ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତ ଶକ୍ତି ସପ୍ତାହ ୨୦୨୬ର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 27th, 10:15 am
କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ , ଗୋଆର ମୁଖ୍ୟମନ୍ତ୍ରୀ, ଅନ୍ୟ ମନ୍ତ୍ରୀଗଣ , ରାଷ୍ଟ୍ରଦୂତ, ସିଇଓ, ସମ୍ମାନିତ ଅତିଥି ଏବଂ ଅନ୍ୟ ସମସ୍ତ ମାନ୍ୟଗଣ୍ୟବ୍ୟକ୍ତି , ମହିଳା ଏବଂ ଭଦ୍ରବ୍ୟକ୍ତିମାନେ !ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତ ଶକ୍ତି ସପ୍ତାହ ୨୦୨୬ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 27th, 10:08 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଭାରତ ଶକ୍ତି ସପ୍ତାହ-୨୦୨୬’ର ଉଦଘାଟନ ସମାରୋହକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି ଯେ, ଶକ୍ତି ସପ୍ତାହର ଏହି ନୂତନ ସଂସ୍କରଣରେ ପ୍ରାୟ ୧୨୫ଟି ଦେଶର ପ୍ରତିନିଧି ଗୋଆରେ ଏକତ୍ରିତ ହୋଇଛନ୍ତି। ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରି ପ୍ରତିନିଧିମାନେ ଶକ୍ତି-ସୁରକ୍ଷା ଏବଂ ସ୍ଥାୟୀ ଭବିଷ୍ୟତ ବିଷୟରେ ଆଲୋଚନା କରିବା ପାଇଁ ଭାରତ ଆସିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।ବିଶାଖ ବିଶୋଧନାଗାରରେ ଉନ୍ନତୀକରଣର ଶୁଭାରମ୍ଭକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
January 06th, 08:50 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶର ବିଶାଖ ବିଶୋଧନାଗାରରେ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ)ର ଅବଶିଷ୍ଟାଂଶ ଉନ୍ନତୀକରଣ ସୁବିଧା (ଆରୟୁଏଫ)ର ସଫଳ କାର୍ଯ୍ୟ ଆରମ୍ଭକୁ ପ୍ରଶଂସା କରିବା ସହିତ ଏହାକୁ ଶକ୍ତି ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ଦିଗରେ ଭାରତର ଯାତ୍ରାରେ ଏକ ନିର୍ଣ୍ଣାୟକ ଲମ୍ଫ ବୋଲି ବର୍ଣ୍ଣନା କରିଛନ୍ତି।କୁରୁକ୍ଷେତ୍ରରେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କର ୩୫୦ ତମ ସହୀଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 25th, 04:40 pm
ହରିୟାଣା ରାଜ୍ୟପାଳ ଅସୀମ ଘୋଷ ଜୀ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ, ମନୋହର ଲାଲ ଜୀ, ରାଓ ଇନ୍ଦ୍ରଜିତ ସିଂହ ଜୀ, କ୍ରିଷନ ପାଲ ଜୀ, ହରିୟାଣା ଏସଜିପିସି ସଭାପତି ଜଗଦୀଶ ସିଂହ ଝିଣ୍ଡା ଜୀ, ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ସଜ୍ଜନମାନେ ।ହରିୟାଣାର କୁରୁକ୍ଷେତ୍ରଠାରେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ 350ତମ ସହିଦ ଦିବସ ବାର୍ଷିକୀ ସମାରୋହରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 25th, 04:38 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର କୁରୁକ୍ଷେତ୍ରରେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ 350ତମ ସହିଦ ଦିବସ ବାର୍ଷିକୀ ସମାରୋହ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଦିନ ଭାରତର ଐତିହ୍ୟରେ ଏକ ସୁନ୍ଦର ସଙ୍ଗମ। ଆଜି ସକାଳେ ସେ ରାମାୟଣର ନଗରୀ ଅଯୋଧ୍ୟାରେ ଥିଲେ ଏବଂ ଏବେ ସେ ଗୀତାର ନଗରୀ କୁରୁକ୍ଷେତ୍ରରେ ଅଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ସମସ୍ତେ ଆଜି ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ 350ତମ ସହିଦ ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ସନ୍ଥ ଏବଂ ସମ୍ମାନିତ ସଂଗତମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ଏବଂ ସମସ୍ତଙ୍କ ପ୍ରତି ନିଜର ଶ୍ରଦ୍ଧା ବ୍ୟକ୍ତ କରିଥିଲେ।ପବିତ୍ର ‘ଜୋର ସାହିବ’ ଦର୍ଶନ ଏବଂ ଗୁରୁ ଚରଣ ଯାତ୍ରାରେ ଅଂଶଗ୍ରହଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
October 22nd, 06:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁ ଚରଣ ଯାତ୍ରା ଅବସରରେ ଲୋକମାନଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇବା ସହ, ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଏବଂ ମାତା ସାହିବ କୌରଙ୍କ କାଳଜୟୀ ଶିକ୍ଷା ଏବଂ ଆଧ୍ୟାତ୍ମିକ ଐତିହ୍ୟକୁ ସ୍ମରଣ କରିଛନ୍ତି ।ଉଜ୍ୱଳା ପରିବାର ସହ ଯୋଡ଼ି ହୋଇଥିବା ସମସ୍ତ ମା’ ଓ ଭଉଣୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
September 22nd, 03:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଜ୍ୱଳା ପରିବାର ସହ ଯୋଡ଼ି ହୋଇଥିବା ସମସ୍ତ ମା’ ଓ ଭଉଣୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଆମର ଏହି ପଦକ୍ଷେପରେ ସେମାନଙ୍କୁ ଯେ କେବଳ ଏହି ପବିତ୍ର ପର୍ବ ଅବସରରେ ଖୁସି ମିଳିବ ତାହା ନୁହେଁ, ବରଂ ମହିଳା ସଶକ୍ତିକରଣ ପ୍ରତି ଆମର ପ୍ରତିବଦ୍ଧତାକୁ ମଧ୍ୟ ଅଧିକ ବଳ ମିଳିବ ।”