ଭାରତ ପ୍ରଧାନମନ୍ତ୍ରୀଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମ୍ପର୍କରେ ଭାରତ-ନେଦରଲ୍ୟାଣ୍ଡ ମିଳିତ ବିବୃତ୍ତି
May 17th, 03:45 am
ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ରବ ଜେଟେନଙ୍କ ନିମନ୍ତ୍ରଣ କ୍ରମେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬-୧୭ ମେ ୨୦୨୬ ରେ ନେଦରଲ୍ୟାଣ୍ଡକୁ ସରକାରୀ ଗସ୍ତ କରିଥିଲେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ନେଦରଲ୍ୟାଣ୍ଡକୁ ଦ୍ୱିତୀୟ ଗସ୍ତ ଥିଲା।ଭାରତ-ନେଦରଲ୍ୟାଣ୍ଡ ରଣନୀତିକ ଭାଗିଦାରୀର ରୋଡମ୍ୟାପ୍ [୨୦୨୬-୨୦୩୦]
May 17th, 03:15 am
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀ ରବ୍ ଜେଟେନ୍ ମେ’୧୬ ତାରିଖରେ ଦି ହେଗ୍ଠାରେ ଅନୁଷ୍ଠିତ ସେମାନଙ୍କ ବୈଠକ ଅବସରରେ, ଲକ୍ଷ୍ୟଭିତ୍ତିକ, ସମୟବଦ୍ଧ ପଦକ୍ଷେପ ଏବଂ ମିଳିତ କାର୍ଯ୍ୟପନ୍ଥା ଅନୁସରଣ କରି ଭାରତ-ନେଦରଲ୍ୟାଣ୍ଡ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ 'ରଣନୀତିକ ଭାଗିଦାରୀ' ସ୍ତରକୁ ଉନ୍ନୀତ କରିବା ପାଇଁ ସହମତ ହୋଇଛନ୍ତି। ଏହି ଉଦ୍ଦେଶ୍ୟରେ, ଭାରତ ଏବଂ ନେଦରଲ୍ୟାଣ୍ଡ ଆଗାମୀ ୫ ବର୍ଷ ପାଇଁ ଭାରତ-ନେଦରଲ୍ୟାଣ୍ଡ ରଣନୀତିକ ଭାଗିଦାରୀର ରୋଡମ୍ୟାପ୍କୁ ଗ୍ରହଣ କରିଛନ୍ତି। ଉଭୟ ପକ୍ଷ ସହମତ ହୋଇଥିବା ବିଷୟଗୁଡ଼ିକୁ ନିମ୍ନରେ ଉଲ୍ଲେଖ କରାଗଲା।ଏଆଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସିଇଓ ଏବଂ ବିଶେଷଜ୍ଞଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
January 29th, 06:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକ କଲ୍ୟାଣ ମାର୍ଗ ସ୍ଥିତ ତାଙ୍କ ବାସଭବନରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ କାର୍ଯ୍ୟ କରୁଥିବା ସିଇଓ ଏବଂ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରିଛନ୍ତି ।ନୂଆଦିଲ୍ଲୀର ଭାରତମଣ୍ଡପଏମରେ ୱାଇ. ୟୁ. ଜି. ଏମ୍ କନକ୍ଲେଭ୍ ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
April 29th, 11:01 am
କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ, ଡକ୍ଟର ଜିତେନ୍ଦ୍ର ସିଂହ ଜୀ, ଶ୍ରୀ ଜୟନ୍ତ ଚୌଧୁରୀ ଜୀ, ଡକ୍ଟର ସୁକାନ୍ତା ମଜୂମଦାର ଜୀ, ଟେକ୍ନୋଲୋଜି ମାଧ୍ୟମରେ ଯୋଡ଼ି ହୋଇଥିବା ମୋର ବନ୍ଧୁ ଶ୍ରୀ ରୋମେଶ ୱାଧୱାନୀ ଜୀ ଏବଂ ଡକ୍ଟର ଅଜୟ କେଲା ଜୀ, ବିଜ୍ଞାନ ଏବଂ ଟେକ୍ନୋଲୋଜି ଏବଂ ଶିକ୍ଷା ଜଗତର ଯୋଡି ହୋଇଥିବା ଆପଣ ସମସ୍ତ ସାଥିମାନେ, ଅନ୍ୟ ବିଶିଷ୍ଟ ଅତିଥିଗଣ, ମହିଳା ଏବଂ ଭଦ୍ରବ୍ୟକ୍ତିଗଣ!ଯୁଗ୍ମ ଇନୋଭେସନ କନକ୍ଲେଭକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
