India and Indonesia are connected not only by our history but also by a shared future: PM Modi at community programme in Jakarta
July 07th, 11:47 pm
Addressing the Indian community in Jakarta, PM Modi thanked the diaspora for their warm welcome and praised their contribution to Indonesia's progress and their role as a living bridge between the two nations. He spoke about India's rapid transformation and called upon the community to contribute towards the shared aspirations of Viksit Bharat 2047 and Indonesia Emas 2045.ଜାକର୍ତ୍ତାରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
July 07th, 05:30 pm
ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଏପରି ଭବ୍ୟ ସ୍ୱାଗତ ପାଇଁ ସମ୍ପ୍ରଦାୟକୁ ଧନ୍ୟବାଦ ଜଣାଇଥିଲେ । ରାଷ୍ଟ୍ରପତି ପ୍ରବୋୱୋଙ୍କ ଉପସ୍ଥିତି ପାଇଁ କୃତଜ୍ଞତା ପ୍ରକାଶ କରି, ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ମହାନ ନେତା ଏବଂ ଭାରତର ଜଣେ ପ୍ରକୃତ ବନ୍ଧୁ ବୋଲି କହିଥିଲେ । ସେ ଇଣ୍ଡୋନେସିଆର ପ୍ରଗତି ଏବଂ ସମୃଦ୍ଧିରେ ଅବଦାନ ଏବଂ ଦୁଇ ଦେଶ ମଧ୍ୟରେ ବନ୍ଧୁତାର ଏକ ଜୀବନ୍ତ ସେତୁ ଭାବରେ କାର୍ଯ୍ୟ କରିବା ପାଇଁ ପ୍ରବାସୀ ଭାରତୀୟମାନଙ୍କର ପ୍ରଶଂସା କରିଥିଲେ । ସେ ପାରସ୍ପରିକ ବିଶ୍ୱାସ, ସମାନ ଐତିହ୍ୟ ଏବଂ ସାମୁଦ୍ରିକ ସଂଯୋଗ ଉପରେ ଆଧାରିତ ଇଣ୍ଡୋନେସିଆ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଦୁଇ ଦେଶ ମଧ୍ୟରେ ପ୍ରାଚୀନ ସଭ୍ୟତାଗତ ସଂଯୋଗ ଉପରେ ଆଲୋକପାତ କରି, ସେ କହିଥିଲେ ଯେ, ବାଲିଯାତ୍ରା, ଭେସାକ ତୀର୍ଥଯାତ୍ରା ଏବଂ ନାଳନ୍ଦା ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଆଧୁନିକ ସମୟ ଭଳି ପରମ୍ପରା ବିବିଧ ଏବଂ ସ୍ପନ୍ଦନଶୀଳ ଲୋକସମ୍ପର୍କକୁ ପୋଷଣ କରିଆସୁଛି ।ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଇଣ୍ଡୋନେସିଆ ବିନ୍ତାଙ୍ଗ ଆଦିପୂର୍ଣ୍ଣ’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
July 07th, 03:27 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଇଣ୍ଡୋନେସିଆ ବିନ୍ତାଙ୍ଗ ଆଦିପୂର୍ଣ୍ଣ’ରେ ସମ୍ମାନିତ କରାଯାଇଛି । ଇଣ୍ଡୋନେସିଆ ରାଷ୍ଟ୍ରପତି ଶ୍ରୀ ପ୍ରବୋବୋ ସୁବିଆନ୍ତୋ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କକୁ ମଜବୁତ କରିବାରେ ତାଙ୍କ ନେତୃତ୍ୱ ଏବଂ ଅସାଧାରଣ ଅବଦାନର ସ୍ୱୀକୃତି ସ୍ୱରୂପ ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ମାନ ପାଇଛନ୍ତି। ଶ୍ରୀ ମୋଦୀ ଏହି ପୁରସ୍କାରକୁ ଭାରତ ଓ ଇଣ୍ଡୋନେସିଆର ଜନସାଧାରଣ ଏବଂ ଦୁଇ ରାଷ୍ଟ୍ର ମଧ୍ୟରେ ଦୀର୍ଘସ୍ଥାୟୀ ସଭ୍ୟତାଗତ ସମ୍ପର୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।List of Highest National Honours and Global Awards Conferred on PM Narendra Modi
December 18th, 04:30 pm
Prime Minister Narendra Modi has been conferred highest civilian honours by several nations. These recognitions are a reflection of PM Modi’s leadership and vision which has strengthened India’s emergence on the global stage. It also reflects India’s growing ties with countries around the world.ମରିସସ ଜାତୀୟ ଦିବସ ସମାରୋହରେ ସେଠାକାର ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
March 12th, 03:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରିସସ୍ ସାଧାରଣତନ୍ତ୍ରର ୫୭ତମ ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି।ଗ୍ରାଣ୍ଡ କମାଣ୍ଡର୍ ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର୍ ଆଣ୍ଡ କି ଅଫ୍ ଦ ଇଣ୍ଡିଆନ ଓସନ୍ (ଜିସିଏସକେ) ପୁରସ୍କାରରେ ସମ୍ମାନିତ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
March 12th, 03:00 pm
ମରିସସର ସର୍ବୋଚ୍ଚ ଜାତୀୟ ପୁରସ୍କାର ପାଇଥିବାରୁ ମୁଁ ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରୁଛି। ଏହି ସମ୍ମାନ କେବଳ ମୋ ପାଇଁ ନୁହେଁ। ଏହା ୧୪୦ କୋଟି ଭାରତୀୟଙ୍କ ସମ୍ମାନ। ଏହା ଭାରତ ଏବଂ ମରିସସ୍ ମଧ୍ୟରେ ଶହ ଶହ ବର୍ଷ ପୁରୁଣା ସାଂସ୍କୃତିକ ଏବଂ ଐତିହାସିକ ଆତ୍ମୀୟ ବନ୍ଧନ ପ୍ରତି ଏକ ସମ୍ମାନ। ଏହା ହେଉଛି ଆଞ୍ଚଳିକ ଶାନ୍ତି, ପ୍ରଗତି, ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ବିକାଶ ପ୍ରତି ଆମର ସହଭାଗୀ ପ୍ରତିବଦ୍ଧତାର ସ୍ୱୀକୃତି। ଆଉ ଏହା ଗ୍ଲୋବାଲ ସାଉଥ୍ ର ସହଭାଗୀ ଆଶା ଓ ଆକାଂକ୍ଷାର ପ୍ରତୀକ। ମୁଁ ଏହି ପୁରସ୍କାରକୁ ସମ୍ପୂର୍ଣ୍ଣ ବିନମ୍ରତା ଏବଂ କୃତଜ୍ଞତାର ସହ ଗ୍ରହଣ କରୁଛି। ଶହ ଶହ ବର୍ଷ ପୂର୍ବେ ଭାରତରୁ ମରିସସକୁ ଆସିଥିବା ଆପଣମାନଙ୍କ ପୂର୍ବପୁରୁଷମାନଙ୍କୁ ଏବଂ ସେମାନଙ୍କ ସମସ୍ତ ପିଢ଼ିକୁ ମୁଁ ଏହାକୁ ଉତ୍ସର୍ଗ କରୁଛି। ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା, ସେମାନେ ମରିସସର ବିକାଶରେ ଏକ ସୁବର୍ଣ୍ଣ ଅଧ୍ୟାୟ ଲେଖିଥିଲେ ଏବଂ ଏହାର ଜୀବନ୍ତ ବିବିଧତାରେ ଯୋଗଦାନ କରିଥିଲେ। ମୁଁ ମଧ୍ୟ ଏହି ସମ୍ମାନକୁ ଏକ ଦାୟିତ୍ୱ ଭାବେ ଗ୍ରହଣ କରୁଛି। ଆମେ ଭାରତ-ମରିସସ୍ ରଣନୀତିକ ଭାଗିଦାରୀକୁ ଅଧିକ ଉପରକୁ ନେଇଯିବା ଲାଗି ପ୍ରୟାସ ଜାରି ରଖିବୁ, ଏଥିପାଇଁ ମୁଁ ଆମର ପ୍ରତିବଦ୍ଧତାକୁ ଦୋହରାଉଛି।Mauritius is not just a partner country; For us, Mauritius is family: PM Modi
March 12th, 06:07 am
PM Modi addressed a gathering of the Indian community and friends of India in Mauritius. In a special gesture, he handed over OCI cards to PM Ramgoolam and Mrs Veena Ramgoolam. The PM conveyed his greetings to the Mauritian people on the occasion of their National Day. The PM called Mauritius a 'Mini India' and said, Mauritius is not just a partner country. For us, Mauritius is family. He appreciated Mauritius’ partnership in the International Solar Alliance and the Global Biofuels Alliance.ମରିସସରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 11th, 07:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରିସସର ପ୍ରଧାନମନ୍ତ୍ରୀ ମହାମହିମ ନବୀନଚନ୍ଦ୍ର ରାମଗୁଲାମଙ୍କ ସହ ମରିସସରେ ଭାରତୀୟ ସମ୍ପ୍ରଦାୟ ଏବଂ ଭାରତର ବନ୍ଧୁମାନଙ୍କର ଏକ ସମାବେଶକୁ ଆଜି ତ୍ରିୟାନନ କନଭେନସନ ସେଣ୍ଟରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ବୃତ୍ତିଗତ, ସାମାଜିକ-ସାଂସ୍କୃତିକ ସଂଗଠନ ଏବଂ ବ୍ୟବସାୟୀ ନେତାଙ୍କ ସମେତ ପ୍ରବାସୀ ଭାରତୀୟମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏଥିରେ ମରିସସର ଅନେକ ମନ୍ତ୍ରୀ, ସାଂସଦ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଯୋଗ ଦେଇଥିଲେ ।ତିମୋର-ଲେଷ୍ଟେର ସର୍ବୋଚ୍ଚ ସମ୍ମାନ ଗ୍ରାଣ୍ଡ କୋଲାର ଅଫ ଦ ଅର୍ଡରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସମ୍ମାନିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଗର୍ବ ଅନୁଭବ
August 11th, 11:07 am
ତିମୋର-ଲେଷ୍ଟେର ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରାଣ୍ଡ କୋଲାର ଅଫ ଦ ଅର୍ଡରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସମ୍ମାନିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଟ୍ୱିଟ କରି ଗର୍ବ ଅନୁଭବ କରିଛନ୍ତି । ଭାରତ ଓ ତିମୋର-ଲେଷ୍ଟେ ମଧ୍ୟରେ ସମ୍ପର୍କ ଓ ପାରସ୍ପରିକ ସମ୍ମାନ କେତେ ଗଭୀର ତାହା ଏହି ପ୍ରତିଷ୍ଠିତ ସମ୍ମାନ ପ୍ରମାଣ କରୁଛି ।ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ ହୋଇଥିବାରୁ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
August 06th, 05:29 pm
ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ ‘କମ୍ପାନିଅନ ଅଫ ଦ ଅର୍ଡର ଅଫ୍ ଫିଜି’ ରେ ସମ୍ମାନିତ ହୋଇଛନ୍ତି ।୨୨ତମ ଭାରତ-ରୁଷିଆ ବାର୍ଷିକ ଶିଖର ସମ୍ମିଳନୀର ମିଳିତ ବିବୃତ୍ତି
July 09th, 09:54 pm
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 22ତମ ଭାରତ -ରୁଷିଆ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ରୁଷୀୟ ସଂଘର ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣକ୍ରମେ ଜୁଲାଇ 8-9, 2024 ରେ ରୁଷୀୟ ସଂଘକୁ ଏକ ସରକାରୀ ଗସ୍ତରେ ଯାଇଥିଲେ ।ରୁଷର ସର୍ବୋଚ୍ଚ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ
July 09th, 08:12 pm
ଭାରତ-ରୁଷ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ତାଙ୍କର ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷର ସର୍ବୋଚ୍ଚ ରାଷ୍ଟ୍ରୀୟ ପୁରସ୍କାର ‘‘ଦ ଅର୍ଡର ଅଫ୍ ସେଣ୍ଟ ଆଣ୍ଡ୍ରିୟୁ ଦ ଆପୋଷ୍ଟଲ’’ରେ ସମ୍ମାନିତ କରାଯାଇଛି । କ୍ରେମଲିନର ସେଣ୍ଟ ଆଣ୍ଡ୍ରିୟୁ ହଲରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରୁଷ ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁତିନ ଏହି ପୁରସ୍କାର ପ୍ରଦାନ କରିଥିଲେ । ୨୦୧୯ରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା।ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଲେଜିଅନ୍ ଅଫ୍ ଅନରରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ କରାଯାଇଛି
July 13th, 11:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଫ୍ରାନ୍ସର ରାଷ୍ଟ୍ରପତି ମାନ୍ୟବର ଶ୍ରୀ ଇମାନୁଏଲ୍ ମାକ୍ରୋନ୍ ଫ୍ରାନ୍ସର ସର୍ବୋଚ୍ଚ ପୁରସ୍କାର ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଲେଜିଅନ୍ ଅଫ୍ ଅନର ରେ ସମ୍ମାନିତ କରିଛନ୍ତି ।ପ୍ରଧାମନ୍ତ୍ରୀଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ କରାଯାଇଛି
December 17th, 08:42 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ଜାତୀୟ ଦିବସ ଅବସରରେ ଭୁଟାନର ରାଜା, ମହାମହିମ ଜିଗମେ ଖେସର ନାମଗେଲ ୱାଙ୍ଗଚୁକ୍ ସର୍ବୋଚ୍ଚ ନାଗରିକ ପୁରସ୍କାର ଅର୍ଡ଼ର ଅଫ୍ ଡ୍ରକ୍ ଗ୍ୟାଲପୋ ପ୍ରଦାନ କରିଛନ୍ତି । ଏହି ଉଷ୍ମ ସମ୍ବର୍ଦ୍ଧନା ପାଇଁ ଭୁଟାନର ରାଜାଙ୍କୁ ଶ୍ରୀ ମୋଦୀ କୃତଜ୍ଞତା ଜଣାଇଛନ୍ତି ।