ମଣିପୁରର ଚୁରାଚାନ୍ଦପୁରରେ ବିଭିନ୍ନ ବିକାଶମୂଳକ କାମର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
September 13th, 12:45 pm
ମଣିପୁରର ଏହି ମାଟି ହେଉଛି ଉତ୍ସାହ ଓ ସାହସର ମାଟି, ଏହି ପାହାଡ଼ ପର୍ବତ ହେଉଛି ପ୍ରକୃତିର ମୂଲ୍ୟବାନ ଉପହାର ଏବଂ ଏହା ସହିତ ଏହି ସବୁ ପାହାଡ଼ ପର୍ବତ ମଧ୍ୟ ହେଉଛନ୍ତି ଆପଣ ସମସ୍ତ ଲୋକଙ୍କର ଲଗାତର କଠିନ ପରିଶ୍ରମର ପ୍ରତୀକ। ମୁଁ ମଣିପୁରର ଲୋକଙ୍କ ଉତ୍ସାହକୁ ପ୍ରଣାମ କରୁଛି। ଏତେ ଜୋର୍ ବର୍ଷା ସତ୍ତ୍ୱେ ଏତେ ସଂଖ୍ୟାରେ ଆପଣମାନେ ଏଠାକୁ ଆସିଛନ୍ତି, ମୁଁ ଆପଣଙ୍କର ଏହି ସ୍ନେହ ଶ୍ରଦ୍ଧା ପାଇଁ ଆପଣ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ଜୋର୍ ବର୍ଷା ହେବାରୁ ମୋର ହେଲିକପ୍ଟର ଆସିପାରିଲା ନାହିଁ, ତେଣୁ ମୁଁ ସଡ଼କ ପଥରେ ଆସିବାକୁ ସ୍ଥିର କଲି। ଏବଂ ଆଜି ମୁଁ ସଡ଼କରେ ଯେଉଁ ଦୃଶ୍ୟ ଦେଖିଲି, ତ ମୋର ମନ କହିଲା ପରମାତ୍ମା ଠିକ୍ କରିଛନ୍ତି ମୋର ହେଲିକପ୍ଟର ଆଜି ଚାଲିଲା ନାହିଁ। ମୁଁ ସଡ଼କ ପଥରେ ଆସିଲି ଏବଂ ରାସ୍ତା ସାରା ହାତରେ ତ୍ରିରଙ୍ଗା ଧରି ଆବାଳ ବୃଦ୍ଧ ବନିତା ସମସ୍ତେ ଯେଉଁ ସ୍ନେହ ଶ୍ରଦ୍ଧା ଦେଇଛନ୍ତି, ଯେଉଁ ଆପଣାପଣ ଦେଖାଇଛନ୍ତି, ମୋ ଜୀବନରେ ଏହି ମୁହୂର୍ତ୍ତିକୁ ମୁଁ କେବେ ଭୁଲି ପାରିବି ନାହିଁ। ମୁଁ ନତମସ୍ତକ ହୋଇ ମଣିପୁରବାସୀଙ୍କୁ ପ୍ରଣାମ କରୁଛି।ମଣିପୁର ଚୁରାଚାନ୍ଦପୁରରେ ₹୭,୩୦୦ କୋଟିର ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 13th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁରର ଚୁରାଚାନ୍ଦପୁରରେ ୭,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମଣିପୁର ମାଟି ହେଉଛି ସାହସ ଓ ଦୃଢ଼ତାର ଭୂମି ଏବଂ ମଣିପୁରର ପାହାଡ଼ଗୁଡ଼ିକ ପ୍ରକୃତିର ଏକ ଅମୂଲ୍ୟ ଉପହାର। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପାହାଡ଼ଗୁଡ଼ିକ ଲୋକଙ୍କ ନିରନ୍ତର କଠିନ ପରିଶ୍ରମକୁ ମଧ୍ୟ ପ୍ରତିନିଧିତ୍ୱ କରୁଛି। ମଣିପୁରର ଲୋକଙ୍କ ଅଦମ୍ୟ ମନୋବଳକୁ ସଲାମ ଜଣାଇ ଶ୍ରୀ ମୋଦୀ ଏତେ ବିପୁଳ ସଂଖ୍ୟାରେ ଆସିଥିବା ଲୋକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ସେମାନଙ୍କ ସ୍ନେହ ପାଇଁ ଧନ୍ୟବାଦ ଜଣାଇଛନ୍ତି ।