Prime Minister greets the people of Telangana on Statehood Day
June 02nd, 09:27 am
Prime Minister Shri Narendra Modi today extended his greetings to the people of Telangana on the special occasion of Telangana Statehood Day.Just as the Netherlands is known for tulips, India is known for the lotus: PM Modi in The Hague
May 16th, 01:30 pm
Addressing a massive community programme in The Hague, Netherlands, PM Modi praised the Indian diaspora for its contributions to Dutch society and for serving as a living bridge between India and the Netherlands. He highlighted the sporting linkages that contribute to close people-to-people ties between the two countries. He also called upon the diaspora to actively contribute to India's journey towards Viksit Bharat.ନେଦରଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
May 16th, 01:20 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହେଗରେ ଏକ ଭାରତୀୟ ସମ୍ପ୍ରଦାୟର ସ୍ୱାଗତ ସମାରୋହରେ ଯୋଗଦେଇଥିଲେ। ସେଠାରେ ପହଞ୍ଚିବା ପରେ, ନେଦରଲ୍ୟାଣ୍ଡରେ ବସବାସ କରୁଥିବା ଭାରତୀୟ ପ୍ରବାସୀ ଓ ଭାରତର ବନ୍ଧୁମାନଙ୍କର ଏକ ବିଶାଳ ସମାବେଶ ତାଙ୍କୁ ଭବ୍ୟ ଓ ଉତ୍ସାହପୂର୍ଣ୍ଣ ସ୍ୱାଗତ ଜଣାଇଥିଲା।'ବିକଶିତ ଭାରତ'ର ସଂକଳ୍ପ ନିଶ୍ଚିତ ଭାବରେ ପୂରଣ ହେବ: ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ
December 28th, 11:30 am
ବର୍ଷର ଶେଷ ମନ କୀ ବାତ ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ 2025ରେ ଭାରତ ଜାତୀୟ ସୁରକ୍ଷା, କ୍ରୀଡା, ବିଜ୍ଞାନ ପ୍ରୟୋଗଶାଳା ଏବଂ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ନିଜର ଛାପ ସୃଷ୍ଟି କରିଥିଲା। ସେ ଆଶା ପ୍ରକାଶ କରିଥିଲେ ଯେ ଦେଶ 2026 ରେ ନୂତନ ସଂକଳ୍ପ ସହିତ ଆଗକୁ ବଢ଼ିବାକୁ ପ୍ରସ୍ତୁତ। ପ୍ରଧାନମନ୍ତ୍ରୀ ମଧ୍ୟ ଯୁବ-କୈନ୍ଦ୍ରିକ ପଦକ୍ଷେପ ଯେପରିକି ବିକଶିତ ଭାରତ ଯୁବ ନେତା ସଂଳାପ, କୁଇଜ୍ ପ୍ରତିଯୋଗିତା, ସ୍ମାର୍ଟ ଇଣ୍ଡିଆ ହାକାଥନ୍ 2025 ଏବଂ ଫିଟ୍ ଇଣ୍ଡିଆ ଆନ୍ଦୋଳନ ଉପରେ ଆଲୋକପାତ କରିଥିଲେ।ବନ୍ଦେ ମାତରମର ଦେଢ ଶହ ବର୍ଷ ପୂର୍ତି ଉପଲକ୍ଷେ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 08th, 12:30 pm
ମୁଁ ଆପଣଙ୍କୁ ଓ ଗୃହର ସବୁ ମାନନୀୟ ସଦସ୍ୟଙ୍କୁ ଏହି ଅବସରରେ ଏକ ସାମୂହିକ ଚର୍ଚ୍ଚାର ମାହୋଲ ସୃଷ୍ଟି କରିଥିବାରୁ ହୃଦୟରୁ ଧନ୍ୟବାଦ ଜଣାଉଛି । ଯେଉଁ ମନ୍ତ୍ର ଓ ଯେଉଁ ଜୟଘୋଷ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ଊର୍ଜ୍ଜା ଓ ପ୍ରେରଣା ଦେଇଥିଲା, ତ୍ୟାଗ ଓ ତପସ୍ୟାର ମାର୍ଗ ଦେଖାଇଥିଲା, ସେହି ବନ୍ଦେ ମାତରମର ପୁଣ୍ୟ ସ୍ମରଣ କରିବା, ଏହି ପବିତ୍ର ଗୃହରେ ଆମ ସମସ୍ତଙ୍କ ଲାଗି ବହୁତ ବଡ ସୌଭାଗ୍ୟ । ଆଉ ଆମ ସମସ୍ତଙ୍କ ଲାଗି ଗର୍ବର କଥା ଯେ, ବନ୍ଦେ ମାତରମର ଦେଢ ଶହ ବର୍ଷ ନିମିତ ଏହି ଐତିହାସିକ ଅବସରରେ ଆମେ ସାକ୍ଷୀ ପ୍ରସ୍ତୁତ କରୁଛୁ । ଏହା ଏପରି ଏକ କାଳଖଣ୍ଡ ଯାହା ଆମ ଇତିହାସର ଅଗଣିତ ଘଟଣାବଳୀକୁ ଆଗକୁ ନେଇ ଆସୁଛି । ଏହି ଚର୍ଚ୍ଚା ସଂସଦର ପ୍ରତିବଦ୍ଧତାକୁ ପ୍ରକଟ କରୁଛି । ଯଦି ଆମେ ମିଳିମିଶି ଏହାର ସଦୁପଯୋଗ କରନ୍ତି ତେବେ ଆସୁଥିବା ପିଢି ଲାଗି, ପ୍ରତି ପିଢି ଲାଗି ଏହା ଶିକ୍ଷାର କାରଣ ହୋଇପାରିବ ।"ବନ୍ଦେ ମାତରମ୍"ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାର ସ୍ୱତନ୍ତ୍ର ଆଲୋଚନାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
December 08th, 12:00 pm
ଶ୍ରୀ ମୋଦୀ କହିଛନ୍ତି ଯେ ଏହା ଏପରି ଏକ ସମୟ ଯେତେବେଳେ ଇତିହାସର ଅନେକ ପ୍ରେରଣାଦାୟକ ଅଧ୍ୟାୟ ପୁନର୍ବାର ଜୀବିତ ହେଉଛି। ସେ ଉଲ୍ଲେଖ କରିଥିଲେ ଯେ ଦେଶ ସମ୍ପ୍ରତି ସମ୍ବିଧାନର ୭୫ ବର୍ଷକୁ ଗର୍ବର ସହିତ ପାଳନ କରିଛି। ସେ ଉଲ୍ଲେଖ କରିଛନ୍ତି ଯେ, ଦେଶ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ମଧ୍ୟ ପାଳନ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ପ୍ରତି ଦେଶ ଗୁରୁ ତେଗ ବାହାଦୁର ଜୀଙ୍କ ୩୫୦ତମ ସହିଦ ଦିବସ ପାଳନ କରିଛି।ରାଜ୍ୟସଭା ଅଧ୍ୟକ୍ଷ ଥିରୁ ସି.ପି. ରାଧାକୃଷ୍ଣନଙ୍କ ସମ୍ବର୍ଦ୍ଧନା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 01st, 11:15 am
ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି, ଏବଂ ଆଜି ଆମ ସମସ୍ତ ତଥା ଗୃହର ସମସ୍ତ ମାନନୀୟ ସଦସ୍ୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଆପଣଙ୍କୁ ସ୍ୱାଗତ କରିବା ଏବଂ ଆପଣଙ୍କ ମାର୍ଗଦର୍ଶନରେ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଏବଂ ଗୃହ ମାଧ୍ୟମରେ ଦେଶକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ଆପଣଙ୍କ ଅମୂଲ୍ୟ ମାର୍ଗଦର୍ଶନ ଗ୍ରହଣ କରିବା। ଏହା ଆମ ସମସ୍ତଙ୍କ ପାଇଁ ଏକ ମହାନ ସୁଯୋଗ। ଗୃହ ପକ୍ଷରୁ, ମୋ ପକ୍ଷରୁ, ମୁଁ ଆପଣଙ୍କୁ ହୃଦୟର ସହିତ ଅଭିନନ୍ଦନ ଏବଂ ଶୁଭକାମନା ଜଣାଉଛି। ମୁଁ ଆପଣଙ୍କୁ ଏହା ମଧ୍ୟ ଆଶ୍ୱସ୍ତି ଦେଉଛି ଯେ, ଏହି ଗୃହରେ ବସିଥିବା ସମସ୍ତ ମାନନୀୟ ସଦସ୍ୟ, ଉଚ୍ଚ ଗୃହର ମର୍ଯ୍ୟାଦା ବଜାୟ ରଖି, ସର୍ବଦା ଆପଣଙ୍କ ମର୍ଯ୍ୟାଦା ପ୍ରତି ସଚେତନ ରହିବେ ଏବଂ ସୌଜନ୍ୟ ବଜାୟ ରଖିବେ। ମୁଁ ଆପଣଙ୍କୁ ଏହା ଆଶ୍ୱସ୍ତି ଦେଉଛି।ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ସି.ପି. ରାଧାକୃଷ୍ଣନଙ୍କ ସମ୍ବର୍ଦ୍ଧନା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ
December 01st, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାର ପ୍ରଥମ ଅଧ୍ୟକ୍ଷତା ପାଇଁ ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକୃଷ୍ଣନଙ୍କୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଦିନକୁ ରାଜ୍ୟସଭାର ସମସ୍ତ ମାନ୍ୟବର ସଦସ୍ୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରିଥିଲେ। ନୂଆ ଅଧ୍ୟକ୍ଷଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ କହିଥିଲେ, ଏହି ଗୃହ ଏବଂ ମୋ ପକ୍ଷରୁ, ମୁଁ ଆପଣଙ୍କୁ ମୋର ହୃଦୟରୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି। ମୁଁ ଆପଣଙ୍କୁ ଏହା ମଧ୍ୟ ପ୍ରତିଶ୍ରୁତି ଦେଉଛି ଯେ, ଏହି ଉଚ୍ଚ ସଦନର ସମସ୍ତ ମାନ୍ୟବର ସଦସ୍ୟ ସର୍ବଦା ଏହି ମହାନ ଅନୁଷ୍ଠାନର ମର୍ଯ୍ୟାଦାକୁ ବଜାୟ ରଖିବେ ଏବଂ ନିଜର ମର୍ଯ୍ୟାଦାକୁ ବଜାୟ ରଖିବାରେ ସର୍ବଦା ସତର୍କ ରହିବେ। ଏହା ଆପଣଙ୍କ ପ୍ରତି ମୋର ଦୃଢ଼ ପ୍ରତିଶୃତି।କୁରୁକ୍ଷେତ୍ରରେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କର ୩୫୦ ତମ ସହୀଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 25th, 04:40 pm
ହରିୟାଣା ରାଜ୍ୟପାଳ ଅସୀମ ଘୋଷ ଜୀ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ, ମନୋହର ଲାଲ ଜୀ, ରାଓ ଇନ୍ଦ୍ରଜିତ ସିଂହ ଜୀ, କ୍ରିଷନ ପାଲ ଜୀ, ହରିୟାଣା ଏସଜିପିସି ସଭାପତି ଜଗଦୀଶ ସିଂହ ଝିଣ୍ଡା ଜୀ, ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ସଜ୍ଜନମାନେ ।ହରିୟାଣାର କୁରୁକ୍ଷେତ୍ରଠାରେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ 350ତମ ସହିଦ ଦିବସ ବାର୍ଷିକୀ ସମାରୋହରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 25th, 04:38 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର କୁରୁକ୍ଷେତ୍ରରେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ 350ତମ ସହିଦ ଦିବସ ବାର୍ଷିକୀ ସମାରୋହ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଦିନ ଭାରତର ଐତିହ୍ୟରେ ଏକ ସୁନ୍ଦର ସଙ୍ଗମ। ଆଜି ସକାଳେ ସେ ରାମାୟଣର ନଗରୀ ଅଯୋଧ୍ୟାରେ ଥିଲେ ଏବଂ ଏବେ ସେ ଗୀତାର ନଗରୀ କୁରୁକ୍ଷେତ୍ରରେ ଅଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ସମସ୍ତେ ଆଜି ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ 350ତମ ସହିଦ ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ସନ୍ଥ ଏବଂ ସମ୍ମାନିତ ସଂଗତମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ଏବଂ ସମସ୍ତଙ୍କ ପ୍ରତି ନିଜର ଶ୍ରଦ୍ଧା ବ୍ୟକ୍ତ କରିଥିଲେ।୨୨ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
October 26th, 02:20 pm
ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ତାଙ୍କ ସଫଳ ଆସିଆନ ଅଧ୍ୟକ୍ଷତା ପାଇଁ ମୁଁ ସହୃଦୟତାର ସହିତ ଅଭିନନ୍ଦନ ଜଣାଉଛି। ମୁଁ ଫିଲିପାଇନ୍ସର ରାଷ୍ଟ୍ରପତି ମାର୍କୋସଙ୍କୁ ଭାରତର ଦେଶ ସଂଯୋଜକ ହିସାବରେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରିଥିବାରୁ ଧନ୍ୟବାଦ ଜଣାଉଛି। ମୁଁ ଆସିଆନ୍ର ନୂତନ ସଦସ୍ୟ ଭାବରେ ତିମୋର-ଲେଷ୍ଟେଙ୍କୁ ସ୍ୱାଗତ ଜଣାଉଛି।କୁଆଲାଲମ୍ପୁରରେ ୨୨ତମ ଆସିଆନ-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ
October 26th, 02:06 pm
