The whole country is proud of you and watching you with admiration: PM Modi says to Women’s World Cup Champions
November 06th, 10:15 am
During his interaction with Women’s World Cup 2025 champions, PM Modi said they had truly accomplished something remarkable. The PM acknowledged the recurring challenges they faced and praised their courage and ability to instill confidence in others despite adversity. He encouraged them to advocate for Fit India and expressed his joy at having had the opportunity to interact with them.ଆଇସିସି ମହିଳା ବିଶ୍ୱକପ ୨୦୨୫ ଚାମ୍ପିଅନ୍ ଦଳ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
November 06th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀର ୭, ଲୋକ କଲ୍ୟାଣ ମାର୍ଗରେ ଆଇସିସି ମହିଳା ବିଶ୍ୱକପ ୨୦୨୫ ଚାମ୍ପିଅନ୍ ଦଳ ସହିତ ଆଲୋଚନା କରିଥିଲେ। ଭାରତୀୟ ଦଳ ଗତ ୨ ନଭେମ୍ବର, ୨୦୨୫ ରବିବାର ଦିନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫାଇନାଲରେ ବିଜୟୀ ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଦିନଟି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ, କାରଣ ଏହି ଗୋଟିଏ ଦିନରେ ଉଭୟ ଦେବ ଦୀପାବଳି ଏବଂ ଗୁରୁ ପରବ ଉଭୟ ପାଳନ କରାଯାଉଛି। ସେ ଉପସ୍ଥିତ ସମସ୍ତଙ୍କୁ ତାଙ୍କର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ।ମନ କି ବାତ ,ଡିସେମ୍ବର 2023
December 31st, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’, ହେଉଛି ଆପଣମାନଙ୍କ ସହ ଭେଟିବାର ଗୋଟିଏ ଶୁଭ ଅବସର । ନିଜ ପରିବାରଜନଙ୍କ ସହିତ ସାକ୍ଷାତ ହେଲେ ତାହା କେତେ ସୁଖକର ହୋଇଥାଏ, କେତେ ସନ୍ତୋଷପ୍ରଦ ହୋଇଥାଏ, ‘ମନ୍ କି ବାତ୍’ ମାଧ୍ୟମରେ ଆପଣମାନଙ୍କୁ ଭେଟି ମୁଁ ଏହା ଅନୁଭବ କରିଆସିଛି । ଆଉ ଆଜି ଆମର ଏହି ମିଳିତ ଯାତ୍ରାର ଏହା ୧୦୮ତମ ଅଧ୍ୟାୟ । ଆମମାନଙ୍କ ପାଇଁ ୧୦୮ ସଂଖ୍ୟାର ଗୁରୁତ୍ୱ, ଏହାର ପବିତ୍ରତା ଗୋଟିଏ ଗହନ ଅଧ୍ୟୟନର ବିଷୟ । ଜପାମାଳିରେ ୧୦୮ଟି ମାଳି, ୧୦୮ ଥର ଜପ, ୧୦୮ଟି ଦିବ୍ୟ କ୍ଷେତ୍ର, ମନ୍ଦିରମାନଙ୍କରେ ୧୦୮ଟି ପାହାଚ, ୧୦୮ ଘଣ୍ଟି, ୧୦୮ ସଂଖ୍ୟାଟି ଅସୀମ ବିଶ୍ୱାସ ସହ ଜଡ଼ିତ । ସେଥିପାଇଁ ‘ମନ୍ କି ବାତ୍’ର ୧୦୮ତମ ଅଧ୍ୟାୟ ମୋ ପାଇଁ ବିଶେଷ ଗୁରତ୍ୱପୂର୍ଣ୍ଣ ହୋଇପଡ଼ିଛି । ଏହି ୧୦୮ଟି ଅଧ୍ୟାୟରେ ଆମେ ଜନସହଭାଗୀତାର କେତେ ଉଦାହରଣ ଦେଖିଲୁ, ସେମାନଙ୍କ ଠାରୁ ପ୍ରେରଣା ଲାଭ କଲୁ । ଏହି ସୋପାନରେ ପହଂଚିବା ପରେ ଆମକୁ ନୂଆକରି, ନୂତନ ଶକ୍ତି ସହିତ ଏବଂ ଦ୍ରୁତ ଗତିରେ ଆଗକୁ ବଢ଼ିବା ପାଇଁ ସଂକଳ୍ପ ନେବାକୁ ହେବ । ଏହା ମଧ୍ୟ ଗୋଟିଏ ସୁଖକର ସଂଯୋଗ ଯେ, ଆସନ୍ତା କାଲିର ସୂର୍ଯ୍ୟୋଦୟ ୨୦୨୪ର ପ୍ରଥମ ସୂର୍ଯ୍ୟୋଦୟ ହେବ । ଆମ୍ଭେମାନେ ୨୦୨୪ରେ ପ୍ରବେଶ କରିସାରିଥିବା । ଆପଣ ସମସ୍ତଙ୍କୁ ୨୦୨୪ ପାଇଁ ଅନେକ ଅନେକ ଶୁଭକାମନା ।