଏହା ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ ର ମିଳିତ ଲକ୍ଷ୍ୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଗତି । ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ଆଜି ଠାରୁ, ଭାରତରେ ନିର୍ମିତ ବୈଦ୍ୟୁତିକ ଯାନଗୁଡ଼ିକ 100ଟି ଦେଶକୁ ରପ୍ତାନି କରାଯିବ। ସେ ଦେଶରେ ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡ୍ ଉତ୍ପାଦନ ଆରମ୍ଭ କରିବା ସମ୍ପର୍କରେ ମଧ୍ୟ ଘୋଷଣା କରିଥିଲେ। ଆଜିର ଦିନଟି ଭାରତ ଏବଂ ଜାପାନ ମଧ୍ୟରେ ବନ୍ଧୁତାରେ ଏକ ନୂତନ ପରିମାଣ ଆଣିଥାଏ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଭାରତର ସମସ୍ତ ନାଗରିକ, ଜାପାନ ଏବଂ ସୁଜୁକି ମୋଟର କର୍ପୋରେସନକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ।

ଶ୍ରୀମତୀ ଆବେଙ୍କୁୂ ଭେଟିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 06th, 08:51 pm

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ସିଞ୍ଜେ ଆବେଙ୍କ ପତ୍ନୀ ଶ୍ରୀମତୀ ଆବେଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି । ସାକ୍ଷାତକାର ସମୟରେ ଶ୍ରୀ ମୋଦୀ ଦିବଙ୍ଗତ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ତାଙ୍କର ମଧୁର ସମ୍ପର୍କକୁ ସ୍ମରଣ କରିଥିଲେ ଏବଂ ଭାରତ-ଜାପାନ ଦୃଢ଼ ସମ୍ପର୍କ ଉପରେ ଆବେ ସାନଙ୍କ ଆସ୍ଥା ବିଷୟ ଉଲ୍ଲେଖ କରିଥିଲେ ।