ଗୌହାଟିରେ ଏକ ପାରମ୍ପରିକ ବୋଡୋ ସାଂସ୍କୃତିକ କାର୍ଯ୍ୟକ୍ରମ ବାଗୁରୁମ୍ବା ଦୋହୋ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ।
January 17th, 06:30 pm
କଣ ଖବର ? ମାଘ ବିହୁ ଏବଂ ମାଘ ଦୋମାଶିର ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଆପଣମାନଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ ଜଣାଉଛି।ଆସାମର ଗୌହାଟୀଠାରେ ଆୟୋଜିତ ବାଗୁରୁମ୍ବା ଡାହୌ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 17th, 06:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୌହାଟିର ସରୁସଜାଇ ଷ୍ଟାଡିୟମରେ ବୋଡୋ ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟକୁ ପାଳନ କରୁଥିବା ଐତିହାସିକ ସାଂସ୍କୃତିକ କାର୍ଯ୍ୟକ୍ରମ 'ବାଗୁରୁମ୍ବା ଡାହୌ'କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସାମର ସଂସ୍କୃତି ଏବଂ ବୋଡୋ ସମ୍ପ୍ରଦାୟର ପରମ୍ପରାକୁ ନିକଟରୁ ଦେଖିବା ତାଙ୍କ ସୌଭାଗ୍ୟର ବିଷୟ। କୌଣସି ପ୍ରଧାନମନ୍ତ୍ରୀ ତାଙ୍କ ପରି ଏତେ ଥର ଆସାମ ଗସ୍ତ କରିନାହାନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ଆସାମର କଳା ଏବଂ ସଂସ୍କୃତିକୁ ଏକ ବଡ଼ ମଞ୍ଚ ପ୍ରଦାନ ଏବଂ ମହାନ ଉତ୍ସବ ମାଧ୍ୟମରେ ଦେଶ ଏବଂ ବିଶ୍ୱରେ ସ୍ୱୀକୃତି ମିଳିବା ତାଙ୍କର ନିରନ୍ତର ଇଚ୍ଛା ରହିଆସିଛି। ବୃହତ୍ ବିହୁ ଉତ୍ସବ, ଜୁମୈର ବିନୋଦିନୀ ପ୍ରକାଶନ, ଦେଢ଼ ବର୍ଷ ପୂର୍ବେ ନୂଆଦିଲ୍ଲୀରେ ଆୟୋଜିତ ମେଗା ବୋଡୋ ମହୋତ୍ସବ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦାହରଣ ଦେଇ ସେ କହିଥିଲେ ଯେ ଏ ନେଇ ନିରନ୍ତର ଉଦ୍ୟମ କରାଯାଉଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ସେ ଆସାମର କଳା ଏବଂ ସଂସ୍କୃତିର ଅନନ୍ୟ ଆନନ୍ଦ ଅନୁଭବ କରିବାର କୌଣସି ସୁଯୋଗକୁ କେବେ ହାତଛଡ଼ା କରନ୍ତି ନାହିଁ। ସେ କହିଥିଲେ ଯେ ପୁଣି ଥରେ ବାଗୁରୁମ୍ବା ମହୋତ୍ସବ ଆୟୋଜନ କରାଯାଉଛି, ଏହାକୁ ବୋଡୋ ପରିଚୟର ଏକ ଚମତ୍କାର ଉତ୍ସବ ଏବଂ ଆସାମର ଐତିହ୍ୟକୁ ଏକ ଶ୍ରଦ୍ଧାଞ୍ଜଳି ଭାବରେ ବର୍ଣ୍ଣନା କରାଯାଉଛି। ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମ ସହିତ ଜଡିତ ସମସ୍ତଙ୍କୁ, ବିଶେଷକରି କଳାକାରମାନଙ୍କୁ ତାଙ୍କର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ।ଆସାମର ନାମରୂପରେ ୟୁରିଆ ପ୍ଲାଣ୍ଟର ଭୂମି ପୂଜନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 21st, 04:25 pm
ଆସାମର ରାଜ୍ୟପାଳ ଶ୍ରୀ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା, କେନ୍ଦ୍ର ସରକାରରେ ମୋର ସାଥୀ ଏବଂ ଏଠାରେ ଉପସ୍ଥିତ ଆପଣମାନଙ୍କର ପ୍ରତିନିଧି, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଆସାମ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକବୃନ୍ଦ, ଅନ୍ୟ ମହାନୁଭବଗଣ, ଏବଂ ବିଶାଳ ସଂଖ୍ୟାରେ ଆମକୁ ଆଶୀର୍ବାଦ ଦେବା ପାଇଁ ଆସିଥିବା ମୋର ସମସ୍ତ ଭାଇ ଓ ଭଉଣୀମାନେ । ମୁଁ ସେଠାରେ ଏହାଠାରୁ ଅଧିକ ଉତ୍ସାହୀ ଲୋକମାନଙ୍କୁ ଦେଖିପାରୁଛି ।ଆସାମ ଭ୍ୟାଲି ଫର୍ଟିଲାଇଜର ଆଣ୍ଡ କେମିକାଲ କମ୍ପାନୀ ଲିମିଟେଡର ଆମୋନିଆ-ୟୁରିଆ ସାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 21st, 12:00 pm
ଶ୍ରୀ ମୋଦୀ କହିଥିଲେ ଯେ ସେ ଦେଖୁଛନ୍ତି ଯେ, ଆଗକୁ ବହୁ ସଂଖ୍ୟାରେ ଲୋକମାନେ ଏକାଠି ହୋଇ ସେମାନଙ୍କ ଭଲପାଇବାକୁ ବଢାଉଛନ୍ତି । ସେ ବିଶେଷ କରି ମାଆ ଏବଂ ଭଉଣୀମାନଙ୍କ ଉପସ୍ଥିତି ଉପରେ ଆଲୋକପାତ କରି କହିଥିଲେ ଯେ ସେମାନେ ଆଣିଥିବା ପ୍ରେମ ଏବଂ ଆଶୀର୍ବାଦ ଅସାଧାରଣ ଥିଲା। ସେ କହିଥିଲେ ଯେ ଅନେକ ଭଉଣୀ ଆସାମର ଚା' ବଗିଚାର ସୁଗନ୍ଧ ନେଇ ଆସିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସୁଗନ୍ଧ ଆସାମ ସହିତ ତାଙ୍କର ସମ୍ପର୍କରେ ଏକ ଅନନ୍ୟ ଅନୁଭବ ସୃଷ୍ଟି କରିଥାଏ। ସେ ଉପସ୍ଥିତ ସମସ୍ତଙ୍କୁ ପ୍ରଣାମ କରିଥିଲେ ଏବଂ ସେମାନଙ୍କ ସ୍ନେହ ଓ ଭଲପାଇବା ପାଇଁ କୃତଜ୍ଞତା ବ୍ୟକ୍ତ କରିଥିଲେ।ଓମାନରେ ଭାରତୀୟ ଛାତ୍ର ଏବଂ ଭାରତୀୟ ସମ୍ପ୍ରଦାୟକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
December 20th, 03:20 pm
ଆସାମର ମାଟି ସହିତ ମୋର ସଂଲଗ୍ନତା, ଏଠାକାର ଲୋକମାନଙ୍କର ସ୍ନେହ ତଥା ପ୍ରେମ ଏବଂ ବିଶେଷକରି ଆସାମ ଏବଂ ଉତ୍ତର-ପୂର୍ବର ମାଆ ଓ ଭଉଣୀମାନଙ୍କ ଭଲପାଇବା ମୋତେ ସବୁବେଳେ ପ୍ରେରିତ କରିଥାଏ ଏବଂ ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ ଆମର ସଂକଳ୍ପକୁ ଅଧିକ ଦୃଢ଼ କରିଥାଏ । ମୁଁ ଦେଖୁଛି ଯେ, ଆଜି ପୁଣି ଥରେ ଆସାମର ବିକାଶରେ ଏକ ନୂଆ ଅଧ୍ୟାୟ ଯୋଡା ହେଉଛି, ଏବଂ ଏପରି ସମୟରେ ଭାରତ ରତ୍ନ ଭୁପେନ ଦା’ଙ୍କ ପଙ୍କ୍ତି ଉପଯୁକ୍ତ ମନେ ହେଉଛି । ଲୁଇଦୋର ପାର ଜିଲିକାଇ ଟୁଲିବୋଲୋଇ, ଆମି ପ୍ରୋତିଜ୍ଞାବୋଦ୍ଧ! ଆମି ହୋନˆଲ୍ପବୋଦ୍ଧ! ଅର୍ଥାତ୍ ଲୁଇତ୍ ନଦୀର କୂଳ ଉଜ୍ଜ୍ୱଳ ହେବ, ଅନ୍ଧକାର ପ୍ରତ୍ୟେକ କାନ୍ଥ ଭାଙ୍ଗିବ ଏବଂ ଏହା ନିଶ୍ଚିତ ଭାବରେ ଘଟିବ, ଏହା ଆମର ସଂକଳ୍ପ, ଏହା ଆମର ପ୍ରତିଶୃତି ।ଆସାମର ଗୌହାଟୀରେ ଲୋକପ୍ରିୟ ଗୋପୀନାଥ ବାର୍ଦୋଲୋଇ ଅନ୍ତର୍ଜାତୀୟ ବିମାନବନ୍ଦରର ନୂତନ ଟର୍ମିନାଲ ବିଲ୍ଡିଂ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
December 20th, 03:10 pm
୨୦.୧୨.୨୨୫ : ଆସାମର ସଂଯୋଗୀକରଣ, ଆର୍ଥିକ ବିସ୍ତାର ଏବଂ ବିଶ୍ୱସ୍ତରୀୟ ସମ୍ପର୍କ କ୍ଷେତ୍ରରେ ଏକ ପରିବର୍ତ୍ତନମୂଳକ ମାଇଲଖୁଣ୍ଟ ଭାବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୌହାଟୀରେ ଲୋକପ୍ରିୟ ଗୋପୀନାଥ ବର୍ଦୋଲୋଇ ଅନ୍ତର୍ଜାତୀୟ ବିମାନବନ୍ଦରର ନୂତନ ଟର୍ମିନାଲ କୋଠା ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ ଆଜି ଆସାମ ଏବଂ ଉତ୍ତର-ପୂର୍ବାଞ୍ଚଳର ବିକାଶ ଏବଂ ପ୍ରଗତି ପର୍ବ। ସେ ଆଲୋକପାତ କରିଛନ୍ତି ଯେ, ଯେତେବେଳେ ପ୍ରଗତିର ଆଲୋକ ଲୋକଙ୍କ ପାଖରେ ପହଞ୍ଚେ, ଜୀବନର ପ୍ରତ୍ୟେକ ପଥ ନୂତନ ଉଚ୍ଚତା ଛୁଇଁବା ଆରମ୍ଭ କରେ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଆସାମ ଭୂମି ପ୍ରତି ତାଙ୍କର ଗଭୀର ଆସକ୍ତି, ଏହାର ଲୋକଙ୍କ ପ୍ରେମ ଏବଂ ସ୍ନେହ, ଏବଂ ବିଶେଷକରି ଆସାମ ଏବଂ ଉତ୍ତର-ପୂର୍ବାଞ୍ଚଳର ମା' ଓ ଭଉଣୀମାନଙ୍କ ଆତିଥ୍ୟ ଏବଂ ଆତ୍ମୀୟତା ତାଙ୍କୁ ନିରନ୍ତର ଅନୁପ୍ରାଣିତ କରେ ଏବଂ ଏହି ଅଞ୍ଚଳର ବିକାଶ ପାଇଁ ସାମୂହିକ ସଂକଳ୍ପକୁ ମଜବୁତ କରେ। ଯେ ଆଜି ପୁଣି ଥରେ ଆସାମର ବିକାଶରେ ଏକ ନୂତନ ଅଧ୍ୟାୟ ଯୋଡା ହେଉଛି। ଭାରତରତ୍ନ ଭୂପେନ ହଜାରିକାଙ୍କ ଧାଡ଼ିକୁ ଉଲ୍ଲେଖ କରି ଶ୍ରୀ ମୋଦୀ ଜୋର ଦେଇ କହିଛନ୍ତି ଯେ ଏହାର ଅର୍ଥ ହେଉଛି ମହାଶକ୍ତିଶାଳୀ ବ୍ରହ୍ମପୁତ୍ର ନଦୀର କୂଳ ଉଜ୍ଜ୍ୱଳ ହେବ, ଅନ୍ଧାରର ପ୍ରତ୍ୟେକ ପ୍ରାଚୀର ଭାଙ୍ଗିଯିବ, ଏବଂ ଏହା ନିଶ୍ଚିତ ଭାବରେ ଘଟିବ କାରଣ ଏହା ଦେଶର ସଂକଳ୍ପ ଏବଂ ଗମ୍ଭୀର ପ୍ରତିଜ୍ଞା।ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ
November 05th, 10:04 am
ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମା ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ।ଆସାମର ଗୌହାଟୀରେ ଭାରତ ରତ୍ନ ଡ. ଭୁପେନ୍ ହଜାରିକାଙ୍କ 100ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 13th, 08:57 pm
ମୁଁ କହିବି, ଭୁପେନ୍ ଦା! ଆପଣମାନେ କହିବେ ଅମର ରହେ! ଅମର ରହେ! ଭୁପେନ୍ ଦା, ଅମର ରହେ! ଅମର ରହେ! ଭୁପେନ୍ ଦା, ଅମର ରହେ! ଅମର ରହେ! ଭୁପେନ୍ ଦା, ଅମର ରହେ! ଅମର ରହେ! ଆସାମର ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଜୀ, ଆସାମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଜୀ, ଅରୁଣାଚଳ ପ୍ରଦେଶର ଯୁବ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ସର୍ବାନନ୍ଦ ସୋନୋୱାଲ ଜୀ, ମଞ୍ଚ ଉପରେ ଉପସ୍ଥିତ ଭୁପେନ ହଜାରିକା ଜୀଙ୍କ ଭାଇ ଶ୍ରୀ ସମର ହଜାରିକା ଜୀ, ଭୂପେନ ହଜାରିକା ଜୀଙ୍କ ଭଉଣୀ ଶ୍ରୀମତୀ କବିତା ବରୁଆ ଜୀ, ଭୁପେନ୍ ଦାଙ୍କ ପୁଅ ଶ୍ରୀ ତେଜ ହଜାରିକା ଜୀ, ମୁଁ ତେଜଙ୍କୁ କହିବି, କେମିତି ଅଛନ୍ତି ! ଉପସ୍ଥିତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଏବଂ ଆସାମର ମୋର ଭାଇ ଓ ଭଉଣୀମାନେ!ଭୂପେନ ହାଜାରିକାଙ୍କ ୧୦୦ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
September 13th, 05:15 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୌହାଟୀରେ ଭାରତ ରତ୍ନ ଡ. ଭୂପେନ ହଜାରିକାଙ୍କ ୧୦୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆୟୋଜିତ ସମାରୋହକୁ ସମ୍ବୋଧିତ କରିଥିଲେ। ସମାବେଶରେ ସେ କହିଥିଲେ ଯେ, ଏହି ଦିନ ଏକ ଉଲ୍ଲେଖନୀୟ ମୁହୂର୍ତ୍ତ ଏବଂ ପ୍ରଦର୍ଶନରେ ଦେଖାଯାଇଥିବା ଉତ୍ସାହ ଏବଂ ସମନ୍ୱୟ ପ୍ରକୃତରେ ହୃଦୟସ୍ପର୍ଶୀ। ସେ ଭୂପେନ ଦାଙ୍କ ସଙ୍ଗୀତର ତାଳ ଉପରେ ଆଲୋକପାତ କରିଥିଲେ, ଯାହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ପ୍ରତିଧ୍ୱନିତ ହୋଇଥିଲା । ଭୂପେନ ହଜାରିକାଙ୍କ କଥା ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାଙ୍କ ଗୀତର କିଛି ଶବ୍ଦ ତାଙ୍କ ମନରେ ପ୍ରତିଧ୍ୱନିତ ହେଉଛି । ଭୂପେନଙ୍କ ସଙ୍ଗୀତର ତରଙ୍ଗ ସର୍ବତ୍ର ଅନନ୍ତକାଳ ପର୍ଯ୍ୟନ୍ତ ପ୍ରବାହିତ ହେଉ ସେ ହୃଦୟରୁ କାମନା କରିଥିଲେ । ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କଳାକାରମାନଙ୍କୁ ହୃଦୟପୂର୍ଣ୍ଣ ପ୍ରଶଂସା ଏବଂ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, ଆସାମର ଭାବାନା ଏପରି ଯେ ଏଠାରେ ପ୍ରତ୍ୟେକ କାର୍ଯ୍ୟକ୍ରମ ଏକ ନୂତନ ରେକର୍ଡ ସ୍ଥାପନ କରେ, ଆଜିର ପ୍ରଦର୍ଶନ ଅସାଧାରଣ ପ୍ରସ୍ତୁତିକୁ ପ୍ରତିଫଳିତ କରୁଛି । ସେ ସମସ୍ତ କଳାକାରମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରିଥିଲେ ।ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ
July 28th, 12:58 pm
ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ
April 19th, 12:55 pm
ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।କେନ୍ଦ୍ର ଓ ଆସାମର ଏନ୍ଡିଏ ସରକାର ବୋଡୋ ସମ୍ପ୍ରଦାୟକୁ ସଶକ୍ତ କରିବା ଏବଂ ବୋଡୋ ଆକାଂକ୍ଷା ପୂରଣ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି ଓ ଏହି କାର୍ଯ୍ୟ ଅଧିକ ଉତ୍ସାହର ସହ ଜାରି ରହିବ : ପ୍ରଧାନମନ୍ତ୍ରୀ
February 15th, 04:08 pm
ଫେବୃଆରୀ ୧୭ରେ କୋକରାଝାରେ ଅନୁଷ୍ଠିତ ହେବାକୁ ଥିବାଐତିହାସିକ ଏକ ଦିନିଆ ସ୍ୱତନ୍ତ୍ର ବିଧାସନଭା ଅଧିବେଶନକୁପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ
February 03rd, 05:23 pm
ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ସର୍ମା ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ
December 02nd, 02:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା ଭେଟିଛନ୍ତି ।ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ
July 22nd, 03:34 pm
ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱା ଶର୍ମା ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ
December 11th, 05:22 pm
ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।ଆମେ ସମୂର୍ଣ୍ଣ ତତ୍ପରତାର ସହ କାମ ଜାରି ରଖିବୁ ଓ ଉତ୍ତର ପୂର୍ବାଞ୍ଚଳର ବିକାଶ ଆବଶ୍ୟକତା ପୂରଣ କରିବୁ: ପ୍ରଧାନମନ୍ତ୍ରୀ
March 06th, 09:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମୂର୍ଣ୍ଣ ତତ୍ପରତାର ସହ କାମ କରି ଉତ୍ତର ପୂର୍ବାଞ୍ଚଳର ବିକାଶ ଆବଶ୍ୟକତା ପୂରଣ ପାଇଁ ନିଜ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।ଆସାମର ଡିବ୍ୟାଙ୍ଗ ଚିତ୍ରଶିଳ୍ପୀ ଅଭିଜିତ ଗୋଟାନିଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ
July 22nd, 09:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମର ଦିବ୍ୟାଙ୍ଗ ଚିତ୍ରଶିଳ୍ପୀ ଅଭିଜିତ ଗୋଟାନୀଙ୍କ ସହ ଆଲୋଚନା କରିଛନ୍ତି ।ଜୁଲାଇ ୬ତାରିଖରେ ଅଗ୍ରଦୂତ ଗ୍ରୁପ୍ ଖବରକାଗଜର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
July 05th, 10:02 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୬ ଜୁଲାଇ, ୨୦୨୨ ଅପରାହ୍ନ ୪.୩୦ ରେ ଅଗ୍ରଦୂତ ଗ୍ରୁପ୍ ଖବରକାଗଜର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଆସାମର ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱଶର୍ମା ଯିଏ କି ଅଗ୍ରଦୂତ ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟିର ମୁଖ୍ୟ ସଂରକ୍ଷକ ସେ ମଧ୍ୟ ଉପସ୍ଥିତ ରହିବେ ।ରାଜ୍ୟର କିଛି ଅଞ୍ଚଳରେ ଆସିଥିବା ବନ୍ୟା ସ୍ଥିତି ସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
August 31st, 10:52 am
ରାଜ୍ୟର କିଛି ଅଞ୍ଚଳରେ ଆସିଥିବା ବନ୍ୟାର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ଆଲୋଚନା କରିଛନ୍ତି । ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ତରଫରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।