April 29th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଯୁଗ୍ମ ଇନୋଭେସନ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ, ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ସରକାରୀ ଅଧିକାରୀ, ଶିକ୍ଷାବିତ୍ ଏବଂ ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ସମେତ ବିକଶିତ ଭାରତର ସମସ୍ତ ଅଂଶୀଦାରଙ୍କ ଏକ ମିଳନସ୍ଥଳୀ - ଏହା ବିକଶିତ ଭାରତ ପାଇଁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବଢ଼ାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସହଯୋଗର ଏକ ପ୍ରକାର। ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଏହି କାର୍ଯ୍ୟକ୍ରମ ଭାରତର ନବସୃଜନ କ୍ଷମତା ଏବଂ ଡିପ୍-ଟେକ୍ କ୍ଷେତ୍ରରେ ଏହାର ଭୂମିକାକୁ ବୃଦ୍ଧି କରିବା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିବ। ସେ ଆଇଆଇଟି କାନପୁର ଏବଂ ଆଇଆଇଟି ବମ୍ବେରେ ଏଆଇ, ଇଣ୍ଟେଲିଜେଣ୍ଟ ସିଷ୍ଟମ ଏବଂ ଜୈବ ବିଜ୍ଞାନ, ବାୟୋଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଏବଂ ଔଷଧ ଉପରେ କେନ୍ଦ୍ରିତ ସୁପର ହବ୍ସର ଉଦଘାଟନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ୱାଧୱାନୀ ଇନୋଭେସନ୍ ନେଟୱାର୍କର ଶୁଭାରମ୍ଭ ବିଷୟରେ ମଧ୍ୟ କହିଥିଲେ, ଯାହା ଜାତୀୟ ଗବେଷଣା ଫାଉଣ୍ଡେସନ ସହିତ ସହଯୋଗରେ ଗବେଷଣାକୁ ଆଗକୁ ବଢ଼ାଇବାର ପ୍ରତିବଦ୍ଧତାକୁ ଦର୍ଶାଏ । ପ୍ରଧାନମନ୍ତ୍ରୀ ୱାଧୱାନୀ ଫାଉଣ୍ଡେସନ, ଆଇଆଇଟି ଏବଂ ଏହି ପଦକ୍ଷେପଗୁଡ଼ିକରେ ସାମିଲ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ବିଶେଷ କରି ଘରୋଇ ଏବଂ ସରକାରୀ କ୍ଷେତ୍ର ମଧ୍ୟରେ ସହଯୋଗ ମାଧ୍ୟମରେ ଦେଶର ଶିକ୍ଷା ବ୍ୟବସ୍ଥାରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଶ୍ରୀଯୁକ୍ତ ରୋମେଶ ୱାଧୱାନୀଙ୍କ ଉତ୍ସର୍ଗୀକୃତତା ଏବଂ ସକ୍ରିୟ ଭୂମିକା ପାଇଁ ପ୍ରଶଂସା କରିଥିଲେ।ଏପ୍ରିଲ ୨୯ ଯୁଗମ (YUGM) ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
April 28th, 07:07 pm
ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଏପ୍ରିଲ ୨୯ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁଗମ୍ (YUGM) ସମ୍ମିଳନୀରେ ଅଂଶ ଗ୍ରହଣ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ ।