India must not only fulfill its own needs but also emerge as a global food supplier: PM Modi
May 29th, 06:45 pm
The Prime Minister Shri Narendra Modi addressed the Viksit Krishi Sankalp Abhiyan via video conferencing today. Delivering his remarks on the occasion, he remarked that the launch of the Viksit Krishi Sankalp Abhiyan as a significant initiative for farmers and an unique effort to support agricultural development.ବିକଶିତ କୃଷି ସଂକଳ୍ପ ଅଭିଯାନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 29th, 06:44 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବିକଶିତ କୃଷି ସଂକଳ୍ପ ଅଭିଯାନକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ନିଜର ବକ୍ତବ୍ୟ ପ୍ରଦାନ କରି ସେ କହିଥିଲେ ଯେ କୃଷକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ କୃଷି ବିକାଶକୁ ସହାୟତା କରିବା ଲାଗି ଏକ ଅନନ୍ୟ ପ୍ରୟାସ ଭାବେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ମୌସୁମୀ ଋତୁ ପାଖେଇ ଆସୁଥିବା ବେଳେ ଏବଂ ଖରିଫ ଋତୁ ପାଇଁ ପ୍ରସ୍ତୁତି ଆରମ୍ଭ ହେବା ସହିତ ଆଗାମୀ ୧୨ ରୁ ୧୫ ଦିନ ମଧ୍ୟରେ ବୈଜ୍ଞାନିକ, ବିଶେଷଜ୍ଞ, ଅଧିକାରୀ ଏବଂ ପ୍ରଗତିଶୀଳ କୃଷକମାନଙ୍କୁ ନେଇ ଗଠିତ ୨୦୦୦ ଦଳ ୭୦୦ ରୁ ଅଧିକ ଜିଲ୍ଲାରେ ଯାତ୍ରା କରିବେ ଏବଂ ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ କୃଷକଙ୍କ ନିକଟରେ ପହଞ୍ଚିବେ। ଭାରତର କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେମାନଙ୍କର ଉତ୍ସର୍ଗୀକୃତତାକୁ ସ୍ୱୀକାର କରି ସେହି ସମସ୍ତ କୃଷକ ଏବଂ ଏହି ଦଳର ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
May 25th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ସାରା ଦେଶ ଆତଙ୍କବାଦ ବିରୁଦ୍ଧରେ ଏକଜୁଟ, ଆକ୍ରୋଶରେ ପୂର୍ଣ୍ଣ ଏବଂ ସଂକଳ୍ପବଦ୍ଧ । ଆଜି ପ୍ରତ୍ୟେକ ଭାରତୀୟର ସଂକଳ୍ପ ହେଉଛି, ଆମକୁ ଆତଙ୍କବାଦର ଅନ୍ତ ଘଟାଇବାକୁ ପଡ଼ିବ । ବନ୍ଧୁଗଣ, ଅପରେଶନ୍ ସିନ୍ଦୂର ସମୟରେ ଆମ ସେନାବାହିନୀ ଯେଉଁ ବୀରତ୍ୱ ପ୍ରଦର୍ଶନ କରିଛନ୍ତି, ତାହା ପ୍ରତ୍ୟେକ ଭାରତୀୟକୁ ଗର୍ବିତ କରିଛି । ଯେଉଁ ସଠିକତା ସହିତ ଆମ ସେନାବାହିନୀ ସୀମା ଆରପାରିରେ ରହିଥିବା ଆତଙ୍କବାଦୀ ଆଡ୍ଡାସ୍ଥଳୀଗୁଡ଼ିକୁ ଧ୍ୱଂସ କଲେ ତାହା ବେଶ୍ ଚମତ୍କାର । ଅପରେଶନ୍ ସିନ୍ଦୂର ସାରା ବିଶ୍ୱରେ ଆତଙ୍କ ବିରୁଦ୍ଧରେ ହେଉଥିବା ସଂଗ୍ରାମକୁ ନୂତନ ବିଶ୍ୱାସ ଏବଂ ଉତ୍ସାହରେ ଭରିଦେଇଛି ।ଆମର ଯୁବକମାନେ ପ୍ରତ୍ୟେକ କ୍ଷେତ୍ରରେ ଦେଶକୁ ଗର୍ବିତ କରୁଛନ୍ତି: ମନ୍ କି ବାତ୍ ସମୟରେ ପିଏମ ମୋଦୀ
July 31st, 11:30 am
ବନ୍ଧୁଗଣ, ଜୁଲାଇ ୩୧ ତାରିଖ, ଅର୍ଥାତ୍ ଆଜିର ହିଁ ଦିନରେ ଆମେ ସମସ୍ତ ଦେଶବାସୀ ଶହୀଦ ଉଧମ୍ ସିଂହଙ୍କ ବଳିଦାନକୁ ପ୍ରଣାମ କରିଥାଉଁ । ମୁଁ ଏଭଳି ଅନ୍ୟ ସମସ୍ତ ମହାନ ବିପ୍ଳବୀମାନଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯେଉଁମାନେ ଦେଶ ପାଇଁ ନିଜର ସର୍ବସ୍ୱ ଉତ୍ସର୍ଗ କରିଦେଲେ ।