୨୨ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ୨୬ ଅକ୍ଟୋବର ୨୦୨୫ରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ମାଧ୍ୟମରେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଏବଂ ଆସିଆନ ନେତାମାନେ ମିଳିତ ଭାବେ ଆସିଆନ-ଭାରତ ସମ୍ପର୍କରେ ହେଉଥିବା ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ବ୍ୟାପକ ରଣନୈତିକ ସହଭାଗୀତାକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଏହା ଥିଲା ଭାରତ-ଆସିଆନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କର ଦ୍ୱାଦଶ ଅଂଶଗ୍ରହଣ।ଆସାମର ଗୌହାଟୀରେ ଭାରତ ରତ୍ନ ଡ. ଭୁପେନ୍ ହଜାରିକାଙ୍କ 100ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 13th, 08:57 pm
ମୁଁ କହିବି, ଭୁପେନ୍ ଦା! ଆପଣମାନେ କହିବେ ଅମର ରହେ! ଅମର ରହେ! ଭୁପେନ୍ ଦା, ଅମର ରହେ! ଅମର ରହେ! ଭୁପେନ୍ ଦା, ଅମର ରହେ! ଅମର ରହେ! ଭୁପେନ୍ ଦା, ଅମର ରହେ! ଅମର ରହେ! ଆସାମର ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଜୀ, ଆସାମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଜୀ, ଅରୁଣାଚଳ ପ୍ରଦେଶର ଯୁବ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ସର୍ବାନନ୍ଦ ସୋନୋୱାଲ ଜୀ, ମଞ୍ଚ ଉପରେ ଉପସ୍ଥିତ ଭୁପେନ ହଜାରିକା ଜୀଙ୍କ ଭାଇ ଶ୍ରୀ ସମର ହଜାରିକା ଜୀ, ଭୂପେନ ହଜାରିକା ଜୀଙ୍କ ଭଉଣୀ ଶ୍ରୀମତୀ କବିତା ବରୁଆ ଜୀ, ଭୁପେନ୍ ଦାଙ୍କ ପୁଅ ଶ୍ରୀ ତେଜ ହଜାରିକା ଜୀ, ମୁଁ ତେଜଙ୍କୁ କହିବି, କେମିତି ଅଛନ୍ତି ! ଉପସ୍ଥିତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଏବଂ ଆସାମର ମୋର ଭାଇ ଓ ଭଉଣୀମାନେ!ଭୂପେନ ହାଜାରିକାଙ୍କ ୧୦୦ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
September 13th, 05:15 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୌହାଟୀରେ ଭାରତ ରତ୍ନ ଡ. ଭୂପେନ ହଜାରିକାଙ୍କ ୧୦୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆୟୋଜିତ ସମାରୋହକୁ ସମ୍ବୋଧିତ କରିଥିଲେ। ସମାବେଶରେ ସେ କହିଥିଲେ ଯେ, ଏହି ଦିନ ଏକ ଉଲ୍ଲେଖନୀୟ ମୁହୂର୍ତ୍ତ ଏବଂ ପ୍ରଦର୍ଶନରେ ଦେଖାଯାଇଥିବା ଉତ୍ସାହ ଏବଂ ସମନ୍ୱୟ ପ୍ରକୃତରେ ହୃଦୟସ୍ପର୍ଶୀ। ସେ ଭୂପେନ ଦାଙ୍କ ସଙ୍ଗୀତର ତାଳ ଉପରେ ଆଲୋକପାତ କରିଥିଲେ, ଯାହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ପ୍ରତିଧ୍ୱନିତ ହୋଇଥିଲା । ଭୂପେନ ହଜାରିକାଙ୍କ କଥା ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାଙ୍କ ଗୀତର କିଛି ଶବ୍ଦ ତାଙ୍କ ମନରେ ପ୍ରତିଧ୍ୱନିତ ହେଉଛି । ଭୂପେନଙ୍କ ସଙ୍ଗୀତର ତରଙ୍ଗ ସର୍ବତ୍ର ଅନନ୍ତକାଳ ପର୍ଯ୍ୟନ୍ତ ପ୍ରବାହିତ ହେଉ ସେ ହୃଦୟରୁ କାମନା କରିଥିଲେ । ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କଳାକାରମାନଙ୍କୁ ହୃଦୟପୂର୍ଣ୍ଣ ପ୍ରଶଂସା ଏବଂ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, ଆସାମର ଭାବାନା ଏପରି ଯେ ଏଠାରେ ପ୍ରତ୍ୟେକ କାର୍ଯ୍ୟକ୍ରମ ଏକ ନୂତନ ରେକର୍ଡ ସ୍ଥାପନ କରେ, ଆଜିର ପ୍ରଦର୍ଶନ ଅସାଧାରଣ ପ୍ରସ୍ତୁତିକୁ ପ୍ରତିଫଳିତ କରୁଛି । ସେ ସମସ୍ତ କଳାକାରମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରିଥିଲେ ।ଯୁକ୍ତରାଜ୍ୟର ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ସହ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
July 24th, 04:00 pm
ଏହି ସ୍ୱାଗତ ପାଇଁ, ଏହି ଭବ୍ୟ ସମ୍ମାନ ପାଇଁ ମୁଁ ଆପଣଙ୍କ ପ୍ରତି ହୃଦୟର ଗଭୀରତାରୁ ବହୁତ କୃତଜ୍ଞତା ପ୍ରକାଶ କରୁଛି । ଆଜି ଆମେ ଚେକର୍ସରେ ଏକ ନୂତନ ଇତିହାସ ସୃଷ୍ଟି କରିବାକୁ ଯାଉଛେ। ଉଭୟ ଭାରତ ଏବଂ ଯୁକ୍ତରାଜ୍ୟ ଏକାଠି ଏକ ନୂତନ ଇତିହାସର ମୂଳଦୁଆ ସ୍ଥାପନ କରୁଛନ୍ତି।ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
July 24th, 03:59 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନକୁ ତାଙ୍କର ସରକାରୀ ଗସ୍ତ କାଳରେ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ସମ୍ମାନନୀୟ ସାର୍ କୀର୍ ଷ୍ଟାରମରଙ୍କୁ ଭେଟିଛନ୍ତି। ବକିଂହାମଶାୟରର ଚେକର୍ସସ୍ଥିତ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଷ୍ଟାରମର ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଦୁଇ ନେତା ଦ୍ୱିପାକ୍ଷିକ ବୈଠକ କରିବା ସହିତ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା କରିଥିଲେ।ମହାକାଶ ଅନୁସନ୍ଧାନ ସମ୍ପର୍କିତ ବିଶ୍ୱ ସମ୍ମିଳନୀରେ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 07th, 12:00 pm
ଗ୍ଲୋବାଲ ସ୍ପେସ୍ ଏକ୍ସପ୍ଲୋରେସନ୍ କନଫରେନ୍ସ ୨୦୨୫ରେ ଆପଣମାନଙ୍କ ସହ ସାମିଲ ହୋଇ ବହୁତ ଖୁସି ଲାଗୁଛି । ମହାକାଶ କେବଳ ଏକ ଗନ୍ତବ୍ୟ ସ୍ଥଳ ନୁହେଁ । ଏହା କୌତୂହଳ, ସାହସ ଓ ସାମୂହିକ ପ୍ରଗତିର ଏକ ପେଣ୍ଠସ୍ଥଳ। ଭାରତର ମହାକାଶ ଯାତ୍ରା ଏହି ଭାବନାକୁ ପ୍ରତିଫଳିତ କରେ। ୧୯୬୩ ମସିହାରେ ଏକ କ୍ଷୁଦ୍ର ରକେଟ୍ ଉତକ୍ଷେପଣ ଠାରୁ ଆରମ୍ଭ କରି ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିଥିବା ପ୍ରଥମ ରାଷ୍ଟ୍ର ହେବା ପର୍ଯ୍ୟନ୍ତ ଆମର ଯାତ୍ରା ଉଲ୍ଲେଖନୀୟ ଗୁରୁତ୍ୱ ବହନ କରୁଛି। ଆମର ରକେଟ୍ ପେଲୋଡ ଠାରୁ ଅଧିକ ଓଜନ ବହନ କରିଥାଏ। ସେମାନେ ୧.୪ ବିଲିୟନ ଭାରତୀୟଙ୍କ ସ୍ୱପ୍ନକୁ ଧାରଣ କରି ଚାଲିଥାନ୍ତି। ଭାରତର ସଫଳତା ଏକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ମାଇଲଖୁଣ୍ଟ । ଏହା ବ୍ୟତୀତ, ସେମାନେ ପ୍ରମାଣ କରନ୍ତି ଯେ ମାନବ ଆତ୍ମା ମାଧ୍ୟାକର୍ଷଣକୁ ଚାଲେଞ୍ଜ କରିପାରେ । ଭାରତ ୨୦୧୪ରେ ପ୍ରଥମ ଉଦ୍ୟମରେ ମଙ୍ଗଳ ଗ୍ରହରେ ପହଞ୍ଚି ଇତିହାସ ରଚିଥିଲା। ଚନ୍ଦ୍ରଯାନ-୧ ଚନ୍ଦ୍ରରେ ଜଳ ଆବିଷ୍କାର କରିବାରେ ସାହାଯ୍ୟ କରିଥିଲା। ଚନ୍ଦ୍ରଯାନ-୨ ଆମକୁ ଚନ୍ଦ୍ରର ସର୍ବାଧିକ-ରିଜୋଲ୍ୟୁସନ୍ ଛବିଗୁଡ଼ିକ ଦେଇଛି। ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁ ବିଷୟରେ ଆମର ବୁଝାମଣା ବୃଦ୍ଧିରେ ସହାୟକ ହୋଇଥିଲା। ଆମେ ରେକର୍ଡ ସମୟ ମଧ୍ୟରେ କ୍ରାୟୋଜେନିକ ଇଞ୍ଜିନ ନିର୍ମାଣ କରିଥିଲୁ। ଆମେ ଆମର ଉତକ୍ଷେପଣ ଯାନରେ ୩୪ଟି ଦେଶ ପାଇଁ ୪୦୦ରୁ ଅଧିକ ଉପଗ୍ରହ ଉତ୍କ୍ଷେପଣ କରିଛୁ। ଚଳିତ ବର୍ଷ ଆମେ ମହାକାଶରେ ଦୁଇଟି ଉପଗ୍ରହ ଡକ୍ କରିଛୁ, ଯାହା ଏକ ବଡ଼ ପଦକ୍ଷେପ।ବିଶ୍ୱ ମହାକାଶ ଅନୁସନ୍ଧାନ ସମ୍ମିଳନୀ (ଜିଏଲଇଏକ୍ସ) ୨୦୨୫କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 07th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଶ୍ୱ ମହାକାଶ ଅନୁସନ୍ଧାନ ସମ୍ମିଳନୀ (ଜିଏଲଇଏକ୍ସ) ୨୦୨୫ କୁ ସମ୍ବୋଧିତ କରିଛନ୍ତି । ସାରା ବିଶ୍ୱରୁ ଆସିଥିବା ବିଶିଷ୍ଟ ପ୍ରତିନିଧି, ବୈଜ୍ଞାନିକ ଏବଂ ମହାକାଶଚାରୀମାନଙ୍କୁ ସ୍ୱାଗତ କରି, ସେ (ଜିଏଲଇଏକ୍ସ) ୨୦୨୫ ରେ ଭାରତର ଉଲ୍ଲେଖନୀୟ ମହାକାଶ ଯାତ୍ରା ଉପରେ ଆଲୋକପାତ କରି କହିଥିଲେ ଯେ, ମହାକାଶ କେବଳ ଏକ ଗନ୍ତବ୍ୟସ୍ଥଳ ନୁହେଁ , ବରଂ କୌତୁହଳ, ସାହସ ଏବଂ ସାମୂହିକ ପ୍ରଗତିର ଉଦଘୋଷ । ୧୯୬୩ରେ ଏକ ଛୋଟ ରକେଟ୍ ଉତକ୍ଷେପଣ କରିବା ଠାରୁ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିଥିବା ପ୍ରଥମ ରାଷ୍ଟ୍ର ହେବା ପର୍ଯ୍ୟନ୍ତ ଭାରତର ମହାକାଶ ଯାତ୍ରାର ସଫଳତାର ଭାବନାକୁ ପ୍ରତିଫଳିତ କରେ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଭାରତୀୟ ରକେଟ୍ ପେଲୋଡ୍ ଅପେକ୍ଷା ଅଧିକ ବହନ କରେ - ଏଗୁଡିକ ୧.୪ ବିଲିୟନ ଭାରତୀୟଙ୍କ ସ୍ୱପ୍ନ ବହନ କରନ୍ତି ବୋଲି ସେ କହିବା ସହିତ ଏହା କହିଛନ୍ତି ଯେ , ଭାରତର ମହାକାଶ କ୍ଷେତ୍ରର ପ୍ରଗତି ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ମାଇଲଖୁଣ୍ଟ ଏବଂ ଏହା ପ୍ରମାଣିତ ଯେ ମାନବ ଭାବନା ଗୁରୁତ୍ୱାକର୍ଷଣକୁ ଚ୍ୟାଲେଞ୍ଜ କରିପାରିବ। ସେ ୨୦୧୪ ମସିହାରେ ପ୍ରଥମ ପ୍ରୟାସରେ ମଙ୍ଗଳ ଗ୍ରହରେ ପହଞ୍ଚିବାର ଭାରତର ଐତିହାସିକ ସଫଳତାକୁ ମନେ ପକାଇଥିଲେ। ସେ ଆଲୋକପାତ କରିଥିଲେ ଯେ ଚନ୍ଦ୍ରାୟଣ - ୧ ଚନ୍ଦ୍ରରେ ଜଳ ଆବିଷ୍କାର କରିବାରେ ସାହାଯ୍ୟ କରିଥିଲା, ଚନ୍ଦ୍ରାୟଣ - ୨ ଚନ୍ଦ୍ର ପୃଷ୍ଠର ସର୍ବୋଚ୍ଚ-ରିଜୋଲ୍ୟୁସନ୍ ଚିତ୍ର ପ୍ରଦାନ କରିଥିଲା ଏବଂ ଚନ୍ଦ୍ରାୟଣ -୩ ଚନ୍ଦ୍ରର ଦକ୍ଷିଣ ମେରୁ ସମ୍ପର୍କରେ ସୂଚନାକୁ ଆହୁରି ଆଗକୁ ବଢାଇଥିଲା। ଭାରତ ରେକର୍ଡ ସମୟରେ କ୍ରାୟୋଜେନିକ୍ ଇଞ୍ଜିନ୍ ବିକଶିତ କରିଥିଲା, ଗୋଟିଏ ମିଶନରେ ୧୦୦ ଉପଗ୍ରହ ପ୍ରକ୍ଷେପଣ କରିଥିଲା ଏବଂ ଭାରତୀୟ ପ୍ରକ୍ଷେପଣ ଯାନ ବ୍ୟବହାର କରି ୩୪ଟି ରାଷ୍ଟ୍ର ପାଇଁ ୪୦୦ ରୁ ଅଧିକ ଉପଗ୍ରହ ସଫଳତାର ସହିତ ସ୍ଥାପିତ କରିଥିଲା ବୋଲି ସେ ଉଲ୍ଲେଖ କରିଥିଲେ। ଭାରତର ସଦ୍ୟତମ ସଫଳତାରେ , ଚଳିତ ବର୍ଷ ମହାକାଶରେ ଦୁଇଟି ଉପଗ୍ରହ ଡକିଂ କୁ ଗୁରୁତ୍ୱାରୋପ କରି ଏହାକୁ ମହାକାଶ ଅନୁସନ୍ଧାନରେ ଏକ ପ୍ରମୁଖ ପଦକ୍ଷେପ ବୋଲି ସେ କହିଥିଲେ।PM greets people of Bihar on Bihar Diwas
March 22nd, 09:06 am
The Prime Minister, Shri Narendra Modi greeted people of Bihar on the Bihar Diwas. Shri Modi lauded Bihar’s rich heritage, its contribution to Indian history, and the relentless spirit of its people in driving the state’s development.ମରିସସ୍ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
March 10th, 06:18 pm
ମୋର ବନ୍ଧୁ, ପ୍ରଧାନମନ୍ତ୍ରୀ ଡକ୍ଟର ନବୀନଚନ୍ଦ୍ର ରାମଗୁଲାମଙ୍କ ନିମନ୍ତ୍ରଣ କ୍ରମେ, ମୁଁ ମରିସସର ୫୭ତମ ଜାତୀୟ ଦିବସ ସମାରୋହରେ ଭାଗ ନେବା ପାଇଁ ମରିସସକୁ ଦୁଇ ଦିନିଆ ସରକାରୀ ଗସ୍ତରେ ବାହାରିଛି।