Cabinet approves Rs 1,526.21 crore upgrade of NH-326 in Odisha
December 31st, 03:11 pm
The Union Cabinet chaired by PM Modi has approved the widening and strengthening of existing 2-Lane to 2-Lane with Paved Shoulder of NH-326 in Odisha worth Rs.1,526.21 crore. Improved road connectivity will benefit local communities, industries, educational institutions, and tourism centres, thereby contributing to the region’s inclusive growth.'ବିକଶିତ ଭାରତ'ର ସଂକଳ୍ପ ନିଶ୍ଚିତ ଭାବରେ ପୂରଣ ହେବ: ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ
December 28th, 11:30 am
ବର୍ଷର ଶେଷ ମନ କୀ ବାତ ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ 2025ରେ ଭାରତ ଜାତୀୟ ସୁରକ୍ଷା, କ୍ରୀଡା, ବିଜ୍ଞାନ ପ୍ରୟୋଗଶାଳା ଏବଂ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ନିଜର ଛାପ ସୃଷ୍ଟି କରିଥିଲା। ସେ ଆଶା ପ୍ରକାଶ କରିଥିଲେ ଯେ ଦେଶ 2026 ରେ ନୂତନ ସଂକଳ୍ପ ସହିତ ଆଗକୁ ବଢ଼ିବାକୁ ପ୍ରସ୍ତୁତ। ପ୍ରଧାନମନ୍ତ୍ରୀ ମଧ୍ୟ ଯୁବ-କୈନ୍ଦ୍ରିକ ପଦକ୍ଷେପ ଯେପରିକି ବିକଶିତ ଭାରତ ଯୁବ ନେତା ସଂଳାପ, କୁଇଜ୍ ପ୍ରତିଯୋଗିତା, ସ୍ମାର୍ଟ ଇଣ୍ଡିଆ ହାକାଥନ୍ 2025 ଏବଂ ଫିଟ୍ ଇଣ୍ଡିଆ ଆନ୍ଦୋଳନ ଉପରେ ଆଲୋକପାତ କରିଥିଲେ।Over the last 11 years, India has changed its economic DNA: PM Modi during India-Oman Business Forum
December 18th, 04:08 pm
PM Modi addressed the India–Oman Business Forum in Muscat, highlighting centuries-old maritime ties, the India–Oman CEPA as a roadmap for shared growth, and India’s strong economic momentum. He invited Omani businesses to partner in future-ready sectors such as green energy, innovation, fintech, AI and agri-tech to deepen bilateral trade and investment.PM Modi participates in India Oman Business Forum
December 18th, 11:15 am
PM Modi addressed the India–Oman Business Forum in Muscat, highlighting centuries-old maritime ties, the India–Oman CEPA as a roadmap for shared growth, and India’s strong economic momentum. He invited Omani businesses to partner in future-ready sectors such as green energy, innovation, fintech, AI and agri-tech to deepen bilateral trade and investment.ଇଥିଓପିଆ ସଂସଦର ମିଳିତ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 17th, 12:25 pm
ପ୍ରାଚୀନ ଜ୍ଞାନ ଓ ଆଧୁନିକ ଆକାଂକ୍ଷାର ସମନ୍ୱୟ ଥିବା ଏକ ଜାତିର ହୃଦୟସ୍ଥଳ ତଥା ଗଣତନ୍ତ୍ରର ଏହି ମନ୍ଦିରକୁ ଆସିଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେକରୁଛି। ଆପଣମାନଙ୍କ ସଂସଦ, ଆପଣମାନଙ୍କ ଜନତା ଏବଂ ଆପଣମାନଙ୍କ ଗଣତାନ୍ତ୍ରିକ ଯାତ୍ରା ପ୍ରତି ଗଭୀର ସମ୍ମାନର ସହିତ ମୁଁ ଏଠାକୁ ଆସିଛି।ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
December 17th, 12:12 pm
ପ୍ରଧାନମନ୍ତ୍ରୀ ଭାରତୀୟମାନଙ୍କ ପକ୍ଷରୁ ଇଥିଓପିଆ ସାଂସଦମାନଙ୍କୁ ବନ୍ଧୁତା ଏବଂ ସଦ୍ଭାବନାର ଶୁଭେଚ୍ଛା ଜଣାଇ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ, ସଂସଦକୁ ସମ୍ବୋଧିତ କରିବା ଏବଂ ଗଣତନ୍ତ୍ରର ଏହି ମନ୍ଦିର ମାଧ୍ୟମରେ, ଇଥିଓପିଆର ଭବିଷ୍ୟତ ଗଠନ କରୁଥିବା ସାଧାରଣ ଜନତା - କୃଷକ, ଉଦ୍ୟୋଗୀ, ଗର୍ବିତ ମହିଳା ଏବଂ ଯୁବକମାନଙ୍କ ସହ କଥା ହେବା ଏକ ସୌଭାଗ୍ୟର ବିଷୟ। ତାଙ୍କୁ ସର୍ବୋଚ୍ଚ ପୁରସ୍କାର - ‘ଗ୍ରେଟ୍ ଅନର ନିଶାନ ଅଫ ଇଥିଓପିଆ’ ପ୍ରଦାନ କରିବା ପାଇଁ ସେ ଇଥିଓପିଆର ଜନତା ଏବଂ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଦୁଇଦେଶର ଗୁରୁତ୍ବପୂର୍ଣ୍ଣ ସମ୍ପର୍କ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଯେ, ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ରହିଆସିଥିବା ଦୀର୍ଘକାଳୀନ ସମ୍ପର୍କ ରଣନୈତିକ ସହଭାଗୀତା ସ୍ତରକୁ ଉନ୍ନୀତ ହୋଇଛି।Prime Minister holds bilateral talks with the Prime Minister of Ethiopia
December 17th, 12:02 am
During his visit to Ethiopia, PM Modi held discussions with Ethiopian PM Dr. Abiy Ahmed Ali in Addis Ababa. Both leaders reviewed the entire spectrum of the bilateral relationship and agreed to elevate the ties to the level of a Strategic Partnership. PM Modi thanked Ethiopia for its solidarity in the wake of the Pahalgam terror attack. Following the talks, the two leaders witnessed the exchange of MoUs.ଭାରତ-ଜୋର୍ଡାନ ବ୍ୟବସାୟିକ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
December 16th, 12:24 pm
ଗତକାଲି ମହାମହିମଙ୍କ ସହିତ ମୋର ଆଲୋଚନାର ସାରାଂଶ ମଧ୍ୟ ଏହା ଥିଲା। ଆମେ ଭୂଗୋଳକୁ କିପରି ସୁଯୋଗରେ ଏବଂ ସୁଯୋଗକୁ କିପରି ବିକାଶରେ ପରିଣତ କରାଯାଇପାରିବା ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲୁ।ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ପ୍ରଧାନମନ୍ତ୍ରୀ ଏବଂ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସମ୍ବୋଧନ
December 16th, 12:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟ ଆଜି ଅମ୍ମାନରେ ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରିଥିଲେ। ଏହି ବୈଠକରେ ଜୋର୍ଡାନର କ୍ରାଉନ ପ୍ରିନ୍ସ ହୁସେନ ଏବଂ ସେଠାକାର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ତଥା ନିବେଶ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ରାଜା ଅବଦୁଲ୍ଲା ଦ୍ୱିତୀୟ ଏବଂ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ସୁଦୃଢ଼ କରିବାର ଗୁରୁତ୍ୱକୁ ସ୍ୱୀକାର କରିଥିଲେ। ଉଭୟ ନେତା ପ୍ରଗତି ଏବଂ ସମୃଦ୍ଧି ହାସଲ କରିବା ପାଇଁ ଏହି କ୍ଷେତ୍ରରେ ସମ୍ଭାବନା ଏବଂ ସୁଯୋଗକୁ ଉପଯୋଗ କରିବାକୁ ଉଭୟ ପକ୍ଷର ଶିଳ୍ପପତିମାନଙ୍କୁ ଆହ୍ୱାନ କରିଛନ୍ତି। ରାଜା ଅବଦୁଲ୍ଲା ଦ୍ୱିତୀୟ କହିଛନ୍ତି ଯେ, ଜୋର୍ଡାନର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏବଂ ଭାରତର ଆର୍ଥିକ ଶକ୍ତିକୁ ମିଶ୍ରଣ କରି ଦକ୍ଷିଣ ଏସିଆ ଏବଂ ପଶ୍ଚିମ ଏସିଆ ତଥା ଅନ୍ୟ ଅନ୍ତର୍ଜାତୀୟ ସ୍ତରରେ ଏକ ଆର୍ଥିକ କରିଡର ସୃଷ୍ଟି କରାଯାଇପାରିବ।Prime Minister wishes speedy recovery to Begum Khaleda Zia
December 01st, 10:30 pm
The Prime Minister, Shri Narendra Modi has expressed his deep concern about the health of Begum Khaleda Zia, who has contributed to Bangladesh’s public life for many years and wished speedy recovery to her. Shri Modi stated that India stands ready to extend all possible support, in whatever way we can.ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପାର୍ତ୍ତଗଳି ଜୀବୋତ୍ତମ ମଠର ୫୫୦ତମ ବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 28th, 03:35 pm
ଆଜିର ଏହି ପବିତ୍ର ଅବସର ମୋ ମନକୁ ଅତି ଆନନ୍ଦିତ କରିଛି। ସନ୍ଥ ଏବଂ ମୁନିମାନଙ୍କ ଗହଣରେ ବସିବା ନିଜର ଏକ ଆଧ୍ୟାତ୍ମିକ ଅନୁଭୂତି। ଏଠାରେ ଉପସ୍ଥିତ ବହୁ ସଂଖ୍ୟକ ଭକ୍ତ ଏହି ମଠର ଶତାବ୍ଦୀ ପୁରୁଣା ସ୍ପନ୍ଦନଶୀଳ ଶକ୍ତିକୁ ଆହୁରି ମଜବୁତ କରେ। ଏହି ସମାରୋହରେ ଆପଣମାନଙ୍କ ମଧ୍ୟରେ ଉପସ୍ଥିତ ରହିବା ପାଇଁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ଏଠାକୁ ଆସିବା ପୂର୍ବରୁ, ମୁଁ ରାମ ମନ୍ଦିର ଏବଂ ବୀର ବିଟ୍ଠଲ ମନ୍ଦିରରେ ପ୍ରାର୍ଥନା କରିବାର ସୌଭାଗ୍ୟ ପାଇଥିଲି। ସେଠାକାର ଶାନ୍ତ ଏବଂ ଭକ୍ତିପୂର୍ଣ୍ଣ ପରିବେଶ ଏହି ସମାରୋହର ଆଧ୍ୟାତ୍ମିକ ସାରକୁ ଆହୁରି ଗଭୀର କରିଥିଲା ।ଗୋଆରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତଗଲି ଜୀବୋତ୍ତମ ମଠର ୫୫୦ତମ ବାର୍ଷିକୀ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
November 28th, 03:30 pm
28.11.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋଆରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତଗଲି ଜୀବୋତ୍ତମ ମଠର ୫୫୦ତମ ବାର୍ଷିକୀ ସମାରୋହରେ ଉଦବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପବିତ୍ର ଅବସରରେ ତାଙ୍କର ମନ ଗଭୀର ଶାନ୍ତିରେ ପରିପୂର୍ଣ୍ଣ। ସେ ଆଲୋକପାତ କରିଥିଲେ ଯେ ସନ୍ଥମାନଙ୍କ ଉପସ୍ଥିତିରେ ବସିବା ବାସ୍ତବରେ ଏକ ଆଧ୍ୟାତ୍ମିକ ଅନୁଭୂତି। ଏଠାରେ ଉପସ୍ଥିତ ବହୁ ସଂଖ୍ୟକ ଭକ୍ତ ଏହି ମଠର ଶତାବ୍ଦୀ ପୁରୁଣା ଜୀବନ୍ତ ଶକ୍ତିକୁ ଆହୁରି ବୃଦ୍ଧି କରୁଛନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ଏହି ସମାରୋହରେ ଲୋକଙ୍କ ମଧ୍ୟରେ ଉପସ୍ଥିତ ରହିବା ପାଇଁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଏଠାକୁ ଆସିବା ପୂର୍ବରୁ ତାଙ୍କୁ ରାମ ମନ୍ଦିର ଏବଂ ବୀର ବିଠଲ ମନ୍ଦିର ପରିଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା। ସେ କହିଥିଲେ ଯେ ସେଠାକାର ଶାନ୍ତି ଏବଂ ପରିବେଶ ଏହି ସମାରୋହର ଆଧ୍ୟାତ୍ମିକତାକୁ ଆହୁରି ଗଭୀର କରିଛି।ସ୍କାଇରୁଟର ଇନଫିନିଟି କ୍ୟାମ୍ପସର ଉଦଘାଟନ ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 27th, 11:01 am
କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀ ଜି. କିଶନ ରେଡ୍ଡୀ ଜୀ, ଆନ୍ଧ୍ର ପ୍ରଦେଶର ଶିଳ୍ପ ମନ୍ତ୍ରୀ ଶ୍ରୀ ଟି. ଜି. ଭରତ ଜୀ, ଇନ୍-ସ୍ପେସ୍ ର ଅଧ୍ୟକ୍ଷ ଶ୍ରୀ ପବନ ଗୋଏଙ୍କା ଜୀ, ସ୍କାଇରୁଟର ଟିମ୍, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ସଜ୍ଜନଗଣ!ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
November 27th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ତେଲଙ୍ଗାନାର ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଦେଶର ମହାକାଶ କ୍ଷେତ୍ରରେ ଅଭୂତପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ଭାରତର ମହାକାଶ ଇକୋସିଷ୍ଟମ ଘରୋଇ କ୍ଷେତ୍ରର ସମ୍ପୃକ୍ତି ସହ ଉଲ୍ଲେଖନୀୟ ପ୍ରଗତି ହାସଲ କରୁଛି। ସ୍କାଏରୁଟର ଇନଫିନିଟି କ୍ୟାମ୍ପସ ଭାରତର ନୂତନ ଚିନ୍ତାଧାରା, ନବସୃଜନ ଓ ଯୁବଶକ୍ତିକୁ ପ୍ରତିଫଳିତ କରେ ଏବଂ ଦେଶର ଯୁବପିଢ଼ିଙ୍କ ନବସୃଜନ, ବିପଦ ଗ୍ରହଣ କ୍ଷମତା ଓ ଉଦ୍ୟମିତା ନୂତନ ଉଚ୍ଚତାରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ଆଜିର କାର୍ଯ୍ୟକ୍ରମ ଆଗାମୀ ସମୟରେ ବିଶ୍ୱ ଉପଗ୍ରହ ପ୍ରକ୍ଷେପଣ ଇକୋସିଷ୍ଟମରେ ଭାରତ କିପରି ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଉଭା ହେବାକୁ ଯାଉଛି ତାହାର ପ୍ରତିଫଳନ। ପ୍ରଧାନମନ୍ତ୍ରୀ ଶ୍ରୀ ପବନ କୁମାର ଚନ୍ଦନା ଏବଂ ଶ୍ରୀ ନାଗା ଭରତ ଡାକାଙ୍କୁ ଶୁଭକାମନା ଜଣାଇଥିଲେ। ସେ କହିଥିଲେ ଯେ ଏହି ଦୁଇ ଯୁବ ଉଦ୍ୟୋଗୀ ଦେଶର ଅଗଣିତ ଯୁବ ମହାକାଶ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା। ଉଭୟ ନିଜ ଉପରେ ବିଶ୍ୱାସ କରିଥିଲେ, ସାହସିକ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେଇ ନଥିଲେ, ଏବଂ ଫଳସ୍ୱରୂପ ସମଗ୍ର ଦେଶ ଆଜି ସେମାନଙ୍କର ସଫଳତା ଦେଖୁଛି, ଦେଶ ସେମାନଙ୍କୁ ନେଇ ଗର୍ବିତ ଅନୁଭବ କରୁଛି ବୋଲି ସେ କହିଥିଲେ।ଗୁଜରାଟର ଡେଡିଆପଡ଼ାରେ 'ଜନଜାତି ଗୌରବ ଦିବସ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 15th, 03:15 pm
ମା’ ନର୍ମଦାର ଏହି ପବିତ୍ର ଭୂମି ଆଜି ପୁଣି ଥରେ ଏକ ଐତିହାସିକ ଘଟଣାର ସାକ୍ଷୀ ହେଉଛି। ଠିକ୍ ଅକ୍ଟୋବର ୩୧ ତାରିଖରେ ଆମେ ଏଠାରେ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ କରିଥିଲୁ। ଆମର ଏକତା ଏବଂ ବିବିଧତାକୁ ପାଳନ ପାଇଁ ଭାରତ ପର୍ବ ଆରମ୍ଭ ହୋଇଛି ଏବଂ ଆଜି, ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳନ କରୁଥିବା ଏହି ଭବ୍ୟ ସମାରୋହ ସହିତ, ଆମେ ଭାରତ ପର୍ବର ପୂର୍ଣ୍ଣତାର ସାକ୍ଷୀ ହୋଇ ରହିଛି । ଏହି ପବିତ୍ର ଅବସରରେ ମୁଁ ଭଗବାନ ବିର୍ସା ମୁଣ୍ଡାଙ୍କୁ ପ୍ରଣାମ କରୁଛି। ସ୍ୱାଧୀନତା ଆନ୍ଦୋଳନ ସମୟରେ ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ସମଗ୍ର ଜନ ଜାତୀୟ କ୍ଷେତ୍ରରେ, ସ୍ୱାଧୀନତାର ଅଗ୍ନି ପ୍ରଜ୍ଵଳିତ କରିଥିବା ଗୋବିନ୍ଦ ଗୁରୁଙ୍କ ଆର୍ଶୀବାଦ ମଧ୍ୟ ଆମ ସମସ୍ତଙ୍କ ସହ ଯୋଡି ହୋଇଛି। ମୁଁ ଏହି ମଞ୍ଚରୁ ଗୋବିନ୍ଦ ଗୁରୁଙ୍କୁ ମଧ୍ୟ ପ୍ରଣାମ କରୁଛି। କିଛି ସମୟ ପୂର୍ବରୁ ମୋତେ ମଧ୍ୟ ଦେବମୋଗରା ମାତାଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା। ମୁଁ ମା’ଙ୍କ ଚରଣରେ ମଧ୍ୟ ପ୍ରଣାମ କରୁଛି। ଖୁବ ଲୋକ ଜାଣିଥିବେ, କାଶୀ ବିଶ୍ୱନାଥ କରିଡର, ଉଜ୍ଜୈନ ମହାକାଳ କରିଡର, ଅଯୋଧ୍ୟା ରାମ ମନ୍ଦିର, କେଦାରନାଥ ଧାମ ବିଷୟରେ ଆଲୋଚନା ହୋଇଥାଏ । ଗତ ଦଶନ୍ଧି ମଧ୍ୟରେ ଏଭଳି ଅନେକ ଧାର୍ମିକ ଏବଂ ଐତିହାସିକ ସ୍ଥାନ ବିକଶିତ ହୋଇଛି। କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ୨୦୦୩ ମସିହାରେ ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଭାବରେ ଝିଅମାନଙ୍କ ଶିକ୍ଷା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରେଲିଆ ପାଟନଙ୍କୁ ଆସିଥିଲି, ସେତେବେଳେ ମୁଁ ମା 'ଙ୍କୁ ପ୍ରଣାମ କରିବାକୁ ଆସିଥିଲି ଏବଂ ସେହି ସମୟରେ ଏମିତି ଅବସ୍ଥା ଥିଲା ଯେ ମୁଁ ଦେଖିଥିଲି, କେବଳ ଏକ ଛୋଟ ଝୁମ୍ପୁଡ଼ି ଭଳି ସ୍ଥାନ ଥିଲା। ମୁଁ ଗର୍ବର ସହ କହିପାରିବି ଯେ ମୁଁ ମୋ ଜୀବନରେ କରିଥିବା ସମସ୍ତ ପ୍ରମୁଖ ବିକାଶ କାର୍ଯ୍ୟ ମଧ୍ୟରେ ଦେବମୋଗରା ମାତାଙ୍କ ସ୍ଥାନରୁ ବିକାଶ କାର୍ଯ୍ୟ ସହିତ ଆରମ୍ଭ ହୋଇଥିଲା। ଏବଂ ଆଜି ଯେତେବେଳେ ମୁଁ ଏହି ସ୍ଥାନ ପରିଦର୍ଶନ କଲି, ସେତେବେଳେ ମୋତେ ଏହା ଦେଖି ବହୁତ ଖୁସି ଲାଗିଲା ଯେ ଲକ୍ଷ ଲକ୍ଷ ଲୋକ, ବିଶେଷ କରି ଆମର ଆଦିବାସୀ ଭାଇ ଓ ଭଉଣୀମାନେ, ଏବେ ମା 'ଙ୍କ ପ୍ରତି ଅପାର ଭକ୍ତି ସହିତ ସେଠାକୁ ଆସୁଛନ୍ତି।