India- Republic of Korea Joint Statement on Energy Resource Security

April 20th, 10:56 pm

India and the Republic of Korea reaffirmed their commitment to strengthen energy security cooperation by building resilient supply chains, ensuring stable access to energy resources, and promoting collaboration in clean energy and open, transparent global energy markets.

2277.397 କୋଟି ଟଙ୍କା ବ୍ୟୟବରାଦ ସହିତ ଡିଏସଆଇଆର ଯୋଜନା ‘‘କ୍ଷମତା ନିର୍ମାଣ ଏବଂ

September 24th, 05:38 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ପଞ୍ଚଦଶ ଅର୍ଥ ଆୟୋଗ 2021-22 ରୁ 2025-26 ଅବଧି ପାଇଁ 2,277,397 କୋଟି ଟଙ୍କାର ମୋଟ ବ୍ୟୟବରାଦ ସହିତ ‘‘କ୍ଷମତା ନିର୍ମାଣ ଏବଂ ମାନବ ସମ୍ବଳ ବିକାଶ’’ ଉପରେ ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ବିଭାଗ/ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ (ଡିଏସଆଇଆର/ସିଏସଆଇଆର) ଯୋଜନାକୁ ଅନୁମୋଦନ କରିଛି।

ମରିସସ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତି: ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

September 11th, 12:30 pm

ଏହା ମୋ ପାଇଁ ଗର୍ବର କଥା ଯେ, ମୁଁ ଆପଣଙ୍କୁ ମୋର ସଂସଦୀୟ କ୍ଷେତ୍ରରେ ସ୍ୱାଗତ କରିବାର ସୁଯୋଗ ପାଇଛି। କାଶୀ ଅନାଦି କାଳରୁ ଭାରତର ସଭ୍ୟତା ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ ହୋଇଆସିଛି ।

ପରବର୍ତ୍ତୀ ଦଶନ୍ଧି ପାଇଁ ଭାରତ- ଜାପାନ ମିଳିତ ପରିକଳ୍ପନା : ଏହି ସ୍ୱତନ୍ତ୍ର ରଣନୀତିକ ଏବଂ ବୈଶ୍ୱିକ ସହଭାଗିତା ବୃଦ୍ଧି ନିମନ୍ତେ ଆଠଗୋଟି ଦିଗ

August 29th, 07:11 pm

ଆଇନର ଶାସନ ଉପରେ ଆଧାରିତ ଏକ ମୁକ୍ତ, ଶାନ୍ତିପୂର୍ଣ୍ଣ ସମୃଦ୍ଧି ଏବଂ ବଳପୂର୍ବକ ଦଖଲମୁକ୍ତ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସମାନ ଦୃଷ୍ଟିକୋଣ ସହିତ ଭାରତ ଏବଂ ଜାପାନ, ପରିପୂରକ ସମ୍ବଳ ପ୍ରଦାନ, ପ୍ରଯୁକ୍ତିବିଦ୍ୟାର ଶକ୍ତି ଏବଂ ମୂଲ୍ୟ ପ୍ରତିଯୋଗିତା ସହିତ ଦୁଇ ଦେଶର ଅର୍ଥନୀତି ଏବଂ ବନ୍ଧୁତା ତଥା ପାରସ୍ପରିକ ସଦ୍ଭାବନାର ଦୀର୍ଘ ପରମ୍ପରା ସହିତ ଉଭୟ ରାଷ୍ଟ୍ର, ଆଗାମୀ ଏକ ଦଶନ୍ଧି ମଧ୍ୟରେ ନିଜ ନିଜର ରାଷ୍ଟ୍ର ଏବଂ ବିଶ୍ୱରେ ଘଟୁଥିବା ପରିବର୍ତ୍ତନ ତଥା ସୁଯୋଗମାନଙ୍କୁ ମିଳିତ ଭାବରେ ସନ୍ଧାନ କରିବା ନିମନ୍ତେ ପରସ୍ପରର ଅଭିପ୍ରାୟ ବ୍ୟକ୍ତ କରୁଛ, ଯାହା ଉଭୟ ରାଷ୍ଟ୍ରର ଘରୋଇ ଲକ୍ଷ୍ୟ ହାସଲ କରିବା ଦିଗରେ ସହାୟକ ଏବଂ ନିଜ ନିଜ ରାଷ୍ଟ୍ର ଏବଂ ପରବର୍ତ୍ତୀ ପିଢ଼ିର ଲୋକମାନଙ୍କୁ ପୂର୍ବାପେକ୍ଷା ଅଧିକ ନିକଟତର କରାଇବ ।

