ଆଇବିଏସଏ ନେତୃବର୍ଗଙ୍କ ସହିତ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି
November 23rd, 12:45 pm
ଜୋହାନ୍ସବର୍ଗ” ଭଳି ଏକ ଜୀବନ୍ତ ଏବଂ ସୁନ୍ଦର ନଗରୀରେ ଆଇବିଏସଏ ନେତୃବର୍ଗଙ୍କ ସହିତ ବୈଠକରେ ଅଂଶଗ୍ରହଣ କରିବା ମୋ ପାଇଁ ଏକ ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ମୁଁ କହିବାକୁ ଚାହେଁ। ଏହି କାର୍ଯ୍ୟକ୍ରମ ନିମନ୍ତେ ମୁଁ 'ଇବସା'ର ଅଧ୍ୟକ୍ଷ, ରାଷ୍ଟ୍ରପତି ଲୁଲାଙ୍କୁ ମୋର ହୃଦୟରୁ କୃତଜ୍ଞତା ବ୍ୟକ୍ତ କରୁଛି। ଏବଂ ଶ୍ରୀ ରାମାଫୋସାଙ୍କ ଭବ୍ୟ ଆତିଥ୍ୟ ସତ୍କାର ନିମନ୍ତେ ତାଙ୍କୁ ମଧ୍ୟ ମୋର ଧନ୍ୟବାଦ ପ୍ରଦାନ କରୁଛି।ଜୋହାନ୍ସବର୍ଗରେ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା (ଆଇବିଏସ୍ଏ) ନେତାମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ
November 23rd, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା (ଆଇବିଏସ୍ଏ) ନେତାମାନଙ୍କ ବୈଠକରେ ଅଂଶଗ୍ରହଣ କରିଛନ୍ତି । ଏହି ବୈଠକ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସାଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ଏବଂ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିୟୋ ଲୁଲା ଦା ସିଲଭା ଏଥିରେ ଯୋଗ ଦେଇଥିଲେ ।ଜି-20 ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
November 21st, 06:25 pm
ପ୍ରଧାନମନ୍ତ୍ରୀ ମୋଦୀ କିଛି ସମୟ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ବିଂଶତମ ଜି-20 ନେତାଙ୍କ ଶିଖର ସମ୍ମିଳନୀରେ ଯୋଗଦେବେ । ଶିଖର ସମ୍ମିଳନୀ ଅବସରରେ ସେ ବିଶ୍ୱ ନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ଏବଂ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା (ଆଇବିଏସଏ) ନେତାଙ୍କ ବୈଠକରେ ମଧ୍ୟ ଅଂଶଗ୍ରହଣ କରିବେ।ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
November 21st, 06:45 am
ମୁଁ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ ଜୋହାନ୍ସବର୍ଗରେ ଅନୁଷ୍ଠିତ ହେବାକୁ ଥିବା ବିଂଶତମ ଜି-20 ନେତାଙ୍କ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ମହାମହିମ ଶ୍ରୀ ସିରିଲ୍ ରାମାଫୋସାଙ୍କ ନିମନ୍ତ୍ରଣ କ୍ରମେ 21-23 ନଭେମ୍ବର, 2025 ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଗସ୍ତ କରୁଛି।