ଜାତୀୟ ରୋପୱେ ବିକାଶ କାର୍ଯ୍ୟକ୍ରମ - ପର୍ବତମାଳା ପରିଯୋଜନା ଅଧୀନରେ ଉତ୍ତରାଖଣ୍ଡ ରାଜ୍ୟର ଗୋବିନ୍ଦଘାଟରୁ ହେମକୁଣ୍ଡ ସାହିବ ଜି ପର୍ଯ୍ୟନ୍ତ ରୋପୱେ ପ୍ରକଳ୍ପର ବିକାଶକୁ କ୍ୟାବିନେଟ ମଞ୍ଜୁରୀ

March 05th, 03:08 pm

: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଗୋବିନ୍ଦଘାଟରୁ ହେମକୁଣ୍ଡ ସାହିବ ଜି ପର୍ଯ୍ୟନ୍ତ ୧୨.୪ କିଲୋମିଟର ରୋପୱେ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁର କରିଛି । ୨,୭୩୦.୧୩ କୋଟି ଟଙ୍କାର ପୁଞ୍ଜି ବ୍ୟୟରେ ଡିଜାଇନ୍, ବିଲ୍ଡ, ଫାଇନାନ୍ସ, ଅପରେଟ ଆଣ୍ଡ ଟ୍ରାନ୍ସଫର (ଡିବିଏଫଓଟି) ମୋଡରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ।