ଫଳାଫଳ ତାଲିକା : ପ୍ରଧାନମନ୍ତ୍ରୀଙ୍କ ଇଥିଓପିଆ ଗସ୍ତ
December 16th, 10:41 pm
ଦ୍ୱିପାକ୍ଷିକ ସମ୍ପର୍କ ‘ରଣନୈତିକ ସହଭାଗୀତା’ ସ୍ତରକୁ ବୃଦ୍ଧି କରିବାପ୍ରଧାନମନ୍ତ୍ରୀଙ୍କ ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ
December 11th, 08:43 pm
ରାଜା ଅବଦୁଲ୍ଲା ଦ୍ୱିତୀୟ ବିନ ଅଲ ହୁସେନଙ୍କ ନିମନ୍ତ୍ରଣରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ରୁ ୧୬ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଜୋର୍ଡାନର ହାସେମାଇଟ ରାଜ୍ୟ ଗସ୍ତ କରିବେ । ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ଭାରତ-ଜୋର୍ଡାନ ମଧ୍ୟରେ ସମ୍ପର୍କର ସମସ୍ତ ଦିଗ ଉପରେ ସମୀକ୍ଷା କରିବା ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଦୃଷ୍ଟିକୋଣ ଆଦାନପ୍ରଦାନ କରିବା ପାଇଁ ରାଜା ଅବଦୁଲ୍ଲା ଦ୍ୱିତୀୟ ବିନ ଅଲ ହୁସେନଙ୍କୁ ଭେଟିବେ । ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୭୫ତମ ବାର୍ଷିକୀ ଅବସରରେ ଆୟୋଜିତ ଏହି ଗସ୍ତ ଭାରତ ଓ ଜୋର୍ଡାନ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା, ପାରସ୍ପରିକ ଅଭିବୃଦ୍ଧି ଏବଂ ସମୃଦ୍ଧି ପାଇଁ ସହଯୋଗର ନୂତନ ମାର୍ଗ ଅନୁସନ୍ଧାନ କରିବା ତଥା ଆଞ୍ଚଳିକ ଶାନ୍ତି, ସମୃଦ୍ଧି, ସୁରକ୍ଷା ଏବଂ ସ୍ଥିରତାକୁ ପ୍ରୋତ୍ସାହିତ କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ଦୋହରାଇବାର ଏକ ସୁଯୋଗ ପ୍ରଦାନ କରିବ ।