ଭାରତ-ଜାପାନ ଭିତରେ ମାନବ ସମ୍ବଳ ବିନିମୟ ଓ ସହଯୋଗ ନେଇ ଆକ୍ସନ ପ୍ଲାନ

August 29th, 06:54 pm

ଭାରତରୁ ଜାପାନକୁ ଦୁଇ ସୂତ୍ରୀ ଭିତିରେ ପାଂଚ ବର୍ଷ ଭିତରେ ପଚାଶ ହଜାର କୁଶଳୀ ବ୍ୟକ୍ତି ଓ ଦକ୍ଷ ପ୍ରତିଭାଙ୍କ ସମେତ ପାଂଚ ଲକ୍ଷ ବ୍ୟକ୍ତିଙ୍କ ବିନିମୟ ହେବ । ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ୨୦୨୫ ଅବସରରେ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଭୟ ଭାରତ ଓ ଜାପାନର ପ୍ରଧାନମନ୍ତ୍ରୀ ସେମାନଙ୍କ ନାଗରିକଙ୍କ ଗସ୍ତ ଓ ବିନମୟକୁ ସୁଦୃଢ କରିବେ । ନିଜ ନିଜ ମାନବ ସମ୍ବଳକୁ ନେଇ ମୂଲ୍ୟବୋଧ ସୃଷ୍ଟି କରିବା ଓ ସୁଯୋଗ ସୃଷ୍ଟି କରିବା ଲାଗି ଉଭୟ ଦେଶ ଗୁରୁତ୍ୱ ଦେବେ ।

ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ପ୍ରେସ ବିବୃତ୍ତି

August 29th, 03:59 pm

ଆଜି ଆମର ଆଲୋଚନା ଫଳପ୍ରଦ ଏବଂ ଉଦ୍ଦେଶ୍ୟମୂଳକ ଥିଲା। ଆମେ ଦୁହେଁ ଏକମତ ଯେ, ବିଶ୍ୱର ଦୁଇଟି ବୃହତ ଅର୍ଥ ବ୍ୟବସ୍ଥା ଏବଂ ସ୍ପନ୍ଦନଶୀଳ ଗଣତନ୍ତ୍ର ଭାବେ, ଆମର ସହଭାଗୀତା କେବଳ ଆମ ଦୁଇ ଦେଶ ପାଇଁ ନୁହେଁ ବରଂ ବିଶ୍ୱ ଶାନ୍ତି ଏବଂ ସ୍ଥିରତା ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।

ଷଷ୍ଠ ବିମଷ୍ଟେକ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

April 04th, 12:59 pm

ଆଜି, ଏହି ଶିଖର ସମ୍ମିଳନୀର ସଫଳତାର ସହିତ ଆୟୋଜନ ପାଇଁ ମୁଁ ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ସିନାଓ୍ୱାତ୍ରାଜୀଙ୍କୁ କୃତଜ୍ଞତା ଜଣାଉଛି।

ଥାଇଲ୍ୟାଣ୍ଡରେ ଷଷ୍ଠ ବିମଷ୍ଟେକ ଶିଖର ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

April 04th, 12:54 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲ୍ୟାଣ୍ଡ ଦ୍ୱାରା ଆୟୋଜିତ ଷଷ୍ଠ ବିମଷ୍ଟେକ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ଶିଖର ସମ୍ମିଳନୀର ବିଷୟବସ୍ତୁ ଥିଲା - ବିମଷ୍ଟେକ: ସମୃଦ୍ଧ, ଦୃଢ଼ ଏବଂ ମୁକ୍ତ । ଏହା ବିମଷ୍ଟେକ କ୍ଷେତ୍ରର ନେତାମାନଙ୍କର ପ୍ରାଥମିକତା ଏବଂ ଲୋକଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରିଥିଲା, ଏବଂ ବୈଶ୍ବିକ ଅନିଶ୍ଚିତତା ସମୟରେ ସହଭାଗୀ ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ବିମଷ୍ଟେକର ପ୍ରୟାସକୁ ମଧ୍ୟ ପ୍ରତିଫଳିତ କରିଥିଲା।

India-Mauritius Joint Vision for an Enhanced Strategic Partnership

March 12th, 02:13 pm

PM Modi, during his visit to Mauritius, held productive talks with PM Dr. Navinchandra Ramgoolam, reaffirming the deep-rooted ties between India and Mauritius, built on shared history, culture, and values. They acknowledged the growing Comprehensive Strategic Partnership across trade, infrastructure, climate, and healthcare, committed to fostering prosperity, sustainable development, and regional stability.

ନୂଆଦିଲ୍ଲୀରେ SOUL ଲିଡରସିପ୍ କନକ୍ଲେଭର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 21st, 11:30 am

ମୁଁ ଏଠାରେ ଅନେକ ମହାନ ବ୍ୟକ୍ତିତ୍ୱଙ୍କୁ ଦେଖୁଛି ଯେପରିକି ଭୁଟାନର ପ୍ରଧାନମନ୍ତ୍ରୀ ଦାସୋ ତେରିଂ ତୋବଗେ ଜୀ, ସିଓଲ ବୋର୍ଡର ଅଧ୍ୟକ୍ଷ ସୁଧୀର ମେହେଟ୍ଟା, ଉପାଧ୍ୟକ୍ଷ ହଂସମୁଖ ଅଧିଆ, ଶିଳ୍ପ ଜଗତର ମହାନ ବ୍ୟକ୍ତି ଯେଉଁମାନେ ନିଜ ନିଜ ଜୀବନରେ, ନିଜ ନିଜ କ୍ଷେତ୍ରରେ ନେତୃତ୍ୱ ପ୍ରଦାନ କରିବାରେ ସଫଳ ହୋଇଛନ୍ତି। ମୁଁ ଏଠାରେ ମୋର ଯୁବ ବନ୍ଧୁମାନଙ୍କୁ ମଧ୍ୟ ଦେଖୁଛି ଯେଉଁମାନେ ଭବିଷ୍ୟତ ପାଇଁ ଅପେକ୍ଷା କରିଛନ୍ତି।

ସ୍କୁଲ୍ ଅଫ୍‌ ଅଲ୍‌ଟିମେଟ୍‌ ଲିଡରସିପ୍ କନକ୍ଲେଭ୍ ର ପ୍ରଥମ ସଂସ୍କରଣକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

February 21st, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ସ୍କୁଲ୍ ଅଫ୍ ଅଲ୍ଟିମେଟ୍ ଲିଡରସିପ୍ କନକ୍ଲେଭ୍ ୨୦୨୫ କୁ ଉଦଘାଟନ କରିଛନ୍ତି। ସମସ୍ତ ପ୍ରତିଷ୍ଠିତ ନେତା ଓ ଭବିଷ୍ୟତର ଆଗାମୀ ଯୁବ ନେତାଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ କହିଥିଲେ ଯେ କିଛି କାର୍ଯ୍ୟକ୍ରମ ତାଙ୍କର ଅତ୍ୟନ୍ତ ପ୍ରିୟ ଏବଂ ଆଜି ସେଭଳି ଏକ କାର୍ଯ୍ୟକ୍ରମ। ରାଷ୍ଟ୍ର ନିର୍ମାଣ ପାଇଁ ଉତ୍ତମ ନାଗରିକଙ୍କ ବିକାଶ ଜରୁରୀ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଉତ୍କୃଷ୍ଟ ନେତାଙ୍କ ବିକାଶ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରତ୍ୟେକ କ୍ଷେତ୍ରରେ ଉତ୍କୃଷ୍ଟ ନେତା ସୃଷ୍ଟି କରିବା ଜରୁରୀ, ଯାହା ସମୟର ଆବଶ୍ୟକତା ବୋଲି ସେ କହିଥିଲେ। ତେଣୁ ବିକଶିତ ଭାରତର ବିକାଶ ଯାତ୍ରାରେ ସ୍କୁଲ୍ ଅଫ୍ ଅଲ୍ଟିମେଟ୍ ଲିଡରସିପ୍ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ସେ ଆଲୋକପାତ କରିଥିଲେ। ସ୍କୁଲ୍ ଅଫ୍‌ ଅଲ୍‌ଟିମେଟ୍ ଲିଡରସିପ୍ କେବଳ ସଂଗଠନ ନାମରେ ନୁହେଁ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏସଓୟୁଏଲ୍‌ ଭାରତର ସାମାଜିକ ଜୀବନର ଆତ୍ମା ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ଏକ ଅର୍ଥରେ ଏସଓୟୁଏଲ୍‌ ଆଧ୍ୟାତ୍ମିକ ଅନୁଭୂତିର ସାରକୁ ମଧ୍ୟ ସୁନ୍ଦର ଭାବରେ ଗ୍ରହଣ କରିଥାଏ । ଏସଓୟୁଏଲ୍‌ ର ସମସ୍ତ ଅଂଶୀଦାରଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ମୋଦୀ ଘୋଷଣା କରିଛନ୍ତି ଯେ ନିକଟ ଭବିଷ୍ୟତରେ ଗୁଜରାଟର ଗିଫ୍ଟ ସିଟି ନିକଟରେ ଏସଓୟୁଏଲ୍‌ ର ଏକ ନୂତନ ବିଶାଳ କ୍ୟାମ୍ପସ୍ ପ୍ରସ୍ତୁତ ହେବ।

ଗୁୟାନାରେ ଭାରତୀୟ ସମୁଦାୟଙ୍କୁ ଉଦବୋଧନ କଲେ ପ୍ରଧାନମନ୍ତ୍ରୀ

November 22nd, 03:02 am

ଆଜି ମୁଁ ଆପଣମାନଙ୍କ ସହ ଥିବାରୁ ବହୁତ ଖୁସି । ପ୍ରଥମତ ଆମ ସହ ଯୋଗ ଦେଇଥିବାରୁ ରାଷ୍ଟ୍ରପତି ଇରଫାନ ଅଲ୍ଲୀଙ୍କୁ ଧନ୍ୟବାଦ । ମୁଁ ଆସିବା ଦିନରୁ ମିଳୁଥିବା ଭଲପାଇବା ଓ ସ୍ନେହରେ ମୁଁ ଅଭିଭୂତ । ରାଷ୍ଟ୍ରପତି ଅଲ୍ଲୀ ତାଙ୍କର ଘରର ଦ୍ୱାର ମୋ ପାଇଁ ଖୋଲିଥିବାରୁ ଧନ୍ୟବାଦ । ଦୟାଳୁ ଭାବନା ଓ ଉତ୍ସାହ ପାଇଁ ତାଙ୍କ ପରିବାରଙ୍କୁ ଧନ୍ୟବାଦ । ଆତିଥେୟତାର ଆତ୍ମା ଆମ ସଂସ୍କୃତିର ହୃଦୟରେ ରହିଛି । ବିଗତ ଦୁଇ ଦିନ ଧରି ମୁଁ ତାହା ଅନୁଭବ କରିପାରୁଛି । ରାଷ୍ଟ୍ରପତି ଅଲ୍ଲୀ ଏବଂ ତାଙ୍କ ଜେଜେ ମା’ଙ୍କ ସହ ଆମେ ଏକ ବୃକ୍ଷରୋପଣ କରିଛୁ । ଏହା ‘ଏକ ପେଡ଼୍ ମା କେ ନାମ୍‌’ ତଥା ‘ମାଆଙ୍କ ନାମରେ ଗୋଟିଏ ଗଛ’ ଅଭିଯାନର ଅଂଶବିଶେଷ । ଏହା ଏକ ଆବେଗିକ ମୁହୂର୍ତ୍ତ ଥିଲା ଯାହା କି ସର୍ବଦା ମୋର ମନେ ରହିବ ।

ଗୁୟାନାରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

November 22nd, 03:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁୟାନାର ଜର୍ଜଟାଉନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଗୁୟାନାର ରାଷ୍ଟ୍ରପତି ଡ. ଇରଫାନ୍ ଅଲି, ପ୍ରଧାନମନ୍ତ୍ରୀ ମାର୍କ ଫିଲିପ୍ସ, ଉପରାଷ୍ଟ୍ରପତି ଭାରତ ଜଗଦେବ, ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ରାମୋତାରଙ୍କ ସହିତ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଆଗମନରେ ବିଶେଷ ଉତ୍ସାହ ସହ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବାରୁ ଖୁସି ବ୍ୟକ୍ତ କରିଥିଲେ । ସେ ଆହୁରି ମଧ୍ୟ ରାଷ୍ଟ୍ରପତି ଏବଂ ତାଙ୍କ ପରିବାରକୁ ସେମାନଙ୍କର ଆତିଥ୍ୟ ଏବଂ ସହୃଦୟତା ପାଇଁ ଧନ୍ୟବାଦ ଦେଇଥିଲେ । ଶ୍ରୀ ମୋଦୀ କହିଛନ୍ତି ଯେ, ଆତିଥ୍ୟର ଭାବନା ଆମ ସଂସ୍କୃତିର ଆତ୍ମାରେ ରହିଛି । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ସେ ଭାରତ ସରକାରଙ୍କର ‘ଏକ୍ ପେଡ୍ ମାଁ କେ ନାମ୍‌’ (ଗୋଟିଏ ଗଛ ମାଆଙ୍କ ନାମରେ) ଅଭିଯାନର ଅଂଶ ଭାବରେ ରାଷ୍ଟ୍ରପତି ଏବଂ ତାଙ୍କର ଜେଜେମାଆଙ୍କ ସହ ଏକ ବୃକ୍ଷ ରୋପଣ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଏକ ଭାବପ୍ରମଣ ମୁହୂର୍ତ୍ତ, ଯାହାକୁ ସେ ସବୁଦିନ ପାଇଁ ମନେ ରଖିବେ ।

'କର୍ମଯୋଗୀ ସପ୍ତାହ’ - ଜାତୀୟ ଶିକ୍ଷା ସପ୍ତାହର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

October 19th, 06:57 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଡ. ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ 'କର୍ମଯୋଗୀ ସପ୍ତାହ' - ଜାତୀୟ ଶିକ୍ଷା ସପ୍ତାହର ଶୁଭାରମ୍ଭ କରିଛନ୍ତି ।

ରାଜ୍ୟ ଗୋଷ୍ଠୀ ଆଇନ ଶିକ୍ଷା ସଂଘ- ରାଜ୍ୟ ଗୋଷ୍ଠୀ ଆଟର୍ଣ୍ଣି ଏବଂ ସଲିସିଟର ଜେନେରାଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 03rd, 11:00 am

ଏହି ସମ୍ମିଳନୀକୁ ଉଦ୍ ଘାଟନ କରି ଖୁସି ଲାଗୁଛି। ମୁଁ ଖୁସି ଯେ ସମଗ୍ର ବିଶ୍ୱର ଅଗ୍ରଣୀ ଆଇନଜୀବୀମାନେ ଏଠାରେ ଉପସ୍ଥିତ ଅଛନ୍ତି । ଏକ ଚତୁର୍ଥାଂଶ ବିଲିୟନ ଭାରତୀୟଙ୍କ ତରଫରୁ ମୁଁ ଆମର ସମସ୍ତ ଅନ୍ତର୍ଜାତୀୟ ଅତିଥିମାନଙ୍କୁ ସ୍ୱାଗତ କରୁଛି । ମୁଁ ଆପଣସମସ୍ତଙ୍କୁ ଅନୁରୋଧ କରୁଛି ଯେ ଅତୁଳନୀୟ ଭାରତକୁ ସମ୍ପୂର୍ଣ୍ଣ ଭାବରେ ଅନୁଭବ କରିବାକୁ ନିବେଦନ କରିବି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସିଏଲଇଏ ରାଜ୍ୟଗୋଷ୍ଠୀ ଅଧିବକ୍ତା ଓ ମହାଅଧିବକ୍ତା ସମ୍ମିଳନୀ ୨୦୨୪ ଉଦଘାଟିତ

February 03rd, 10:34 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୩-୦୨-୨୦୨୪) ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ରାଜ୍ୟଗୋଷ୍ଠୀ ଶିକ୍ଷା ସଂଘ (ସିଏଲଇଏ) ରାଜ୍ୟଗୋଷ୍ଠୀ ଅଧିବକ୍ତା ଓ ମହାଅଧିବକ୍ତା ସମ୍ମିଳନୀ (ଏଏସଜିସି) ୨୦୨୪କୁ ଉଦଘାଟନ କରିଛନ୍ତି । ସମ୍ମିଳନୀର ବିଷୟବସ୍ତୁ ହେଉଛି “ନ୍ୟାୟ ପ୍ରଦାନରେ ସୀମା ପାର ଆହ୍ୱାନ” । ସମ୍ମିଳନୀ କାଳରେ ବିଚାର ବ୍ୟବସ୍ଥାନ୍ତର ପରିପ୍ରେକ୍ଷୀରେ ଆଇନ ଓ ନ୍ୟାୟ, ଆଇନ ବ୍ୟବସ୍ଥା, ନୈତିକତାର ଗୁରୁତ୍ୱ, କାର୍ଯ୍ୟନିର୍ବାହୀର ଉତ୍ତର ଦାୟିତ୍ୱ, ଆଧୁନିକ ଆଇନ ଶିକ୍ଷା ଇତ୍ୟାଦି ନେଇ ବିଚାରବିମର୍ଶ ହେବ ।

ଏନପିଡିଆରଆର ର ତୃତୀୟ ବୈଠକ ଏବଂ ଶୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-2023 ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 10th, 09:43 pm

ସର୍ବ ପ୍ରଥମେ ମୁଁ ବିପର୍ଯ୍ୟୟ ହ୍ରାସ ଏବଂ ବିପର୍ଯ୍ୟୟ ପରିଚାଳନା ସହିତ ଜଡିତ ସମସ୍ତ ସାଥୀମାନଙ୍କୁ ଶୁଭେଚ୍ଛା ଜଣାଉଛି । କାରଣ କାର୍ଯ୍ୟ ହେଉଛି ଏଭଳି ଯେ, ଆପଣ ଅନେକ ଥର ନିଜ ଜୀବନକୁ ବିପଦରେ ପକାଇ ମଧ୍ୟ ଅନ୍ୟମାନଙ୍କର ଜୀବନ ବଂଚାଇବା ପାଇଁ ବହୁତ ଭଲ କାର୍ଯ୍ୟ କରିଥାନ୍ତି । ନିକଟରେ ତୁର୍କୀ ଏବଂ ସିରିଆରେ ଭାରତୀୟ ଦଳର ପ୍ରୟାସକୁ ସମଗ୍ର ବିଶ୍ୱ ପ୍ରଶଂସା କରିଛି ଆଉ ଏହି କଥା ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବର ବିଷୟ । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସହିତ ଜଡିତ ମାନବ ସମ୍ବଳ ଏବଂ ବୈଷୟିକ ଦକ୍ଷତାକୁ ଭାରତ ଯେଭଳି ଭାବେ ବୃଦ୍ଧି କରିଛି, ତାହାଦ୍ୱାରା ଦେଶରେ ମଧ୍ୟ ଭିନ୍ନ- ଭିନ୍ନ ବିପର୍ଯ୍ୟୟ ସମୟରେ ଅନେକ ଗୁଡିଏ ଲୋକଙ୍କର ଜୀବନ ବଂଚାଇବାରେ ସହାୟତା ମିଳିଛି । ବିପର୍ଯ୍ୟୟ ପରିଚାଳନା ସହିତ ଜଡିତ ବ୍ୟବସ୍ଥା ସଶକ୍ତ ହେଉ, ଏଥିପାଇଁ ପ୍ରୋତ୍ସାହନ ମିଳୁ, ଏବଂ ସାରା ଦେଶରେ ଏକ ସୁସ୍ଥ ପ୍ରତିଯୋଗିତାର ବାତାବରଣ ସୃଷ୍ଟି ହେଉ, ଏହି କାର୍ଯ୍ୟ ଲାଗି ଏବଂ ଏଥିପାଇଁ ଏକ ସ୍ୱତନ୍ତ୍ର ପୁରସ୍କାରର ମଧ୍ୟ ଘୋଷଣା କରାଯାଇଛି । ଆଜି ଏଠାରେ ଦୁଇଟି ସଂସ୍ଥାନକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ଦିଆଯାଇଛି । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(Odisha State Disaster Management Authority), ବାତ୍ୟାଠାରୁ ନେଇ ସୁନାମୀ ପର୍ଯ୍ୟନ୍ତ, ବିଭିନ୍ନ ବିପର୍ଯ୍ୟୟ ସମୟରେ ବହୁତ ଭଲ କାର୍ଯ୍ୟ କରୁଛି । ସେହିଭଳି ମିଜୋରମର ଲୁଙ୍ଗଲେଇ ଅଗ୍ନିଶମ କେନ୍ଦ୍ର ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବାରେ କଠିନ ପରିଶ୍ରମ କରିଛି, ସମଗ୍ର ଅଂଚଳକୁ ବଂଚାଇଲା ଏବଂ ନିଆଁ ବ୍ୟାପିବାକୁ ରୋକିଲା । ମୁଁ ଏହି ସଂସ୍ଥାନରେ କାର୍ଯ୍ୟ କରୁଥିବା ସମସ୍ତ ସାଥୀମାନଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ଜାତୀୟ ବିପର୍ଯ୍ୟୟ ଭୟ ହ୍ରାସ ମଞ୍ଚର ତୃତୀୟ ଅଧିବେଶନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

March 10th, 04:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ବିପର୍ଯ୍ୟୟ ହ୍ରାସ ମଂଚ (ନ୍ୟାସନାଲ ପ୍ଲାଟଫର୍ମପର ଡିଜାଷ୍ଟର ରିକ୍ସ ରିଡକ୍ସନ ବା ଏନ୍‌ଡିପିଆର୍‌ଆର)ର ତୃତୀୟ ଅଧିବେଶନକୁ ଉଦ୍‌ଘାଟନ କରିଛନ୍ତି । ଏହି ମଂଚରେ ତୃତୀୟ ଅଧିବେଶନର ମୁଖ୍ୟ ବିଷୟବସ୍ତୁ ଥିଲା “ଜଳବାୟୁ ପରିବର୍ତ୍ତନରେ ସ୍ଥାନୀୟ ମୁକାବିଲା ପ୍ରସ୍ତୁତି ।”

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ଉତର

February 09th, 02:15 pm

ରାଷ୍ଟ୍ରପତି ମହାଶୟାଙ୍କର ଅଭିଭାଷଣ ସଂକ୍ରାନ୍ତ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଯେଉଁ ଚର୍ଚ୍ଚା ଚାଲୁ ରହିଛି । ସେହି ଚର୍ଚ୍ଚାରେ ସାମିଲ ହୋଇ ମୁଁ ଆଦରଣୀୟ ରାଷ୍ଟ୍ରପତି ମହାଶୟାଙ୍କୁ ଆଦରପୂର୍ବକ ଧନ୍ୟବାଦ ଜଣାଉଛି । ଆଦରଣୀୟ ରାଷ୍ଟ୍ରପତି ମହାଶୟାଙ୍କୁ ଅଭିନନ୍ଦନ ଜଣାଉଛି । ଆଦରଣୀୟ ସଭାପତି ମହାଶୟ, ଦୁଇଟି ଯାକ ସଦନକୁ ସମ୍ବୋଧନ କରି ସେ ବିକଶିତ ଭାରତର ଏକ ସ୍ୱତନ୍ତ୍ର ଏବଂ ବିକଶିତ ଭାରତର ସଂକଳ୍ପ ପାଇଁ ଏକ ରୋଡ଼ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି ।

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ

February 09th, 02:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ବିକଶିତ ଭାରତ” ର ଦର୍ଶନ ଉପସ୍ଥାପନ କରି ଉଭୟ ଗୃହକୁ ମାର୍ଗଦର୍ଶନ କରିଥିବାରୁ ରାଷ୍ଟ୍ରପତି ଜୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହାର ଉତ୍ତର ପ୍ରଦାନ ଆରମ୍ଭ କରିଥିଲେ ।