୨୮ ଫେବୃଆରୀରେ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
February 27th, 03:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ଫେବୃଆରୀ ୨୦୨୬ରେ ରାଜସ୍ଥାନର ଆଜମେର ଗସ୍ତ କରିବେ । ଦିନ ପ୍ରାୟ ୧୧:୩୦ ସମୟରେ ପ୍ରଧାନମନ୍ତ୍ରୀ ୧୬,୬୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ, ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ । ଏହି ଅବସରରେ ସେ ଏକ ସାଧାରଣ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । ଏହି ପ୍ରକଳ୍ପଗୁଡିକ ସହରାଞ୍ଚଳ ବିକାଶ, ପାନୀୟ ଜଳ ଯୋଗାଣ, ସଡକ, ଜଳସେଚନ, ଶକ୍ତି, ଶିଳ୍ପ ଭିତ୍ତିଭୂମି ସମେତ ପ୍ରମୁଖ କ୍ଷେତ୍ରଗୁଡିକୁ ବ୍ୟାପିଛି ।