କ୍ରୀଡା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
July 10th, 08:21 am
ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନି ଅଲବାନିଜ ଏବଂ ଭିକ୍ଟୋରିଆର ପ୍ରିମିୟର ସୁଶ୍ରୀ ଜେସିଣ୍ଟା ଆଲାନଙ୍କ ସହ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ପରିଦର୍ଶନ କରିଛନ୍ତି । ଭାରତ-ଅଷ୍ଟ୍ରେଲିଆ କ୍ରୀଡା ସମ୍ପର୍କର ଉତ୍ସବ ପାଳନ କରିବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଏହି ପରିଦର୍ଶନ ହୋଇଥିଲା । ଷ୍ଟିଭ ୱ ଏବଂ ଶ୍ରୀମତୀ ଲିସା ସ୍ଥାଲେକରଙ୍କ ସମେତ ଅନେକ ଅଷ୍ଟ୍ରେଲିୟ କ୍ରୀଡା କିମ୍ବଦନ୍ତୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଗସ୍ତ ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ସହଭାଗୀତାର ସ୍ତମ୍ଭ ଭାବରେ କ୍ରୀଡା, ସାଂସ୍କୃତିକ ଆଦାନପ୍ରଦାନ ଏବଂ ଲୋକସମ୍ପର୍କର ବୃଦ୍ଧି ପାଉଥିବା ଗୁରୁତ୍ୱକୁ ରେଖାଙ୍କିତ କରିଥିଲା ।ଅଷ୍ଟ୍ରେଲିଆର ଗଭର୍ଣ୍ଣର-ଜେନେରାଲଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
July 09th, 01:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆର ଗଭର୍ଣ୍ଣର-ଜେନେରାଲ ମାନ୍ୟବର ସୁଶ୍ରୀ ସାମ୍ ମୋଷ୍ଟିନ୍ ଏସି)ଙ୍କ ସହ ସାକ୍ଷାତ୍ କରିଥିଲେ।