ଗୁଜୁରାଟ ଡେଡିଆପଡାରେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 15th, 03:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଡେଡିଆପଡ଼ାରେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ, ସେ ୯,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ଏବଂ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ମା’ ନର୍ମଦାର ପବିତ୍ର ଭୂମି ଆଜି ଆଉ ଏକ ଐତିହାସିକ ଘଟଣାର ସାକ୍ଷୀ ହେଉଛି ବୋଲି କହି ଶ୍ରୀ ମୋଦୀ ସ୍ମରଣ କରିଛନ୍ତି ଯେ, ୩୧ ଅକ୍ଟୋବରରେ, ଭାରତର ଏକତା ଏବଂ ବିବିଧତାକୁ ପାଳନ କରିବା ପାଇଁ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ସେହି ସ୍ଥାନରେ ପାଳନ କରାଯାଇଥିଲା, ଭାରତ ପର୍ବ ଆରମ୍ଭ ହୋଇଥିଲା। ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀର ମହାନ ଉତ୍ସବ ସହିତ, ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ, ଆମେ ଭାରତ ପର୍ବର ପରିଣାମ ଦେଖୁଛୁ। ଏହି ପବିତ୍ର ଅବସରରେ ସେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ, ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ସମଗ୍ର ଆଦିବାସୀ ଅଞ୍ଚଳରେ ସ୍ୱାଧୀନତାର ଭାବନା ଜାଗ୍ରତ କରିଥିବା ଗୋବିନ୍ଦ ଗୁରୁଙ୍କ ଆଶୀର୍ବାଦ ମଧ୍ୟ ଏହି କାର୍ଯ୍ୟକ୍ରମ ସହିତ ଜଡିତ। ମଞ୍ଚ ଉପରୁ ସେ ଗୋବିନ୍ଦ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ କିଛି ସମୟ ପୂର୍ବରୁ ଦେବମୋଗ୍ରା ମାତାଙ୍କ ମନ୍ଦିରକୁ ଯିବାର ସୌଭାଗ୍ୟ ମିଳିଥିଲା ଏବଂ ପୁଣି ଥରେ ତାଙ୍କ ପାଦ ତଳେ ପ୍ରଣାମ କରିଥିଲେ।ଡେରାଡୁନରେ ଉତ୍ତରାଖଣ୍ଡ ପ୍ରତିଷ୍ଠାର ରଜତ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
November 09th, 01:00 pm
ଦେବଭୂମି ଉତ୍ତରାଖଣ୍ଡର ମୋର ଭାଇ-ବନ୍ଧୁ, ବଡ଼ ଭଉଣୀ-ସାନ ଭଉଣୀ, ବୟସ୍କ-ଯୁବକ । ଆପଣ ସମସ୍ତଙ୍କୁ ମୋର ନମସ୍କାର ।ଡେରାଡୁନରେ ଉତ୍ତରାଖଣ୍ଡ ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ସମାରୋହରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 09th, 12:30 pm
ପ୍ରଧାନମନ୍ତ୍ରୀ କହିଥିଲେ ଯେ ନଭେମ୍ବର ୯ ତାରିଖ ହେଉଛି ଏକ ଦୀର୍ଘ ଏବଂ ଉତ୍ସର୍ଗୀକୃତ ସଂଘର୍ଷର ପରିଣାମ । ଏହି ଦିନ ଆମ ସମସ୍ତଙ୍କ ମଧ୍ୟରେ ଗର୍ବର ଗଭୀର ଭାବନା ସୃଷ୍ଟି କରେ। ସେ କହିଥିଲେ ଯେ ଉତ୍ତରାଖଣ୍ଡର ଦେବତୁଲ୍ୟ ଲୋକମାନେ ଏକ ସ୍ୱପ୍ନ ଦେଖିଥିଲେ, ଯାହା ୨୫ ବର୍ଷ ପୂର୍ବେ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ପୂରଣ ହୋଇଥିଲା। ଗତ ୨୫ ବର୍ଷର ଯାତ୍ରା ଉପରେ ପ୍ରତିଫଳିତ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ଉତ୍ତରାଖଣ୍ଡ ଯେଉଁ ଉଚ୍ଚତାରେ ପହଞ୍ଚିଛି ତାହା ଦେଖି, ଏହି ସୁନ୍ଦର ରାଜ୍ୟ ନିର୍ମାଣ ପାଇଁ ସଂଘର୍ଷ କରୁଥିବା ପ୍ରତ୍ୟେକଙ୍କ ପାଇଁ ଆନନ୍ଦିତ ହେବା ସ୍ୱାଭାବିକ। ସେ କହିଥିଲେ ଯେ ଯେଉଁମାନେ ପର୍ବତକୁ ଭଲ ପାଆନ୍ତି, ଉତ୍ତରାଖଣ୍ଡର ସଂସ୍କୃତି, ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆଦର କରନ୍ତି ଏବଂ ଦେବଭୂମିର ଲୋକଙ୍କ ପ୍ରତି ସ୍ନେହ ରଖନ୍ତି, ସେମାନେ ଆଜି ଆନନ୍ଦ ଏବଂ ଖୁସିରେ ପରିପୂର୍ଣ୍ଣ।ବାରାଣସୀରେ ଚାରୋଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 08th, 08:39 am
ଉତ୍ତର ପ୍ରଦେଶର କର୍ମଠ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ତଥା ବିକଶିତ ଭାରତର ମଜବୁତ୍ ଭିତ୍ତି ରଖିବା ପାଇଁ ଯେଉଁ ଟେକ୍ନୋଲୋଜି କ୍ଷେତ୍ରରେ ଆଜି ଉତ୍ତମ କାର୍ଯ୍ୟ ହେଉଛି, ତାହାର ନେତୃତ୍ୱ ନେଉଥିବା ଅଶ୍ୱିନୀ ବୈଷ୍ଣବ ଜୀ, ଟେକ୍ନୋଲୋଜି ଜରିଆରେ ଆମ ସହିତ ଏର୍ଣ୍ଣାକୁଲମରୁ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିବା କେରଳର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର ଜୀ, କେନ୍ଦ୍ରରେ ମୋର ସାଥୀ ସୁରେଶ ଗୋପୀ ଜୀ ଏବଂ ଜର୍ଜ କୁରିଏନ ଜୀ, କେରଳରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ସମସ୍ତ ମନ୍ତ୍ରୀ, ଜନପ୍ରତିନିଧିଗଣ, ଫିରୋଜପୁରରୁ ଯୋଡ଼ି ହୋଇଥିବା କେନ୍ଦ୍ରରେ ମୋର ସାଥୀ, ପଞ୍ଜାବର ନେତା ରବନୀତ ସିଂ ବିଟ୍ଟୁ ଜୀ, ସେଠାରେ ଉପସ୍ଥିତ ସମସ୍ତ ଜନପ୍ରତିନିଧି, ଲକ୍ଷ୍ନୌରୁ ଯୋଡ଼ି ହୋଇଥିବା ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଜୀ, ଅନ୍ୟ ମହାନୁଭବ ଏବଂ ଏଠାରେ ଉପସ୍ଥିତ କାଶୀର ମୋର ପରିବାରଜନ ।ବାରାଣସୀରୁ ଚାରୋଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 08th, 08:15 am
୦୮.୧୧.୨୦୨୫ : ଭାରତର ଆଧୁନିକ ରେଳ ଭିତ୍ତିଭୂମିକୁ ବିସ୍ତାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀରୁ ଚାରୋଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ ସମସ୍ତ ସମ୍ମାନନୀୟ ବ୍ୟକ୍ତିଙ୍କୁ ସ୍ୱାଗତ କରିଥିଲେ ଏବଂ ବାବା ବିଶ୍ୱନାଥଙ୍କ ପବିତ୍ର ନଗରୀ ବାରାଣସୀର ସମସ୍ତ ପରିବାରକୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ସେ ଦେବ ଦୀପାବଳି ଉତ୍ସବ ବିଷୟରେ ମତାମତ ଦେଇଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ, ଆଜି ଏକ ଶୁଭ ଅବସର ଏବଂ ବିକାଶର ଏହି ପର୍ବ ପାଇଁ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ।