Cabinet approves revision in cost and investment in equity for HPCL Rajasthan Refinery Limited (HRRL), Pachpadra, District - Balotra, Rajasthan

April 08th, 04:21 pm

The Cabinet Committee on Economic Affairs, chaired by PM Modi has approved the revision of HPCL Rajasthan Refinery Limited project cost from Rs.43,129 Crore to Rs.79,459 Crore and additional equity investment of Rs.8,962 Crore by Hindustan Petroleum Corporation Limited (HPCL). The project will lead to energy independence and reduce import dependence of petrochemical sector.

ବିଶାଖ ବିଶୋଧନାଗାରରେ ଉନ୍ନତୀକରଣର ଶୁଭାରମ୍ଭକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

January 06th, 08:50 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶର ବିଶାଖ ବିଶୋଧନାଗାରରେ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ)ର ଅବଶିଷ୍ଟାଂଶ ଉନ୍ନତୀକରଣ ସୁବିଧା (ଆରୟୁଏଫ)ର ସଫଳ କାର୍ଯ୍ୟ ଆରମ୍ଭକୁ ପ୍ରଶଂସା କରିବା ସହିତ ଏହାକୁ ଶକ୍ତି ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ଦିଗରେ ଭାରତର ଯାତ୍ରାରେ ଏକ ନିର୍ଣ୍ଣାୟକ ଲମ୍ଫ ବୋଲି ବର୍ଣ୍ଣନା କରିଛନ୍ତି।

ମାର୍ଚ୍ଚ ୨୪ ତାରିଖରେ ବାରଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

March 22nd, 04:07 pm

ମାର୍ଚ୍ଚ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ଗସ୍ତ କରିବେ । ପୂର୍ବାହ୍ନ ୧୦.୩୦ ସମୟରେ ପ୍ରଧାନମନ୍ତ୍ରୀ ରୁଦ୍ରାକ୍ଷ ସମ୍ମିଳନୀ କେନ୍ଦ୍ରରେ ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀକୁ ସମ୍ବୋଧିତ କରିବେ । ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ପଡିଆରେ ୧୭୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଏହାକୁ ଲୋକାର୍ପଣ କରିବେ ।

ବିହାରରେ ତିନୋଟି ପ୍ରମୁଖ ପେଟ୍ରୋଲିୟମ ପ୍ରକଳ୍ପ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 13th, 12:01 pm

କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଁ ଆପଣମାନଙ୍କ ସହିତ ଏକ ଦୁଃଖଦ ଖବର ବାଣ୍ଟିବାକୁ ଚାହୁଁଛି । ବିହାରର ଜଣେ ବରିଷ୍ଠ ନେତା ଶ୍ରୀମାନ ରଘୁବଂଶ ପ୍ରସାଦ ସିଂହ ଆଉ ଆମମାନଙ୍କ ଗହଣରେ ନାହାନ୍ତି । ମୁଁ ତାଙ୍କ ଅମର ଆତ୍ମା ପ୍ରତି ନମସ୍କାର କରୁଛି । ରଘୁବଂଶ ବାବୁଙ୍କ ବିଦାୟ ସହିତ ବିହାର ଏବଂ ଦେଶର ଚଳନ୍ତି ରାଜନୀତିରେ ଏକ ଶୂନ୍ୟତା ସୃଷ୍ଟି ହୋଇଛି । ସେ ମାଟି ସହିତ ଯୋଡ଼ି ହୋଇ ରହିଥିବା ଜଣେ ବ୍ୟକ୍ତି ଥିଲେ, ରାଜନେତା ଥିଲେ । ଗରିବ ଲୋକଙ୍କ ଦୁଃଖଦୁର୍ଦ୍ଦଶାକୁ ବୁଝି ପାରୁଥିବା ଜଣେ ବ୍ୟକ୍ତିତ୍ୱ ଥିଲେ । ସମଗ୍ର ଜୀବନ ବିହାର ପାଇଁ ସଂଘର୍ଷ କରି ସେ ବିତାଇଛନ୍ତି । ସେ ଯେଉଁ ବିଚାରଧାରାରେ ଜନ୍ମଲାଭ କରିଥିଲେ ଏବଂ ବଢ଼ିଥିଲେ, ଜୀବନବ୍ୟାପୀ ସେହି ଭଳି ଜୀବନ ବଞ୍ଚିବାକୁ ପ୍ରୟାସ କରିଥିଲେ ।

ପେଟ୍ରୋଲିୟମ କ୍ଷେତ୍ରରେ ବିହାରର ତିନୋଟି ପ୍ରମୁଖ ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ

September 13th, 12:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ବିହାରର ତିନୋଟି ପ୍ରମୁଖ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଆଜି (13.09.2020) ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ହେଲା, ହଳଦିଆ – ଦୁର୍ଗାପୁର ପାଇପଲାଇନ ଅନ୍ତର୍ଗତ ଦୁର୍ଗାପୁର ବାଙ୍କା ସେକ୍ସନ ଏବଂ ଦୁଇଟି ଏଲପିଜି ବଟଲିଙ୍ଗ ପ୍ଳାଣ୍ଟ । ସେଗୁଡିକ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧିନସ୍ଥ ଭାରତୀୟ ତୈଳ ନିଗମ ଓ ଏଚପିସିଏଲରେ କମିଶନଭୁକ୍ତ ଅଛନ୍ତି ।

ଭଦୋଦରାରେ ଉନ୍ନୟନ କାର୍ଯ୍ୟସମୂହର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

October 22nd, 05:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଭଦୋଦରାଠାରେ ଏକ ସାଧାରଣ ସଭାରେ ଭଦୋଦରା ସିଟି କମାଣ୍ଡ କଣ୍ଟ୍ରୋଲ କେନ୍ଦ୍ର; ୱାଘୋଦିୟା ଆଂଚଳିକ ଜଳଯୋଗାଣ ଯୋଜନା ଏବଂ ବ୍ୟାଙ୍କ ଅଫ୍ ବରୋଦାର ନବନିର୍ମିତ ମୁଖ୍ୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଉଭୟ ଗ୍ରାମାଂଚଳ ଏବଂ ସହରାଂଚଳ)ର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଘର ଚାବି ହସ୍ତାନ୍ତର କରିଥିଲେ ।

ଆସନ୍ତାକାଲି ଗୁଜରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଘୋଘା-ଦହେଜ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନୌଚଳାଚଳ ସେବାର କରିବେ ଉଦ୍ଘାଟନ

October 21st, 06:17 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (22.10.2017) ଗୁଜରାଟ ଗସ୍ତ କରିବେ । ଗସ୍ତ କାଳରେ ଘୋଘାଠାରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଘୋଘା-ଦହେଜ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନୌଚାଳାଚଳ ସେବାର ଶୁଭାରମ୍ଭ କରିବେ । ଏହା ସୌରାଷ୍ଟ୍ର ଅଞ୍ଚଳର ଘୋଘା ଏବଂ ଦକ୍ଷିଣ ଗୁଜରାଟର ଦହେଜ ମଧ୍ୟରେ ଯାତାୟାତରେ ଯଥେଷ୍ଟ ସମୟ କମାଇବ ।