ଭାରତର ସବୁଠାରୁ ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ଗୌରବ ଲାଭ କରିଥିବାରୁ ବିଶ୍ୱ ନେତାମାନଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କରିଛନ୍ତି ଶ୍ରୀ ନରେନ୍ଦ୍ର ମୋଦୀ
June 10th, 02:08 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ସବୁଠାରୁ ଦୀର୍ଘକାଳୀନ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ଗୌରବ ଲାଭ କରିଥିବାରୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏବଂ ସରକାର ମୁଖ୍ୟଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ଲାଭ କରିଛନ୍ତି।ଡେନମାର୍କର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ସୁଶ୍ରୀ ମେଟେ ଫ୍ରେଡେରିକସେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
June 03rd, 06:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ଡେନମାର୍କର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ଆଜି ସୁଶ୍ରୀ ମେଟେ ଫ୍ରେଡେରିକ୍ସନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀ ଅବସରରେ ଡେନମାର୍କର କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ
May 19th, 06:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡେନମାର୍କର କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ ମେଟ୍ ଫ୍ରେଡ୍ରିକସେନଙ୍କ ସହ ସାକ୍ଷାତ୍ କରିଛନ୍ତି। ଆଜି ଓସଲୋରେ ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀ ଅବସରରେ ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗ ସମୀକ୍ଷା କରିଛନ୍ତି ଏବଂ ମିଳିତ କାର୍ଯ୍ୟସୂଚୀରେ ହାସଲ ହୋଇଥିବା ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିଛନ୍ତି। ଉଭୟ ନେତା ଭାରତ-ଡେନମାର୍କ ସବୁଜ ରଣନୈତିକ ସହଭାଗୀତାରେ ହୋଇଥିବା ଅଗ୍ରଗତିକୁ ସ୍ୱାଗତ କରିଛନ୍ତି ଯାହା ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସହଯୋଗକୁ ପ୍ରାଥମିକତା ଦିଏ ଏବଂ ଉଭୟ ଦେଶରେ ସବୁଜ ପରିବର୍ତ୍ତନକୁ ସହାୟତା କରିବା ପାଇଁ ପ୍ରୟାସକୁ ଏକତ୍ରିତ କରିଥାଏ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ଯୋଗେ କଥାହେଲେ ଡେନମାର୍କ ପ୍ରଧାନମନ୍ତ୍ରୀ
September 16th, 07:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି ।