ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

July 11th, 08:09 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅକ୍ଲାଣ୍ଡ୍ ସ୍ଥିତ ଗଭର୍ଣ୍ଣମେଣ୍ଟ ହାଉସଠାରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାନ୍ୟବର କ୍ରିଷ୍ଟୋଫର ଲକ୍ସନଙ୍କୁ ଭେଟିଛନ୍ତି। ଗଭର୍ଣ୍ଣମେଣ୍ଟ ହାଉସରେ ପହଞ୍ଚିବା ପରେ ତାଙ୍କୁ ସେଠାକାର ପାରମ୍ପରିକ ମାଓରି ଶୈଳୀରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି ସ୍ୱାଗତ ସମାରୋହରେ ଶାନ୍ତି, ସମ୍ମାନ ଏବଂ ସୌହାର୍ଦ୍ଦ୍ୟର ପ୍ରତୀକ ସ୍ୱରୂପ ପାରମ୍ପରିକ ମାଓରି ରୀତିନୀତି ପ୍ରଦର୍ଶିତ ହୋଇଥିଲା। ଏହି ପାରମ୍ପରିକ ସ୍ୱାଗତ ପରେ ପ୍ରଧାନମନ୍ତ୍ରୀ 'ଗାର୍ଡ ଅଫ୍ ଅନର୍' ପରିଦର୍ଶନ କରିଥିଲେ।

ଭାରତ- ନ୍ୟୁଜିଲାଣ୍ଡ ରଣନୀତିକ ସହଭାଗିତା: ୨୦୩୦ ପାଇଁ ରୋଡମ୍ୟାପ୍

July 11th, 08:06 am

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ୧୧ ଜୁଲାଇ ୨୦୨୬ରେ ନ୍ୟୁଜିଲ୍ୟାଣ୍ଡର ଅକଲାଣ୍ଡ ଠାରେ ପରସ୍ପରକୁ ଭେଟି ଉଭୟ ଦେଶ ମଧ୍ୟରେ ‘ଭାରତ-ନ୍ୟୁଜିଲ୍ୟାଣ୍ଡ ରଣନୀତିକ ସହଭାଗିତା' ପ୍ରତିଷ୍ଠା କରାଯିବା ନେଇ ଘୋଷଣା କରିଛନ୍ତି। ଆଗାମୀ ଚାରି ବର୍ଷ ମଧ୍ୟରେ ଏହି ରଣନୀତିକ ସହଭାଗିତାକୁ ଆହୁରି ମଜବୁତ କରିବା ଏବଂ ମିଳିତ କାର୍ଯ୍ୟପନ୍ଥାକୁ ଆଗକୁ ବଢ଼ାଇବା ପାଇଁ ଉଭୟ ପ୍ରଧାନମନ୍ତ୍ରୀ 'ରୋଡମ୍ୟାପ୍ ଟୁ ୨୦୩୦' କୁ ଏକ ବ୍ୟବସ୍ଥିତ ଢାଞ୍ଚା ଭାବେ ଅନୁମୋଦନ କରିଛନ୍ତି। ରଣନୈତିକ ସହଭାଗୀତାରେ ଏହି ରୋଡମ୍ୟାପର ନିମ୍ନଲିଖିତ ସ୍ତମ୍ଭଗୁଡ଼ିକରେ ଉଲ୍ଲେଖିତ କ୍ଷେତ୍ର ଏବଂ ପଦକ୍ଷେପ ଅନ୍ତର୍ଭୁକ୍ତ, କିନ୍ତୁ ଏହା ଏହି ପରିସର ମଧ୍ୟରେ ସୀମିତ ନୁହେଁ ।

ଫଳାଫଳ ତାଲିକା: ନ୍ୟୁଜିଲ୍ୟାଣ୍ଡକୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଗସ୍ତ

July 11th, 08:03 am

ଏହି ବୁଝାମଣାପତ୍ର ସମ୍ବାଦ, ସମନ୍ୱୟ, ସୂଚନା ଆଦାନପ୍ରଦାନ ଏବଂ ମିଳିତ କାର୍ଯ୍ୟକଳାପ ମାଧ୍ୟମରେ ହିନ୍ଦ-ପ୍ରଶାନ୍ତ ମହାସାଗରରେ ସାମୁଦ୍ରିକ ସହଯୋଗ ବୃଦ୍ଧି ପାଇଁ ଏକ ଢ଼ାଞ୍ଚା ପ୍ରତିଷ୍ଠା କରେ ।

ଭାରତ-ନ୍ୟୁଜିଲ୍ୟାଣ୍ଡ ମିଳିତ ବିବୃତ୍ତି

July 11th, 07:59 am

ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍‌ଙ୍କ ନିମନ୍ତ୍ରଣରେ, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୦ ଏବଂ ୧୧ ଜୁଲାଇ ୨୦୨୬ରେ ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡକୁ ସରକାରୀ ଗସ୍ତରେ ଯାଇଛନ୍ତି । ୪୦ ବର୍ଷ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନ୍ୟୁଜିଲ୍ୟାଣ୍ଡକୁ ଏହା ପ୍ରଥମ ଗସ୍ତ, ଯାହା ଏକ ଐତିହାସିକ ମାଇଲଖୁଣ୍ଟ ଏବଂ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ସ୍ଥାୟୀ ବନ୍ଧୁତା ଏବଂ ସହଭାଗୀତାର ଏକ ନୂତନ ଦିଗ ନିର୍ଦ୍ଧାରଣ କରିଛି ।

ସେଶେଲ୍ସର ନ୍ୟାସନାଲ ଆସେମ୍‍ବ୍ଲିରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

June 28th, 05:00 pm

ଏହି ଜାତୀୟ ସଭାକୁ ସମ୍ବୋଧିତ କରିବା ଏକ ବିରଳ ସୌଭାଗ୍ୟ। ଏହି ସ୍ୱତନ୍ତ୍ର ସମ୍ମାନ ପାଇଁ ଧନ୍ୟବାଦ। ଏହି ଅଷ୍ଟମ ଜାତୀୟ ସଭାର ନବନିର୍ବାଚିତ ସଦସ୍ୟମାନଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ଗରିମାମୟ ଗୃହର ପ୍ରଥମ ମହିଳା ବାଚସ୍ପତି ହୋଇଥିବାରୁ ମାନ୍ୟବର ବାଚସ୍ପତି, ମୁଁ ଆପଣଙ୍କୁ ମଧ୍ୟ ମୋର ଅଭିନନ୍ଦନ ଜଣାଉଛି।

ମରିସସ୍‌ର ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତର ଫଳାଫଳ

September 11th, 02:10 pm

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ପାଇଁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଓ ମରିସସ୍‌ର ଟର୍ସିଆରି ଶିକ୍ଷା, ବିଜ୍ଞାନ ଓ ଗବେଷଣା ମନ୍ତ୍ରାଳୟ ମଧ୍ୟରେ ବୁଝାମଣାପତ୍ର