ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 23rd, 05:15 pm

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଆଡମିରାଲ ଡି.କେ. ଜୋଶୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଇଏନ୍‌ଏ ଟ୍ରଷ୍ଟର ଅଧ୍ୟକ୍ଷ, ବ୍ରିଗେଡିୟର ଆର୍‌.ଏସ୍‌. ଛିକାରା ଜୀ, ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣକାରୀ ଏବଂ ଆଇଏନ୍‌ଏର ଜଣେ ଚିରନ୍ତରନ ବ୍ୟକ୍ତିତ୍ୱ ଲେଫ୍ଟନାଣ୍ଟ ଆର୍‌. ମାଧବନ ଜୀ,

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପରାକ୍ରମ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 23rd, 05:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଆୟୋଜିତ ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି, ଜାନୁଆରୀ 23 ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଗୌରବମୟ ଜୟନ୍ତୀର ତାରିଖ। ନେତାଜୀଙ୍କ ବୀରତ୍ୱ ଓ ସାହସ ଆମକୁ ପ୍ରେରଣା ଦିଏ ଏବଂ ତାଙ୍କ ପ୍ରତି ଆମ ମନରେ ସମ୍ମାନ ଭରିଦେଇଥାଏ। ସେ ଜୋର ଦେଇ କହିଛନ୍ତି, ସାମ୍ପ୍ରତିକ ବର୍ଷଗୁଡ଼ିକରେ ପରାକ୍ରମ ଦିବସ ରାଷ୍ଟ୍ରର ଭାବନାକୁ ପ୍ରତିଫଳିତ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ପାଲଟିଛି। ଏହା ଏକ ଖୁସିର ଘଟଣା ଯେ ପରାକ୍ରମ ଦିବସ 23 ଜାନୁଆରୀରେ, ଜାତୀୟ ଭୋଟର ଦିବସ 25 ଜାନୁଆରୀରେ, ଗଣତନ୍ତ୍ର ଦିବସ 26 ଜାନୁଆରୀରେ, 29 ଜାନୁଆରୀରେ ବିଟିଂ ରିଟ୍ରିଟ୍ ଏବଂ 30 ଜାନୁଆରୀରେ ପୂଜ୍ୟ ବାପୁଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରିବାର ଏକ ନୂତନ ପରମ୍ପରା ସୃଷ୍ଟି ହୋଇଛି । ସେ ପରାକ୍ରମ ଦିବସରେ ସମସ୍ତ ନାଗରିକଙ୍କୁ ଶୁଭକାମନା ଜଣାଇଥିଲେ।

Cabinet approves three new corridors as part of Delhi Metro’s Phase V (A) Project

December 24th, 03:25 pm

The Union Cabinet approved three new corridors - 1. R.K Ashram Marg to Indraprastha (9.913 Kms), 2. Aerocity to IGD Airport T-1 (2.263 kms) 3. Tughlakabad to Kalindi Kunj (3.9 kms) as part of Delhi Metro’s Phase – V(A) project consisting of 16.076 kms which will further enhance connectivity within the national capital. Total project cost of Delhi Metro’s Phase – V(A) project is Rs.12014.91 crore, which will be sourced from Government of India, Government of Delhi, and international funding agencies.

ନୂଆଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ଆର୍ଯ୍ୟ ମହାସମ୍ମେଳନ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

October 31st, 07:00 pm

ସର୍ବପ୍ରଥମେ, ମୁଁ ବିଳମ୍ବରେ ପହଞ୍ଚିଥିବା ପାଇଁ କ୍ଷମା ପ୍ରାର୍ଥନା କରୁଛି । ଆଜି ସର୍ଦ୍ଦାର ସାହେବଙ୍କ ଜନ୍ମବାର୍ଷିକୀ ଥିଲା, ତାଙ୍କର ୧୫୦ତମ ଜନ୍ମବାର୍ଷିକୀ। ଏକତା ନଗରର ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ତାଙ୍କର ଏକ କାର୍ଯ୍ୟକ୍ରମ ଥିଲା ଏବଂ ସେଥିପାଇଁ, ମୁଁ ଠିକ୍ ସମୟରେ ପହଞ୍ଚି ପାରିଲି ନାହିଁ। ଏଥିପାଇଁ ମୁଁ ପୁନର୍ବାର କ୍ଷମା ପ୍ରାର୍ଥନା କରୁଛି। ଆରମ୍ଭରେ ଆମେ ସମସ୍ତେ ଯେଉଁ ମନ୍ତ୍ରଗୁଡ଼ିକ ଶୁଣିଥିଲୁ, ସେହି ମନ୍ତ୍ରଗୁଡିକର ଶକ୍ତି ଏବେ ମଧ୍ୟ ଆମେ ଅନୁଭବ କରୁଛେ । ଯେତେବେଳେ ମୋତେ ଆପଣମାନଙ୍କ ପାଖକୁ ଆସିବାର ସୁଯୋଗ ମିଳେ ଏବଂ ଯେବେ ଯେବେ ମୁଁ ଏଠାକୁ ଆସିଛି ଦିବ୍ୟ ଅଭିଜ୍ଞତା ଏବଂ ଆଶ୍ଚର୍ଯ୍ୟଜନକ ଅନୁଭୂତି ପାଇଛି । ସ୍ୱାମୀ ଦୟାନନ୍ଦଙ୍କ ଆଶୀର୍ବାଦ, ତାଙ୍କ ଆଦର୍ଶ ପ୍ରତି ଆମର ଶ୍ରଦ୍ଧା ଏବଂ ଆପଣମାନଙ୍କ ସହିତ ଦଶନ୍ଧି ଧରି ରହିଥିବା ସମ୍ପର୍କ ମୋତେ ବାରମ୍ବାର ଆପଣଙ୍କ ମଧ୍ୟରେ ରହିବାର ସୁଯୋଗ ଦେଉଛି। ଆଉ ଯେତେବେଳେ ମୁଁ ଆପଣମାନଙ୍କୁ ଭେଟିଥାଏ ଏବଂ ଆପଣମାନଙ୍କୁ ସହିତ କଥାବାର୍ତ୍ତା କରେ, ମୁଁ ଏକ ଅନନ୍ୟ ଶକ୍ତି ଏବଂ ପ୍ରେରଣାରେ ପରିପୂର୍ଣ୍ଣ ହୋଇଯାଏ। ମୋତେ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ଏହିପରି ନଅଟି ସଭାଗୃହ ନିର୍ମାଣ କରାଯାଇଛି, ଯେଉଁଠାରେ ଆମର ସମସ୍ତ ଆର୍ଯ୍ୟ ସମାଜର ସଦସ୍ୟ ଭିଡିଓ ଲିଙ୍କ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଦେଖୁଛନ୍ତି। ଯଦିଓ ମୁଁ ସେମାନଙ୍କୁ ଦେଖିପାରୁ ନାହିଁ, ମୁଁ ଏଠାରୁ ମଧ୍ୟ ସେମାନଙ୍କୁ ମୋର ପ୍ରଣାମ ଜଣାଉଛି।

କେଭାଡ଼ିଆରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 31st, 09:00 am

ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀର ଐତିହାସିକ ଅବସରରେ, ଏକତାନଗରର ଏହି ଦିବ୍ୟ ପ୍ରଭାତ, ଏହି ମନୋରମ ଦୃଶ୍ୟ, ସର୍ଦ୍ଦାର ସାହେବଙ୍କ ପାଦତଳେ ଆମର ଉପସ୍ଥିତି, ଆଜି ଆମେ ସମସ୍ତେ ଏକ ମହାନ ମୁହୂର୍ତ୍ତର ସାକ୍ଷୀ ହେଉଛୁ। ସମଗ୍ର ଦେଶରେ ଚାଲିଥିବା ଏକତା ଦୌଡ଼, ରନ ଫର ୟୁନିଟି, କୋଟି କୋଟି ଭାରତୀୟଙ୍କ ଉତ୍ସାହ, ଆମେ ଏକ ନୂତନ ଭାରତର ସଂକଳ୍ପ ଶକ୍ତିକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରୁଛୁ। ବର୍ତ୍ତମାନ ଏଠାରେ ଯେଉଁସବୁ କାର୍ଯ୍ୟକ୍ରମ ହୋଇଛି, ଗତକାଲି ସନ୍ଧ୍ୟାରେ ଯେଉଁସବୁ ଚମତ୍କାର ପ୍ରସ୍ତୁତି ହୋଇଛି, ସେଥିରେ ମଧ୍ୟ, ଅତୀତର ପରମ୍ପରା, ବର୍ତ୍ତମାନର ଶ୍ରମ ଓ ବୀରତ୍ଵ ଏବଂ ଭବିଷ୍ୟତର ସଫଳତାର ଝଲକ ମଧ୍ୟ ରହିଛି। ସର୍ଦ୍ଦାର ସାହେବଙ୍କ ଏକ ଶହ ପଚାଶତମ ଜୟନ୍ତୀ ଉପଲକ୍ଷେ ସ୍ମାରକୀ ମୁଦ୍ରା ଏବଂ ସ୍ୱତନ୍ତ୍ର ଡାକ ଟିକଟ ମଧ୍ୟ ଜାରି କରାଯାଇଛି। ସର୍ଦ୍ଦାର ସାହେବଙ୍କ ଜୟନ୍ତୀ, ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ମୁଁ ସମସ୍ତ ୧୪୦ କୋଟି ଦେଶବାସୀଙ୍କୁ ବହୁତ-ବହୁତ ଶୁଭେଚ୍ଛା, ଅନେକ ଅନେକ ଶୁଭକାମନା ଜଣାଉଛି।

ରାଷ୍ଟ୍ରୀୟ ଏକତା ଦିବସରେ ଦେଶକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : ଭାରତର ସୁରକ୍ଷା କିମ୍ବା ଲୌହ ମାନବଙ୍କ ଆତ୍ମସମ୍ମାନ ସହିତ ଦେଶ ସାଲିସ କରିବ ନାହିଁ

October 31st, 08:44 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କେଭାଡିଆ ଠାରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ହେଉଛି ଏକ ଐତିହାସିକ ଅବସର। ଏକତା ନଗରର ସକାଳର ଦିବ୍ୟ ଏବଂ ମନୋରମ ଦୃଶ୍ୟକୁ ଆଶ୍ଚର୍ଯ୍ୟଜନକ ବୋଲି ବର୍ଣ୍ଣନା କରି ଶ୍ରୀ ମୋଦୀ ସର୍ଦ୍ଦାର ପଟେଲଙ୍କ ପାଦତଳେ ସାମୂହିକ ଉପସ୍ଥିତି ସମ୍ପର୍କରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ, ଦେଶ ଏକ ମହାନ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତର ସାକ୍ଷୀ ହେଉଛି। ସେ ଦେଶବ୍ୟାପୀ ଏକତା ଦୌଡ଼ ଏବଂ ଏଥିରେ କୋଟି କୋଟି ଭାରତୀୟଙ୍କ ଉତ୍ସାହୀ ଅଂଶଗ୍ରହଣ ଉପରେ ଆଲୋକପାତ କରିଥିଲେ ଏବଂ ଗୁରୁତ୍ୱାରୋପ କରିଥିଲେ ଯେ ଏକ ନୂତନ ଭାରତ ପାଇଁ ସଂକଳ୍ପ ସ୍ପଷ୍ଟ ଭାବରେ ଅନୁଭୂତ ହେଉଛି। ପୂର୍ବରୁ ଅନୁଷ୍ଠିତ କାର୍ଯ୍ୟକ୍ରମ ଏବଂ ପୂର୍ବ ସନ୍ଧ୍ୟାର ଉଲ୍ଲେଖନୀୟ ଉପସ୍ଥାପନାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହା ଅତୀତର ପରମ୍ପରା, ବର୍ତ୍ତମାନର ଶ୍ରମ ଓ ପରାକ୍ରମ ଏବଂ ଭବିଷ୍ୟତର ସଫଳତାର ଏକ ଝଲକକୁ ପ୍ରତିଫଳିତ କରେ। ସେ ସୂଚନା ଦେଇଥିଲେ ଯେ , ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଏକ ସ୍ମାରକୀ ମୁଦ୍ରା ଏବଂ ଏକ ସ୍ୱତନ୍ତ୍ର ଡାକ ଟିକେଟ ଜାରି କରାଯାଇଛି।

Netaji Subhas Chandra Bose's legacy will continue to inspire us in building a Viksit Bharat: PM Modi

January 23rd, 11:30 am

PM Modi addressed the nation on Parakram Diwas, paying tribute to Netaji Subhas Chandra Bose. He emphasized Netaji’s legacy of unity, sacrifice, and determination, urging everyone to step out of their comfort zones to achieve a Viksit Bharat. He highlighted the global opportunities for India and the need to stay united and vigilant against pisive forces.

Prime Minister Shri Narendra Modi’s address on Parakram Diwas

January 23rd, 11:25 am

PM Modi addressed the nation on Parakram Diwas, paying tribute to Netaji Subhas Chandra Bose. He emphasized Netaji’s legacy of unity, sacrifice, and determination, urging everyone to step out of their comfort zones to achieve a Viksit Bharat. He highlighted the global opportunities for India and the need to stay united and vigilant against pisive forces.

ସେଣ୍ଟ୍ରାଲ ଭିଷ୍ଟାରେ ସାପ୍ତାହିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଆରା ସାଂସ୍କୃତିକ ପ୍ରଦର୍ଶନୀ କଳାଞ୍ଜଳିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

April 21st, 10:20 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସଂସ୍କୃତି ମନ୍ତ୍ରଣାଳୟଙ୍କ ନିଆରା ସାଂସ୍କୃତିକ ପ୍ରଦର୍ଶନୀ କଳାଞ୍ଜଳିକୁ ପ୍ରଶଂସା କରିଛନ୍ତି । କଳାଞ୍ଜଳି ଅନ୍ତର୍ଗତ ପ୍ରତି ସପ୍ତାହାନ୍ତରେ ଦିଲ୍ଲୀର ଇଣ୍ଡିଆ ଗେଟ ନିକଟସ୍ଥ ସେଣ୍ଟ୍ରାଲ ଭିଷ୍ଟା ଠାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ।

ନୂଆଦିଲ୍ଲୀରେ କର୍ତବ୍ୟ ପଥର ଉଦଘାଟନତ୍ତଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳ ପାଠ

September 08th, 10:41 pm

ଆଜିର ଏହି ଐତିହାସିକ କାର୍ଯ୍ୟକ୍ରମ ଉପରେ ସମଗ୍ର ଦେଶର ଦୃଷ୍ଟି ନିବିଦ୍ଧ ରହିଛି, ସମସ୍ତ ଦେଶବାସୀ ଏବେ ଏହି କାର୍ଯ୍ୟକ୍ରମ ସହ ଯୋଡି ହୋଇଛନ୍ତି । ଏହି ଐତିହାସିକ ମୁହୂର୍ତର ସାକ୍ଷୀ ପାଲଟୁଥିବା ସମସ୍ତ ଦେଶବାସୀଙ୍କୁ ମୁଁ ହୃଦୟରୁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି । ଏହି ଐତିହାସିକ ମୁହୂର୍ତରେ ମୋ ସହ ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀ ହରଦୀପ ପୁରୀ ଜୀ, ଶ୍ରୀ ଜୀ କିଶନ ରେଡ୍ଡୀ ଜୀ, ଶ୍ରୀ ଅର୍ଜୁନ ରାମ ମେଘୱାଲ ଜୀ, ଶ୍ରୀମତି ମିନାକ୍ଷୀ ଲେଖି ଜୀ, ଶ୍ରୀ କୌଶଲ କିଶୋର ଜୀ, ଆଜି ମୋ ସହ ମଧ୍ୟ ମଂଚ ଉପରେ ଉପସ୍ଥିତ ଅଛନ୍ତି । ଦେଶର ଅନେକ ମାନ୍ୟଗଣ୍ୟ ଅତିଥି ଗଣ, ସେମାନେ ମଧ୍ୟ ଆଜି ଏଠାରେ ଉପସ୍ଥିତ ଅଛନ୍ତି ।

PM inaugurates 'Kartavya Path' and unveils the statue of Netaji Subhas Chandra Bose at India Gate

September 08th, 07:00 pm

PM Modi inaugurated Kartavya Path and unveiled the statue of Netaji Subhas Chandra Bose. Kingsway i.e. Rajpath, the symbol of colonialism, has become a matter of history from today and has been erased forever. Today a new history has been created in the form of Kartavya Path, he said.

ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୮ରେ ଇଣ୍ଡିଆ ଗେଟ ଠାରେ ‘କର୍ତ୍ତବ୍ୟ ପଥ’ ଉଦଘାଟନ କରିବା ସହ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବେ

September 07th, 01:49 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୮, ୨୦୨୨ ସନ୍ଧ୍ୟା ୭ଟା ବେଳେ କର୍ତ୍ତବ୍ୟ ପଥ ଉଦଘାଟନ କରିବେ । କ୍ଷମତାର ପ୍ରତୀକ ତତ୍କାଳୀନ ରାଜପଥକୁ କର୍ତ୍ତବ୍ୟ ପଥ ଭାବେ ନାମିତ କରିବା ଜନ ଅଧିକାର ଓ ସଶକ୍ତିକରଣର ଏହା ଏକ ଉଦାହରଣ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଇଣ୍ଡିଆ ଗେଟ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବେ । ନୂଆ ଭାରତର ଅମୃତ କାଳରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପଞ୍ଚ ପ୍ରାଣ ଔପନିବେଶିକ ମାନସିକତାର ଚିହ୍ନ ହଟାଇବା ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି ।

ଜୁନ୍‍ ୨୩ ତାରିଖରେ ବାଣିଜ୍ୟ ଭବନକୁ ଉଦଘାଟନ ଏବଂ ର୍ନିୟାତ ପୋର୍ଟାଲର ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

June 22nd, 03:55 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ନୂତନ ସୌଧ - ବାଣିଜ୍ୟ ଭବନ କୁ ୨୩ ଜୁନ୍ ୨୦୨୨ ପୂର୍ବାହ୍ନ ୧୦:୩୦ ରେ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଏକ ନୂତନ ପୋର୍ଟାଲ୍ - ର୍ନିୟାତ (ନେସନାଲ ଇମ୍ପୋର୍ଟ-ଏକ୍ସପୋର୍ଟ ରେକର୍ଡ ଫର୍‍ ୟର୍ଲି ଆନାଲିସସ ଅଫ୍‍ ଟ୍ରେଡ)କୁ ମଧ୍ୟ ଉନ୍ମୋଚନ କରିବେ - ଯାହାକି ହିତାଧିକାରୀଙ୍କ ପାଇଁ ଭାରତର ବୈଦେଶିକ ବାଣିଜ୍ୟ ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ସୂଚନା ପାଇବା ପାଇଁ ଏକକ ପ୍ଲାଟଫର୍ମ ଭାବରେ ବିକଶିତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ ।

ଭାରତୀୟ ସଂସ୍କୃତିର ଜୀବନ୍ତତା ସର୍ବଦା ସମଗ୍ର ବିଶ୍ୱର ଲୋକଙ୍କୁ ଆକର୍ଷିତ କରିଛି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

January 30th, 11:30 am

ବନ୍ଧୁଗଣ, ସ୍ୱାଧୀନତାର ଅମୃତ୍ ମହୋତ୍ସବରେ ଦେଶ ଏଭଳି ପ୍ରଚେଷ୍ଟା ମାଧ୍ୟମରେ ନିଜର ଜାତୀୟ ପ୍ରତୀକଗୁଡ଼ିକର ପୁନଃପ୍ରତିଷ୍ଠା କରୁଛି । ଆମେ ଦେଖିଲୁ ଯେ, ଇଣ୍ଡିଆ ଗେଟ୍ ନିକଟରେ ଅମର ଯବାନ୍ ଜ୍ୟୋତି ଏବଂ ନିକଟସ୍ଥ ଜାତୀୟ ସମର ସ୍ମାରକୀଠାରେ ପ୍ରଜ୍ଜ୍ୱଳିତ ଜ୍ୟୋତିକୁ ଏକାକାର କରିଦିଆଗଲା । ଭାବବିହ୍ୱଳର ଏହି ମୁହୂର୍ତ୍ତରେ ଅନେକ ଦେଶବାସୀ ଓ ଶହୀଦମାନଙ୍କ ପରିବାରର ଚକ୍ଷୁ ଲୋତକପୂର୍ଣ୍ଣ ହୋଇଥିଲା । ଜାତୀୟ ସମର ସ୍ମାରକୀରେ ସ୍ୱାଧୀନତା ପ୍ରାପ୍ତି ପରେ ଶହୀଦ ହୋଇଥିବା ଦେଶର ସମସ୍ତ ବୀରମାନଙ୍କ ନାମ ଉଲ୍ଲେଖ କରାଯାଇଛି । ସେନାର କେତେକ ପୂର୍ବତନ ଯବାନ୍ ମୋତେ ପତ୍ର ଲେଖି କହିଛନ୍ତି ଯେ - ଶହୀଦମାନଙ୍କ ସ୍ମୃତି ସମ୍ମୁଖରେ ପ୍ରଜ୍ଜ୍ୱଳିତ ଥିବା ଅମର ଯବାନ୍ ଜ୍ୟୋତି ଶହୀଦମାନଙ୍କ ଅମରତ୍ୱର ପ୍ରତୀକ । ପ୍ରକୃତରେ ଅମର ଯବାନ୍ ଜ୍ୟୋତି ଭଳି ଆମ ଶହୀଦ୍, ସେମାନଙ୍କର ପ୍ରେରଣା ତଥା ଯୋଗଦାନ ମଧ୍ୟ ଅମର । ଯେତେବେଳେ ବି ସମୟ ମିଳେ ଜାତୀୟ ସମର ସ୍ମାରକୀ ଯିବା ପାଇଁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି । ନିଜ ପରିବାର ଓ ପିଲାମାନଙ୍କୁ ମଧ୍ୟ ନିଶ୍ଚୟ ସାଙ୍ଗରେ ନେଇଯାଆନ୍ତୁ । ଏଠାରେ ଆପଣମାନଙ୍କୁ ଏକ ଭିନ୍ନ ଧରଣର ଶକ୍ତି ଏବଂ ପ୍ରେରଣାର ଅନୁଭୂତି ମିଳିବ ।

ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ

January 24th, 03:11 pm

Prime Minister Modi interacted with Pradhan Mantri Rashtriya Bal Puraskar awardees. He lauded that the children of India have shown their modern and scientific thinking towards vaccination programme. The PM also appealed to them to be an ambassador for Vocal for Local and lead the campaign of Aatmanirbhar Bharat.

ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

January 24th, 11:53 am

Prime Minister Modi interacted with Pradhan Mantri Rashtriya Bal Puraskar awardees. He lauded that the children of India have shown their modern and scientific thinking towards vaccination programme. The PM also appealed to them to be an ambassador for Vocal for Local and lead the campaign of Aatmanirbhar Bharat.

ଗ୍ରାମୀଣ ବିକାଶ ଉପରେ କେନ୍ଦ୍ର ବଜେଟର ସକାରାତ୍ମକ ପ୍ରଭାବ ଉପରେ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 23rd, 05:24 pm

Prime Minister Narendra Modi paid tribute to Netaji Subhas Chandra Bose on his 125th birth anniversary. Addressing the gathering, he said, The grand statue of Netaji, who had established the first independent government on the soil of India, and who gave us the confidence of achieving a sovereign and strong India, is being installed in digital form near India Gate. Soon this hologram statue will be replaced by a granite statue.

ଇଣ୍ଡିଆ ଗେଟ୍‌ ଠାରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ପ୍ରଦାନ କଲେ

January 23rd, 05:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡିଆଗେଟ୍‌ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଏକ ହୋଲୋଗ୍ରାମ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି। ନେତାଜୀଙ୍କର ପ୍ରତିମୂର୍ତ୍ତି କାମ ଶେଷ ନହେବା ପର୍ଯ୍ୟନ୍ତ ଏହି ହୋଲୋଗ୍ରାମ ମୂର୍ତ୍ତି ସେହି ସ୍ଥାନରେ ରହିବ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଏକବର୍ଷ ବ୍ୟାପୀ ୧୨୫ତମ ଜୟନ୍ତୀ ପାଳନ ସମାପନ ଉପଲକ୍ଷେ ସମାନ ସ୍ଥାନରେ ନେତାଜୀଙ୍କର ମୂର୍ତ୍ତି ଉନ୍ମୋଚନ କରାଯିବ। ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ପ୍ରଧାନମନ୍ତ୍ରୀ ମଧ୍ୟ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ପ୍ରଦାନ କରିଥିଲେ । ୨୦୧୯, ୨୦୨୦, ୨୦୨୧ ଏବଂ ୨୦୨୨ ବର୍ଷ ପାଇଁ ଏହି ପୁରସ୍କାର ଦିଆଯାଇଥିଲା। ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଅମୂଲ୍ୟ ଯୋଗଦାନ ଏବଂ ନିସ୍ୱାର୍ଥ ସେବା ପାଇଁ ବ୍ୟକ୍ତିବିଶେଷ ଓ ସଂଗଠନଗୁଡ଼ିକୁ ସମ୍ମାନିତ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଆରମ୍ଭ କରାଯାଇଥିଲା।

ବର୍ଷବ୍ୟାପି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଇଣ୍ଡିଆ ଗେଟ୍ ଠାରେ ନେତାଜୀଙ୍କର ଏକ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ ହେବ

January 21st, 07:46 pm

ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ ଏବଂ ବର୍ଷବ୍ୟାପି ଉତ୍ସବର ଏକ ଅଂଶ ଭାବରେ ସରକାର ଇଣ୍ଡିଆ ଗେଟ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗ୍ରାନାଇଟରେ ର୍ନିମିତ ଏହି ପ୍ରତିମୂର୍ତ୍ତି, ଆମର ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଅପାର ଅବଦାନ ପାଇଁ ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ଏବଂ ତାଙ୍କ ପ୍ରତି ଦେଶର ଋଣ ପରିଶୋଧର ପ୍ରତୀକ ହେବ । ଏହି ପ୍ରତିମୂର୍ତ୍ତିର କାର୍ଯ୍ୟ ସମାପ୍ତ ନହେବା ପର୍ଯ୍ୟନ୍ତ, ନେତାଜୀଙ୍କ ଏକ ହୋଲଗ୍ରାମ ପ୍ରତିମୂର୍ତ୍ତି ସମାନ ସ୍ଥାନରେ ଉପସ୍ଥିତ ରହିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୩ ଜାନୁୟାରୀ ୨୦୨୨ ରେ ଇଣ୍ଡିଆ ଗେଟ ଠାରେ ନେତାଜୀଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇଣ୍ଡିଆ ଗେଟ ନିକଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ ହେବ

January 21st, 03:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ଇଣ୍ଡିଆ ଗେଟ ନିକଟରେ ସ୍ଥାପନ କରାଯିବ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ପ୍ରତିମୂର୍ତ୍ତି ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମ ବାର୍ଷିକୀ ୨୩ ଜାନୁୟାରୀ ୨୦୨୨ ରେ ହୋଲଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ।