ପ୍ୟାରିସରେ ଭିଭାଟେକ୍ ୨୦୨୬ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 18th, 06:15 pm
୨୦୨୧ ମସିହାରେ, ଯେତେବେଳେ ମୁଁ ଭିଭାଟେକକୁ ସମ୍ବୋଧିତ କରିଥିଲି, ସେତେବେଳେ ବିଶ୍ୱ COVID-19 ର ବିପର୍ଯ୍ୟୟ ସହ ଲଢ଼ୁଥିଲା। ଆଜି ବିଶ୍ୱ ଅନ୍ୟ ପ୍ରକାରର ବିଘ୍ନର ସମ୍ମୁଖୀନ ହେଉଛି। ମୁଁ ଭିଭାଟେକ ୨୦୨୧ ରେ ଯେଉଁ ବାର୍ତ୍ତାକୁ ଦେଇଥିଲି ଆଜି ମଧ୍ୟ ତାହାକୁ ପୁନରାବୃତ୍ତି କରୁଛି — “ଯେଉଁଠାରେ ପାରମ୍ପରିକ ପଦ୍ଧତି ବିଫଳ ହୁଏ, ସେଠାରେ ନବୋନ୍ମେଷ ସହାୟକ ହୋଇଥାଏ ।”ୟୁରୋପର ସର୍ବବୃହତ ଷ୍ଟାର୍ଟଅପ୍ ମେଳାରେ ଯୋଗଦେଲେ ଭାରତର ୮୦ ଡିପ ଟେକ୍ କମ୍ପାନୀ
June 18th, 06:00 pm
ଟେକ୍-ଉଦ୍ୟୋଗୀ, ଷ୍ଟାର୍ଟ-ଅପ୍, ନିବେଶକ ଏବଂ ବ୍ୟବସାୟିକ ନେତୃବୃନ୍ଦଙ୍କ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି, ମାନବ-କୈନ୍ଦ୍ରିକ କୃତ୍ରିମ ବୁଦ୍ଧିମତ୍ତା ( ଏଆଇ) ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପାଇଁ ଭାରତର ଦୂରଦୃଷ୍ଟି ତଥା ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ-ଫ୍ରାନ୍ସ ମଧ୍ୟରେ ସହଯୋଗର ପରିସର ବୃଦ୍ଧି ପାଉଛି। ପ୍ରଯୁକ୍ତିବିଦ୍ୟା ଭାରତରେ ଅନେକ ଉଲ୍ଲେଖନୀୟ ରୂପାନ୍ତରଣ କରିଥିବା ସେ ଆଲୋକପାତ କରିଥିଲେ। ଡିଜିଟାଲ୍ ପେମେଣ୍ଟ, ଏଆଇ ଆଧାରିତ କୃଷି ପ୍ରଗତିଠାରୁ ଆରମ୍ଭ କରି ଅତ୍ୟାଧୁନିକ ମହାକାଶ ପ୍ରୟୋଗ ପର୍ଯ୍ୟନ୍ତ ଅନେକ ସଂସ୍କାର ଆଣିବାରେ ପ୍ରଯୁକ୍ତି ବିଦ୍ୟା ସକ୍ଷମ ହୋଇଥିବା ସେ କହିଛନ୍ତି। ମୁଖ୍ୟ ଅଭିଭାଷଣ ପରେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରୋନ୍ ଶିଳ୍ପ, ସ୍ୱାସ୍ଥ୍ୟସେବା, ସ୍ଥାୟୀ ବିକାଶ ଏବଂ ଯାତାୟାତ ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ବ୍ୟାବହାରିକ ସମାଧାନ ପ୍ରଦର୍ଶନ କରୁଥିବା ଭାରତୀୟ ଷ୍ଟାର୍ଟ-ଅପ୍ ଏବଂ ନବସୃଜନକାରୀ ମାନଙ୍କ ସହ ଆଲୋଚନା କରିଥିଲେ।ଜି-୭ ଶିଖର ସମ୍ମିଳନୀ ଅବସରରେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ
June 17th, 06:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଭିଆନରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀ ଅବସରରେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଶ୍ରୀ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷା ସୁଶ୍ରୀ ଉର୍ସୁଲା ଭନ୍ ଡେର୍ ଲେଏନଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିଛନ୍ତି।ଜି-୭ ଶିଖର ସମ୍ମିଳନୀ ଅବସରରେ ଏଭିଆନ୍ରେ ଜର୍ମାନ ଚାନ୍ସେଲରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
June 17th, 05:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସର ଏଭିଆନ୍ରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀ ଅବସରରେ ଜର୍ମାନୀର ଚାନ୍ସେଲର ମହାମହିମ ଶ୍ରୀ ଫ୍ରେଡ୍ରିଚ୍ ମର୍ଜଙ୍କୁ ସାକ୍ଷାତ କରିଛନ୍ତି। ଏହା ହେଉଛି ଚଳିତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିତୀୟ ସାକ୍ଷାତକାର।ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଆଲୋଚନା
June 14th, 08:37 pm
ଦୁଇ ନେତା ଦ୍ୱିପାକ୍ଷିତ ସମ୍ପର୍କର ବିଭିନ୍ନ ଦିଗକୁ ନେଇ ବ୍ୟାପକ ଆଲୋଚନା କରିଥିଲେ । ସେମାନେ ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗର ଉକ୍ରୃଷ୍ଟ ଅଭିବୃଦ୍ଧି ଏବଂ ଗଭୀରତାରେ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ପ୍ରତିରକ୍ଷା ପ୍ଲାଟଫର୍ମ ଏବଂ ଉନ୍ନତ ପ୍ରଯୁକ୍ତିର ସହ-ଡିଜାଇନ, ସହ-ବିକାଶ ଏବଂ ସହ-ଉତ୍ପାଦନ ଉପରେ ଧ୍ୟାନ ଦେଇ ଏହାକୁ ଆହୁରି ତୀବ୍ର କରିବାକୁ ସହମତ ହୋଇଥିଲେ । ଉଭୟ ନେତା ମହାକାଶ କ୍ଷେତ୍ରରେ ସହଯୋଗର ସମୃଦ୍ଧ ଐତିହ୍ୟକୁ ଉଲ୍ଲେଖ କରିଥିଲେ ଏବଂ ମାନବ ମହାକାଶ ଉଡ଼ାଣ ଏବଂ ମହାକାଶ ପରିସ୍ଥିତିଗତ ସଚେତନତାରେ ସହଯୋଗକୁ ଆହୁରି ଆଗକୁ ବଢ଼ାଇବା ଉପରେ ଆଲୋଚନା କରିଥିଲେ । ସେମାନେ ମହାକାଶରେ ଘରୋଇ କ୍ଷେତ୍ର ସହଯୋଗକୁ ବିସ୍ତାର କରିବାର ଉପାୟ ଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରିଥିଲେ । ବେସାମରିକ ପରମାଣୁ ଶକ୍ତିରେ, ସେମାନେ ଉଲ୍ଲେଖ କରିଥିଲେ ଯେ ଭାରତର ଶାନ୍ତି ଆଇନ କ୍ଷୁଦ୍ର ଉନ୍ନତ ମଡୁ୍ୟଲାର ରିଆକ୍ଟର ସମେତ ସହଯୋଗ ପାଇଁ ନୂତନ ସୁଯୋଗ ସୃଷ୍ଟି କରେ ।ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି
June 13th, 10:03 am
ଫ୍ରାନ୍ସର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ ମାକ୍ରନ ଏବଂ ସ୍ଲୋଭାକର ପ୍ରଧାନମନ୍ତ୍ରୀ ଶ୍ରୀ ରବର୍ଟ ଫିକୋଙ୍କ ନିମନ୍ତ୍ରଣରେ ମୁଁ ୧୩ରୁ ୧୮ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଫ୍ରାନ୍ସ ଏବଂ ସ୍ଲୋଭାକ ଗସ୍ତ କରିବି ।ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ମିଳିତ ବିବୃତ୍ତି
May 22nd, 09:31 pm
ସାଇପ୍ରସ୍ ଗଣରାଜ୍ୟର ରାଷ୍ଟ୍ରପତି ଶ୍ରୀ ନିକୋସ୍ କ୍ରିଷ୍ଟୋଡୋଲିଡେସ୍, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ୨୦ - ୨୩ ମେ’ ୨୦୨୬ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି। ଏହା ସାଇପ୍ରସର ୟୁରୋପୀୟ ସଂଘ ପରିଷଦର ସଭାପତିତ୍ୱ ସମୟରେ ଅନୁଷ୍ଠିତ ହେଉଥିବାରୁ ଏହି ଗସ୍ତର ବିଶେଷ ଗୁରୁତ୍ୱ ରହିଛି।ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
May 22nd, 01:00 pm
ସାଇପ୍ରସର ରାଷ୍ଟ୍ରପତି ମହୋଦୟ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତରେ ସ୍ୱାଗତ କରି ମୋତେ ବହୁତ ଖୁସି ଲାଗୁଛି। ରାଷ୍ଟ୍ରପତି ମହାଶୟ, ଗତ ବର୍ଷ, ଆପଣ ସାଇପ୍ରସରେ ଆମକୁ ଅତ୍ୟନ୍ତ ଭାବପୂର୍ଣ୍ଣ ସ୍ୱାଗତ ଜଣାଇଥିଲେ। ଭାରତ ପ୍ରତି ବିଶେଷ ସମ୍ମାନ ପ୍ରଦର୍ଶନ କରି, ଆପଣ ମୋତେ ସାଇପ୍ରସର ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ କରିଥିଲେ।ଭାରତ-ଇଟାଲୀ ମିଳିତ ଘୋଷଣା
May 20th, 10:28 pm
ଉଭୟ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ଆଦାନପ୍ରଦାନର ଦୃଢ଼ ଗତିକୁ ସ୍ୱାଗତ କରିଥିଲେ ଏବଂ ବହୁପାକ୍ଷିକ କାର୍ଯ୍ୟକ୍ରମର ପାର୍ଶ୍ଵରେ ନେତାମାନଙ୍କ ବାର୍ଷିକ ବୈଠକ, ନିୟମିତ ମନ୍ତ୍ରୀସ୍ତରୀୟ ଏବଂ ପ୍ରତିଷ୍ଠାନସ୍ତରୀୟ ବୈଠକ ଆୟୋଜନ କରିବାକୁ ରାଜି ହୋଇଥିଲେ।ଇଟାଲୀ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
May 20th, 07:21 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦ ମଇ, ୨୦୨୬ରେ ରୋମଠାରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି ।ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
May 20th, 05:00 pm
ରୋମ ବିଶ୍ୱସ୍ତରରେ 'ଶାଶ୍ୱତ ନଗରୀ ' ଭାବରେ ଜଣାଶୁଣା। ଭାରତରେ, ମୋର ଲୋକସଭା ନିର୍ବାଚନମଣ୍ଡଳୀ କାଶୀକୁ ମଧ୍ୟ ଏକ ପ୍ରାଚୀନ ଏବଂ ଶାଶ୍ୱତ ନଗର ଭାବରେ ବିବେଚନା କରାଯାଏ। ଯେତେବେଳେ ଦୁଇଟି ସଭ୍ୟତା ଏକାଠି ହୁଅନ୍ତି, ସେତେବେଳେ ଆଲୋଚନା କେବଳ କାର୍ଯ୍ୟସୂଚୀରେ ସୀମିତ ହୋଇ ରହେ ନାହିଁ; ବରଂ, ଏଥିରେ ଇତିହାସର ଗଭୀରତା, ଭବିଷ୍ୟତ ପାଇଁ ଏକ ଦୃଷ୍ଟିକୋଣ ଏବଂ ବନ୍ଧୁତାର ସହଜତା - ଏ ତିନୋଟି ଏକାସାଥିରେ ପ୍ରତିଫଳିତ ହୁଏ।ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀ ଅବସରରେ ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ
May 19th, 06:42 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୯ ମଇ ୨୦୨୬ରେ ଓସଲୋରେ ଅନୁଷ୍ଠିତ ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀ ଅବସରରେ ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ପେଟେରି ଓର୍ପୋଙ୍କ ସହ ସାକ୍ଷାତ୍ କରିଥିଲେ।ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀରେ ମିଳିତ ପ୍ରେସ୍ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
May 19th, 04:25 pm
ଆଜି ତୃତୀୟ ଭାରତ-ନର୍ଡିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ସର୍ବପ୍ରଥମେ, ମୁଁ ଏହି ଶିଖର ସମ୍ମିଳନୀ ଆୟୋଜନ କରିବା ପାଇଁ ନରୱେର ପ୍ରଧାନମନ୍ତ୍ରୀଙ୍କୁ ସହୃଦୟରୁ ଧନ୍ୟବାଦ ଜଣାଉଛି। ଏଠାରେ ଉପସ୍ଥିତ ସମସ୍ତ ନର୍ଡିକ ନେତାମାନଙ୍କୁ ମଧ୍ୟ ମୁଁ ସ୍ୱାଗତ କରୁଛି।ୟୁରୋପୀୟ ଶିଳ୍ପ ଗୋଲଟେବୁଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଇଂରାଜୀ ଅନୁବାଦ
May 18th, 05:00 am
ସର୍ବପ୍ରଥମେ, ଏହି ଗୋଲଟେବୁଲ ବୈଠକକୁ ମୋତେ ଆମନ୍ତ୍ରଣ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏହି ବୈଠକ ଗୋଥେନବର୍ଗରେ ଆୟୋଜିତ ହେଉଥିବାରୁ ମୁଁ ଖୁସି ଅନୁଭବ କରୁଛି। ଏହି ସହର ଯାହା କେବଳ ନବସୃଜନ ପାଇଁ ଜଣାଶୁଣା ନୁହେଁ ବରଂ ୟୁରୋପର ଉତ୍ପାଦନ ମନୋଭାବର ଏକ ସ୍ପନ୍ଦନଶୀଳ ପ୍ରତୀକ ଭାବରେ ମଧ୍ୟ ପରିଚିତ।ୟୁରୋପୀୟ ଶିଳ୍ପ ଗୋଲଟେବୁଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତ୍ତି
May 17th, 11:43 pm
କିଛି ସମୟ ପୂର୍ବରୁ, ମୋତେ ସ୍ୱିଡେନର ସର୍ବୋଚ୍ଚ ସମ୍ମାନ, “ରୋୟାଲ୍ ଅର୍ଡର୍ ଅଫ୍ ଦ ପୋଲାର୍ ଷ୍ଟାର୍” ପ୍ରଦାନ କରାଯାଇଥିଲା। ଏହି ସମ୍ମାନ କେବଳ ମୋର ନୁହେଁ; ଏହା ୧.୪ ବିଲିୟନ ଭାରତୀୟଙ୍କ ପାଇଁ ଏକ ସମ୍ମାନ। ଏହା ସ୍ୱିଡେନରେ ଥିବା ଆମର ସମସ୍ତ ବନ୍ଧୁଙ୍କ ପାଇଁ ମଧ୍ୟ ଏକ ଶ୍ରଦ୍ଧାଞ୍ଜଳି ଯେଉଁମାନେ ଭାରତ - ସ୍ୱିଡେନ୍ ସମ୍ପର୍କକୁ ସମୃଦ୍ଧ କରିଛନ୍ତି ଏବଂ ସେମାନଙ୍କୁ ଏକ ଦୃଢ଼ ମୂଳଦୁଆ ପ୍ରଦାନ କରିଛନ୍ତି।ଭାରତ ପ୍ରଧାନମନ୍ତ୍ରୀଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମ୍ପର୍କରେ ଭାରତ-ନେଦରଲ୍ୟାଣ୍ଡ ମିଳିତ ବିବୃତ୍ତି
May 17th, 03:45 am
ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ରବ ଜେଟେନଙ୍କ ନିମନ୍ତ୍ରଣ କ୍ରମେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬-୧୭ ମେ ୨୦୨୬ ରେ ନେଦରଲ୍ୟାଣ୍ଡକୁ ସରକାରୀ ଗସ୍ତ କରିଥିଲେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ନେଦରଲ୍ୟାଣ୍ଡକୁ ଦ୍ୱିତୀୟ ଗସ୍ତ ଥିଲା।ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆନୁଷ୍ଠାନିକ ଆଲୋଚନା
May 17th, 02:35 am
ଆଜି ହେଗରେ ଡଚ୍ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ (କ୍ୟାଟସୁଇସ୍) ଠାରେ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀଯୁକ୍ତ ରବ ଜେଟେନଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି।ୟୁରୋପୀୟ ଶିଳ୍ପ ଗୋଲ ଟେବୁଲ ବୈଠକକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
May 17th, 12:12 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ମଇ, ୨୦୨୬ରେ ଗୋଥେନବର୍ଗଠାରେ ଆୟୋଜିତ ୟୁରୋପୀୟ ଶିଳ୍ପ ଗୋଲଟେବୁଲ (ଇଆରଟି) ବୈଠକକୁ ସମ୍ବୋଧିତ କରିଛନ୍ତି । ଭଲଭୋ ଗ୍ରୁପ୍ ଦ୍ୱାରା ଆୟୋଜିତ ଏହି ଆଲୋଚନାରେ ସ୍ୱିଡେନର ପ୍ରଧାନମନ୍ତ୍ରୀ ଶ୍ରୀ ଉଲଫ୍ କ୍ରିଷ୍ଟରସନ୍; ୟୁରୋପୀୟ କମିଶନର ଅଧ୍ୟକ୍ଷା ଶ୍ରୀମତୀ ଉର୍ସୁଲା ଭନ୍ ଡେର୍ ଲେଏନ୍, ୟୁରୋପୀୟ ଶିଳ୍ପପତି ଏବଂ ଅଗ୍ରଣୀ ୟୁରୋପୀୟ ଏବଂ ଭାରତୀୟ କମ୍ପାନୀଗୁଡ଼ିକର ପ୍ରତିନିଧିମାନେ ଯୋଗଦେଇଥିଲେ।ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ରବ ଜେଟେନଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ଇଂରାଜୀ ଅନୁବାଦ
May 16th, 11:58 pm
ଆମେ ନେଦରଲାଣ୍ଡକୁ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରଙ୍କ ମଧ୍ୟରେ ବିବେଚନା କରୁ । ନେଦରଲାଣ୍ଡ ଭାରତର ଶ୍ରେଷ୍ଠ ପାଞ୍ଚ ନିବେଶକଙ୍କ ମଧ୍ୟରୁ ଗୋଟିଏ । ଆମର ଐତିହାସିକ ସାଂସ୍ମୃତିକ ଏବଂ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ମଧ୍ୟ ବହୁତ ଗଭୀର । ଗଣତାନ୍ତ୍ରିକ ମୂଲ୍ୟବୋଧ, ବଜାର ଅର୍ଥନୀତି ଏବଂ ଦାୟିତ୍ୱପୂର୍ଣ୍ଣ ଆଚରଣ ଆମର ସମାନ ଦୃଷ୍ଟିକୋଣର ଅଂଶ । ଜଳ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭଳି କ୍ଷେତ୍ରରେ ଆମର ସହଯୋଗ ଆମ ଲୋକଙ୍କ ଜୀବନକୁ ଉନ୍ନତ କରୁଛି । ଏହି ବର୍ଦ୍ଧିତ ସହଯୋଗକୁ ଦୃଷ୍ଟିରେ ରଖି ୨୦୨୩ରେ ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ଆମେ ନେଦରଲାଣ୍ଡକୁ ଏକ ଅତିଥି ଦେଶ ଭାବେ ଆମନ୍ତ୍ରିତ କରିଥିଲୁ । ଆମେ ଏଥିପାଇଁ ମଧ୍ୟ ବହୁତ ଖୁସି ଯେ, ଫେବ୍ରୁଆରୀ ମାସରେ ନେଦରଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରେ ଅନୁଷ୍ଠିତ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଅଂଶ ଗ୍ରହଣ କରିଥିଲେ ।ନେଦରଲ୍ୟାଣ୍ଡରେ ସିଇଓମାନଙ୍କ ଗୋଲଟେବୁଲ ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 16th, 10:00 pm
ବିଶ୍ୱର କିଛି ନବସୃଜନଶୀଳ କମ୍ପାନୀର ନେତାମାନଙ୍କ ଗହଣରେ ଆଜି ଏଠାରେ ଉପସ୍ଥିତ ରହି ମୁଁ ବହୁତ ଖୁସି ଅନୁଭବ କରୁଛି। ଆଜି, ୩୦୦ ରୁ ଅଧିକ ଡଚ୍ କମ୍ପାନୀ 'ଭାରତ କାହାଣୀ' ର ଅଂଶ ପାଲଟିଛନ୍ତି । ଆପଣଙ୍କ ଦୃଷ୍ଟିକୋଣ ଏବଂ ଭାରତ ଉପରେ ଆପଣଙ୍କ ବିଶ୍ୱାସ କାରଣରୁ ଭାରତରେ ୟୁରୋପର ସବୁଠାରୁ ବଡ ନିବେଶକ ହେଉଛି ନେଦରଲ୍ୟାଣ୍ଡ ଏବଂ ଏହାର ଦ୍ୱିତୀୟ ବୃହତ ବାଣିଜ୍ୟିକ ଅଂଶୀଦାର।