ରୋଜଗାର ମେଳା ଅଧୀନରେ ନିଯୁକ୍ତି ପତ୍ର ବଣ୍ଟନ ବେଳେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର

January 24th, 11:30 am

୨୦୨୬ ବର୍ଷ ଆରମ୍ଭ ଆମ ଜୀବନରେ ନୂଆ ଆନନ୍ଦର ଅୟମାରମ୍ଭ । ଏହାସହ ଗତକାଲି ବସନ୍ତ ପଞ୍ଚମୀ ସରିବା ପରେ ଆପଣମାନଙ୍କ ଜୀବନରେ ଏକ ନୂଆ ବସନ୍ତ ଆସିଛି । ସମ୍ବିଧାନ ପ୍ରତି ଆପଣମାନଙ୍କ କର୍ତ୍ତବ୍ୟବୋଧତା ବି ଏହି ସମୟ ସୂଚିତ କରୁଛି । କାକତାଳୀୟ ନ୍ୟାୟରେ ଏବେ ଦେଶରେ ସାଧାରଣତନ୍ତ୍ର ଦିବସର ମାହୋଲ ରହିଛି । ଗତକାଲି ଜାନୁୟାରୀ ୨୩ ତାରିଖରେ ସୁଭାଷ ବୋଷଙ୍କ ଜୟନ୍ତୀରେ ଆମେ ପରାକ୍ରମ ଦିବସ ପାଳନ କରିଛେ । ଆସନ୍ତାକାଲି ଜାନୁୟାରୀ ୨୫ ତାରିଖରେ ଆମେ ଜାତୀୟ ମତଦାତା ଦିବସ ପାଳନ କରିବାକୁ ଯାଉଛେ । ତାପରେ ଜାନୁୟାରୀ ୨୬ରେ ଆମେ ସାଧାରଣତନ୍ତ୍ର ଦିବସ ପାଳନ କରିବା । ଆଜି ମଧ୍ୟ ଏକ ସ୍ୱତନ୍ତ୍ର ଦିବସ । ଆଜିର ଦିନରେ ଜନ ଗଣ ମନକୁ ଜାତୀୟ ସଙ୍ଗୀତ ଓ ବନ୍ଦେ ମାତରମକୁ ଜାତୀୟ ଗୀତ ଭାବେ ସମ୍ବିଧାନ ଗ୍ରହଣ କରିଥିଲା । ଏହି ମହତ୍ୱପୂର୍ଣ୍ଣ ଦିନରେ ୬୧ ହଜାରରୁ ଊର୍ଦ୍ଧ୍ୱ ଯୁବକ ସେମାନଙ୍କର ନୂଆ ଜୀବନ ଆରମ୍ଭ କରିଛନ୍ତି ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୮ତମ ରୋଜଗାର ମେଳାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 24th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୮ତମ ରୋଜଗାର ମେଳାକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଲୋକଙ୍କ ଜୀବନରେ ନୂଆ ଆନନ୍ଦ ଆଣି ବର୍ଷ ୨୦୨୬ ଆରମ୍ଭ ହୋଇଛି । ଏହା ସହିତ ନାଗରିକଙ୍କୁ ସେମାନଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ସହ ମଧ୍ୟ ଯୋଡ଼ିଛି। ଏହି ସମୟ ଗଣତନ୍ତ୍ର ଦିବସ ପରି ମହାନ ସମାରୋହ ସହ ମେଳ ଖାଉଛି। ସେ କହିଥିଲେ ଯେ, ୨୩ ଜାନୁଆରୀ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଦେଶ ପରାକ୍ରମ ଦିବସ ପାଳନ କରିଥିଲା, ୨୫ ଜାନୁଆରୀରେ ଦେଶ ଜାତୀୟ ଭୋଟର ଦିବସ ପାଳନ କରିବ ଓ ତା’ ପରଦିନ ଗଣତନ୍ତ୍ର ଦିବସ ପାଳନ କରାଯିବ। ଆଜି ଦିନଟି ମଧ୍ୟ ଗୁରୁତ୍ବପୂର୍ଣ୍ଣ କାରଣ ଆଜି ସମ୍ବିଧାନ ‘ଜନ ଗଣ ମନ’କୁ ଜାତୀୟ ସଂଗୀତ ଓ ‘ବନ୍ଦେ ମାତରମ୍’କୁ ଜାତୀୟ ଗୀତ ମାନ୍ୟତା ପ୍ରଦାନ କରିଥିଲା। ଆଜିର ଦିନରେ ପ୍ରାୟ ୬୧ ହଜାର ଯୁବକଯୁବତୀ ସରକାରୀ ସେବା ପାଇଁ ନିଯୁକ୍ତିପତ୍ର ଗ୍ରହଣ ସହ ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରୁଛନ୍ତି। ଶ୍ରୀ ମୋଦୀ ଏସବୁ ନିଯୁକ୍ତି ପତ୍ରକୁ ରାଷ୍ଟ୍ରନିର୍ମାଣ ଲାଗି ଏକ ଆମନ୍ତ୍ରଣ ଓ ବିକଶିତ ଭାରତ ନିର୍ମାଣ ଲାଗି ଏକ ଶପଥପତ୍ର ଭାବେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ଏମାନଙ୍କ ମଧ୍ୟରୁ କିଛି ଜାତୀୟ ସୁରକ୍ଷାକୁ ସୁଦୃଢ କରିବେ, ଶିକ୍ଷା ଓ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସଶକ୍ତ କରିବେ, ଆର୍ଥିକ ସେବାକୁ ସଦୃଢ କରିବେ ଏବଂ ଶକ୍ତି ନିରାପତ୍ତା ସୁନିଶ୍ଚିତ କରି ରାଷ୍ଟ୍ରାୟତ୍ତ ଉଦ୍ୟୋଗଙ୍କ ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ସମସ୍ତ ଯୁବଜନତାଙ୍କୁ ସେ ନିଜର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।

ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ କର୍ତ୍ତବ୍ୟ ଭବନର ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 06th, 07:00 pm

କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ସହଯୋଗୀଗଣ, ଉପସ୍ଥିତ ମାନ୍ୟବର ସାଂସଦଗଣ, ସରକାରଙ୍କ ସମସ୍ତ କର୍ମଚାରୀଗଣ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ମହିଳା ଓ ଭଦ୍ରବ୍ୟକ୍ତିଗଣ!

ନୂଆଦିଲ୍ଲୀର କର୍ତ୍ତବ୍ୟ ପଥଠାରେ କର୍ତ୍ତବ୍ୟ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

August 06th, 06:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥଠାରେ କର୍ତ୍ତବ୍ୟ ଭବନ-୩ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ଅଗଷ୍ଟ ମାସ ହେଉଛି ବିପ୍ଳବର ମାସ। ଅଗଷ୍ଟ ୧୫ ତାରିଖ ପୂର୍ବରୁ ଆଉ ଏକ ଐତିହାସିକ ମାଇଲଖୁଣ୍ଟ ଆସିଛି। ଭାରତ ଏକ ଆଧୁନିକ ଭାରତ ଗଠନ ସହିତ ଜଡିତ ଅନେକ ପ୍ରମୁଖ ସଫଳତାକୁ ଦେଖୁଛି। ନୂଆଦିଲ୍ଲୀ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ ନିକଟରେ ହୋଇଥିବା ଭିତ୍ତିଭୂମି ସମ୍ବନ୍ଧୀୟ ସ୍ଥାନଗୁଡ଼ିକର ତାଲିକା ଦେଇଥିଲେ। କର୍ତ୍ତବ୍ୟ ପଥ, ନୂତନ ସଂସଦ ଭବନ, ନୂତନ ପ୍ରତିରକ୍ଷା କାର୍ଯ୍ୟାଳୟ କମ୍ପ୍ଲେକ୍ସ, ଭାରତ ମଣ୍ଡପମ୍, ଯଶୋଭୂମି, ସହିଦମାନଙ୍କ ପାଇଁ ଉତ୍ସର୍ଗୀକୃତ ଜାତୀୟ ଯୁଦ୍ଧ ସ୍ମାରକୀ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଏବଂ ବର୍ତ୍ତମାନର କର୍ତ୍ତବ୍ୟ ଭବନ ବିଷୟରେ ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଏଗୁଡ଼ିକ କେବଳ ନୂତନ କୋଠା କିମ୍ବା ନିୟମିତ ଭିତ୍ତିଭୂମି ନୁହେଁ । ଅମୃତ କାଳରେ, ଏକ ବିକଶିତ ଭାରତକୁ ଗଢ଼ି ତୋଳିବା ପାଇଁ ନୀତିଗୁଡ଼ିକ ଏହି ଢାଞ୍ଚାଗୁଡ଼ିକରେ ପ୍ରସ୍ତୁତ କରାଯିବ ଏବଂ ଆଗାମୀ ଦଶନ୍ଧିରେ ଦେଶର ଗତିପଥ ଏହି ଅନୁଷ୍ଠାନଗୁଡ଼ିକରୁ ସ୍ଥିର କରାଯିବ। ସେ କର୍ତ୍ତବ୍ୟ ଭବନର ଉଦ୍‌ଘାଟନରେ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହାର ନିର୍ମାଣରେ ସମ୍ପୃକ୍ତ ଥିବା ଇଞ୍ଜିନିୟର ଏବଂ ଶ୍ରମଜୀବୀମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

ଭିଡିଓ କନଫରେନ୍ସିଂ ଜରିଆରେ ରୋଜଗାର ମେଳା ଅଧୀନରେ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 23rd, 11:00 am

ଗତକାଲି ବିଳମ୍ବିତ ରାତିରେ ମୁଁ କୁଏତରୁ ଫେରିଥିଲି। ସେଠାରେ ମୁଁ ଭାରତର ଯୁବକ ଏବଂ ବୃତ୍ତିଜୀବୀମାନଙ୍କୁ ଭେଟିଲି, ଅନେକ କଥା ବାର୍ତ୍ତା ହୋଇଥିଲା । ଏବେ ଏଠାକୁ ଆସିବା ପରେ ଦେଶର ଯୁବପିଢ଼ିଙ୍କ ସହ ମୋର ପ୍ରଥମ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହା ଏକ ବହୁତ ଖୁସିର କଥା। ଆଜି ଦେଶର ହଜାର ହଜାର ଯୁବପିଢ଼ିଙ୍କ ପାଇଁ ଜୀବନର ଏକ ନୂଆ ଆରମ୍ଭ ହେଉଛି। ଆପଣଙ୍କର ବର୍ଷ ବର୍ଷର ସ୍ୱପ୍ନ ପୂରଣ ହୋଇଛି, ବର୍ଷ ବର୍ଷର କଠିନ ପରିଶ୍ରମ ସଫଳ ହୋଇଛି । ୨୦୨୪ର ଏହି ଅତିବାହିତ ବର୍ଷ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ସଦସ୍ୟଙ୍କୁ ନୂଆ ଖୁସି ଦେବାକୁ ଯାଉଛି । ମୁଁ ସମସ୍ତ ଯୁବକମାନଙ୍କୁ ଏବଂ ଆପଣଙ୍କ ପରିବାରକୁ ମୋର ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ରୋଜଗାର ମେଳା ଅଧୀନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥାରେ ନବନିଯୁକ୍ତ କର୍ମଚାରୀଙ୍କୁ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 23rd, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନବନିଯୁକ୍ତ ଯୁବକଯୁବତୀମାନଙ୍କୁ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ରୋଜଗାର ମେଳା ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହା ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣ ଓ ଆତ୍ମ-ସଶକ୍ତୀକରଣରେ ଯୋଗଦାନ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରି ସଶକ୍ତ କରିବ।

ଦ୍ଵିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 21st, 02:15 am

ମୋର ବନ୍ଧୁ ରାଷ୍ଟ୍ରପତି ଇରଫାନ ଅଲ୍ଲୀ ଏବଂ ପ୍ରଧାନମନ୍ତ୍ରୀ ଡ଼ିଙ୍କନ ମିଚେଲଙ୍କ ସହ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀର ଆୟୋଜନ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ମୁଁ କାରିକମ୍ ପରିବାରର ସମସ୍ତ ସଦସ୍ୟଙ୍କୁ ହୃଦୟରୁ ସ୍ୱାଗତ କରୁଛି ଏବଂ ଏହି ଶିଖର ସମ୍ମିଳନୀର ଉତ୍ତମ ଆୟୋଜନ ପାଇଁ ରାଷ୍ଟ୍ରପତି ଇରଫାନ ଅଲ୍ଲୀଙ୍କୁ ବିଶେଷ ଭାବରେ ଧନ୍ୟବାଦ ଜଣାଉଛି ।

ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ

November 21st, 02:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଗ୍ରେନାଡା ର ପ୍ରଧାନମନ୍ତ୍ରୀ, ବର୍ତ୍ତମାନର କାରିକମ୍ ଅଧ୍ୟକ୍ଷ ମହାମହିମ ଶ୍ରୀ ଡିକନ୍ ମିଚେଲ, 20 ନଭେମ୍ବର 2024 ରେ ଜର୍ଜଟାଉନରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ଏହି ଶିଖର ସମ୍ମିଳନୀର ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ଗୁୟାନା ରାଷ୍ଟ୍ରପତି ମହାମହିମ ଇରଫାନ ଅଲ୍ଲୀଙ୍କୁ ଧନ୍ୟବାଦ ଜଣାଇଥିଲେ । ୨୦୧୯ରେ ନ୍ୟୁୟର୍କରେ ପ୍ରଥମ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗୁୟାନା ରାଷ୍ଟ୍ରପତି ଏବଂ ଗ୍ରେନାଡା ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଏହି ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ -

ଅକ୍ଟୋବର ୨୯ରେ ରୋଜଗାର ମେଳା ଅଧିନରେ ସରକାରୀ ବିଭାଗ ଓ ସଂସ୍ଥାରେ ନୂଆ ନିଯୁକ୍ତି ପାଇଥିବା ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

October 28th, 01:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୯ ଅକ୍ଟୋବର ୨୦୨୪ ଦିନ ୧୦:୩୦ ସମୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ନବ ନିଯୁକ୍ତ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବେ । ଏହି ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀ ରୋଜଗାର ମେଳାକୁ ସମ୍ବୋଧିତ କରିବେ ।

'କର୍ମଯୋଗୀ ସପ୍ତାହ’ - ଜାତୀୟ ଶିକ୍ଷା ସପ୍ତାହର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

October 19th, 06:57 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଡ. ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ 'କର୍ମଯୋଗୀ ସପ୍ତାହ' - ଜାତୀୟ ଶିକ୍ଷା ସପ୍ତାହର ଶୁଭାରମ୍ଭ କରିଛନ୍ତି ।

୧୯ ଅକ୍ଟୋବରରେ ‘କର୍ମଯୋଗୀ ସପ୍ତାହ’ - ଜାତୀୟ ଶିକ୍ଷା ସପ୍ତାହର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

October 18th, 11:42 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ୧୯ ଅକ୍ଟୋବର ସକାଳ ୧୦:୩୦ ସମୟରେ ‘କର୍ମଯୋଗୀ ସପ୍ତାହ’ - ଜାତୀୟ ଶିକ୍ଷା ସପ୍ତାହର ଶୁଭାରମ୍ଭ କରିବେ ।

ରୋଜଗର ମେଳା ଅଧୀନରେ 51,000ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

November 30th, 04:30 pm

ଦେଶର ଲକ୍ଷ ଲକ୍ଷ ଯୁବକଙ୍କୁ ଭାରତ ସରକାରଙ୍କ ଚାକିରି ଯୋଗାଇବାର ଅଭିଯାନ ଜାରି ରହିଛି । ଆଜି 50 ହଜାରରୁ ଅଧିକ ଯୁବକ-ଯୁବତୀମାନଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ଦିଆଯାଇଛି । ଏହି ନିଯୁକ୍ତି ପତ୍ର ହେଉଛି ଆପଣ ମାନଙ୍କର କଠିନ ପରିଶ୍ରମ ଏବଂ ପ୍ରତିଭାର ଫଳାଫଳ। ମୁଁ ଆପଣମାନଙ୍କୁ ଏବଂ ଆପଣଙ୍କ ପରିବାରକୁ ବହୁତ- ବହୁତ ଅଭିନନ୍ଦନ ଜଣାଉଛି ।

ରୋଜଗାର ମେଳାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

November 30th, 04:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ନବନିଯୁକ୍ତ ପ୍ରାର୍ଥୀ ମାନଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଏହି ପ୍ରାର୍ଥୀମାନଙ୍କୁ ରାଜସ୍ୱ ବିଭାଗ, ଗୃହ ମନ୍ତ୍ରଣାଳୟ, ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଆର୍ଥିକ ସେବା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ସମେତ ବିଭିନ୍ନ ସରକାରୀ ମନ୍ତ୍ରଣାଳୟ/ବିଭାଗରେ ନିଯୁକ୍ତି ମିଳିଛି ।

ସରକାରୀ ବିଭାଗଗୁଡିକରେ 51000ରୁ ଅଧିକ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 28th, 11:20 am

ସ୍ୱାଧୀନତାର ଏହି ଅମୃତକାଳରେ, ଦେଶ ସ୍ୱାଧୀନତାର ଏବଂ ଦେଶର କୋଟି କୋଟି ଲୋକଙ୍କ ଅମୃତ- ରକ୍ଷକ ହେଇଥିବା ଅବସରରେ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା । ମୁଁ ଆପଣମାନଙ୍କୁ ଏଥିପାଇଁ ଅମୃତ ରକ୍ଷକ କହୁଛି କାରଣ ଆଜି ଯେଉଁ ଯୁବକମାନଙ୍କୁ ନିଯୁକ୍ତି ପତ୍ର ମିଳୁଛି, ସେମାନେ ଦେଶର ସେବା ସହିତ ଦେଶର ନାଗରିକମାନଙ୍କର, ଦେଶର ମଧ୍ୟ ରକ୍ଷା କରିବେ । ଏଥିପାଇଁ ଏକ ପକ୍ଷରେ ଆପଣମାନେ ହେଉଛନ୍ତି ଏହି ଅମୃତକାଳର ଲୋକ ଏବଂ ଅମୃତ ରକ୍ଷକ ମଧ୍ୟ ।

ରୋଜଗାର ମେଳା ଅଧୀନରେ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

August 28th, 10:43 am

ରୋଜଗାର ମେଳା ସାରା ଦେଶରେ ୪୫ଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା । ଏହି ରୋଜଗାର ମେଳା କାର୍ଯ୍ୟକ୍ରମ ମାଧ୍ୟମରେ ଗୃହ ମନ୍ତ୍ରଣାଳୟ ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍‌), ଯଥା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌), ସୀମା ସୁରକ୍ଷା ବଳ (ବିଏସଏଫ୍‌), ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି), ଆସାମ ରାଇଫଲ୍ସ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌), ଇଣ୍ଡୋ ତିବ୍ଦତ ସୀମା ପୋଲିସ (ଆଇଟିବିପି), ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଦିଲ୍ଲୀ ପୋଲିସରେ ଯବାନ ମାନଙ୍କୁ ନିଯୁକ୍ତି ଦେଇଛି । ସାରା ଦେଶରୁ ମନୋନୀତ ହୋଇଥିବା ନବ ନିଯୁକ୍ତମାନେ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି), ସବ୍‌- ଇନ୍ସପେକ୍ଟର (ଜେନେରାଲ ଡ୍ୟୁଟି) ଏବଂ ଅଣ - ଜେନେରାଲ ଡ୍ୟୁଟି କ୍ୟାଡର ପଦବୀରେ ଯୋଗ ଦେବେ ।