ଭାରତ-ଅଷ୍ଟ୍ରେଲିଆ କ୍ରୀଡ଼ା ସହଯୋଗିତା ରୋଡମ୍ୟାପ୍

July 10th, 10:07 am

କ୍ରୀଡ଼ା ହେଉଛି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ଶକ୍ତିଶାଳୀ ସେତୁ, ଯାହା ଲୋକମାନଙ୍କୁ ଏକାଠି କରିଥାଏ ଏବଂ ସହଯୋଗ ପାଇଁ ନୂତନ ପଥ ଖୋଲିଥାଏ।

କ୍ରୀଡା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

July 10th, 08:21 am

ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନି ଅଲବାନିଜ ଏବଂ ଭିକ୍ଟୋରିଆର ପ୍ରିମିୟର ସୁଶ୍ରୀ ଜେସିଣ୍ଟା ଆଲାନଙ୍କ ସହ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ପରିଦର୍ଶନ କରିଛନ୍ତି । ଭାରତ-ଅଷ୍ଟ୍ରେଲିଆ କ୍ରୀଡା ସମ୍ପର୍କର ଉତ୍ସବ ପାଳନ କରିବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଏହି ପରିଦର୍ଶନ ହୋଇଥିଲା । ଷ୍ଟିଭ ୱ ଏବଂ ଶ୍ରୀମତୀ ଲିସା ସ୍ଥାଲେକରଙ୍କ ସମେତ ଅନେକ ଅଷ୍ଟ୍ରେଲିୟ କ୍ରୀଡା କିମ୍ବଦନ୍ତୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଗସ୍ତ ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ସହଭାଗୀତାର ସ୍ତମ୍ଭ ଭାବରେ କ୍ରୀଡା, ସାଂସ୍କୃତିକ ଆଦାନପ୍ରଦାନ ଏବଂ ଲୋକସମ୍ପର୍କର ବୃଦ୍ଧି ପାଉଥିବା ଗୁରୁତ୍ୱକୁ ରେଖାଙ୍କିତ କରିଥିଲା ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

July 09th, 11:15 am

ତାଙ୍କର ବ୍ୟକ୍ତିଗତ ପ୍ରୟାସ ଏବଂ ଦୃଢ଼ ପ୍ରତିବଦ୍ଧତା ଭାରତ–ଅଷ୍ଟ୍ରେଲିଆ ସମ୍ପର୍କକୁ ନୂତନ ଉଚ୍ଚତା ଓ ବ୍ୟାପକତା ପ୍ରଦାନ କରିଛି। ତାଙ୍କର ଏହି ଅମୂଲ୍ୟ ଅବଦାନ ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି।

India-Australia Joint Statement on Energy Security

July 09th, 11:02 am

The India-Australia Joint Statement on Energy Security noted the two countries' deep concern over the situation in the Middle East. They shared their commitment to working together to strengthen energy supply chain resilience, including by deepening regional cooperation, accelerating the energy transition, promoting the uptake of renewable energy resources and upholding open trade arrangements for energy and liquid fuels.

Third India-Australia Annual Summit Joint Statement

July 09th, 10:58 am

At the invitation of Australian PM Anthony Albanese, PM Modi visited Australia from 8-10 July 2026 for the Third Australia-India Annual Summit in Melbourne. The two leaders reaffirmed their shared commitment to further consolidate and expand the India-Australia Comprehensive Strategic Partnership (CSP) and explore new areas of cooperation for the peace, prosperity and stability of the shared region.

ଭାରତ-ଅଷ୍ଟ୍ରେଲିଆ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ମିଳିତ ଘୋଷଣାନାମା

July 09th, 10:55 am

ଆମେ ୨୦୨୦ ମସିହାରେ ସ୍ଥାପିତ ଆମର ବ୍ୟାପକ ରଣନୀତିକ ଭାଗିଦାରୀ (ସିଏସପି)ର ଗୁରୁତ୍ୱକୁ ଦୋହରାଉଛୁ। ଆମର ସିଏସପିର ଶୁଭାରମ୍ଭ ପରଠାରୁ, ଆମର ରଣନୀତିକ ସମନ୍ୱୟ ତ୍ୱରାନ୍ୱିତ ହୋଇଛି, ଆମର ଅର୍ଥନୈତିକ ସମ୍ପର୍କ ଗଭୀର ହୋଇଛି ଏବଂ ଆମର ଜନସାଧାରଣଙ୍କ ମଧ୍ୟରେ ଥିବା ସମ୍ପର୍କ - ଯାହା ଆମ ଦେଶଗୁଡ଼ିକ ମଧ୍ୟରେ ଏକ ଜୀବନ୍ତ ସେତୁ-ଆହୁରି ମଜବୁତ ହୋଇଛି। ଆମେ ଲକ୍ଷ୍ୟ କରୁଛୁ ଯେ କ୍ୱାଡ୍ ଏବଂ ଅନ୍ୟାନ୍ୟ ବହୁପାକ୍ଷିକ ଅନୁଷ୍ଠାନ ଭଳି ଆଞ୍ଚଳିକ ମଞ୍ଚ ମାଧ୍ୟମରେ ଅନ୍ୟ ଅଂଶୀଦାରମାନଙ୍କ ସହିତ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସ୍ତରରେ ଆମର ନିବିଡ଼ ସମ୍ପୃକ୍ତି ଉଭୟ ଦେଶକୁ ଲାଭାନ୍ୱିତ କରୁଛି, ଏବଂ ଆମର ସହଭାଗୀ ଅଞ୍ଚଳର ସୁରକ୍ଷା ଓ ସମୃଦ୍ଧିରେ ଯୋଗଦାନ ଦେଉଛି।

ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ

July 03rd, 08:42 pm

ଇଣ୍ଡୋନେସିଆର ରାଷ୍ଟ୍ରପତି ଶ୍ରୀ ପ୍ରବୋବୋ ସୁବିୟାନ୍ତୋଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୬-୮ ଜୁଲାଇ, ୨୦୨୬ରେ ଇଣ୍ଡୋନେସିଆ ଗସ୍ତ କରିବେ। ପ୍ରଧାନମନ୍ତ୍ରୀଙ୍କର ଏହା ଚତୁର୍ଥ ଇଣ୍ଡୋନେସିଆ ଗସ୍ତ ହେବ ଏବଂ ମେ’ ୨୦୧୮ ରେ ଭାରତ-ଇଣ୍ଡୋନେସିଆ ସମ୍ପର୍କ 'ବ୍ୟାପକ ରଣନୀତିକ ସହଭାଗିତା' ସ୍ତରକୁ ଉନ୍ନୀତ ହେବା ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ହେବ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ପ୍ରବୋବୋଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ଏହି ସହଭାଗିତା ଅଧିନରେ ହୋଇଥିବା ପ୍ରଗତିର ସମୀକ୍ଷା କରିବେ। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିବେ। ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଐତିହାସିକ ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ଜନ-ସମ୍ପର୍କ ରହିଛି। ଏହି ବିଶେଷ ସମ୍ପର୍କକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆର ଏକ ପ୍ରମୁଖ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଯୋଗ୍ୟାକର୍ତ୍ତାସ୍ଥିତ 'ପ୍ରାମ୍ବନନ ମନ୍ଦିର' ପରିସର ପରିଦର୍ଶନ କରିବେ।

ଅଷ୍ଟ୍ରେଲିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ସେନେଟର ପେନି ୱଙ୍ଗ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ

May 26th, 08:19 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ସେନେଟର ପେନି ୱଙ୍ଗଙ୍କୁ ସାକ୍ଷାତ କରି ଖୁସି ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜଙ୍କୁ ତାଙ୍କର ଐତିହାସିକ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଅଭିନନ୍ଦନ ଜଣାଇଛନ୍ତି

May 06th, 02:41 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଥୋନି ଆଲବାନିଜଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କଲେ ଏବଂ ଅଷ୍ଟ୍ରେଲିଆର ୩୨ତମ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଐତିହାସିକ ପୁନଃନିର୍ବାଚନ ବିଜୟ ପାଇଁ ଅଭିନନ୍ଦନ ଜଣାଇଲେ ।

ମିଳିତ ବିବୃତି: ଭାରତ-ଅଷ୍ଟ୍ରେଲିଆ ଦ୍ଵିତୀୟ ବାର୍ଷିକ ଶିଖର ସମ୍ମିଳନୀ

November 19th, 11:22 pm

୧୯ନଭେମ୍ବର ୨୦୨୪ରେ ରିଓ ଡି ଜେନେରିଓ ଠାରେ ଗ୍ରୁପ୍ ଅଫ୍ ୨୦ (ଜି-୨୦) ଶିଖର ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସଙ୍କ ଉପସ୍ଥିତିରେ ଦ୍ୱିତୀୟ ଭାରତ-ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ୨୦୨୫ରେଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ଭାଗିଦାରୀର ପଞ୍ଚମ ବାର୍ଷିକୀ ପୂର୍ବରୁ ଉଭୟ ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଏବଂ ଅକ୍ଷୟ ଶକ୍ତି, ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା ଏବଂ ନିରାପତ୍ତା, ଶିକ୍ଷା ଏବଂ ଗବେଷଣା,ଦକ୍ଷତା, ଗତିଶୀଳତା, ବିଜ୍ଞାନ ଏବଂପ୍ରଯୁକ୍ତି ବିଦ୍ୟା ଏବଂବହୁପାକ୍ଷିକ ସହଯୋଗ ଭଳି ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା କରିଥିଲେ।ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାଦିଗରେ ସେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ବିଷୟରେ ସେ ଉଲ୍ଲେଖ କରିଥିଲେ ।

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍ବାନିଜ୍ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 26th, 01:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନୀ ଅଲ୍‌ବାନିଜ୍ ସହ କଥା ହୋଇଛନ୍ତି । ଏହି ଅବସରରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିବା ସହ କ୍ୱାଡ୍ ସମେତ ଅନ୍ୟ ବହୁପକ୍ଷୀୟ କ୍ଷେତ୍ରରେ ସହଯୋଗରେ ହୋଇଥିବା ଅଗ୍ରଗତି ଉପରେ ମଧ୍ୟ ଆଲୋଚନା କରିଥିଲେ ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ପ୍ରେସ ବିବୃତ୍ତି

May 24th, 06:41 am

ଅଷ୍ଟ୍ରେଲିଆ ଗସ୍ତ ସମୟରେ ମୋତେ ଏବଂ ମୋର ପ୍ରତିନିଧିମାନଙ୍କୁ ଦିଆଯାଇଥିବା ଆତିଥ୍ୟ ଏବଂ ଆଦର-ସତ୍କାର ପାଇଁ ମୁଁ ଅଷ୍ଟ୍ରେଲିଆର ଲୋକମାନଙ୍କୁ ଏବଂ ପ୍ରଧାନମନ୍ତ୍ରୀ ଆଲବାନିଜଙ୍କୁ ହୃଦୟର ସହିତ ଧନ୍ୟବାଦ ଜଣାଉଛି । ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଆଲବାନିଜଙ୍କ ଭାରତ ଗସ୍ତର ଦୁଇ ମାସ ମଧ୍ୟରେ ମୁଁ ଏଠାକୁ ଆସିଛି । ଗତ ଏକ ବର୍ଷ ମଧ୍ୟରେ ଏହା ହେଉଛି ଆମର ଷଷ୍ଠ ସାକ୍ଷତ ବୈଠକ।